ଏକ ଭାରତ ଶ୍ରେଷ୍ଠ ଭାରତ ଏକ ଆଧ୍ୟାତ୍ମିକ ସଂକଳ୍ପ; “ବସୁଧୈବ କୁଟୁମ୍ବକମ୍‌” ପରମ୍ପରାର ସମ୍ପ୍ରସାରଣ ନିମନ୍ତେ ତେରାପନ୍ଥକୁ ପ୍ରଶଂସା
“ଯେକୌଣସି କୁଅଭ୍ୟାସରୁ ଦୂରେଇ ରହିଲେ ପ୍ରକୃତ ଆତ୍ମସମୀକ୍ଷା ସମ୍ଭବ”
“ସରକାରଙ୍କ ଦ୍ୱାରା ସବୁ କାର୍ଯ୍ୟ କରାଇବା ଭାରତର ପ୍ରବୃତ୍ତି ନୁହେଁ, ଏଠାରେ ସରକାର, ସମାଜ ଓ ଆଧ୍ୟାତ୍ମିକ ଗୁରୁମାନଙ୍କ ସଦାସର୍ବଦା ସମାନ ଭୂମିକା ଥାଏ”

ନମସ୍କାର, କାର୍ଯ୍ୟକ୍ରମରେ ଉପସ୍ଥିତ ଆଚାର୍ଯ୍ୟ ଶ୍ରୀ ମାହଶ୍ରମଣଜୀ, ମୁନିଗଣ, ପୂଜ୍ୟ ସାଧ୍ୱୀଗଣ ଏବଂ ସମସ୍ତ ଶ୍ରଦ୍ଧାଳୁଗଣ । ଆମର ଏହି ଭାରତବର୍ଷ ହେଉଛି ହଜାର ହଜାର ବର୍ଷ ଧରି ସାଧୁସନ୍ଥମାନଙ୍କ, ଋଷିଗଣଙ୍କର, ମୁନିଗଣଙ୍କ, ଆଚାର୍ଯ୍ୟଗଣଙ୍କର ଏକ ମହାନ ପରମ୍ପରାର ଭୂମି ।

କାଳର ପ୍ରଭାବ ଆମ ଉପରେ କେଉଁ କେଉଁ ପ୍ରକାର ପରୀକ୍ଷା ଓ ସଂକଟ ଉପସ୍ଥାପିତ କରିଛି, କିନ୍ତୁ ଏହି ପରମ୍ପରା ଆଜି ସୁଦ୍ଧା ଅତୁଟ ରହିଆସିଛି । ଆମର ଏଠାରେ ଆଚାର୍ଯ୍ୟ ସେହିମାନେ ହୋଇପାରିଛନ୍ତି, ଯେଉଁମାନେ ସଦାସର୍ବଦା ଚରୈବତି- ଚରୈବତିର ମନ୍ତ୍ର ପ୍ରଦାନ କରିଛନ୍ତି । ଆମର ଏଠାରେ ଏଠାରେ ଆଚାର୍ଯ୍ୟ ସେହିମାନେ ହୋଇଛନ୍ତି, ଯେଉଁମାନେ ଚରୈବତି- ଚରୈବତି ମନ୍ତ୍ରକୁ ସଦାସର୍ବଦା ନିଜ ଆଚରଣରେ ପ୍ରତିପାଦନ କରିଆସିଛନ୍ତି । ଶ୍ୱେତାମ୍ବର ନେରାପନ୍ଥର ତ ଚରୈବତି- ଚରୈବତିକୁ ଶତତ ଗତିଶୀଳତା ପ୍ରଦାନ କରିଛି ଏବଂ ଏହି ମହାନ ପରମ୍ପରାକୁ ଏକ ନୂତନ ଶୀର୍ଷରେ ପହଞ୍ଚାଇ ଆସିଛି ।

ଆଚାର୍ଯ୍ୟ ଭିକ୍ଷୁମାନେ ଶିଥିଳତାକୁ ପରିତ୍ୟାଗକୁ ହିଁ ଆଧ୍ୟାତ୍ମିକତାର ସଂକଳ୍ପରେ ପରିଣତ କରିଆସିଛନ୍ତି ।

ଆଧୁନିକ କାଳରେ ଆଚାର୍ଯ୍ୟ ତୁଳସୀ ଏବଂ ଆଚାର୍ଯ୍ୟ ମହାପ୍ରାଜ୍ଞଜୀଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ମହାନ ପରମ୍ପରା ଆଜି ଆଚାର୍ଯ୍ୟ ମହାଶ୍ରମଣଜୀଙ୍କ ରୂପରେ ଆମ ସମସ୍ତଙ୍କ ସମ୍ମୁଖରେ ଜୀବନ୍ତ ଓ ସଜାଗ ରହିପାରିଛି ।

ଆଚାର୍ଯ୍ୟ ମହାଶ୍ରମଣଜୀ ବିଗତ ସାତ ବର୍ଷ ଭିତରେ ୧୮ ହଜାର କିଲୋମିଟର ପଥ ପଦଯାତ୍ରା ମାଧ୍ୟମରେ ପୂରଣ କରିଛନ୍ତି । ଏହି ପଦଯାତ୍ରା ବିଶ୍ୱର ତିନି ତିନିଟି ଦେଶର ଯାତ୍ରା ଥିଲା ।

ଏହାରି ମାଧ୍ୟମରେ ଆଚାର୍ଯ୍ୟ ଶ୍ରୀ ‘ବସୁଧୈବ କୁଟୁମ୍ବକମ୍‌’ର ଭାରତୀୟ ବିଚାରକୁ ସର୍ବତ୍ର ବିସ୍ତାରିତ କରିଛନ୍ତି । ଏହି ପଦଯାତ୍ରା ଦ୍ୱାରା ଦେଶର ୨୦ଟି ରାଜ୍ୟକୁ ଗୋଟିଏ ବିଚାରରେ, ଗୋଟିଏ ପ୍ରେରଣାରେ ଯୋଡ଼ାଯାଇ ପାରିଛି ।

ଏହା ହେଉଛି ଅହିଂସା, ଏହା ହେଉଛି ଏକତା । ଯେଉଁଠାରେ ଏକତା ବିଦ୍ୟମାନ, ସେଠାରେ ଅଖଣ୍ଡତା ମଧ୍ୟ ବିଦ୍ୟମାନ ।

ଯେଉଁଠାରେ ଅଖଣ୍ଡତା ବିଦ୍ୟମାନ, ସେଠାରେ ଶ୍ରେଷ୍ଠତା ମଧ୍ୟ ବିଦ୍ୟମାନ ।

ମୁଁ ମାନୁଛି, ଆପଣମାନେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ମନ୍ତ୍ରକୁ ଆଧ୍ୟାତ୍ମିକତାର ସଂକଳ୍ପ ରୂପରେ ପ୍ରସାରିତ କରିବାର କର୍ତ୍ତବ୍ୟ ସଂପାଦନ କରିଆସୁଛନ୍ତି ।

ମୁଁ ଏହି ଯାତ୍ରା ସଂପୂର୍ଣ୍ଣ ହେବା ଅବସରରେ ଆଚାର୍ଯ୍ୟ ମହାଶ୍ରମଣଜୀଙ୍କୁ ଏବଂ ସମସ୍ତ ଅନୁଗାମୀମାନଙ୍କୁ ଶ୍ରଦ୍ଧାପୂର୍ବକ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ସାଥୀଗଣ,

ଶ୍ୱେତାମ୍ବର ତେରା ପନ୍ଥର ଆଚାର୍ଯ୍ୟମାନଙ୍କ ଠାରୁ ମୋତେ ସଦାସର୍ବଦା ବିଶେଷ ସ୍ନେହ ପ୍ରାପ୍ତ ହୋଇଛି ।

ଆଚାର୍ଯ୍ୟ

 ତୁଳସୀଜୀ, ତାଙ୍କର ପଟ୍ଟଧାରୀ ଆଚାର୍ଯ୍ୟ ମହାପ୍ରାଜ୍ଞଜୀ ଏବଂ ବର୍ତ୍ତମାନର ଆଚାର୍ଯ୍ୟ ମହାଶ୍ରମଣଜୀ, ଏମାନଙ୍କ ସମସ୍ତଙ୍କର ମୁଁ ବିଶେଷ ଭାବେ କୃପାଭିକ୍ଷୁ ରହିଆସିଛି ।

ଏହି ଶ୍ରଦ୍ଧା କାରଣରୁ ମୋତେ ତେରାପନ୍ଥର ଆୟୋଜନଗୁଡ଼ିକ ସହିତ ସଂଶ୍ଳିଷ୍ଟ ହେବାର ସୌଭାଗ୍ୟ ସଦାସର୍ବଦା ପ୍ରାପ୍ତ ହୋଇଆସୁଛି । ଏହି ପ୍ରେମ କାରଣରୁ ମୁଁ ଆପଣ ଆଚାର୍ଯ୍ୟମାନଙ୍କ ଗହଣରେ ଏକଥା କହିଥିଲି ଯେ- ଏହା ହେଉଛି ତେରା ପନ୍ଥ, ଏହା ହେଉଛି ମେରା ପନ୍ଥ ।

ଭାଇ ଓ ଭଉଣୀଗଣ,

ମୁଁ ଯେତେବେଳେ ଆଚାର୍ଯ୍ୟ ମହାଶ୍ରମଣଜୀଙ୍କର ଏହି ପଦଯାତ୍ରା ସହିତ ସଂଶ୍ଳିଷ୍ଟ ଖବରମାନ ଶୁଣୁଥିଲି, ଦେଖୁଥିଲି, ସେତେବେଳେ ମୋତେ ଏହା ସହିତ ଯୋଡ଼ିହୋଇ ରହିଥିବା ଏକ ସୁଖଦ ସଂଯୋଗ ଦେଖିବାକୁ ମିଳିଥିଲା ।

ଆପଣମାନେ ୨୦୧୪ ମସିହାରେ ଏହି ଯାତ୍ରା ଦିଲ୍ଲୀର ଲାଲକିଲ୍ଲାଠାରୁ ଆରମ୍ଭ କରିଥିଲେ । ସେହିବର୍ଷ ଦେଶ ମଧ୍ୟ ଏକ ନୂତନ ଯାତ୍ରା ଆରମ୍ଭ କରିଥିଲା ଏବଂ ମୁଁ ଲାଲକିଲ୍ଲା ମଞ୍ଚ ଉପରୁ କହିଥିଲି ଯେ ଏହା ହେଉଛି ନୂତନ ଭାରତର ଏକ ନୂତନ ଯାତ୍ରା । ଆପଣମାନଙ୍କ ଏହି ଯାତ୍ରାରେ ଦେଶସେବାର ସଂକଳ୍ପ ମଧ୍ୟ ରହିଛି- ଜନସେବା, ଜନ କଲ୍ୟାଣ! ଆଜି ଆପଣମାନେ କୋଟି କୋଟି ଦେଶବାସୀଙ୍କ ସହିତ ମିଶି, ପରିବର୍ତ୍ତନର ଏହି ମହାଜ୍ଞରେ ସେମାନଙ୍କର ଭାଗୀଦାରୀ ନିମନ୍ତେ ଶପଥ ଦେବାଲାଗି ଦିଲ୍ଲୀ ଆସିଛନ୍ତି । ମୋର ପୂର୍ଣ୍ଣ ଆସ୍ଥା ଯେ ଆପଣମାନେ ଦେଶର କୋଣ ଅନୁକୋଣରେ, ପ୍ରତ୍ୟେକ ଦେଶବାସୀଙ୍କ ମନରେ ଏହି ନୂତନ ଯାତ୍ରାର ଆଲୋକରଶ୍ମିର ଅନୁଭବ କରିଥିବେ, ଏହାକୁ ନିଜେ ଦେଖିଥିବେ ।

ମୋର ଆପଣମାନଙ୍କୁ ବିନମ୍ର ନିବେଦନରେ ବଦଳୁଥିବା ଭାରତର ଏହି ଅନୁଭବକୁ ଆପଣମାନେ ଦେଶବାସୀଙ୍କୁ ଯେତେ ଅଧିକ ମାତ୍ରାରେ ବାଣ୍ଟିପାରିବେ, ସେମାନଙ୍କୁ ସେତିକି ମାତ୍ରାରେ ପ୍ରେରଣା ପ୍ରାପ୍ତ ହେବ ।

ସାଥୀଗଣ,

ଆଚାର୍ଯ୍ୟଶ୍ରୀ ତାଙ୍କର ଏହି ପଦଯାତ୍ରାରେ ‘ସଦ୍ଭାବନା, ନୈତିକତା ଏବଂ ନିଶାମୁକ୍ତି’ର ଏକ ସଂକଳ୍ପ ରୂପେ ସମାଜ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ମୋତେ ସୂଚୀତ କରାଯାଇଛି ଯେ ଏହି ଅବସରରେ ଲକ୍ଷ ଲକ୍ଷ ଲୋକ ନିଶାମୁକ୍ତି ଭଳି ସଂକଳ୍ପ ସହିତ ଯୋଡ଼ି ହୋଇଛନ୍ତି । ଏହା ନିଜସ୍ୱ ଭାବେ ଏକ ବହୁତ ବଡ଼ ଅଭିଯାନ । ଆଧ୍ୟାତ୍ମିକ ଦୃଷ୍ଟିରୁ ଯଦି ଆମେ ଏହାକୁ ଦେଖିବା, ତେବେ ଆମେ ନିଜେ ନିଜକୁ ଅବଶ୍ୟ ଅନୁଭବ କରିପାରିବା, ଯେତେବେଳେ ଆମେ ନିଜେ ବ୍ୟସନରୁ ମୁକ୍ତି ହେବା । ଏହି ବ୍ୟସନ, ଏହି ନିଶା, ଲୋଭ- ଲାଳସା ଏବଂ ସ୍ୱାର୍ଥର ମଧ୍ୟ ହୋଇଥାଇପାରେ ।

ଯେତେବେଳେ ଆମେ ଆତ୍ମନିରୀକ୍ଷଣ କରିପାରିବା, ସେତେବେଳେ ‘ସ୍ୱୟଂ ଭିତରେ ସର୍ବଂ’ର ଦର୍ଶନ କରିପାରିବା । ସେତେବେଳେ ଆମେ ସ୍ୱାର୍ଥରୁ ଉପରକୁ ଉଠି ପରମାର୍ଥ ନିମନ୍ତେ ନିଜର କର୍ତ୍ତବ୍ୟ ସଂପାଦନର ଅନୁଭବ କରିପାରିବା ।

ସାଥୀଗଣ,

ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ବେଳେ ଦେଶ ମଧ୍ୟ ସ୍ୱ ଠାରୁ ଉପରକୁ ଉଠି ସମାଜ ଏବଂ ରାଷ୍ଟ୍ର ନିମନ୍ତେ କର୍ତ୍ତବ୍ୟ ନିମନ୍ତେ ଆହ୍ୱାନ ଜଣାଉଛି ।

ଆଜି ଦେଶ ‘ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ଏବଂ ସବକା ପ୍ରୟାସ’ର ସଂକଳ୍ପକୁ ନେଇ ଆଗକୁ ଅଗ୍ରସର ହେଉଛି ।

ସରକାର ସବୁକିଛି କରିବେ, କ୍ଷମତା ହିଁ ସବୁକିଛି ଚଳେଇବେ, ଏହା କଦାଚିତ୍‌ ଭାରତର ଭାବନା ରହିନଥିଲା । ଏହା ଭାରତର ପ୍ରକୃତି ରହିନଥିଲା ।

ଆମର ଏଠାରେ ରାଜସତ୍ତା, ସମାଜ ସତ୍ତା, ଆଧ୍ୟାତ୍ମ୍ୟ ସତ୍ତା, ସବୁକିଛି ସମାନ ଭୂମିକା ନିର୍ବାହ କରିଥାନ୍ତି । ଆମର ଏଠାରେ କର୍ତ୍ତବ୍ୟକୁ ହିଁ ଧର୍ମ ବୋଲି ବିବେଚନା କରାଯାଇଥାଏ । ମୋର ଆଚାର୍ଯ୍ୟ ତୁଳସୀଜୀଙ୍କର ଗୋଟିଏ କଥା ଏବେ ସୁଦ୍ଧା ସ୍ମରଣ ଅଛି । ସେ କହୁଥିଲେ- ‘ମୁଁ ସର୍ବପ୍ରଥମେ ଜଣେ ମଣିଷ, ତା’ପରେ ମୁଁ ଜଣେ ଧାର୍ମିକ ବ୍ୟକ୍ତି । ପୁଣି ମୁଁ ସାଧନା କରୁଥିବା ଜଣେ ଜୈନମୁନି । ଏହା ପରେ ମୁଁ ତେରା ପନ୍ଥର ଜଣେ ଆଚାର୍ଯ୍ୟ ।’

କର୍ତ୍ତବ୍ୟ ପଥରେ ଚାଲି ଆଜି ଦେଶ ବି ନିଜର ସଂକଳ୍ପର ଏହି ଭାବନାକୁ ଦୋହରଉଛି ।

ସାଥୀଗଣ,

ମୁଁ ଖୁସି ଯେ ଆଜି ଏକ ନୂତନ ଭାରତର ସ୍ୱପ୍ନର ସହିତ ଆମର ଭାରତ ସାମୂହିକତାର ଶକ୍ତିକୁ ଆଧାର କରି ଆଗକୁ ବଢ଼ି ଚାଲିଛି ।

ଆଜି ଆମର ଆଧ୍ୟାତ୍ମିକ ଶକ୍ତି, ଆମର ଆଚାର୍ଯ୍ୟ, ଆମର ସନ୍ଥମାନେ ମିଳିତ ଭାବେ ଭାରତର ଭବିଷ୍ୟତକୁ ଦିଶା ନିର୍ଦ୍ଦେଶ କରୁଛନ୍ତି ।

ମୋର ପ୍ରାର୍ଥନା, ଆପଣମାନେ ଦେଶର ଏହି ଆଶା ଆକାଂକ୍ଷାକୁ ଦେଶର ପ୍ରୟାସକୁ ବି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ନେଇଯିବାର ଏକ ସକ୍ରିୟ ମାଧ୍ୟମ ବନନ୍ତୁ ।

ସ୍ୱାଧୀନତାର ଅମୃତ କାଳରେ ଦେଶ ଯେଉଁସବୁ ସଂକଳ୍ପର ସହିତ  ଆଗକୁ ଅଗ୍ରସର ହେଉଛି, ତାହା ପର୍ଯ୍ୟାବରଣର ପ୍ରସଙ୍ଗ ହୋଇଥାଉ, ପୋଷଣର ପ୍ରଶ୍ନ ହୋଇଥାଉ କିମ୍ବା ପୁଣି ଗରିବ କଲ୍ୟାଣ ନିମନ୍ତେ ପ୍ରୟାସ ହୋଇଥାଉ, ଏହିସବୁ ସଂକଳ୍ପରେ ଆପଣମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହୁ ।

 

ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣ ସନ୍ଥମାନଙ୍କ ଆଶୀର୍ବାଦରେ ଦେଶର ଏହି ପ୍ରୟାସକୁ ଆହୁରି ଅଧିକ ପ୍ରଭାବୀ କରାଯାଇପାରିବ ଏବଂ ଅଧିକ ସଫଳତା ପ୍ରାପ୍ତ ହୋଇପାରିବ । ଏହି ଭାବନାର ସହିତ, ସମସ୍ତ ସନ୍ଥମାନଙ୍କ ଚରଣରେ ବନ୍ଦନା ପୂର୍ବକ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟର ସହିତ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 08, 2026
August 08, 2026

Infrastructure + Inclusion + Innovation: How PM Modi’s Agenda is Rewiring India’s Growth Engine