ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରିଆର ଚାନ୍ସେଲର ମହାମହିମ କାର୍ଲ ନେହାମର ଆଜି ଭିତ୍ତିଭୂମି, ଅଟୋମୋବାଇଲ, ଶକ୍ତି, ଇଞ୍ଜିନିୟରିଂ ଏବଂ ଷ୍ଟାର୍ଟ ଅପ୍ ସମେତ ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ଅଷ୍ଟ୍ରୀୟ ଏବଂ ଭାରତୀୟ ସିଇଓମାନଙ୍କର ଏକ ଗୋଷ୍ଠୀକୁ ମିଳିତ ଭାବେ ସମ୍ବୋଧିତ କରିଛନ୍ତି ।

 

ଉଭୟ ନେତା ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବାରେ ଶିଳ୍ପ ନେତାଙ୍କ ଭୂମିକାକୁ ସ୍ୱୀକାର କରିଥିଲେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଉଛି ବୋଲି ନେତାମାନେ ଉଲ୍ଲେଖ କରିଥିଲେ ତଥା ଅଧିକ ସହଯୋଗ ମାଧ୍ୟମରେ ଭାରତ-ଅଷ୍ଟ୍ରିଆ ଭାଗିଦାରୀର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଲବ୍ଧ କରିବାକୁ ଆହ୍ୱାନ ଦେଇଥିଲେ ।

ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଭାରତରେ ଦ୍ରୁତ ଗତିରେ ଉଭା ହେଉଥିବା ସୁଯୋଗ ଉପରେ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆର ବ୍ୟବସାୟୀ ଅଂଶୀଦାରମାନଙ୍କୁ ଆହ୍ୱାନ ଦେଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଗତ ଦଶ ବର୍ଷ ମଧ୍ୟରେ ଭାରତ ପରିବର୍ତ୍ତନଶୀଳ ପ୍ରଗତି କରିଛି ଏବଂ ରାଜନୈତିକ ସ୍ଥିରତା, ନୀତିଗତ ପୂର୍ବାନୁମାନ ଓ ଏହାର ସଂସ୍କାର ଭିତ୍ତିକ ଆର୍ଥିକ ଏଜେଣ୍ଡାର ଶକ୍ତିକୁ ଦୃଷ୍ଟିରେ ରଖି ସମାନ ମାର୍ଗରେ ଜାରି ରଖିବ । ବିଶ୍ୱର ପ୍ରମୁଖ ଉଦ୍ୟୋଗଗୁଡ଼ିକୁ ଭାରତ ପ୍ରତି ଆକୃଷ୍ଟ କରୁଥିବା ବ୍ୟବସାୟିକ ସୁଗମତାରେ ଉନ୍ନତି ଆଣିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତୀୟ ଆର୍ଥିକ ଅଭିବୃଦ୍ଧି ଓ ରୂପାନ୍ତରଣ ବିଷୟରେ ଆଲୋଚନା କରି ସେ ଷ୍ଟାର୍ଟ-ଅପ୍ କ୍ଷେତ୍ରରେ, ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ନିର୍ମାଣରେ ଭାରତର ସଫଳତା ଓ ସବୁଜ ଏଜେଣ୍ଡାରେ ଆଗକୁ ବଢ଼ିବା ପାଇଁ ଏହାର ପ୍ରତିବଦ୍ଧତାକୁ ଉଲ୍ଲେଖ କରିଥିଲେ। ଭାରତ ଓ ଅଷ୍ଟ୍ରିଆ ମଧ୍ୟରେ ସ୍ଥାପିତ ଷ୍ଟାର୍ଟଅପ୍ ସେତୁର ଯଥେଷ୍ଟ ଫଳାଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଦୁଇ ଦେଶ ଏକାଠି ହୋଇ ମିଳିତ ହେକାଥନ ଆୟୋଜନ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ଦେଶରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ସଫଳତା ଏବଂ ଯୋଗାଯୋଗ ଓ ଲଜିଷ୍ଟିକ୍ସରେ ଉନ୍ନତି ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସେ କହିଥିଲେ ।

 

ଭାରତର ଶକ୍ତିକୁ ଦେଖି, ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆର ପ୍ରମୁଖ କମ୍ପାନୀଗୁଡ଼ିକୁ ଘରୋଇ ଓ ଅନ୍ତର୍ଜାତୀୟ ବଜାର ପାଇଁ ତଥା ବୈଶ୍ୱିକ ଯୋଗାଣ ଶୃଙ୍ଖଳା ଲକ୍ଷ୍ୟ ରୂପରେ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମର ଅଧୀନରେ ଉଚ୍ଚ ଗୁଣବତ୍ତା ଓ ଶସ୍ତା ଉତ୍ପାଦନ ଲାଗି ଭାରତୀୟ ଆର୍ଥିକ ପରିଦୃଶ୍ୟର ଲାଭ ଉଠାଇବାକୁ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ସେମିକଣ୍ଡକ୍ଟର, ମେଡିକାଲ ଡିଭାଇସ୍, ସୌର ପିଭି ସେଲ୍ ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ଉତ୍ପାଦନକାରୀ କମ୍ପାନିଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଭାରତର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ବିଷୟରେ ସେ କହିଥିଲେ। ଭାରତର ଆର୍ଥିକ ଶକ୍ତି ଓ ଦକ୍ଷତା ଏବଂ ଅଷ୍ଟ୍ରିଆର ଜ୍ଞାନକୌଶଳ ବ୍ୟବସାୟ, ଅଭିବୃଦ୍ଧି ଓ ଦୀର୍ଘସ୍ଥାୟିତ୍ୱ ପାଇଁ ପ୍ରାକୃତିକ ଅଂଶୀଦାର ବୋଲି ସେ ଉଲ୍ଲେଖ କରିଥିଲେ ।

 

ଭାରତରେ ପୁଞ୍ଜିନିବେଶ ସୁଯୋଗର ଉପଯୋଗ କରିବା ଏବଂ ଭାରତର ଚମତ୍କାର ଅଭିବୃଦ୍ଧି କାହାଣୀର ଏକ ଅଂଶ ହେବାକୁ ସେ ଅଷ୍ଟ୍ରିଆର ବ୍ୟବସାୟୀମାନଙ୍କୁ ଆମନ୍ତ୍ରଣ କରିଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch