For ages, conservation of wildlife and habitats has been a part of the cultural ethos of India, which encourages compassion and co-existence: PM Modi
India is one of the few countries whose actions are compliant with the Paris Agreement goal of keeping rise in temperature to below 2 degree Celsius: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଗାନ୍ଧୀନଗରଠାରେ ବନ୍ୟଜୀବଙ୍କ ପ୍ରବାସୀ ପ୍ରଜାତିଙ୍କ ସଂରକ୍ଷଣ ସମ୍ପର୍କିତ 13ତମ ସିଓପି ସମ୍ମିଳନୀ ଉଦ୍ଘାଟନ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱରେ ବିବିଧତା ଭରା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ । ବିଶ୍ୱର 2.4 ପ୍ରତିଶତ ଭୌଗୋଳିକ କ୍ଷେତ୍ର ସହ ଭାରତ ଲୋକଲୋଚନକୁ ଆସିଥିବା ବିଶ୍ୱ ଜୈବ ବିବିଧତାରେ ପ୍ରାୟ 8 ପ୍ରତିଶତ ଯୋଗଦାନ କରୁଛି । ଯୁଗ ଯୁଗ ଧରି ବନ୍ୟଜୀବ ଓ ସେମାନଙ୍କ ଆବାସସ୍ଥଳୀର ସଂରକ୍ଷଣ ଭାରତର ସାଂସ୍କୃତିକ ଲୋକାଚାରର ଅଂଶ ଭାବେ ରହିଛି, ଯାହା କରୁଣା ଓ ସହାବସ୍ଥାନକୁ ପ୍ରୋତ୍ସାହିତ କରୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଗାନ୍ଧିଜୀଙ୍କ ପ୍ରେରଣାରେ ଅହିଂସା ତଥା ଜୀବ ଓ ପରିବେଶ ସଂରକ୍ଷଣ ସିଦ୍ଧାନ୍ତକୁ ଦେଶର ସମ୍ବିଧାନରେ ଉପଯୁକ୍ତ ସ୍ଥାନ ଦିଆଯାଇଛି, ଯାହା ଅନେକ ଆଇନ ଓ ନୀତିରେ ପରିଲକ୍ଷିତ ହେଉଛି ।

ଭାରତର ବନ୍ୟାଞ୍ଚଳ ବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଏହା ଦେଶର ସମୁଦାୟ ଭୌଗୋଳିକ କ୍ଷେତ୍ରର 21.67 ପ୍ରତିଶତ । ଭାରତ ସଂରକ୍ଷଣ, ସତତ ଜୀବନଶୈଳୀ ଓ ହରିତ ବିକାଶ ଭଳି ମଡେଲ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲା ପାଇଁ ସମସ୍ତଙ୍କ ଠାରୁ ଆଗୁଆ ରହି କାମ କରୁଛି । ଏହି ସନ୍ଦର୍ଭରେ ଇଲେକ୍ଟ୍ରିକ ଯାନବାହାନ, ସ୍ମାର୍ଟ ସହର ଓ ଜଳ ସଂରକ୍ଷଣକୁ ଦେଶରେ ପ୍ରୋତ୍ସାହନ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଭାରତରେ ତାପମାତ୍ରା ବୃଦ୍ଧିକୁ 2 ଡିଗ୍ରୀ ସେଲସିୟସରୁ କମ୍ ରଖିବାକୁ ପ୍ୟାରିସ ବୁଝାମଣାର ଲକ୍ଷ୍ୟ ଅନୁରୂପ କାମ କରାଯାଉଛି ।

କିଛି ବିଶେଷ ପ୍ରଜାତିର ସଂରକ୍ଷଣ ପାଇଁ ହୋଇଥିବା କାର୍ଯ୍ୟକ୍ରମର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳିଛି ।

