ଭିଏତନାମର ଲାଓ-ପିଡିଆର ଠାରେ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟାଫର ଲକ୍ସନଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ।

ଦୁଇ ପ୍ରଧାନମନ୍ତ୍ରୀ ବ୍ୟବସାୟ, ନିବେଶ, ପ୍ରତିରକ୍ଷା, ନବୀକରଣୀୟ ଉର୍ଜା, ଶିକ୍ଷା, ଡାଏରୀ, କୃଷି ପ୍ରଯୁକ୍ତି, କ୍ରୀଡ଼ା, ପର୍ଯ୍ୟଟନ, ଅନ୍ତରୀକ୍ଷ ଏବଂ ଲୋକଙ୍କ ସହ ଲୋକଙ୍କର ଭାବ ବିନିମୟ ଆଦି ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ । କ୍ରମାଗତ ଉଚ୍ଚସ୍ତରୀୟ ସମ୍ପର୍କ ପ୍ରତିଷ୍ଠା କରାଯାଇଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହୋଇପାରିଛି । ଏହି ପ୍ରସଙ୍ଗରେ ସେ ନିକଟରେ ଭାରତର ରାଷ୍ଟ୍ରପତିଙ୍କ ନ୍ୟୁଜିଲାଣ୍ଡ ଗସ୍ତ କଥା ମନେ ପକାଇଥିଲେ, ଯାହାକି ଏକ ବଡ଼ ସଫଳତା ଥିଲା ।

ଆନ୍ତର୍ଜାତିକ ସୌର ମେଣ୍ଟରେ ସାମିଲ ହେବା ନେଇ ନ୍ୟୁଜିଲାଣ୍ଡର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।

ଦୁଇ ପ୍ରଧାନମନ୍ତ୍ରୀ ବହୁପକ୍ଷୀୟ ମଞ୍ଚରେ ସହଯୋଗକୁ ଅଧିକ ମଜବୁତ୍ କରିବା ନେଇ ନିଜ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ଏବଂ ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ଅଧିକ ଶୀର୍ଷକୁ ନେଇଯିବା ଦିଗରେ ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନଙ୍କୁ ସୁବିଧା ଅନୁସାରେ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ, ଯାହାକୁ ସେ ସ୍ୱୀକାର କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways to roll out the first rake of 20 LHB coaches for Bangladesh Railway on August 12

Media Coverage

Indian Railways to roll out the first rake of 20 LHB coaches for Bangladesh Railway on August 12
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 12, 2026
August 12, 2026

India Rising on Every Front: Economic Strength, Global Recognition & Self-Reliance Under PM Modi’s Vision