PM Modi felicites crew of INS Arihant, which recently returned from its first deterrence patrol, completing the establishment of the country's survivable nuclear triad
INS Arihant's first deterrence patrol puts India among a handful of countries having the capability to design, construct and operate SSBNs
The success of INS Arihant enhances India’s security needs. It is a major achievement for our entire nation, says PM Modi
The success of INS Arihant gives a fitting response to those who indulge in nuclear blackmail: PM Narendra Modi
India's nuclear triad will be an important pillar of global peace and stability, says Prime Minister Modi
India is a land of peace. Values of togetherness are enshrined in our culture. Peace is our strength, not our weakness: PM Modi
Our nuclear programme must be seen with regard to India’s efforts to further world peace and stability: Prime Minister Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ପ୍ରହାରକାରୀ ତ୍ରିମୁଖ ଅଣୁଅସ୍ତ୍ରବାହୀ ବୁଡାଜାହାଜ (ଏସଏସବିଏନ) ଆଇଏନଏସ ଅରିହନ୍ତର ନାବିକମାନଙ୍କୁ ଭେଟିଛନ୍ତି ।ନିକଟରେ ଏହି ବୁଡାଜାହାଜ ତାର ପ୍ରଥମ ଅବରୋଧି ପଇଁତରା ଅଭ୍ୟାସ (Deterrence Patrol) ସମ୍ପନ୍ନ କରିଛି । ଏହି ବୁଡାଜାହାଜ ନିଜର ଅଭ୍ୟାସରେ ଭାରତର ତ୍ରିମୁଖ ପରମାଣୁ ରକ୍ଷା କାର୍ଯ୍ୟକୁ ସଂପୂର୍ଣ୍ଣ ରୂପେ ପ୍ରତିଷ୍ଠା କରିପାରିଛି ।

ଆଇଏନଏସ ଅରିହନ୍ତର ସଫଳ ଅଭିଯାନ ଦ୍ଵାରା ଭାରତର ପରମାଣୁ ତ୍ରିମୁଖ ପ୍ରତିଷ୍ଠାର ମହତ୍ଵ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଇଏନଏସ ଅରିହନ୍ତର ସମସ୍ତ କର୍ମୀ ଏବଂ ଅଭିଯାନ ସହ ଜଡିତ ବ୍ୟକ୍ତିବିଶେଷମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ଏହି ଉପଲବ୍ଧି ଦ୍ଵାରା ଭାରତ ସେହି ବଛା ବଛା ରାଷ୍ଟ୍ରଗୁଡିକ ମଧ୍ୟରେ ଆଗଧାଡିରେ ଛିଡା ହୋଇପାରିଛି ଯେଉଁମାନେ ଏସଏସବିଏନର ଡିଜାଇନ, ପ୍ରସ୍ତୁତି ଓ ପରିଚାଳନା କରିବାର କ୍ଷମତା ରଖିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ଵଦେଶୀ ଭାବେ ଏସଏସବିଏନର ନିର୍ମାଣ ଏବଂ ଏହାର ସଫଳ ପରିଚାଳନା କ୍ଷମତାର ବିକାଶ ହେଉଛି ଭାରତର ପ୍ରଯୁକ୍ତିଗତ ସାମର୍ଥ୍ୟ ଏବଂ ସମସ୍ତ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ଅଭୂତପୂର୍ବ ସମନ୍ଵୟର ପ୍ରତୀକ । ଦେଶର ସୁରକ୍ଷାକୁ ଅତ୍ୟଧିକ ସୁଦୃଢ କରୁଥିବା ଏହି ଉପଲବ୍ଧି ଲାଗି ସମର୍ପଣ ଓ ପ୍ରତିବଦ୍ଧତାର ସହ କାମ କରିଥିବା ସମସ୍ତ ସମ୍ପୃକ୍ତ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଭାରତର ସୈନିକମାନଙ୍କ ସାହାସ, ସମର୍ପଣ ତଥା ଭାରତୀୟ ବୈଜ୍ଞାନିକମାନଙ୍କ ପ୍ରତିଭା ଓ ପ୍ରତିବଦ୍ଧତାକୁ ଉଚ୍ଚ ପ୍ରଶଂସା କରିଥିଲେ । ଏମାନଙ୍କ ଅବିରତ ପ୍ରୟାସ ଯୋଗୁଁ ପରମାଣୁ ପରିକ୍ଷଣର ବୈଜ୍ଞାନିକ ଉପଲବ୍ଧି ଏକ ଅତ୍ୟନ୍ତ ଜଟିଳ ଏବଂ ବିଶ୍ଵସନୀୟ ପରମାଣୁ ତ୍ରିମୁଖରେ ପରିଣତ ହେବାର ଦୁଷ୍କର କାର୍ଯ୍ୟ ସମ୍ଭବ ହୋଇପାରିଛି । ଏହି ନୂତନ ଉପଲବ୍ଧି ଫଳରେ ଭାରତ ଦ୍ଵାରା ପରମାଣୁ ତ୍ରିମୁଖ ପ୍ରତିଷ୍ଠା କରାଯିବା ଲାଗି ଆବଶ୍ୟକ କ୍ଷମତା ଏବଂ ଦୃଢତା ସମ୍ପର୍କରେ ଉଠିଥିବା ସମସ୍ତ ପ୍ରଶ୍ନ ଓ ସନ୍ଦେହ ଦୂର ହୋଇପାରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଲୋକମାନେ “ଶକ୍ତିମାନ ଭାରତ” (ଶକ୍ତିଶାଳୀ ଭାରତ) ଏବଂ ନୂତନ ଭାରତ ନିର୍ମାଣ ଲାଗି ଆକାଂକ୍ଷା ରଖିଛନ୍ତି । ଏଥିପାଇଁ ଭାରତୀୟମାନେ ଅନବରତ ପ୍ରୟାସ ମାଧ୍ୟମରେ ଅନେକ ଆହ୍ଵାନକୁ ସଫଳତା ପୂର୍ବକ ମୁକାବିଲା କରିଛନ୍ତି । ପ୍ରଧାନମନ୍ତ୍ରୀ ଏଥିପ୍ରତି ମଧ୍ୟ ଗୁରୁତ୍ଵାରୋପ କରିଥିଲେ ଯେ, ଏକ ସଶକ୍ତ ଭାରତ କେବଳ 120 କୋଟିରୁ ଉର୍ଦ୍ଧ୍ଵ ଭାରତୀୟମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ନାହିଁ, ବରଂ ଆଜିର ଅନିଶ୍ଚିତତା ଏବଂ ଆଶଙ୍କାରେ ପରିପୂରଣ ବିଶ୍ଵଶାନ୍ତି ଓ ସ୍ଥିରତା ଲାଗି ଆଧାରସ୍ତମ୍ଭ ପ୍ରତିଷ୍ଠା କରିବ ।

