ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ଆଲିଗଡ ନୋଡର ପ୍ରଦର୍ଶନୀ ମଡେଲ ମଧ୍ୟ ପରିଦର୍ଶନ କରିଛନ୍ତି
ଜାତୀୟ ବୀର ତଥା ଜାତୀୟ ବୀରାଙ୍ଗନାଙ୍କ ବଳିଦାନ ବିଷୟରେ ପୀଢିଙ୍କୁ ଅବଗତ କରାଯାଇନଥିଲା । ଏକବିଂଶ ଶତାବ୍ଦୀର ଭାରତ ବିଂଶ ଶତାବ୍ଦୀର ଏହି ଭୁଲଗୁଡ଼ିକୁ ସଂଶୋଧନ କରୁଛି: ପ୍ରଧାନମନ୍ତ୍ରୀ
ରାଜା ମହେନ୍ଦ୍ର ପ୍ରତାପ ସିଂହ ଜୀଙ୍କ ଜୀବନ, ଆମକୁ ଅଦମ୍ୟ ଇଚ୍ଛା ଏବଂ ଆମର ସ୍ୱପ୍ନକୁ ସାକାର କରିବାକୁ ଯେକୌଣସି ସ୍ତରକୁ ଯିବାକୁ ଶିକ୍ଷା ଦିଏ: ପ୍ରଧାନମନ୍ତ୍ରୀ
ଭାରତ ବିଶ୍ୱର ଏକ ବଡ ପ୍ରତିରକ୍ଷା ଆମଦାନୀକାରୀ ଭାବମୂର୍ତ୍ତିରୁ ମୁକୁଳିବା ଏବଂ ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ରପ୍ତାନିକାରୀଙ୍କ ଏକ ନୂତନ ପରିଚୟ ହାସଲ କରୁଛି: ପ୍ରଧାନମନ୍ତ୍ରୀ
ଉତ୍ତରପ୍ରଦେଶ ଦେଶ ତଥା ବିଶ୍ୱର ପ୍ରତ୍ୟେକ ଛୋଟ ଏବଂ ବଡ ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଭାବରେ ଉଭା ହେଉଛି: ପ୍ରଧାନମନ୍ତ୍ରୀ
ଆଜି ଉତ୍ତରପ୍ରଦେଶ ଡବଲ୍ ଇଞ୍ଜିନ୍ ସରକାରଙ୍କ ଦ୍ୱିଗୁଣ ଲାଭର ଏକ ବଡ଼ ଉଦାହରଣ ପାଲଟିଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲିଗଡରେ ଥିବା ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ପକାଇଛନ୍ତି । ସେ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ଆଲିଗଡ ନୋଡର ପ୍ରଦର୍ଶନୀ ମଡେଲ ଏବଂ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସ୍ୱର୍ଗତ କଲ୍ୟାଣ ସିଂହ ଜୀଙ୍କୁ ସ୍ମରଣ କରିଥିଲେ । ସେ କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ରରେ ଆଲିଗଡର ବୃଦ୍ଧି ପାଉଥିବା ଶକ୍ତି ଏବଂ ଆଲିଗଡରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦେଖି କଲ୍ୟାଣ ସିଂହ ଜୀ ବହୁତ ଖୁସି ହୋଇଥାନ୍ତେ ।

ସ୍ୱାଧୀନତା ଆନ୍ଦୋଳନରେ କେତେଜଣ ଏଭଳି ମହାନ ବ୍ୟକ୍ତିତ୍ୱ ଯିଏ ନିଜର ସର୍ବସ୍ୱ ଦେଇଛନ୍ତି ତାହା ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । କିନ୍ତୁ ଦେଶର ଦୁର୍ଭାଗ୍ୟ ଯେ ସ୍ୱାଧୀନତା ପରେ ଦେଶର ପରବର୍ତ୍ତୀ ପୀଢିମାନେ ଏହିପରି ଜାତୀୟ ବୀର ତଥା ଜାତୀୟ ବୀରାଙ୍ଗନାଙ୍କ ବଳିଦାନ ବିଷୟରେ ଅବଗତ ନଥିଲେ । ଦେଶର ଅନେକ ପୀଢି ସେମାନଙ୍କ କାହାଣୀ ଜାଣିବାରୁ ବଞ୍ଚିତ ହୋଇଥିଲେ ବୋଲି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଏକବିଂଶ ଶତାବ୍ଦୀର ଭାରତ ବିଂଶ ଶତାବ୍ଦୀର ଏହି ଭୁଲଗୁଡ଼ିକୁ ସଂଶୋଧନ କରୁଛି ।

