Prime Minister Modi and Prime Minister Costa of Portugal launch unique Start-up portal
India-Portugal International StartUp Hub to create a mutually supportive entrepreneurial partnership
IPISH to establish a network of honorary ambassadors based in India and Portugal to guide start-ups from both countries

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଲିସବନଠାରେ ଏକ ୟୁନିକ ଷ୍ଟାର୍ଟ-ଅପ ପୋର୍ଟାଲ - ପର୍ତ୍ତୁଗାଲ ଆନ୍ତର୍ଜାତିକ ଷ୍ଟାର୍ଟ-ଅପ ହବର ଶୁଭାରମ୍ଭ କରିଛନ୍ତି । ଷ୍ଟାର୍ଟ-ଅପ ଇଣ୍ଡିଆ ଦ୍ୱାରା ଏହି ଉଦ୍ୟମକୁ ପ୍ରୋତ୍ସାହିତ କରାଯାଇଛି ଏବଂ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏବଂ ଷ୍ଟାର୍ଟ-ଅପ ପର୍ତ୍ତୁଗାଲ ଏହାକୁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଉଭୟ ରାଷ୍ଟ୍ରଙ୍କ ପାରସ୍ପରିକ ସହଯୋଗକ୍ଷମ ଉଦ୍ୟୋଗ ସହଭାଗୀତା ସୃଷ୍ଟି କରିବାରେ ସହାୟକ ହେବ ।

IPISHରେ ଅନେକ ସଂସାଧନ ରହିଛି ଏବଂ ତାହା ବାଙ୍ଗାଲୋର, ଦିଲ୍ଲୀ ଓ ଲିସବନ ଭଳି ଷ୍ଟାର୍ଟ-ଅପ ହଟସ୍ପଟ ସଂକ୍ରାନ୍ତରେ ସବୁ ପ୍ରକାର ସୂଚନା ପ୍ରଦାନ କରିବ । ଏହା ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗ ଯଥା, ଉଭୟ ରାଷ୍ଟ୍ରର ନୀତିନିୟମ, ଟିକସ ଓ ଭିସା ସୁଯୋଗ ଆଦି ସମ୍ପର୍କୀତ ସୂଚନା ଯୋଗାଇବ । ଷ୍ଟାର୍ଟ-ଅପ ଆରମ୍ଭ ନିମନ୍ତେ ଏହି କେନ୍ଦ୍ର ଏକ “Go To Market Guide”ର ମଧ୍ୟ ବିକାଶ ଘଟାଇବ ।

IPISH ଉଭୟ ରାଷ୍ଟ୍ରଙ୍କୁ ପାରସ୍ପରିକ ନୀତି ନିର୍ଦ୍ଧାରଣରେ ସହାୟକ ହେବ ତଥା ବିଭିନ୍ନ ସେକ୍ଟରର ଷ୍ଟାର୍ଟ-ଅପ ନିବେଶକ ଇନକ୍ୟୁବେଟରମାନଙ୍କ ମଧ୍ୟରେ ସହଯୋଗ ସ୍ଥାପନ କରିବ । ପୁନଶ୍ଚ ଉଭୟ ଦେଶରେ ଷ୍ଟାର୍ଟ-ଅପ ଆରମ୍ଭ ନିମନ୍ତେ ମାର୍ଗଦର୍ଶନ କରାଇବା ଦିଗରେ ଅବୈତନିକ ରାଷ୍ଟ୍ରଦୂତମାନଙ୍କ ଏକ ନେଟୱାର୍କର ବିକାଶ ଘଟାଯିବ ଓ ସେମାନେ ନୂଆଦିଲ୍ଲୀ ତଥା ଲିସବନରେ ଅବସ୍ଥାପିତ ହେବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership