ରାଜନୀତିରେ ଗଠନମୂଳକ ଓ ନିଃସ୍ୱାର୍ଥପର ଅବଦାନ ରଖିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ଆଜି ଦ୍ୱିତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଥାର୍ଥ ପରିବର୍ତ୍ତନ ଆଣିବା ପାଇଁ ରାଜନୀତି ଏକ ବଡ଼ ମାଧ୍ୟମ । ଅନ୍ୟ ସମସ୍ତ କ୍ଷେତ୍ର ଭଳି ରାଜନୀତିରେ ମଧ୍ୟ ଯୁବକଯୁବତୀମାନଙ୍କର ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ । ଯୁବ ସମାଜକୁ ପ୍ରତିଶ୍ରୁତି ଦେଇ ସେ କହିଛନ୍ତି ଯେ ଆଜି ରାଜନୀତି କ୍ଷେତ୍ର ଆଉ ତଥାକଥିତ ଦଗାବାଜ ଓ ଭ୍ରଷ୍ଟଙ୍କ କ୍ରୀଡାଭୂମି ହୋଇ ରହିନାହିଁ । ସେ ପୁରୁଣା ବିଚାର ବଦଳିଯାଇଛି । ସାଧୁ ସଚ୍ଚୋଟ ଲୋକମାନେ ଜନସାଧାରଣଙ୍କ ସେବା କରିବା ପାଇଁ ସୁଯୋଗ ପାଉଛନ୍ତି । ଏବେ ସାଧୁତା, ସଚ୍ଚୋଟତା ଓ ପ୍ରଦର୍ଶନ ସମୟର ଆବଶ୍ୟକତା ପାଲଟିଛି ।

ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ରାଜନୀତିରେ ପରିବାରବାଦ ଉପରେ ଦୀର୍ଘ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଦୁର୍ନୀତି ଏବେ ଲୋକଙ୍କ ଉପରେ ଏକ ବୋଝ ପାଲଟିଛି । ଯେଉଁମାନେ ଦୁର୍ନୀତିକୁ ଉତ୍ତରାଧିକାରୀ ସୂତ୍ରରେ ପାଇ ରାଜନୀତିକୁ ଆସିଛନ୍ତି ସେମାନେ ହିଁ ଏହି ସଂସ୍କୃତିକୁ ବଢାଉଛନ୍ତି । ତେବେ ଦେଶ ଏବେ ପରିବାର ରାଜନୀତିଠାରୁ ସାଧୁତା ଓ ସଚ୍ଚୋଟତାକୁ ଅଧିକ ପସନ୍ଦ କରୁଛି ଏବଂ ପ୍ରାର୍ଥୀମାନେ ବୁଝି ପାରୁଛନ୍ତି ଯେ କେବଳ ଭଲ କାମକୁ ହିଁ ଲୋକେ ଗୁରୁତ୍ୱ ଦେଉଛନ୍ତି ।

ରାଜନୀତିରୁ ପରିବାରବାଦର ଉଚ୍ଛେଦ ପାଇଁ ସେ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ପାରିବାରିକ ରାଜନୀତି ଅଯୋଗ୍ୟତା ଓ ଏକଚ୍ଛତ୍ରବାଦ ସୃଷ୍ଟି କରେ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିଥାଏ । ପାରିବାରିକ ରାଜନୀତିରେ ଦେଶ ଅପେକ୍ଷା ପରିବାର ଓ ବଂଶବାଦ ଅଗ୍ରାଧିକାର ପାଏ । ଏଥିରେ ବ୍ୟକ୍ତି ପରିବାରର ସ୍ୱାର୍ଥ ଦେଖେ ଏବଂ ପରିବାର ମଧ୍ୟ ନିଜ ରାଜନୈତିକ ସ୍ୱାର୍ଥକୁ ଅଗ୍ରାଧିକାର ଦିଏ । ସେ କହିଛନ୍ତି ‘ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ନିଜ ପରିବାର ବା ସାଙ୍ଗିଆକୁ ଆଶ୍ରାକରି ନିର୍ବାଚନ ବୈତରଣୀ ପାରହେବା ସୁଯୋଗ ଆଉ ନାହିଁ ; ତଥାପି ପାରିବାରିକ ରାଜନୀତି ବ୍ୟାଧିର ଅବସାନ ଘଟିନାହିଁ । ରାଜନୈତକ ବଂଶବାଦରେ ବ୍ୟକ୍ତି ଓ ବଂଶକୁ ପ୍ରୋତ୍ସାହନ ମିଳେ ଏବଂ ଏଥିରେ ଦେଶର ସ୍ୱାର୍ଥ ଗୌଣ ହୋଇଯାଏ । ଏହା ହିଁ ଭାରତରେ ସାମାଜିକ ଦୁର୍ନୀତିର ପ୍ରମୁଖ କାରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।’

ରାଜନୀତିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଯୁବ ସମାଜକୁ ଆହ୍ୱାନ ଦେବା ସହିତ କହିଛନ୍ତି ଯେ ସେମାନେ ରାଜନୀତିରେ ଭାଗନେଲେ ପାରିବାରିକ ରାଜନୀତିର ଅବସାନ ଘଟିବା ସୁନିଶ୍ଚିତ ହେବ । ‘ଆମ ଗଣତନ୍ତ୍ରକୁ ସୁରକ୍ଷିତ କରିବା ପାଇଁ ଏହା ଅଗ୍ରାଧିକାର ମାଗେ। ତେଣୁ ଆପଣମାନେ ରାଜନୀତିରେ ଭାଗ ନିଅନ୍ତୁ । ଯଦି ଆପଣଙ୍କର ସ୍ୱାମୀ ବିବେକାନନ୍ଦଙ୍କ ଭଳି କେହି ମହାନ୍‍ ଦିଗ୍‍ଦ୍ରଷ୍ଟା ଥାଆନ୍ତି ବା ଆପଣ ଯଦି ସେହିଭଳି ବ୍ୟକ୍ତିଙ୍କ ଆଦର୍ଶରୁ ପ୍ରେରଣା ପାଉଥାନ୍ତି, ତାହାକୁ ପାଥେୟ କରି ଅଗ୍ରସର ହୁଅନ୍ତୁ । ସେ କହିଛନ୍ତି, ‘ହେ ଆମ ଯୁବ ସମାଜର ସଦସ୍ୟଗଣ, ଆସନ୍ତୁ ରାଜନୀତିରେ ଭାଗ ନିଅନ୍ତୁ । ଏହାଦ୍ୱାରା ଦେଶ ସୁଦୃଢ ହେବ ।’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi