ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନେତା ରାମଚରଣ, ତାଙ୍କ ପତ୍ନୀ ଶ୍ରୀମତୀ ଉପାସନା କୋନିଡେଲା ଏବଂ ଶ୍ରୀ ଅନିଲ କାମିନେନୀଙ୍କୁ ଭେଟିଛନ୍ତି ।
ବିଶ୍ୱର ପ୍ରଥମ ଆର୍ଚେରୀ ପ୍ରିମିୟର ଲିଗ୍ ଜରିଆରେ ତୀରନ୍ଦାଜୀକୁ ପ୍ରୋତ୍ସାହିତ କରିବାକୁ ସେମାନଙ୍କ ସାମୂହିକ ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀ ଆଲୋଚନା ସମୟରେ ପ୍ରଶଂସା କରିଥିଲେ ।
ଏଭଳି ପଦକ୍ଷେପ ତୀରନ୍ଦାଜୀର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ କରିପାରିବ ଏବଂ ଏହି କ୍ରୀଡ଼ା ପ୍ରତି ଯୁବପିଢ଼ିଙ୍କୁ ଅଧିକ ଆକର୍ଷିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
“ତୁମକୁ, ଉପାସନା ଏବଂ ଅନିଲ କାମିନେନୀ ଗାରୁଙ୍କୁ ଭେଟି ଖୁସି ହେଲି । ତୀରନ୍ଦାଜୀକୁ ଲୋକପ୍ରିୟ କରାଇବା ପାଇଁ ଆପଣମାନଙ୍କର ସାମୂହିକ ପ୍ରଚେଷ୍ଟା ପ୍ରଶଂସନୀୟ ଏବଂ ଅଗଣିତ ଯୁବକଙ୍କୁ ଏହା ଫାଇଦା ଆଣିବ ।
@AlwaysRamCharan
@upasanakonidela”
Glad to have met you, Upasana and Anil Kamineni Garu. Your collective efforts to popularise archery are commendable and will benefit countless youngsters.@AlwaysRamCharan@upasanakonidela https://t.co/Al8aYCv0dY
— Narendra Modi (@narendramodi) October 12, 2025
ఉపాసనగారిని,అనిల్ కామినేనిగారిని కలవడం ఆనందంగా ఉంది. విలువిద్యను ప్రాచుర్యంలోకి తీసుకురావడానికి మీరు చేస్తున్న సమష్టి ప్రయత్నాలు ప్రశంసనీయం. మీరు చేస్తున్న ఈ కృషి ఎంతోమంది యువతకు ప్రయోజనం చేకూరుస్తుంది.@AlwaysRamCharan @upasanakonidela https://t.co/Al8aYCvy3w
— Narendra Modi (@narendramodi) October 12, 2025


