“ଭାରତର ବୈଜ୍ଞାନିକ ଗୋଷ୍ଠୀ ଦେଶକୁ ତାହାର ନ୍ୟାଯ୍ୟ ସ୍ଥାନ ଦେଶର ସୁନିଶ୍ଚିତ କରିବେ”
“ଏକବିଂଶ ଶତାବ୍ଦୀର ଭାରତରେ ଉପଲବ୍ଧ ପ୍ରଚୁର ତଥ୍ୟ ବିଜ୍ଞାନକୁ ସାହାଯ୍ୟ କରିବ”
“ଆମର ଭାବନା ବିଜ୍ଞାନ ଦ୍ୱାରା ମହିଳାକୁ ସଶକ୍ତ କରିବା ନୁହଁ, ବରଂ ମହିଳାଙ୍କ ଅବଦାନ ଦ୍ୱାରା ବିଜ୍ଞାନକୁ ସଶକ୍ତ କରିବା”
“ଅଧିକରୁ ଅଧିକ ମହିଳା ଅଂଶ ଗ୍ରହଣ କରିବା ଅର୍ଥ ଦେଶରେ ମହିଳା ଓ ବିଜ୍ଞାନ ଉଭୟ ଅଗ୍ରଗତି କରୁଛନ୍ତି”
“ବିଜ୍ଞାନର ପ୍ରଚେଷ୍ଟା ସଫଳତାର ଶୀର୍ଷ ଛୁଇଁବ, ଯେତେବେଳେ ତାହା ପରୀକ୍ଷାଗାରରୁ ବାହାରି ଭୂମିରେ ପହଞ୍ଚିôବ ଓ ତାହାର ପ୍ରଭାବ ବୈଶ୍ୱିକ ସ୍ତରରୁ ଆସି ତୃଣମୂଳ ସ୍ତରରେ ପହଞ୍ଚିବ, ଏହାର ପରିସରରେ ଯେତେବେଳେ ପାଠ୍ୟପୁସ୍ତକରୁ ଜମିକୁ ଆସିବ ଓ ପରିବର୍ତ୍ତନ ଗବେଷଣାରୁ ଆସି ପ୍ରକୃତ ଜୀବନରେ ଦୃଶ୍ୟମାନ ହେବ”
“ଭବିଷ୍ୟତ ଦିଗରେ ଦେଶ ପଦକ୍ଷେପ ନେଲେ ଆମେ ଶିଳ୍ପ ୪.୦ରେ ନେତୃତ୍ୱ ନେବା”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦୮ ତମ ଭାରତୀୟ ବିଜ୍ଞାନ କଂଗ୍ରେସ (ଆଇଏସ୍‌ସି)କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି । ଚଳିତବର୍ଷ ଆଇଏସସିର ମୁଖ୍ୟ ବିଷୟବସ୍ତୁ ହେଲା “ମହିଳା ସଶକ୍ତିକରଣ ସହ ସ୍ଥାୟୀ ଓ ନିରନ୍ତର ବିକାଶ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି” ଯାହା ସ୍ଥାୟୀ ଓ ନିରନ୍ତର ବିକାଶ ଓ ମହିଳା ସଶକ୍ତିକରଣ ଓ ଏହାକୁ ହାସଲ କରିବା ଦିଗରେ ବିଜ୍ଞାନ ପ୍ରଯୁକ୍ତିର ଭୂମିକା ଉପରେ ବିଶେଷକରି ଆଲୋଚନା ହେବ । ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗତ ୨୫ବର୍ଷ ମଧ୍ୟରେ ଭାରତୀୟ ବିକାଶ ଗାଥାରେ ବିଜ୍ଞାନର ଭୂମିକା ଉପରେ ଆଲୋକପାତ କରିଥିଲେ ।” ଯେତେବେଳେ ଜାତୀୟ ସେବାର ଉତ୍ସାହ ଜାଗ୍ରତ ହୋଇ ଉଠେ ଅନୁରାଗର ସହ ବିଜ୍ଞାନ ପାଇଁ, ସେତେବେଳେ ଫଳ ମଧ୍ୟ ଅଦ୍ଭୂତ ପୂର୍ବ ହୋଇଥାଏ । ମୁଁ ନିଶ୍ଚିତ ଯେ ଭାରତୀୟ ବିଜ୍ଞାନ ଗୋଷ୍ଠୀ ଆମ ଦେଶ ପାଇଁ ଏହାର ନ୍ୟାଯ୍ୟ ସ୍ଥାନ ନିଶ୍ଚିୟ ହାସଲ କରିବେ” ବୋଲି ସେ କହିଥିଲେ ।

 ତଥ୍ୟ ସଂଗ୍ରହ ଓ ତାହାର ବିଶ୍ଳେଷଣର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପର୍ଯ୍ୟବେକ୍ଷଣ ହେଉଛି ବିଜ୍ଞାନର ମୂଳ ଓ ତାହାକୁ ଉପଜୀବ୍ୟ କରି ବୈଜ୍ଞାନିକ ମାନେ ଆବଶ୍ୟକ ଲକ୍ଷ୍ୟ ହାସଲ କରିଥାନ୍ତି । ଏକବିଂଶ ଶତାଦ୍ଧୀର ଭାରତରେ ପ୍ରଚୁର ତଥ୍ୟ ଓ ପ୍ରଯୁକ୍ତି ଉପଲବ୍ଧ ଓ ଏହା ଭାରତୀୟ ବିଜ୍ଞାନକୁ ସଫଳତାର ଏକ ନୂତନ ଶିଖରରେ ପହଂଚାଇବାରେ ସାହାଯ୍ୟ କରିବ । ସେ ଆହୁରି କହିଥିଲେ ଯେ ତଥ୍ୟ ବିଶ୍ଲେଷଣ ଉଲ୍‌କା ବେଗରେ ଅଗ୍ରଗତି କରୁଛି ଓ ଏହା ତଥ୍ୟକୁ ଗୂଢତତ୍ତ୍ୱ ଓ ବିଶ୍ଳେଷଣକୁ କାର୍ଯ୍ୟକାରୀ ଜ୍ଞାନରେ ପରିଣତ କରିବ । “ ସେ ପାରମ୍ପରିକ ଜ୍ଞାନ ହେଉ ବା ଆଧୁନିକ ବୈଷୟିକ ଜ୍ଞାନ, ପ୍ରତ୍ୟେକ ବୈଜ୍ଞାନିକ ଆବିଷ୍କାରରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି” ବୋଲି ସେ କହିଥିଲେ । ଗବେଷଣା ଲବ୍ଧ ବିକାଶର ବିଭିନ୍ନ ପଦ୍ଧତି ପ୍ରୟୋଗ କରି ବୈଜ୍ଞାନିକ ପ୍ରକ୍ରିୟାକୁ ମଜବୁତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । 

ବିଜ୍ଞାନର ନିକଟତର ହେବା ପାଇଁ ଭାରତର ପୂର୍ବ ନିର୍ଦ୍ଧାରିତ ଜ୍ଞାନ ଯୋଗୁଁ ଭାରତ ବିଶ୍ୱର ପ୍ରମୁଖ ଦେଶଭାବେ ପରିଗଣିତ ହେଉଛି ଓ ୨୦୨୨ର ବୈଶ୍ୱିକ ନବୋନ୍ମେଷ ସୂଚୀରେ ୪୦ତମ ସ୍ଥାନକୁ ଉନ୍ନୀତ ହୋଇଛି । ଭାରତର ସ୍ଥାନ ୨୦୧୫ରେ ୮୧ରେ ଥିଲା । ପିଏଚଡି ଓ ଷ୍ଟାର୍ଟଅପ ବାତାବରଣ ଦୃଷ୍ଟିରୁ ଭାରତ ବିଶ୍ୱର ତୃତୀୟ ସ୍ଥାନରେ ରହିଛି ।

ପ୍ରଧାନମନ୍ତ୍ରୀ ଚଳିତବର୍ଷ ବିଜ୍ଞାନ କଂଗ୍ରେସର କଥାବସ୍ତୁ ଉପରେ ସନ୍ତୋଷ ପ୍ରକଟ କରିଥିଲେ । ଏହା ନିରନ୍ତର ବିକାଶ ସହ ମହିଳା ସଶକ୍ତିକରଣକୁ ଯୋଡିଥିବାରୁ ଏହି ଦୁଇଟିର ସଂପୂରକତା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ତଥାପି ସେ କହିଥିଲେ ଯେ “ଆମେ ବିଜ୍ଞାନ ଜରିଆରେ ମହିଳାଙ୍କୁ ସଶକ୍ତ କରିବା ବୋଲି ଭାବିବା ଅନୁଚିତ ବରଂ ବିଜ୍ଞାନକୁ ମହିଳାଙ୍କ ଅବଦାନ ଦ୍ୱାରା ସଶକ୍ତ କରାଯିବା ଉଚିତ ।”

 ଭାରତକୁ ଜି-୨୦ର ଅଧ୍ୟକ୍ଷତା ସୁଯୋଗ ମିଳିଥିବା କଥାର ସୂଚନା ଦେଇ ପ୍ରଧାନମନ୍ତ୍ରୀ ମହିଳା ନେତୃତ୍ୱାଧୀନ ବିକାଶ ଅଧ୍ୟକ୍ଷଙ୍କ ଦ୍ୱାରା ଉଚ୍ଚ ପ୍ରାଧାନ୍ୟଯୁକ୍ତ ବିଷୟ ହେବ ବୋଲି କହିଥିଲେ । ଗତ ଆଠବର୍ଷ ମଧ୍ୟରେ ପ୍ରଶାସନରୁ ସମାଜ ଓ ଆର୍ଥିକ ବ୍ୟବସ୍ଥା ଉପରେ ଭାରତ ଅସାଧାରଣ ପ୍ରଦର୍ଶନ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳାମାନେ ବିଶ୍ୱକୁ ଦେଇଥିôବା ସେମାନଙ୍କ ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ଷୁଦ୍ର ଶିଳ୍ପରେ ସେମାନଙ୍କ ଅଂଶୀଦାରିତା ହେଉ ବା ଷ୍ଟାର୍ଟ ଅପ କ୍ଷେତ୍ରରେ ନେତୃତ୍ୱ ଭାରତରେ ମୁଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ କରିବାରେ ଏକ ଉଦାହରଣ ସାଜିଛି । ଗବେଷଣା ଓ ବିକାଶ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଦ୍ୱିଗୁଣିତ ହୋଇଛି । “ମହିଳାଙ୍କ ଅଧିକରୁ ଅଧିକ ଅଂଶଗ୍ରହଣ ଦେଶରେ ବିଜ୍ଞାନ ଓ ମହିଳାଙ୍କର ପ୍ରଗତିର ଏକ ପ୍ରମାଣ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ଜ୍ଞାନକୁ କାର୍ଯ୍ୟ ଓ ସାହାଯ୍ୟ ସାମଗ୍ରୀ ପର୍ଯ୍ୟନ୍ତ ପହଞ୍ଚାଇବା ନେଇ ବୈଜ୍ଞାନିକଙ୍କ ଆହ୍ୱାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ । “ବିଜ୍ଞାନ ଯେତେବେଳେ ପରୀକ୍ଷାଗାରରୁ ଯାଇ ସାଧାରଣ ଜୀବନ ଓ ବୈଶ୍ୱିକରୁ ତୃଣମୂଳସ୍ତର ଓ ପରିସର ପାଠ୍ୟପୁସ୍ତକରୁ ଜମି ଓ ଗବେଷଣାରୁ ଦୈନନ୍ଦିନ ଜୀବନରେ ପହଞ୍ôଚିବ ସେତେବେଳେ ଯାଇ ବିଜ୍ଞାନର ଉଦ୍ୟମ ବିରାଟ ସଫଳତା ଛୁଇଁବ ।” ଯେତେବେଳେ ବିଜ୍ଞାନର ସଫଳତା ମଣିଷର ଅଭିଜ୍ଞତା ଓ ପରୀକ୍ଷାର ଦୂରତ୍ୱ ଅତିକ୍ରମ କରିଥାଏ ତାହା ଯୁବପିଢୀକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥାଏ ଯାହା ଫଳରେ ସେମାନେ ବିଜ୍ଞାନର ଭୂମିକା ଉପରେ ସ୍ଥିର ନିଶ୍ଚିତ ହୋଇଯାଆନ୍ତି । ଏହି ଯୁବପୀଢିକୁ ସାହାଯ୍ୟ କରିବା ପାଇଁ ଏକ ଆନୁଷ୍ଠାନିକ ସଂସ୍ଥା ଆବଶ୍ୟକ ହୋଇଥାଏ । ସେହି ଏଭଳି ଆନୁଷ୍ଠାନିକ ସଂସ୍ଥା ଗଠନର ପାଇଁ ସମବେତ ଜନତାଙ୍କୁ ଆହ୍ୱାନ ଦେଇଥିଲେ । ସେ ମେଧା ଅନ୍ୱେଷଣ ଓ ହକାଥନର ଉଦାହରଣ ଦେଇଥିଲେ, ଯାହା ଦ୍ୱାରା ପିଲାମାନଙ୍କ ବିଜ୍ଞାନ ଚିନ୍ତାଧାରା ଆବିଷ୍କାର କରାଯାଇପାରିବ । ଭାରତରେ କ୍ରୀଡାକ୍ଷେତ୍ର ବିଷୟରେ ଅବତାରଣା କରି ପ୍ରଧାନମନ୍ତ୍ରୀ ଆମର ମଜବୁତ୍ ଆନୁଷ୍ଠାନିକ ବ୍ୟବସ୍ଥା ଓ ଗୁରୁ-ଶିଷ୍ୟ ପରମ୍ପରାକୁ ଏଥିପାଇଁ ଶ୍ରେୟ ଦେଇଥିଲେ । ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଏହିି ମନ୍ତ୍ର ସଫଳତା ଆଣି ଦେବ ବୋଲି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । 

ଦେଶରେ ବିଜ୍ଞାନର ବିକାଶ ନିମନ୍ତେ ରାସ୍ତା ଦେଖାଇବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଆବଶ୍ୟକତା ପୂରଣ ସମଗ୍ର ବିଜ୍ଞାନ ସମାଜ ଗୋଷ୍ଠୀର ମୂଳ ଉଦ୍ଦେଶ୍ୟ ହେବା ଆବଶ୍ୟକ । “ବିଜ୍ଞାନ ଭାରତକୁ ଆତ୍ମନିର୍ଭର କରି ଗଢି ତୋଳିବା ଉଚିତ ।” ଶତକଡା ୧୭-୧୮ ଭାଗ ବୈଜ୍ଞାନିକ ସମାଜ ଗୋଷ୍ଠୀର ଥିବାବେଳେ ସେମାନଙ୍କ ବୈଜ୍ଞାନିକ ବିକାଶ ସମଗ୍ର ଜନସଂଖ୍ୟାର ହିତ ସାଧନ କରିବା ଦରକାର । ସମଗ୍ର ମାନବ ଜାତିର ହିତସାଧନ କରୁଥିବା ବିଷୟ ଉପରେ ଗୁରୁତ୍ୱ ଆରୋପ କରିବାକୁ ସେ ନିବେଦନ କରିଥିଲେ । ଦେଶର କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଆବଶ୍ୟକତା ପୂରଣ ନିମନ୍ତେ ଭାରତ ଜାତୀୟ ଉଦ୍‌ଯାନ ମିଶନ ଉପରେ କାର୍ଯ୍ୟ କରୁଛି ଓ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଇଲେକ୍ଟ୍ରୋଲେଜର ଭଳି ଉପକରଣ ଭାରତରେ ତିଆରି ଉପରେ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । 

ପ୍ରଧାନମନ୍ତ୍ରୀ ମଧ୍ୟ ଦେଖାଦେଇଥିବା ନୂଆ ନୂଆ ରୋଗ ଓ ସେଥିପାଇଁ ଟିକା ପ୍ରସ୍ତୁତି ନେଇ ବିଜ୍ଞାନ ଗୋଷ୍ଠୀର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ନୂତନ ଟୀକା ପ୍ରସ୍ତୁତ ନେଇ ଗବେଷଣା ଉପରେ ମଧ୍ୟ ସେ ପରାମର୍ଶ ଦେଇଥିଲେ ।ସମୟୋଜିତ ରୋଗ ନିରୂପଣ ନିମନ୍ତେ ସେ ସମନ୍ୱିତ ରୋଗ ନିରୀକ୍ଷଣ ପଦ୍ଧତି ଉପରେ ଜୋର ଦେଇଥିଲେ । ସେଥିପାଇଁ ସେ ସମସ୍ତ ମନ୍ତ୍ରଣାଳୟର ସମନ୍ୱିତ ଉଦ୍ୟମ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେହିପରି ଲାଇଫ ବା ପରିବେଶ ଜୀବନ ଶୈଳୀ ଅଭିଯାନକୁ ବୈଜ୍ଞାନିକମାନେ ସାହାଯ୍ୟ କରିବାକୁ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତିସଂଘ ୨୦୨୩କୁ ଆନ୍ତର୍ଜାତିକ ବଗଡା ଶସ୍ୟ (ମିଲେଟ)ବର୍ଷ ଭାବେ ଘୋଷଣା କରିବା ପ୍ରତ୍ୟେକ ଭାରତୀୟଙ୍କ ନିମନ୍ତେ ଗର୍ବର ବିଷୟ । ଭାରତରେ ଏହି ବଗଡା ଶସ୍ୟ ଉତ୍ପାଦନ ନିମନ୍ତେ ଜୈବ ପ୍ରଯୁକ୍ତି ବିଦ୍ୟା ଉପଯୋଗ କରି ବୈଜ୍ଞାନିକ ଗୋଷ୍ଠୀ କ୍ରିୟାଶୀଳ ପଦକ୍ଷେପ ନେଇପାରିବ ବୋଲି ସେ କହିଥିଲେ ।

 ପ୍ରଧାନମନ୍ତ୍ରୀ ବର୍ଜ୍ୟବସ୍ତୁ ପରିଚାଳନାରେ ବିଜ୍ଞାନର ଭୂମିକା ଅବତାରଣା କରି ପୌରସଂସ୍ଥାର କଠିନ ବର୍ଜ୍ୟବସ୍ତୁ, ବିଦ୍ୟୁତ ଜନିତ ବର୍ଜ୍ୟ, କୃଷିଜାତ ବର୍ଜ୍ୟ ବୃଦ୍ଧି ପାଉଛି ଓ ସରକାର ଚକ୍ରୀୟ ଅର୍ଥନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି କହିଥିଲେ । 

ଦେଶର ମହାକାଶ କ୍ଷେତ୍ରର ଉନ୍ନତ ସ୍ଥିତି ତଥା ଅଳ୍ପ ମୂଲ୍ୟରେ ଉପଗ୍ରହ ଉଦ୍‌କ୍ଷେପଣ ଯୋଗୁଁ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ର ଆମ ଦେଶକୁ ଏହାର ସେବା ନେବା ପାଇଁ ଆସିବେ । ଦେଶର ଘରୋଇ କମ୍ପାନୀ ଓ ଷ୍ଟାର୍ଟଅପ୍ ମାନେ ଗବେଷଣାୟ ଓ ପରିପାଟୀ ବିଜ୍ଞାନଗାର ଶିକ୍ଷାନୁଷ୍ଠାନଗୁଡିକ ସହ ଯୋଡି ହେବାର ସୁଯୋଗ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । 

କ୍ୱାଣ୍ଟମ କମ୍ପ୍ୟୁଟିଂ ଓ ଭାରତ କିପରି ବିଶ୍ୱରେ ନିଜର ସ୍ଥାନ ବଜାୟ ରଖିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ । “ଭାରତ କ୍ୱାଣ୍ଟମ କମ୍ପ୍ୟୁଟର, ରସାୟନବିଜ୍ଞାନ, ଯୋଗାଯୋଗ, ଦୂର ସମ୍ବେଦୀ, କ୍ରିପ୍ଟୋ ଗ୍ରାଫି ଓ ନୂତନ ବସ୍ତୁ” ଦିଗରେ ଖୁବ୍ ଦୃତ ଅଗ୍ରଗତି କରୁଛି ବୋଲି କହି ପ୍ରଧାନମନ୍ତ୍ରୀ ଯୁବ ବିଜ୍ଞାନୀ ଓ ଗବେଷଣାକାରୀମାନଙ୍‌ୁ କ୍ୱାଣ୍ଟମ କ୍ଷେତ୍ରରେ ବିଶେଷଜ୍ଞତା ହାସଲ କରି ଏହାର ନେତୃତ୍ୱ ନେବାକୁ ଆହ୍ୱାନ କରିଥିଲେ । 

ଶ୍ରୀ ମୋଦୀ ଭବିଷ୍ୟତ ଉପରେ ପ୍ରସ୍ତାବ ଓ ଯେଉଁଠାରେ କୌଣସି କାର୍ଯ୍ୟ ହେଉ ନାହିଁ ତାହା ଉପରେ ଧ୍ୟାନ ଦେବାକୁ ଆହ୍ୱାନ ଜଣାଇଥିଲେ । ସେ ଏ.ଆଇ., ଏ.ଆର. ଓ ଭି.ଆର ଉପରେ ପ୍ରାଧାନ୍ୟ ଦେବାକୁ କହିଥିଲେ । ସେମି କଣ୍ଡକ୍ଟର ଚିପ୍ କ୍ଷେତ୍ରରେ ନବୋନ୍ମେଷ ଆଣି ଭବିଷ୍ୟତ ପାଇଁ ଏବେ ଠାରୁ ପ୍ରସ୍ତୁତି ହେବାକୁ ବିଜ୍ଞାନୀ ଗୋଷ୍ଠୀଙ୍କୁ କହିଥିଲେ । “ଦେଶ ଯଦି ଏସବୁ କ୍ଷେତ୍ରରେ ପଦକ୍ଷେପ ନେବ, ତେବେ ଭାରତ ଶିଳ୍ପ ୪.୦ର ନେତୃତ୍ୱ ନେବ ବୋଲି ସେ କହିଥିଲେ । 

ଭାରତୀୟ ବିଜ୍ଞାନ କଂଗ୍ରେରେ ଭବିଷ୍ୟତ ପାଇଁ ଏକ ମାର୍ଗଦର୍ଶନ ମାନଚିତ୍ର ଉପସ୍ଥାପିତ ହେବ । “ଅମୃତ କାଳରେ ଆମେ ଭାରତକୁ ଆଧୁନିକ ବିଜ୍ଞାନର ଏକ ଅଗ୍ରଗାମୀ ପରୀକ୍ଷାଗାର କରି ଗଢି ତୋଳିବା’ କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । 

ପୃଷ୍ଠଭୂମି:- ଚଳିତବର୍ଷ ଆଇଏସସିର ମୁଖ୍ୟ ବିଷୟ ହେଲା “ସ୍ଥାୟୀ ଓ ନିରନ୍ତର ବିକାଶ ସହ ମହିଳା ସଶକ୍ତିକରଣ ପାଇଁ ବିଜ୍ଞାନ ଓ ବୈଷୟିକ ଜ୍ଞାନ ।” ଏଥିରେ ସ୍ଥାୟୀ ଓ ନିରନ୍ତର ବିକାଶ, ମହିଳା ସଶକ୍ତିକରଣ ଓ ଏହାକୁ ହାସଲ କରିବାରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଭୂମିକା ଉପରେ ମୁଖ୍ୟତଃ ଆଲୋଚନା ହେବ । ଶିକ୍ଷାଦାନ, ଗବେଷଣା ଓ ଶିଳ୍ପ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା କିପରି ବୃଦ୍ଧି ପାଇବ ସେଥିନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ହେବା ସହ ବିଜ୍ଞାନ, ବୈଷୟିକ ଜ୍ଞାନ, ଯାନ୍ତ୍ରିକବିଦ୍ୟା, ଗଣିତ, ଗବେଷଣା, ସୁବିଧା ଓ ଆର୍ଥିକ ସମ୍ପୃକ୍ତି କ୍ଷେତ୍ରରେ ମହିଳାମାନେ କିପରି ସମାନ ସୁବିଧା ପାଇବେ ସେଥିନେଇ ମଧ୍ୟ ଆଲୋଚନା ହେବ । ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ମହିଳାଙ୍କ ଅବଦାନ ନେଇ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଦର୍ଶା ହେବ । 

ଆଇଏସସିରେ ଆଉ କେତେକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନ ଚିନ୍ତାଧାରା ବିକାଶ ନେଇ ଶିଶୁ ବିଜ୍ଞାନ କଂଗ୍ରେସ ମଧ୍ୟ ଆୟୋଜିତ ହେବ । ଜୈବ ଅର୍ଥନୀତିର ବିକାଶ ଓ ଯୁବଗୋଷ୍ଠୀକୁ କୃଷି ପ୍ରତି ଆକର୍ଷିତ କରିବା ପାଇଁ କୃଷକ ବିଜ୍ଞାନ କଂଗ୍ରେସ ମଧ୍ୟ ଆୟୋଜିତ ହେବ । ଆଦିବାସୀ ମହିଳା ସଶକ୍ତିକରଣ ଓ ଭାରତୀୟ ପ୍ରାଚୀନ ବିଜ୍ଞାନର ବୈଜ୍ଞାନିକ ଦିଗ ଉପରେ ଆଲୋକପାତ କରିବା ନିମନ୍ତେ ଆଦିବାସୀ ବିଜ୍ଞାନ କଂଗ୍ରେସ ମଧ୍ୟ ଆୟୋଜିତ ହେବ । 

ଭାରତୀୟ ବିଜ୍ଞାନ କଂଗ୍ରେସର ପ୍ରଥମ ଅଧିବେଶନ ୧୯୧୪ ମସିହାରେ ହୋଇଥିଲା । ଆଇଏସସିର ୧୦୮ତମ ବାର୍ଷିକ ଅଧିବେଶନ ରାଷ୍ଟ୍ରସନ୍ତ ଟୁକାଡୋଜୀ ମହାରାଜ ନାଗପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଛି । ବିଶ୍ୱ ବିଦ୍ୟାଳୟ ଏହାର ଶତବାର୍ଷିକୀ ମଧ୍ୟ ଚଳିତବର୍ଷ ପାଳନ କରୁଛି ।

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Q4 GDP growth seen at 7.3%; CNBC-TV18 poll pegs FY26 at 7.5%

Media Coverage

India's Q4 GDP growth seen at 7.3%; CNBC-TV18 poll pegs FY26 at 7.5%
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.