ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ସୁଖଦେବ ସିଂ ଧିଣ୍ଡସା ଜୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ‘ଜନସେବାର ଅଭୂତପୂର୍ବ ପ୍ରତିବଦ୍ଧତା ଓ ଅସୀମ ଜ୍ଞାନ ସହ ସେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଥିଲେ । ପଞ୍ଜାବର ତଳସ୍ତରର ଲୋକ ଓ ପରମ୍ପରା ସହ ସେ ସର୍ବଦା ଯୋଡ଼ି ହୋଇ ରହିଥିଲେ ।’ ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଶ୍ରୀ ସୁଖଦେବ ସିଂ ଧିଣ୍ଡସା ଜୀଙ୍କ ପରଲୋକ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଜନସେବାର ଅଭୂତପୂର୍ବ ପ୍ରତିବଦ୍ଧତା ଓ ଅସୀମ ଜ୍ଞାନ ସହ ସେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଥିଲେ । ପଞ୍ଜାବର ତଳସ୍ତରର ଲୋକ ଓ ପରମ୍ପରା ସହ ସେ ସର୍ବଦା ଯୋଡ଼ି ହୋଇ ରହିଥିଲେ । ଗ୍ରାମ୍ୟ ବିକାଶ, ସାମାଜିକ ନ୍ୟାୟ ଏବଂ ସାମଗ୍ରିକ ଅଭିବୃଦ୍ଧି ପ୍ରସଙ୍ଗକୁ ସେ ସବଦା ଗୁରୁତ୍ୱ ଦେଉଥିଲେ । ଆମର ସୋସିଆଲ ଫ୍ୟାବ୍ରିକକୁ ଅଧିକ ଦୃଢ଼ କରିବାକୁ ସେ ସର୍ବଦା କାମ କରୁଥିଲେ । ମୁଁ ବହୁ ବର୍ଷ ଧରି ତାଙ୍କୁ ଜାଣିବାର ସୁଯୋଗ ପାଇଥିଲି, ବିଭିନ୍ନ ପ୍ରସଙ୍ଗରେ ଘନିଷ୍ଠ ଭାବେ ଆଲୋଚନା କରିଥିଲି । ଏଭଳି ଦୁଃଖର ସମୟରେ ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Substance Abuse Takes Youth Away From Their Dreams’: PM Modi Launches Anti-Drug Campaign

Media Coverage

‘Substance Abuse Takes Youth Away From Their Dreams’: PM Modi Launches Anti-Drug Campaign
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026