ପ୍ରଦାନ କଲେ ସାମୁହିକ ଡିଜିଟାଲ ସ୍ନାତକ ଉପାଧି
“ଆଜି ଦେଶର ଭାବନା ଓ ମନୋଭାବ ଆପଣମାନଙ୍କ ଭଳି। ଆଗରୁ ଯେତେବେଳେ ଭାବନା ଉପର ଠାଉରିଆ କାମ ଭଳି ଥିଲା, ଆଜିର ଚିନ୍ତାଧାରା କାର୍ଯ୍ୟ ଓ ଫଳ ପ୍ରଦାନକାରୀ ଭିତ୍ତିକ”
“ଦେଶ ଅନେକ ସମୟ ହରାଉଛି । ଏହା ମଧ୍ୟରେ ଦୁଇଟି ବଂଶାନୁକ୍ରମିକ ସମୟ ଅତିକ୍ରାନ୍ତ ହୋଇଛି । ତେଣୁ ଆମେ ଆଉ ଦୁଇମିନିଟ୍ ମଧ୍ୟ ନଷ୍ଟ କରି ପାଇବା ନାହିଁ”
“ମୋ କଥା ଯଦି ଅଧୈର୍ଯ୍ୟ ଲାଗୁଛି । ତାହା ଏଇଥିପାଇଁ ଯେ ମୁଁ ଆପଣମାନଙ୍କୁ ଆତ୍ମନିର୍ଭର ଭାରତ ପାଇଁ ଏହିପରି ଅଧୈର୍ଯ୍ୟ ହେବାକୁ ଚାହୁଁଛି । ଆତ୍ମନିର୍ଭର ଭାରତ ହେଉଛି ସମ୍ପୂର୍ଣ୍ଣ ସ୍ୱାଧୀନତାର ମୌଳିକ ଢାଞ୍ଚା, ଯେଉଁଠି ଆମେ କାହା ଉପରେ ନିର୍ଭର କରିବା ନାହିଁ”
“ଯଦି ତୁମେ ଆହ୍ୱାନକୁ ଲକ୍ଷ୍ୟ କରୁଛ, ତେବେ ତୁମେ ହେଲ ଶିକାରୀ ଓ ଆହ୍ୱାନକୁ ତୁମେ ଶିକାର କରିବାକୁ ଚାହୁଁଛ”
“ଯେତେବେଳେ ଆନନ୍ଦ ଓ ଦୟାର ଅଂଶୀଦାର ହେବାର ସମୟ ଆସେ, ସେତେବେଳେ କୌଣସି ପାସୱାର୍ଡ ନ ରଖି ଜୀବନକୁ ଖୋଲା ହୃଦୟରେ ଉପଭୋଗ କର”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୧୨-୨୦୨୧) ଆଇଆଇଟି କାନପୁର ୫୪ତମ ସମାବର୍ତ୍ତନ  ସମାରୋହରେ ଯୋଗଦେଇ ସାମୁହିକ ଭାବେ ଡିଜିଟାଲ ସ୍ନାତକ ଉପାଧି ପ୍ରଦାନ କରିଛନ୍ତି ।

ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି କାନପୁର ନିମନ୍ତେ ଏକ ମହାନ୍ ଦିବସ  କାରଣ ଆଜି କାନପୁର ନଗରୀ ମେଟ୍ରୋ ସୁବିଧା ମଧ୍ୟ ପାଉଛି । ଆହୁରିମଧ୍ୟ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଜରିଆରେ କାନପୁର ବିଶ୍ୱକୁ ମୂଲ୍ୟବାନ ଉପହାର ଦେଇଛି । ଛାତ୍ରଛାତ୍ରୀଙ୍କ ଏହି ସମ୍ମାନଜନକ ଅନୁଷ୍ଠାନରେ ରହଣି ମଧ୍ୟରେ ବିଶେଷକରି ଏଠାରେ ଯୋଗଦେବା ଓ ଉତ୍ତୀର୍ଣ୍ଣ ହେବା ମଧ୍ୟରେ “ଆପଣମାନେ ଏକ ବିରାଟ ପରିବର୍ତ୍ତନ ନିଜ ମଧ୍ୟରେ ଅନୁଭବ କରିପାରୁଥିବେ ।” ଏଠାକୁ ଆସିବା ପୂର୍ବରୁ ମନରେ ଅନେକ ଆଶଙ୍କାର ପ୍ରଶ୍ନବାଚୀ ଥିବ । ହେଲେ ଏବେ ଅଜଣାର କୌଣସି ଭୟ ନ ଥିବ ଓ ଏବେ ସମଗ୍ର ବିଶ୍ୱରେ କିଛି ନା କିଛି ନୂତନ ଆବିଷ୍କାର ପାଇଁ ମନରେ ସାହସ ମଧ୍ୟ ଆସିଯାଇଥିବ । କୌଣସି ଅଜଣା ପ୍ରଶ୍ନବାଚୀ ନ ଥିବ । ବର୍ତ୍ତମାନ ଥିବା କେବଳ ସବୁଠାରୁ ଉତ୍ତମ ଅନୁସନ୍ଧାନ ଓ ସମଗ୍ର ବିଶ୍ୱରେ ଅଗ୍ରଣୀ ହେବାର ସ୍ୱପ୍ନ” ବୋଲି ସେ କହିଥିଲେ । କାନପୁର ଐତିହାସିକ ଓ ସାମାଜିକ ଇଚ୍ଛାପତ୍ର ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କାନପୁର ବିବିଧତା ଦୃଷ୍ଟିରୁ ସମଗ୍ର ଦେଶରେ କେତେକ ନଗରୀ ମଧ୍ୟରେ ଅନ୍ୟତମ ।  “ସତୀଚଉରା ଘାଟରୁ ମଜାରୀ ପଶି, ନାନା ସାହେବଠାରୁ ବଟୁକେଶ୍ୱର ଦତ୍ତ ପର୍ଯ୍ୟନ୍ତ ଯେତେବେଳେ ଆମେ ନଗରୀ ପରିକ୍ରମା କରୁ ସେତେବେଳେ ଆମେ ଗୌରମମୟ ଅତୀତ ଓ ଆମ ସ୍ୱାଧୀନତା ସଂଗ୍ରାମର ତ୍ୟାଗ ନେଇ ଅବଗତ ହେଉ” ବୋଲି ସେ  ସ୍ମୃତିଚାରଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଜୀବନରେ ବର୍ତ୍ତମାନର ଗୁରୁ୍‌ତ୍ୱ ଉପରେ ଆଲୋକପାତ କରିଥିଲେ। ସେ ବିଂଶ ଶତାବ୍ଦୀର ତିରିଶ ଦଶକ ଉପରେ ସବିଶେଷ କହିଥିଲେ । “ଯେଉଁମାନେ ସେତେବେଳେ ୨୦ରୁ ୨୫ବର୍ଷ ମଧ୍ୟରେ ଥିଲେ ନିଶ୍ଚିତ ସେମାନେ ୧୯୪୭ ସ୍ୱାଧୀନତା ହାସଲ ସମୟ ଅତିବାହିତ କରିଥିବେ । ସେତେବେଳେ ତାହା ସେମାନଙ୍କ ଜୀବନର ସ୍ୱର୍ଣ୍ଣିମ ସମୟ ରହିଥିବ । ଆଜି ତୁମେମାନେ ମଧ୍ୟ ସେହିଭଳି ଏକ ସ୍ୱର୍ଣ୍ଣିମ ଯୁଗ ଆଡେ ପାଦ ଥାପିଛି । ଯେମିତି ବର୍ତ୍ତମାନ ଦେଶ ପାଇଁ ଅମୃତକାଳ ସେହିପରି ତୁମ ଜୀବନର ମଧ୍ୟ ଅମୃତକାଳ’ ବୋଲି ସେ କହିଥିଲେ ।

ଆଇଆଇଟି କାନପୁରର ସଫଳତା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଆଜି ବୈଷୟିକ ଦୃଶ୍ୟପଟ କେବଳ ପେଶାଦାରମାନଙ୍କ ପାଇଁ  । କୃତ୍ରିମ ମେଧା, ଶକ୍ତି, ଜଳବାୟୁ ସମସ୍ୟା, ସ୍ୱାସ୍ଥ୍ୟବସ୍ଥା ସମାଧାନରେ ବୈଷୟିକ ଜ୍ଞାନ ଓ ବିପର୍ଯ୍ୟୟ ପରିଚାଳନା ବିଷୟକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏଗୁଡିକ କେବଳ ତମମାନଙ୍କର ଦାୟିତ୍ୱ ନୁହଁ ଏଗୁଡିକ ବଂଶାନୁକ୍ରମିକ ସ୍ୱପ୍ନ ଯାହାକୁ ତୁମେମାନଙ୍କ ସୌଭାଗ୍ୟ ଯେ ସେଗୁଡିକୁ ସାକାର କହିବ । ବର୍ତ୍ତମାନ ସମୟ ହେଉଛି ଜୀବନର ଲକ୍ଷ୍ୟ ଓ ନିଜର ସମସ୍ତ ଶକ୍ତି ଘଟାଇ ତୁମକୁ ତାହା ହାସଲ କରିବାକୁ ହେବ ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ ଯେ ଏକ ବିଂଶ ଶତାବ୍ଦୀ ହେଉଛିି ସମ୍ପୂର୍ଣ୍ଣଭାବେ ବୈଷୟିକ ଜ୍ଞାନଯୁକ୍ତ । ଏହି ଯୁଗରେ ପ୍ରଯୁକ୍ତି ବିଦ୍ୟା ବିଭିନ୍ନ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବ । ଗୋଟିଏ ଦୃଷ୍ଟିରୁ କହିଲେ ବିନା ପ୍ରଯୁକ୍ତିରେ ଜୀବନର କୌଣସି ମାନେ ନାହିଁ । ପ୍ରଧାନମନ୍ତ୍ରୀ ଜାତୀୟ ଭାବଧାରା ଛାତ୍ରଛାତ୍ରୀଙ୍କୁ ଜଣାଇ ଦେଇଥିଲେ ।

ସେ କହିଥିଲେ ଯେ “ଆଜି ଦେଶର ଭାବନା ଓ ମତିଗତି ଆପଣମାନଙ୍କ ସହ ସମାନ । ଆଗରୁ ଭାବନା ଉପର ଠାଉରିଆ କାମ ଭଳି ଥିବାବେଳେ, ଆଜିର ଚିନ୍ତାଧାରା କାର୍ଯ୍ୟ ଓ ଫଳ ପ୍ରଦାନକାରୀ ଭିତିକ । ଆଗରୁ ଯେତେବେଳେ ଗୋଟେ ସମସ୍ୟାରୁ ମୁକୁଳିବା ପାଇଁ ବାଟ ଖୋଜା ଯାଉଥିଲା, ଆଜି ସମସ୍ୟା ସମାଧାନ ନିମନ୍ତେ ସଂକଳ୍ପ ନିଆଯାଉଛି ।”

ପ୍ରଧାନମନ୍ତ୍ରୀ ଦୁଃଖପ୍ରକାଶ କରି କହିଥିଲେ ଯେ ଆମେ ଅନେକ ସମୟ ହରାଇଛୁ । ସ୍ୱାଧୀନତାର ୨୫ତମ ବାର୍ଷିକୀଠାରୁ ଦେଶ ଗଠନ ପାଇଁ ଅନେକ କିଛି କରାଯାଇପାରିଥାନ୍ତା । “ଯେତେବେଳେ ଦେଶ ସ୍ୱାଧୀନତାର ୨୫ବର୍ଷରେ ପଦାର୍ପଣ କଲା, ସେତେବେଳେ ଆମେ ନିଜ ପାଦରେ ଠିଆ ହେବା ପାଇଁ ଅନେକ କିଛି କରିପାରିଥାନ୍ତୁ । ସେବେଠାରୁ ଅନେକ ବିଳମ୍ବ ହୋଇଛି ଓ ଦେଶ ବହୁ ମୂଲ୍ୟବାନ ସମୟ ହରାଇଛି । ୟା ମଧ୍ୟରେ ଦୁଇଟି ବଂଶ ଅତିକ୍ରମ ହୋଇଯାଇଛି ଓ ଆମେ ଆଉ ଦୁଇ କ୍ଷଣ ମଧ୍ୟ ଅପଚୟ କରିବ ନାହିଁ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋ କଥା ଯଦି ଅଧୈର୍ଯ୍ୟପୂର୍ଣ୍ଣ ଲାଗୁଛି ତେବେ ଏଇଥିପାଇଁ ଯେ ମୁଁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ “ଏକ ଆତ୍ମନିର୍ଭର ଭାରତ ପାଇଁ ଏହିପରି ଅଧୈର୍ଯ୍ୟ ହେବାକୁ ଚାହୁଁଛି  । ଆତ୍ମନିର୍ଭରତ ଭାରତ ହେଉଛି ସମ୍ପୂର୍ଣ୍ଣ ସ୍ୱାଧୀନତାର ମୌଳିକ ଢାଂଚା, ଯେଉଁଠି ଆମକୁ ଆଉ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ । ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ପ୍ରତ୍ୟେକ ଦେଶକୁ ଏକ ବାର୍ତ୍ତା ଦେବାର ଅଛି, ଏକ ଲକ୍ଷ୍ୟ ସାଧନ କରିବାର ଅଛି । ଭାଗ୍ୟ  ଯେଉଁଆଡେ ନେବ ସେଠାରେ ପହଂଚିବାର ଅଛି । ଆମେ ଯଦି ଆତ୍ମନିର୍ଭର ନହେବା, ଆମ ଦେଶ କିପରି ଏହାର ଲକ୍ଷ୍ୟ ହାସଲ କରିବ, ଆମେ ଆମର ଲକ୍ଷ୍ୟସ୍ଥଳରେ ପହଚିଂବା କିପରି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଟଳ ଇନୋଭେସନ ମିଶନ, ପ୍ରଧାନମନ୍ତ୍ରୀ  ଗବେଷଣା ଫେଲୋସିପ୍ ଏବଂ ଜାତୀୟ ଶିକ୍ଷାନୀତି ପାଇଁ ନୂତନ ବାତାବରଣ ଓ ସୁଯୋଗ ସୃଷ୍ଟି ହେଉଛି । ବ୍ୟବସାୟରେ ସୁଗମତା ଓ ନୀତିଗତ ବାଧାବିଘ୍ନ ହଟିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି । ଏହି ୭୫ତମ ସ୍ୱାଧୀନତା ଦିବସ ବର୍ଷରେ ଭାରତରେ ୭୫ରୁ ଅଧିକ ୟୁନିକର୍ଣ୍ଣ, ୫୦ହଜାରରୁ ଅଧିକ ଷ୍ଟାର୍ଟଅପ୍ ଓ ସେଥିରୁ ଦଶହଜାର କେବଳ ଗତ ଛଅମାସ ମଧ୍ୟରେ ଆସିଛି । ଆଜି ଭାରତ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଷ୍ଟାର୍ଟଅପ  ପେଣ୍ଠଭାବେ ଉଭା ହୋଇଛି । ଆଇଆଇଟି ର ଛାତ୍ରଛାତ୍ରୀ ଏହା ଆରମ୍ଭ କରିଛନ୍ତି । ବିଶ୍ୱରେ  ଭାରତର ଟେକ ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ତାଙ୍କର ଇଚ୍ଛା ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦେଇଛନ୍ତି, “ଭାରତୀୟ କମ୍ପାନୀ ଓ ଭାରତୀୟ ସାମଗ୍ରୀ ବିଶ୍ୱବିଦିତ ହେବାକୁ କେଉଁ ଭାରତୀୟ ନ ଚାହିଁବ? ଯେ ଆଇଆଇଟିକୁ ଚିହ୍ନିଛି ସେ ମେଧା ଶକ୍ତି କ’ଣ ଜାଣିଛ ପ୍ରଫେସରମାନଙ୍କ ଅକ୍ଲାନ୍ତ ପରିଶ୍ରମ କ’ଣ ଜାଣିଛ ଏହି ଆଇଆଇଟି ଯୁବା ସବୁକିଛି କରିପାରିବେ ବୋଲି ବିଶ୍ୱାସ ରହିଛି ।

ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଆଗରେ ଆରାମକୁ ତ୍ୟାଗ  କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ତୁମେ ଚାହିଁ  କି ନ ଚାହଁ ଜୀବନରେ ଆହ୍ୱାନ ନିଶ୍ଚୟ ଆସିବ । ଯେଉଁମାନେ ସେଥିରୁ ଦୂରେଇ ଯାଆନ୍ତି, ସେମାନେ ତାହାର ଶିକାର ହୁଅନ୍ତି । ଯଦି ତୁମେ ଆହ୍ୱାନର ସମ୍ମୁଖୀନ ହେଉଛ, ତୁମେ ତାହାହେଲେ ଶିକାରୀ ଓ ଆହ୍ୱାନ ତା’ର ଶିକାର ।”

ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ସମ୍ବେଦନଶୀଳତା, ଅନୁସନ୍ଦିତ୍ସ୍‌ୁ ମନୋଭାବ, କଳ୍ପନା ଓ ସୃଜନଶୀଳତା ମନୋଭାବ ଉଦ୍‌ଜୀବିତ କରି ରଖିବାକୁ ପରାମର୍ଶ ଦେଇଥିଲେ । ଏଥିସହ ଅଣ ବୈଷୟିକ ଦିଗ ପ୍ରତି ମଧ୍ୟ ସମ୍ବେଦନଶୀଳ  ହେବାକୁ କହିଥିଲେ । “ଯେତେବେଳେ ଆନନ୍ଦ ଓ ଦୟାର ଅଂଶୀଦାର ହେବାର ସମୟ ଆସେ, ସେତେବେଳେ କୌଣସି ପାସୱାର୍ଡ ନ ରଖି ଜୀବନକୁ ଖୋଲା ହୃଦୟରେ ଉପଭୋଗ କର ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"