ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଆଜି ମେଘାଳୟର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମେଘାଳୟର ଲୋକମାନେ ରାଷ୍ଟ୍ରର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, ରାଜ୍ୟର ସାଂସ୍କୃତିକ ଜୀବନ୍ତତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସାରା ଦେଶରେ ବ୍ୟାପକ ପ୍ରଶଂସା କରାଯାଉଛି।
ଭବିଷ୍ୟତରେ ମେଘାଳୟ ବିକାଶର ନୂତନ ଶିଖରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ।
ପ୍ରଧାନମନ୍ତ୍ରୀ 'ଏକ୍ସ’ରେ ପୋଷ୍ଟ କରିଛନ୍ତି;
"ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ମୁଁ ମେଘାଳୟର ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମେଘାଳୟର ଲୋକମାନେ ଆମ ଦେଶର ବିକାଶରେ ଦୃଢ଼ ଯୋଗଦାନ ଦେଇଛନ୍ତି। ରାଜ୍ୟର ସାଂସ୍କୃତିକ ଜୀବନ୍ତତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବ୍ୟାପକ ଭାବେ ପ୍ରଶଂସା କରାଯାଉଛି। ଭବିଷ୍ୟତରେ ମେଘାଳୟ ବିକାଶର ନୂତନ ଶିଖରରେ ପହଞ୍ଚୁ "
I convey my heartfelt greetings to the people of Meghalaya on their Statehood Day. The people of Meghalaya have made strong contributions to the development of our nation. The state’s cultural vibrancy and scenic beauty are widely admired. May Meghalaya keep scaling new heights…
— Narendra Modi (@narendramodi) January 21, 2026