2022ର ନିର୍ଦ୍ଧାରିତ ତାରିଖର ଦୁଇ ବର୍ଷ ପୂର୍ବରୁ ଭାରତ ବାଘ ସଂଖ୍ୟା ଦ୍ୱିଗୁଣିତ କରିବାର ଲକ୍ଷ୍ୟ ହାସଲ କରିଛି । 2010ରେ ବାଘ ସଂଖ୍ୟା 1411 ଥିବା ବେଳେ ଏହା 2967ରେ ପହଞ୍ଚି ସାରିଛି । ସମ୍ମିଳନୀରେ ଉପସ୍ଥିତ ବାଘ ବହୁଳ ଦେଶଗୁଡିକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ଯେ, ସେମାନେ ନିର୍ଦ୍ଧାରିତ ମାନକ ପ୍ରଣାଳୀକୁ ଜଣାଇ ବାଘ ସଂରକ୍ଷଣ ପ୍ରୟାସକୁ ଆଗେଇ ନିଅନ୍ତୁ । ବରଫ ଚିତା, ଏସୀୟ ସିଂହ, ଏକଶିଙ୍ଗିଆ ଗଣ୍ଡା ଓ ଗ୍ରେଟ ଇଣ୍ଡିଆନ ବଷ୍ଟାର୍ଡ ଭଳି ପ୍ରଜାତିର ସଂରକ୍ଷଣ ପାଇଁ ଦେଶରେ ହେଉଥିବା ପ୍ରୟାସ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଗିବି- ଦ ଗ୍ରେଟକୁ ସମ୍ମିଳନୀର ମାସ୍କଟ ବନାଇବା ଗ୍ରେଟ ଇଣ୍ଡିଆନ ବଷ୍ଟାର୍ଡକୁ ପ୍ରଦାନ କରା ଯାଉଥିବା ଗୁରୁତ୍ୱକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ମିଳନୀର ପ୍ରତୀକ ଦକ୍ଷିଣ ଭାରତର ପାରମ୍ପରିକ କଳା- କୋଲମ ଦ୍ୱାରା ପ୍ରେରିତ । ପ୍ରକୃତି ସହିତ ସାମଞ୍ଜସ୍ୟ ବଜାୟ ରଖିବାରେ ଏହାର ବେଶ ଗୁରୁତ୍ୱ ରହିଛି । ଅତିଥି ଦେବୋ ଭବ ମନ୍ତ୍ର ସମ୍ମିଳନୀର ବିଷୟବସ୍ତୁ ପ୍ରବାସୀ ପ୍ରଜାତି ଗ୍ରହକୁ ଯୋଡିଥାନ୍ତି ଓ ଆମେ ସେମାନଙ୍କୁ ଏଠାକୁ ସ୍ୱାଗତ କରୁଛୁ ।

ଆଗାମୀ ତିନି ବର୍ଷ ପାଇଁ ସମ୍ମିଳନୀର ଅଧ୍ୟକ୍ଷତା କରିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ଭାରତ ପ୍ରାଥମିକତା ଦେଉଥିବା କିଛି ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।

ମଧ୍ୟ-ଏସିଆ କ୍ଷେତ୍ରରେ ପ୍ରବାସୀ ପକ୍ଷୀଙ୍କ ପାଇଁ ଭାରତକୁ ପ୍ରମୁଖ ମାର୍ଗର ଅଂଶ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଏହି ମାର୍ଗରେ ଯାତାୟତ କରୁଥିବା ପ୍ରବାସୀ ପକ୍ଷୀ ଓ ସେମାନଙ୍କ ବାସସ୍ଥଳୀ ସଂରକ୍ଷିତ କରିବାକୁ ଭାରତ ସରକାର ପ୍ରବାସୀ ପକ୍ଷୀ ସଂରକ୍ଷଣ ଜାତୀୟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ସନ୍ଦର୍ଭରେ ଅନ୍ୟ ଦେଶଗୁଡିକୁ ମଧ୍ୟ ଏପରି କାର୍ଯ୍ୟଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିବାକୁ ଭାରତ ଆଗ୍ରହୀ । ଭାରତ ମଧ୍ୟ-ଏସୀୟ ଫ୍ଲାଇୱେ କ୍ଷେତ୍ରରେ ଥିବା ଦେଶଗୁଡ଼ିକର ସକ୍ରିୟ ସହଯୋଗ ଦ୍ୱାରା ପ୍ରବାସୀ ପକ୍ଷୀଙ୍କ ସଂରକ୍ଷଣକୁ ନୂତନ ଦିଗନ୍ତ ଦେବାକୁ ଚାହେଁ ।

ଆସିଆନ ଦେଶ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ ଦେଶଗୁଡ଼ିକ ସହିତ ସହଯୋଗ ମଜବୁତ ପାଇଁ ଭାରତ ଆଗ୍ରହୀ । ଇଣ୍ଡୋ-ପାସିଫିକ ଓସେନ ଇନିସିଏଟିଭ (IPOI) ଅନୁଯାୟୀ ଏହା କରାଯିବ ଓ ଭାରତ ନେତୃତ୍ୱ ଭୂମିକା ତୁଲାଇବ । ଦେଶରେ 2020 ସୁଦ୍ଧା ସାମୁଦ୍ରିକ କଇଁଛ ପ୍ରଜାତି ସଂରକ୍ଷଣ ନୀତି ଓ ସାମୁଦ୍ରିକ ଷ୍ଟ୍ରାଣ୍ଡିଙ୍ଗ ପ୍ରବନ୍ଧନ ନୀତି ହେବ । ଏହାଦ୍ୱାରା ସମୁଦ୍ରରେ ପ୍ଲାଷ୍ଟିକ ବର୍ଜ୍ୟ ଯୋଗୁଁ ହେଉଥିବା ପ୍ରଦୂଷଣ ରୋକା ଯାଇପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକକ ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ ପରିବେଶ ସଂରକ୍ଷଣ ପାଇଁ ଏକ ଆହ୍ୱାନ ଓ ଭାରତରେ ଏହାର ଉପଯୋଗ କମ କରିବାକୁ ଭାରତ ମିଶନ ମୋଡରେ ଅଛି ।

ଭାରତର କେତେକ ସଂରକ୍ଷିତ କ୍ଷେତ୍ର ପଡୋଶୀ ଦେଶମାନଙ୍କ ସଂରକ୍ଷିତ କ୍ଷେତ୍ରର ସୀମା ସହିତ ମିଶିଛି । ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ସୀମା ପାର ସଂରକ୍ଷିତ କ୍ଷେତ୍ର ସ୍ଥାପନରେ ଏହା ସକାରାତ୍ମକ ଭୂମିକା ଗ୍ରହଣ କରିବ । ନିରନ୍ତର ବିକାଶ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିକୁ ଦୋହରାଇ, ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ସରକାର ରେଖାଙ୍କିତ ଭିତ୍ତିଭୂମି ନୀତି ଦିଶାନିର୍ଦ୍ଦେଶ ଜାରି କରିବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ସବକ୍ ସାଥ, ସବକା ବିକାଶ ଭାବନା ଦ୍ୱାରା କିପରି ଦେଶର ଜଙ୍ଗଲ ଆଖପାଖରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ସଂଯୁକ୍ତ ବନ ପ୍ରବନ୍ଧନ ସମିତି ଓ ପରିବେଶ ଉନ୍ନୟନ ସମିତିରେ ସାମିଲ କରି ଜଙ୍ଗଲ ଓ ବନ୍ୟପ୍ରାଣୀ ସଂରକ୍ଷଣ କରାଯାଉଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ILO: 100 crore covered under social security

Media Coverage

ILO: 100 crore covered under social security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam underlining the importance of dedication and determined effort in accomplishing every goal
July 17, 2026
Prime Minister expresses happiness on the launch of India's first hydrogen train

The Prime Minister, Shri Narendra Modi, shared a Sanskrit Subhashitam underlining the importance of dedication and determined effort in accomplishing every goal:

"प्रभूतं कार्यमल्पं वा यन्नरः कर्तुमिच्छति।

सर्वारम्भेण तत् कार्यं सिंहादेकं प्रचक्षते।।"

The Prime Minister also said that the dream of India receiving its first hydrogen train has become a reality, marking a significant milestone in the nation's efforts to build a clean, green and future-ready transport system. He congratulated everyone associated with this remarkable achievement.

The Prime Minister posted on X:

आज भारत को पहली हाइड्रोजन ट्रेन मिलने का सपना साकार होने जा रहा है। यह आत्मनिर्भर भारत और सतत विकास की दिशा में एक बहुत बड़ा दिन है। मैं इससे जुड़े सभी लोगों को बहुत बधाई देता हूं।

प्रभूतं कार्यमल्पं वा यन्नरः कर्तुमिच्छति।

सर्वारम्भेण तत् कार्यं सिंहादेकं प्रचक्षते।।