ସ୍ୱାମୀ ବିବେକାନନ୍ଦଙ୍କ ନେତୃତ୍ୱ ମନ୍ତ୍ର ବା ପରାମର୍ଶକୁ ଅନୁସରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ବ୍ୟକ୍ତି ଓ ଅନୁଷ୍ଠାନ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ମଧ୍ୟ ଏହି ମହାନ୍‍ ସନ୍ଥଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଦ୍ୱିତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବର ସମାବର୍ତ୍ତନ ସମାରୋହରେ ଉଦ୍‍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଆଜି ଏ ବିଷୟ ଉଲ୍ଲେଖ କରିବା ସହ ସ୍ୱାମୀ ବିବେକାନନ୍ଦ କିପରି ବ୍ୟକ୍ତିଗତ ବିକାଶଠାରୁ ଆରମ୍ଭ କରି ଅନୁଷ୍ଠାନ ନିର୍ମାଣ ଭଳି ନାନାବିଧ କାର୍ଯ୍ୟ କରିଯାଇଛନ୍ତି ତାହାର ଅବତାରଣା କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ବିବେକାନନ୍ଦଙ୍କ ବ୍ୟକ୍ତି ଓ ଅନୁଷ୍ଠାନ ନିର୍ମାଣଚକ୍ର ବେଶ୍‍ ଉଲ୍ଲେଖନୀୟ ଥିଲା । ଯେଉଁ ବ୍ୟକ୍ତିବିଶେଷ ସ୍ୱାମୀଜୀଙ୍କ ପ୍ରଭାବ ପରିସରର ଅନ୍ତର୍ଭୁକ୍ତ ହୋଇ ବିଭିନ୍ନ ଅନୁଷ୍ଠାନ ତିଆରି କରୁଥିଲେ, ସମୟକ୍ରମେ ସେହିସବୁ ଅନୁଷ୍ଠାନ ନୂଆ ଅନୁଷ୍ଠାନ ନିର୍ମାତାଙ୍କୁ ତିଆରି କରିଥିଲା । ଏହି କ୍ରମରେ ସେ ବିଭିନ୍ନ ପ୍ରକାର ବ୍ୟକ୍ତିତ୍ୱ ନିର୍ମାଣ ଓ ଅନୁଷ୍ଠାନ ନିର୍ମାଣଚକ୍ରମାନ କାର୍ଯ୍ୟକାରୀ କରିଥିଲେ । ଏହା ଭାରତ ପାଇଁ ଏକ ବିରାଟ ଶକ୍ତିରେ ପରିଣତ ହୋଇଛି । ଏଥିରେ ଉଦ୍ୟମିତା କିପରି ତିଆରି ହୁଏ ତାହାର ମଧ୍ୟ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଯେ ଜଣେ ବ୍ୟକ୍ତିଦ୍ୱାରା ବଡ଼ ବଡ଼ କଂପାନୀ ତିଆରି ହୁଏ ଏବଂ ସେହିସବୁ କଂପାନୀର ପରିବେଶ ଚମତ୍କାର ବ୍ୟକ୍ତିତ୍ୱଙ୍କୁ ଗଢିତୋଳେ; ଯେଉଁମାନେ ନିଜ ବୁଦ୍ଧିବିଦ୍ୟାରେ ନୂଆ ନୂଆ କଂପାନୀ ବା ଉଦ୍ୟୋଗ ତିଆରି କରନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ନୂତନ ଜାତୀୟ ଶିକ୍ଷାନୀତିର ଉଦାହରଣ ଦେଇ କହିଛନ୍ତି ଯେ ଏଥିରେ ନବସୃଜନ, ଅଭିନବ ଶିକ୍ଷା ଓ ନମନୀୟତା ଆଦି ବିଷୟ ରହିଛି । ତାହାର ସୁଯୋଗ ନେଇ ନିଜକୁ ଗଢିବାକୁ ଯୁବ ସମାଜକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ଉତ୍ତମ ବ୍ୟକ୍ତି ନିର୍ମାଣ କରିବା ଏବଂ ସେମାନଙ୍କର ଆଶା ଆକାଂକ୍ଷା, ଦକ୍ଷତା, ବିଚାର ଓ ରୁଚିକୁ ଅଗ୍ରାଧିକାର ଦେବା ଏହି ଶିକ୍ଷାନୀତିର ଉଦ୍ଦେଶ୍ୟ । ଉତ୍ତମ ଶିକ୍ଷା ଓ ଉଦ୍ୟମିତା ବିକାଶର ସୁଯୋଗ ଆମ ଦେଶର ନାଗରିକମାନଙ୍କୁ ଯୋଗାଇ ଦିଆଯାଉଛି । ଆମେ ଏକ ପରିତନ୍ତ୍ର ତିଆରି କରିବାକୁ ଚେଷ୍ଟିତ, ଯେଉଁଥିରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍‍ଧ । ଫଳରେ ଆମ ଯୁବ ସମାଜ ନିଜର ଆଶା ଆକାଂକ୍ଷା ପୂରଣ କରିବା ପାଇଁ ବିଦେଶ ପ୍ରତି ଆଗ୍ରହୀ ହେବ ନାହିଁ ବୋଲି ସେ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ହିଁ ବିଶ୍ୱାସ, ସ୍ୱଚ୍ଛ ହୃଦୟ, ଭୟ ଶୂନ୍ୟତା, ସାହସ ଆଦି ଯୁବ ସମାଜର ଧ୍ୟେୟ ହେଉ ବୋଲି ଚାହୁଁଥିଲେ ଏବଂ ତାହା ଉପରେ ରାଷ୍ଟ୍ରର ଭିତ୍ତିଭୂମି ଗଢିବାକୁ ତାଙ୍କର ଲକ୍ଷ୍ୟ ଥିଲା । ଉପସ୍ଥିତ ଯୁବକଯୁବତୀଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ମନ୍ତ୍ର ପ୍ରଦାନକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଶାରିରୀକ ସୁସ୍ଥସବଳତା ପାଇଁ ସ୍ୱାମୀଜୀ ଲୁହାର ମାଂସପେଶୀ ଓ ଇସ୍ପାତର ସ୍ନାୟୁତନ୍ତ୍ର କଥା କହିଥିଲେ । ତାହାକୁ ଦୃଷ୍ଟିରେ ରଖି ଭାରତ ସରକାର ଫିଟ୍‍ ଇଣ୍ଡିଆ ଆନ୍ଦୋଳନ ମାଧ୍ୟମରେ ଯୋଗକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଖେଳକୁଦ ପାଇଁ ଆଧୁନିକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ବ୍ୟକ୍ତିତ୍ୱ ବିକାଶ ପାଇଁ ସ୍ୱାମୀଜୀ କହିଥିଲେ ଯେ ‘ନିଜ ଉପରେ ବିଶ୍ୱାସ ରଖ’ ଏବଂ ନେତୃତ୍ୱ ଓ ଦଳଗତ କାର୍ଯ୍ୟ ସଂପର୍କରେ ତାଙ୍କର ମତ ଥିଲା ‘ସମସ୍ତଙ୍କୁ ବିଶ୍ୱାସ କର ।’ ଏହି ମନ୍ତ୍ର ଯୁବ ସମାଜର ଧ୍ୟେୟ ହେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
National Technology Day Special: India’s patent boom is rewiring the auto industry

Media Coverage

National Technology Day Special: India’s patent boom is rewiring the auto industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 12, 2026
May 12, 2026

Building a Trusted India: Modi's Leadership in Finance, Manufacturing, and Global Partnerships