ପ୍ରଧାନମନ୍ତ୍ରୀ ସମସ୍ତ ଉପସ୍ଥିତ ବ୍ୟକ୍ତିବିଶେଷ ତଥା ସେମାନଙ୍କ ପରିବାରବର୍ଗଙ୍କୁ ଦୀପାବଳି ପାଇଁ ଶୁଭକାମନା ମଧ୍ୟ ଜଣାଇଥିଲେ । ସେ ଏହି ଆଶା ମଧ୍ୟ ବ୍ୟକ୍ତ କରିଥିଲେ ଯେ, ଯେପରି ଆଲୋକ ଅନ୍ଧକାର ଏବଂ ଭୟକୁ ଦୂର କରିଥାଏ ସେହିପରି ଆଇଏନଏସ ଅରିହନ୍ତ ମଧ୍ୟ ଦେଶକୁ ନିର୍ଭୟ ପ୍ରଦାନ କରିବ ।

ଏକ ଉତ୍ତରଦାୟୀ ରାଷ୍ଟ୍ରଭାବେ ଦେଶର ପରମାଣୁ କମାଣ୍ଡ ପ୍ରାଧିକରଣ ଅଧୀନରେ ଭାରତ ଏକ ସୁଦୃଢ ପରମାଣୁ କମାଣ୍ଡ ଏବଂ ନିୟନ୍ତ୍ରଣ ଢାଞ୍ଚା, ପ୍ରଭାବଶାଳୀ ସୁରକ୍ଷା ବ୍ୟବସ୍ଥା ଏବଂ ସଂପୂର୍ଣ୍ଣ ରାଜନୈତିକ ନିୟନ୍ତ୍ରଣକୁ ପ୍ରତିଷ୍ଠା କରିଛି । ସ୍ଵର୍ଗତ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀଙ୍କ ଅଧ୍ୟକ୍ଷତାରେ ଗତ 04.01.2003ରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ ବୈଠକରେ ନିର୍ଦ୍ଧାରଣ ହୋଇଥିବା ନୀତି ଅନୁଯାୟୀ ପ୍ରାମାଣିକ ସର୍ବନିମ୍ନ ଅବରୋଧ କ୍ଷମତା ସଂସ୍ଥାପନ ଏବଂ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର ନ କରିବା ଲାଗି ଭାରତ ପ୍ରତିବଦ୍ଧ ପ୍ରକଟ କରିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Akash missile creator hails ‘Make In India’ success in defence sector

Media Coverage

Akash missile creator hails ‘Make In India’ success in defence sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength