ପୁଣେଠାରେ ଡିସେମ୍ବର 7-8, 2019ରେ 54ତମ ପୁଲିସ ମହାନିର୍ଦ୍ଦେଶକ / ନିରୀକ୍ଷକଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଛନ୍ତି । ବିଗତ ଦୁଇ ଦିନ ଧରି ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରି ମୁଲ୍ୟବାନ ପରାମର୍ଶ ଦେବା ସହ ସମ୍ମିଳନୀର ଉଦଯାପନୀ ସମାରୋହକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଟେଲିଜେନ୍ସ ବ୍ୟୁରୋର ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ମତାମତ ଓ ଅନୁଭୂତିର ଆଦାନ ପ୍ରଦାନ ନିମନ୍ତେ ଏହି ସମ୍ମିଳନୀକୁ 2015ଠାରୁ ଦୁଇ ଦିନ ଧରି ଆୟୋଜନ କରାଯାଉଛି । ଏହି ସମ୍ମିଳନୀକୁ ରାଜଧାନୀ ଦିଲ୍ଲୀକୁ ଛାଡି ଦେଶର ଅନ୍ୟ ସହରମାନଙ୍କରେ ଆୟୋଜନ କରାଯାଉଛି । ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ଉପସ୍ଥିତି ଓ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହି ସମ୍ମିଳନୀରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ସାମ୍ପ୍ରତିକ ସୁରକ୍ଷା ପ୍ରସଙ୍ଗରେ ଉପସ୍ଥାପନା ପ୍ରସ୍ତୁତି ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏଥିସହିତ ସମ୍ମିଳନୀ ସମୟରେ ବିଭିନ୍ନ ନୀତିଗତ ବିଷୟ ଉପରେ ଆଲୋଚନା ପାଇଁ ପୃଥକ ଅଧିବେଶନର ଆୟୋଜନ କରାଯାଉଛି । ଚଳିତ ବର୍ଷ ବାହ୍ୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଯଥା ସନ୍ତ୍ରାସବାଦ, ନକ୍ସଲବାଦ, ତଟୀୟ ସୁରକ୍ଷା, ସାଇବର ସୁରକ୍ଷା, ଉଗ୍ରବାଦ ଏବଂ ନିଶା ଦ୍ରବ୍ୟ କାରବାରକୁ ରୋକିବା ଲାଗି 11ଟି ଦଳ ଗଠନ କରାଯାଇ ସମସ୍ତ ପ୍ରସଙ୍ଗରେ ବିଚାର ବିମର୍ଶ କରାଯାଇଥିଲା । 

ନୀତି ପ୍ରସ୍ତୁତି ଏବଂ ପ୍ରଣୟନ ଲାଗି ଏହି ସମ୍ମିଳନୀରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ବିଚାରର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ବଳିଷ୍ଠ ପରିଣାମର ନିଷ୍କର୍ଷ ଉପରେ ଜୋର ଦେଇଥିଲେ ।

ଦେଶରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ଦିଗରେ ପୁଲିସମାନଙ୍କର ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ସେମାନଙ୍କ ସହିତ ସବୁ ସମୟରେ ଦୃଢ ଭାବେ ଛିଡା ହୋଇଥିବା ପରିବାର ବର୍ଗଙ୍କୁ ନ ଭୁଲିବା ପାଇଁ ପରାମର୍ଶ ଦେଇଥିଲେ । ସବୁ ସମୟରେ ସେମାନେ ସମାଜର ସମସ୍ତ ବର୍ଗ ବିଶେଷ କରି ମହିଳା ଓ ଶିଶୁମାନଙ୍କ ମଧ୍ୟରେ ପୁଲିସର ବିଶ୍ଵସନୀୟତାକୁ ବଜାୟ ରଖିବା ନିମନ୍ତେ ଚେଷ୍ଟା ଜାରି ରଖିବା ଉଚିତ ବୋଲି ସେ କହିଥିଲେ । ମହିଳାମାନେ ସୁରକ୍ଷିତ ରହିବା ଦିଗରେ ପୁଲିସ ବିଶେଷ ଧ୍ୟାନ ଦେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ ।

ଏହି ସମ୍ମିଳନୀର ସୁଫଳକୁ ଜାତୀୟରୁ ରାଜ୍ୟ, ଜିଲ୍ଲା ଏବଂ ଥାନାସ୍ତରକୁ ନେବା ଲାଗି ପୁଲିସ ମୁଖ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଭିନ୍ନ ରାଜ୍ୟର ପୁଲିସ ଅଧିକାରୀଙ୍କ ଉପସ୍ଥାପନା ଶୁଣିବା ପରେ ପ୍ରଧାନମନ୍ତ୍ରୀ କହିଥିଲେ, ସମସ୍ତଙ୍କର ବିଚାରକୁ ନେଇ ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରାଯାଉ, ଯାହାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଣୟନ କରିବେ ।

ସକ୍ରିୟ ପୁଲିସ ବ୍ୟବସ୍ଥାର ଗଠନ ଏବଂ ସାଧାରଣ ଜନତାଙ୍କ ପ୍ରତିକ୍ରିୟା ସଂଗ୍ରହ ନିମନ୍ତେ ପ୍ରଯୁକ୍ତି ଏକ ପ୍ରମୁଖ ଅସ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପୂର୍ବୋତ୍ତର ରାଜ୍ୟମାନଙ୍କ ବିକାଶ ପ୍ରତି ତାଙ୍କ ସ୍ଵତନ୍ତ୍ର ଆଗ୍ରହ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପୁଲିସ ମହାନିର୍ଦ୍ଦେଶକମାନଙ୍କୁ ବିଭିନ୍ନ ବିକାଶ ପ୍ରକଳ୍ପ ପ୍ରଣୟନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ନିମନ୍ତେ ଆଗ୍ରହ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅନ୍ତିମ ମନ୍ତବ୍ୟରେ ଦୈନନ୍ଦିନ କାର୍ଯ୍ୟ ଦିବସରେ ଜଣେ ପୁଲିସ ଅଧିକାରୀ ସମ୍ମୁଖୀନ ହେଉଥିବା ଚାପ ଓ ଆହ୍ୱାନ ସମ୍ପର୍କରେ ଉଲ୍ଲେଖ କରିଥିଲେ । ପ୍ରଶାସନିକ ସେବା ପରୀକ୍ଷା ସମୟର ପରିଶ୍ରମ, ନିଷ୍ଠା, ଆଦର୍ଶ ଏବଂ ସମାଜର ସବୁଠାରୁ ଦୁର୍ବଳ ଓ ଗରିବ ଶ୍ରେଣୀର ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଯେକୌଣସି ଘଡିସନ୍ଧି ମୁହୂର୍ତ୍ତରେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph