ଏକ ଭାରତ ଶ୍ରେଷ୍ଠ ଭାରତ ଏକ ଆଧ୍ୟାତ୍ମିକ ସଂକଳ୍ପ; “ବସୁଧୈବ କୁଟୁମ୍ବକମ୍‌” ପରମ୍ପରାର ସମ୍ପ୍ରସାରଣ ନିମନ୍ତେ ତେରାପନ୍ଥକୁ ପ୍ରଶଂସା
“ଯେକୌଣସି କୁଅଭ୍ୟାସରୁ ଦୂରେଇ ରହିଲେ ପ୍ରକୃତ ଆତ୍ମସମୀକ୍ଷା ସମ୍ଭବ”
“ସରକାରଙ୍କ ଦ୍ୱାରା ସବୁ କାର୍ଯ୍ୟ କରାଇବା ଭାରତର ପ୍ରବୃତ୍ତି ନୁହେଁ, ଏଠାରେ ସରକାର, ସମାଜ ଓ ଆଧ୍ୟାତ୍ମିକ ଗୁରୁମାନଙ୍କ ସଦାସର୍ବଦା ସମାନ ଭୂମିକା ଥାଏ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୭.୩.୨୦୨୨) ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାର୍ତ୍ତା ଦେଇ ଶ୍ୱେତାମ୍ବର ତେରାପନ୍ଥଙ୍କ ଅହିଂସା ଯାତ୍ରା ସମ୍ପନ୍ନତା ସମାରୋହକୁ ସମ୍ବୋଧନ କରିଛନ୍ତି ।

ପ୍ରଥମରୁ ପ୍ରଧାନମନ୍ତ୍ରୀ ଭାରତୀୟ ସାଧୁସନ୍ଥମାନଙ୍କ ଦ୍ୱାରା ପ୍ରତିଷ୍ଠିତ ହଜାର ହଜାର ବର୍ଷର ପରମ୍ପରା ଉପରେ ଗୁରୁତ୍ୱ ଆରୋପ କରି ଏହା ନିରବଚ୍ଛିନ୍ନ ଭାବେ ଆଗେଇ ଚାଲିଛି ବୋଲି କହିଥିଲେ । ସେ ବିଶେଷକରି ଶ୍ୱେତାମ୍ବର ତେରାପନ୍ଥ କିପରି ଆଳସ୍ୟ ପରିହାରକୁ ଏକ ସଂକଳ୍ପଭାବେ ଗ୍ରହଣ କରିଛି ତା’ର ଉଦାହରଣ ଦେଇଥିଲେ । ତିନିଟି ଦେଶରେ ଆଚାର୍ଯ୍ୟ ମହେଶରମଣଜୀ ଅଠର ହଜାର କିଲୋମିଟର ପଦଯାତ୍ରା କରିଥିବାରୁ ସେ ସାଧୁବାଦ ଜଣାଇଥିଲେ । ଏକ ଭାରତ ଶ୍ରେଷ୍ଠ ଭାରତକୁ ଏକ ଆଧ୍ୟାତ୍ମିକ ସଂକଳ୍ପଭାବେ ବିବେଚନା କରିବା ତଥା ‘ବସୁଧୈବ କୁଟୁମ୍ବକମ୍‌’ ପରମ୍ପରାର ସମ୍ପ୍ରସାରଣ ନିମନ୍ତେ ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ୱେତାମ୍ବର ତେରାପନ୍ଥଙ୍କ ସହ ନିଜର ଦୀର୍ଘଦିନ ସମ୍ପର୍କର ସ୍ମରଣ କରି କହିଥିଲେ ଯେ ‘ୟେ ତେରାପନ୍ଥ ହେ, ୟେ ମେରା ପନ୍ଥ ହେ, ଏହି ତେରାପନ୍ଥ ମୋର ପଥ ।

ପ୍ରଧାନମନ୍ତ୍ରୀ ପଦଯାତ୍ରାର ମହତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ ୨୦୧୪ ମସିହାରେ ଲାଲକିଲ୍ଲାରୁ ଯେଉଁ ପଦଯାତ୍ରାର ଶୁଭାରମ୍ଭ ହେଉଥିଲା ତାର ଅପୂର୍ବ ସଂଯୋଗ ଏହି ଯେ ସେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ଭାବେ ସେହିବର୍ଷ ନୂତନ ଯାତ୍ରା ଆରମ୍ଭ କରିଥିଲେ । ଏହି ଯାତ୍ରା ଥିଲା ଜନସେବା ଓ ଜନକଲ୍ୟାଣର ଯାତ୍ରା । ପ୍ରଧାନମନ୍ତ୍ରୀ ମଧ୍ୟ ପଦଯାତ୍ରାର ବାର୍ତ୍ତା, ନୈତିକତା, ଉତ୍ସର୍ଗ ଓ ଶାନ୍ତିପୂର୍ଣ୍ଣ ସହବାସ୍ଥାନର ପ୍ରଶଂସା କରିଥିଲେ । ଯେକୌଣସି କୁ-ଅଭ୍ୟାସଠାରୁ ଦୂରେଇ ରଖିବା ହିଁ ପ୍ରକୃତ ଆତ୍ମସମୀକ୍ଷା ବୋଲି କହିଥିଲେ ।କୁଅଭ୍ୟାସଠାରୁ ମୁକ୍ତି ରହିଲେ ଆତ୍ମା-ପରମାତ୍ମାର ମିଳନ ଘଟି ସର୍ବଜନ କଲ୍ୟାଣ ସମ୍ଭବ ହେବ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ଦେଶ ସମାଜଠାରୁ କର୍ତ୍ତବ୍ୟବୋଧ ଆଶା କରିବା ସହ ଦେଶ ମଧ୍ୟ ନିଜକୁ ଆଗେଇ ନେଉଛି । ଦେଶ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ ସହ ଆଗକୁ ବଢୁଛି । ସରକାରଙ୍କ ଦ୍ୱାରା ସବୁ କାମ କରାଇବା ଭାରତର ପ୍ରବୃତ୍ତି କେବେ ବି ନ ଥିଲା । ଏଠାରେ ସରକାର, ସମାଜ ଓ ଧାର୍ମିକ ଗୁରୁଙ୍କର ସବୁବେଳେ ସମାନ ଭୂମିକା ରହିଛି । ଏହାର ସଂକଳ୍ପଗୁଡିକୁ ସାକାର କରିବା ନିମନ୍ତେ ଦେଶ ଏହି ଉତ୍ସାହକୁ ଉପଜୀବ୍ୟ କରି କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛି।

ଶେଷରେ ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକ ଗୁରୁମାନଙ୍କୁ ଦେଶକୁ ଆଗେଇ ନେବା ପାଇଁ ଉଦ୍ୟମ ଓ ସଂକଳ୍ପ ନେବାକୁ ଅନୁରୋଧ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint

Media Coverage

Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength