ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଅଖଣ୍ଡପାଠ ଆୟୋଜନ କରିଥିବା ପ୍ରତିନିଧି ଦଳ ତାଙ୍କୁ ଗୁରୁଦ୍ୱାର ଶ୍ରୀ ବାଲା ସାହିବଜୀଙ୍କ ପ୍ରସାଦ ଓ ଆଶୀଷ ଅର୍ପଣ କଲେ
ପଗଡି ବାନ୍ଧି ଓ ଶିରୋପା ନେଇ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନୀତ କଲେ
ଶିଖ ସମ୍ପ୍ରଦାୟର କଲ୍ୟାଣ ଓ ମର୍ଯ୍ୟାଦା ରକ୍ଷା ପାଇଁ ପଦକ୍ଷେପ ନେଉଥିବାରୁ ପ୍ରତିନିଧିଦଳ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯.୯.୨୦୨୨)ତାଙ୍କର ବାସସ୍ଥାନ ୭, ଲୋକକଲ୍ୟାଣ ମାର୍ଗଠାରେ ଶିଖ୍ ପ୍ରତିନିଧିଦଳକୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଦିଲ୍ଳୀର ଗୁରୁଦ୍ୱାରା ଶ୍ରୀ ବାଲାସାହିବଜୀ ପକ୍ଷରୁ ଏକ “ଅଖଣ୍ଡପାଠ” ଆୟୋଜନ କରାଯାଇଥିଲା । ସେପ୍ଟେମ୍ବର୧୫ତାରିଖଠାରୁ ଆରମ୍ଭ ହୋଇଥିବା ଅଖଣ୍ଡ ପାଠ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ଦିନ ଶେଷ ହୋଇଥିଲା । ଶିଖ୍ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଗୁରୁଦ୍ୱାର ପକ୍ଷରୁ ପ୍ରସାଦ ଓ ଆଶୀଷ ଭେଟି ଦେଇଥିଲେ ।

 ସାକ୍ଷାତ କାଳରେ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ପଗଡି ବାନ୍ଧି ଓ ଏକ ଶିରୋପା ପ୍ରଦାନ କରି ସମ୍ମାନୀତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘଜୀବନ କାମନା କରି ଏକ ପ୍ରାର୍ଥନା ମଧ୍ୟ କରାଯାଇଥିଲା । ଶିଖ୍‌ମାନଙ୍କ କଲ୍ୟାଣ ଓ ମର୍ଯ୍ୟାଦା ରକ୍ଷା ପାଇଁ ପଦକ୍ଷେପ ନେଉଥିବାରୁ ପ୍ରତିନିଧି ଦଳ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଡିସେମ୍ବର ୨୬କୁ “ବୀର ବାଲ ଦିବସ” ଭାବେ ଘୋଷଣା କରିବା,  କର୍ତ୍ତାରପୁର ସାହିବ କରିଡର ପୁନଃ ଉନ୍ମୁକ୍ତ କରିବା, ଗୁରୁଦ୍ୱାର ଗୁଡିକ ଦ୍ୱାରା ଚଳାଯାଉଥିବା ଲାଙ୍ଗର ଉପରୁ ଜିଏସ୍‌ଟି ଛାଡ, ଗୁରୁଗ୍ରନ୍ଥ ସାହିବ ଧର୍ମଗ୍ରନ୍ଥ ଆଫଗାନିସ୍ଥାନରୁ ଭାରତରେ ନିରାପଦରେ ପହଞ୍ଚିବା ଇତ୍ୟାଦି ସୁନିଶ୍ଚିତ କରିବା ଘଟଣା ପ୍ରତିନିଧି ଦଳ ମନେ ପକାଇ ଦେଇଥିଲେ ।

ଏହି ଶିଖ୍ ପ୍ରତିନିଧି ଦଳର ସର୍ବ ଭାରତୀୟ କେନ୍ଦ୍ରୀୟ ଗୁରୁସିଂହ ସଭାରେ ସଭାପତି ଶ୍ରୀ ତିରବିନ୍ଦର ସିଂ ମାରୱା, ସର୍ବଭାରତୀୟ କେନ୍ଦ୍ରୀୟ ଗୁରୁ ସିଂହ ସଭାର କାର୍ଯ୍ୟକରୀ ସଭାପତି ଶ୍ରୀ ବୀର ସିଂ, କେନ୍ଦ୍ରୀୟ ଗୁରୁ ସିଂ ସଭାର ଦିଲ୍ଲୀ ମୁଖ୍ୟ ଶ୍ରୀ ନବୀନ ସିଂ ଭଣ୍ଡାରୀ, ତିଳକ ନଗର ଗୁରୁଦ୍ୱାର ସିଂ ସଭା ସଭାପତି ଶ୍ରୀ ହରବଂଶ ସିଂ, ଗୁରୁଦ୍ୱାର ସିଂ ସଭାର ମୁଖ୍ୟ ଗ୍ରନ୍ଥି ଶ୍ରୀ ରାଜିନ୍ଦର ସିଂ ପ୍ରମୁଖ ସାମିଲ ଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Union Cabinet approves six-lane Dwarka tunnel, Kanpur-Kabrai highway worth Rs 14,115 crore

Media Coverage

Union Cabinet approves six-lane Dwarka tunnel, Kanpur-Kabrai highway worth Rs 14,115 crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 1, 2026
July 01, 2026

PM Modi's Vision: Driving Digital Empowerment, Inclusive Development and India's Global Rise