ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କଟରେ ଓମାନର ମହାମହିମ ସୁଲତାନ ହାଇଥାମ ବିନ ତାରିକଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ରାଜପ୍ରାସାଦରେ ପହଞ୍ଚିବା ପରେ ମହାମହିମ ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହ ଆନୁଷ୍ଠାନିକ ସ୍ୱାଗତ ମଧ୍ୟ କରାଯାଇଥିଲା।

ଦୁଇ ନେତା ସିଧା ସଳଖ ଏବଂ ପ୍ରତିନିଧିମଣ୍ଡଳୀ ସ୍ତରୀୟ ସାକ୍ଷାତ କରିଥିଲେ। ସେମାନେ ବହୁମୁଖୀ ଭାରତ-ଓମାନ ରଣନୈତିକ ଭାଗିଦାରୀର ବିସ୍ତୃତ ସମୀକ୍ଷା କରିବା ସହ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିର ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ, ଭାରତ-ଓମାନ ସମ୍ପର୍କ ପାଇଁ ଏହି ଗସ୍ତ ବିଶେଷ ଗୁରୁତ୍ୱ ବହନ କରୁଛି କାରଣ ଉଭୟ ଦେଶ ଚଳିତ ବର୍ଷ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ ବର୍ଷ ପାଳନ କରୁଛନ୍ତି।

ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ଭାବେ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ରାଜିନାମା (ସିଇପିଏ) ସ୍ୱାକ୍ଷରକୁ ସେମାନେ ସ୍ୱାଗତ କରି କହିଥିଲେ, ଏହା ରଣନୈତିକ ଭାଗିଦାରୀକୁ ଏକ ବଡ଼ ପ୍ରୋତ୍ସାହନ ଦେବ। ଦ୍ୱିପାକ୍ଷିକ ବାଣିଜ୍ୟ ୧୦ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରି ଆଗକୁ ବଢ଼ୁଥିବା ଦ୍ୱିମୁଖୀ ନିବେଶ ଉପରେ ସନ୍ତୋଷ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, ସିଇପିଏ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ଗୁରୁତ୍ୱପୂର୍ଣ୍ଣ ଭାବେ ପ୍ରୋତ୍ସାହିତ କରିବ, ନିଯୁକ୍ତି ସୃଷ୍ଟି କରିବ ଏବଂ ଉଭୟ ଦେଶରେ ଅନେକ ସୁଯୋଗ ଆଣି ଦେବ।

ଦୀର୍ଘକାଳୀନ ଶକ୍ତି ବ୍ୟବସ୍ଥା, ଅକ୍ଷୟ ଶକ୍ତି ଉଦ୍ୟୋଗ ଏବଂ ସବୁଜ ହାଇଡ୍ରୋଜେନ୍ ଏବଂ ସବୁଜ ଆମୋନିଆ ପ୍ରକଳ୍ପ ମାଧ୍ୟମରେ ଶକ୍ତି ସହଯୋଗକୁ ନୂତନ ଦିଗ ଦେବା ଉପରେ ମଧ୍ୟ ନେତାମାନେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଓମାନକୁ ଅନ୍ତର୍ଜାତୀୟ ସୌର ମଞ୍ଚରେ ଯୋଗଦେବା ପାଇଁ ପ୍ରଶଂସା କରିଥିଲେ ଏବଂ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଏବଂ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ପାଇଁ ମିଳିତ ମଞ୍ଚରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, କୃଷି ବିଜ୍ଞାନ, ପଶୁପାଳନ, ମତ୍ସ୍ୟଚାଷ ଏବଂ ମିଲେଟ ଚାଷ କ୍ଷେତ୍ରରେ ସହଯୋଗ ସମେତ କୃଷି ସହଯୋଗରୁ ଦୁଇ ଦେଶ ଲାଭାନ୍ୱିତ ହୋଇପାରିବେ।

ଶିକ୍ଷା କ୍ଷେତ୍ରରେ ସହଯୋଗର ଗୁରୁତ୍ୱକୁ ସ୍ୱୀକାର କରି ଦୁଇ ନେତା ଉଲ୍ଲେଖ କରିଥିଲେ, ଶିକ୍ଷକ ଏବଂ ଗବେଷକଙ୍କ ବିନିମୟ ପାରସ୍ପରିକ ଲାଭଦାୟକ ହେବ।

ଦୁଇ ନେତା ଖାଦ୍ୟ ସୁରକ୍ଷା, ଉତ୍ପାଦନ, ଡିଜିଟାଲ ପ୍ରଯୁକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଲଜିଷ୍ଟିକ୍ସ, ମାନବ-ପୁଞ୍ଜି ବିକାଶ ଏବଂ ମହାକାଶ କ୍ଷେତ୍ରରେ ସହଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ।

 

ଆର୍ଥିକ ସେବା କ୍ଷେତ୍ରରେ, ସେମାନେ ୟୁପିଆଇ ଏବଂ ଓମାନର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା, ରୁପେ କାର୍ଡ ଗ୍ରହଣ ଏବଂ ସ୍ଥାନୀୟ ମୁଦ୍ରାରେ ବ୍ୟବସାୟିକ ସହଯୋଗ ଉପରେ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସାର ଏବଂ କୃଷି ଗବେଷଣା ଉଭୟ ପକ୍ଷ ପାଇଁ ଲାଭପ୍ରଦ କ୍ଷେତ୍ର ଏବଂ ସେମାନେ ମିଳିତ ନିବେଶ ସମେତ ଏହି କ୍ଷେତ୍ରରେ ଅଧିକ ସହଯୋଗ ପାଇଁ କାର୍ଯ୍ୟ କରିବା ଉଚିତ।

ଦୁଇ ନେତା ସାମୁଦ୍ରିକ କ୍ଷେତ୍ର ସମେତ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ଆହୁରି ବୃଦ୍ଧି କରିବା ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଓମାନରେ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ଦିଗରେ ତାଙ୍କର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଉଲ୍ଲେଖ କରିଥିଲେ, ସାମୁଦ୍ରିକ ଐତିହ୍ୟ, ଭାଷା ପ୍ରୋତ୍ସାହନ, ଯୁବ ବିନିମୟ ଏବଂ କ୍ରୀଡ଼ା କ୍ଷେତ୍ରରେ ଅନେକ ନୂତନ ଦ୍ୱିପାକ୍ଷିକ ପଦକ୍ଷେପ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ଦୁଇ ଦେଶ ମଧ୍ୟରେ ରହିଥିବା ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବିଷୟରେ ମଧ୍ୟ ସେମାନେ ଆଲୋଚନା କରିଥିଲେ ଏବଂ ସାମୁଦ୍ରିକ ସଂଗ୍ରହାଳୟ ମଧ୍ୟରେ ସହଯୋଗର ଗୁରୁତ୍ୱ ତଥା କଳାକୃତି ଓ ବିଶେଷଜ୍ଞତା ବିନିମୟ ଉପରେ ଆଲୋକପାତ କରିଥିଲେ।

ଦୁଇ ନେତା ଓମାନ ଭିଜନ ୨୦୪୦ ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ବା ବିକଶିତ ଭାରତ ହେବାର ଭାରତର ଲକ୍ଷ୍ୟ ମଧ୍ୟରେ ସାମଞ୍ଜସ୍ୟକୁ ସ୍ୱାଗତ କରିଥିଲେ ଏବଂ ସେମାନଙ୍କ ଲୋକମାନଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ପରସ୍ପରକୁ ସମର୍ଥନ ଜଣାଇଥିଲେ।

ନେତାମାନେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ମଧ୍ୟ ମତ ବିନିମୟ କରିଥିଲେ ଏବଂ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଏହି ଗସ୍ତ ଅବସରରେ ଉଭୟ ପକ୍ଷ ସିଇପିଏ ବ୍ୟତୀତ ସାମୁଦ୍ରିକ ଐତିହ୍ୟ, ଶିକ୍ଷା, କୃଷି ଏବଂ ମିଲେଟ ଚାଷ କ୍ଷେତ୍ରରେ ରାଜିନାମା ସ୍ୱାକ୍ଷର କରିଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Budget 2026-27 lays blueprint for a future-ready digital ecosystem

Media Coverage

Budget 2026-27 lays blueprint for a future-ready digital ecosystem
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Haryana meets Prime Minister
February 02, 2026

Chief Minister of Haryana, Shri Nayab Saini met the Prime Minister, Shri Narendra Modi, at New Delhi, today.

The Prime Minister posted on X:

"Chief Minister of Haryana, Shri @NayabSainiBJP met Prime Minister @narendramodi."

@cmohry