ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ଷଷ୍ଠ ବୈଠକ

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ର ଷଷ୍ଠ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

ଦେଶକୁ ପ୍ରଭାବିତ କରୁଥିବା ବିପର୍ଯ୍ୟୟର ଫଳପ୍ରଦ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ଏନଡିଏମଏର କାର୍ଯ୍ୟଧାରାର ସମୀକ୍ଷା କରିଥିଲେ । ସେ ମଧ୍ୟ ଏନଡିଏମଏ ଦ୍ୱାରା ଗ୍ରହଣ କରାଯାଇଥିବା ବର୍ତ୍ତମାନର ପ୍ରକଳ୍ପଗୁଡ଼ିକୁ ସମୀକ୍ଷା କରିଥିଲେ ।

ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ଉନ୍ନତ ସମନ୍ୱୟ ସ୍ଥାପିତ କରିବା ଏବଂ ଅଧିକରୁ ଅଧିକ ସଂଯୁକ୍ତ କାର୍ଯ୍ୟଧାରା ଗ୍ରହଣ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ ଯାହାଫଳରେ କି ଧନ-ଜୀବନ ରକ୍ଷା କରିବା ନେଇ ସଠିକ ଢ଼ଙ୍ଗରେ କାର୍ଯ୍ୟ କରାଯାଇ ପାରିବ । ସେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବୈଶ୍ୱିକ ବିଶେଷଜ୍ଞତା ଉପଯୋଗ କରିବାର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ ।

କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହ, ଏନଡିଏମଏର ସଦସ୍ୟବୃନ୍ଦ ଏବଂ ପଦାଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future