The life of a NCC cadet is beyond the uniform, the parade and the camps: PM
The NCC experience offers a glimpse of India, its strength and its diversity: PM
A nation is made by its citizens, youth, farmers, scholars, scientists, workforce, and saints: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC)ର ଏକ ଭବ୍ୟ ସମାବେଶରେ ଯୋଗଦେଇ ସମବେତ କ୍ୟାଡେଟମାନଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କ୍ୟାଡେଟମାନଙ୍କ ଜୀବନ ଶିବିର, ପରେଡ ଅଥବା ୟୁନିଫର୍ମ ମଧ୍ୟରେ ସୀମିତ ନୁହେଁ । ଏହା ବାହାରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି । ଏନସିସିର ଅନୁଭୂତି ଜୀବନରେ ଏକ ମିଶନକୁ ସୂଚିତ କରୁଛି ।



 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏନସିସିର ଅନୁଭୂତି ଏକ ଭାରତୀୟ ଛବିର ଅନୁଭବ ପ୍ରଦାନ କରୁଛି, ଯେଉଁଥିରେ କି ବଳ ଓ ବିବିଧତା ପରିପୂର୍ଣ୍ଣ । ସେ କହିଥିଲେ ଯେ, ସମ୍ରାଟ, ଶାସକ ଓ ସରକାର କେବେହେଲେ ରାଷ୍ଟ୍ରର ପ୍ରତିଶବ୍ଦ ନୁହନ୍ତି । ନାଗରିକ, ଯୁବଗୋଷ୍ଠୀ, ଚାଷୀ, ବିଦ୍ଵାନ, ବିଜ୍ଞାନୀ, ଶ୍ରମଶକ୍ତି, ସାଧୁ ଓ ସୁଧି ସମାଜକୁ ନେଇ ଏକ ସଭ୍ୟ ଓ ସୁସ୍ଥ ରାଷ୍ଟ୍ର ଗଠନ ହୋଇଥାଏ ।



 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏନସିସି କ୍ୟାଡେଟମାନେ ଭାରତର ଏକ ଉଜ୍ଜ୍ଵଳ ଭବିଷ୍ୟ ଲାଗି ପ୍ରେରଣାଦାୟୀ ଆତ୍ମବିଶ୍ଵାସର ପ୍ରତୀକ । ସେମାନେ ଯୁବଶକ୍ତି ମନରେ ଅଫୁରନ୍ତ ଗୌରବ ଭରିଦେଇଥାନ୍ତି ।

 

ଦେଶରେ ସ୍ଵଚ୍ଛତା କାର୍ଯ୍ୟକୁ ଆଗେଇ ନେବାର ଏନସିସିର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେହିପରି ସାଂପ୍ରତିକ ସମାଜରେ ଡିଜିଟାଲ ଆର୍ଥିକ କାରବାରର ଗତିକୁ ଆହୁରି ପରିବ୍ୟାପ୍ତ କରିବା ଲାଗି ସେ ଆହ୍ଵାନ ଦେଇଥିଲେ ।

 

Click here to read the full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's food services market to reach USD 150 billion by FY31, online share to rise to 18%: Report

Media Coverage

India's food services market to reach USD 150 billion by FY31, online share to rise to 18%: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 10, 2026
July 10, 2026

Building Viksit Bharat: PM Modi Accelerating India's Growth at Home and Across the World