ରାଜା ମହେନ୍ଦ୍ର ପ୍ରତାପ ସିଂ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଯେ, ରାଜା ମହେନ୍ଦ୍ର ପ୍ରତାପ ସିଂହ ଜୀଙ୍କ ଜୀବନ ଆମକୁ ଅଦମ୍ୟ ଇଚ୍ଛା ଏବଂ ଆମର ସ୍ୱପ୍ନକୁ ସାକାର କରିବା ପାଇଁ ଯେକୌଣସି ସ୍ତରକୁ ଯିବାକୁ ଶିକ୍ଷା ଦିଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜା ମହେନ୍ଦ୍ର ପ୍ରତାପ ସିଂହ ଜୀ ଭାରତର ସ୍ୱାଧୀନତା ଚାହୁଁଥିଲେ ଏବଂ ସେ ତାଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଏଥିପାଇଁ ଉତ୍ସର୍ଗ କରିଛନ୍ତି । ଆଜି ଯେତେବେଳେ ଆଜାଦି କା ଅମୃତ ମହୋତ୍ସବ ସମୟରେ ଭାରତ ଶିକ୍ଷା ଏବଂ ବିକାଶ ପଥରେ ଗତି କରୁଛି, ସେତେବେଳେ ମା ଭାରତୀଙ୍କ ଏହି ସୁଯୋଗ୍ୟ ପୁତ୍ରଙ୍କ ନାମରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ତାଙ୍କ ପାଇଁ ପ୍ରକୃତ ‘କାର୍ଯ୍ୟାଞ୍ଜଳି' ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ବିଶ୍ୱବିଦ୍ୟାଳୟ କେବଳ ଉଚ୍ଚଶିକ୍ଷାର ଏକ ବଡ଼ କେନ୍ଦ୍ର ହେବ ନାହିଁ ବରଂ ଆଧୁନିକ ପ୍ରତିରକ୍ଷା ଅଧ୍ୟୟନ, ପ୍ରତିରକ୍ଷା ଉତ୍ପାଦନ ସମ୍ବନ୍ଧୀୟ ପ୍ରଯୁକ୍ତିବିଦ୍ୟା ଏବଂ ମାନବ ବିକାଶର କେନ୍ଦ୍ର ଭାବରେ ଉଭା ହେବ । ସ୍ଥାନୀୟ ଜାତୀୟ ଭାଷାରେ ଦକ୍ଷତା ଏବଂ ଶିକ୍ଷାର ନୂତନ ଜାତୀୟ ଶିକ୍ଷା ନୀତିର ବୈଶିଷ୍ଟ୍ୟ ଏହି ବିଶ୍ୱବିଦ୍ୟାଳୟକୁ ବହୁତ ଲାଭ ଦେବ । 

ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି, କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱ ଆଧୁନିକ ଗ୍ରେନେଡ ଏବଂ ରାଇଫଲଠାରୁ ଯୁଦ୍ଧ ବିମାନ, ଡ୍ରୋନ୍‌, ଯୁଦ୍ଧ ଜାହାଜ ପର୍ଯ୍ୟନ୍ତ ପ୍ରତିରକ୍ଷା ଉପକରଣ ଭାରତ ତିଆରି କରୁଥିବାର ସାକ୍ଷୀ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ବିଶ୍ୱର ଏକ ବଡ ପ୍ରତିରକ୍ଷା ଆମଦାନୀକାରୀଙ୍କ ଭାବମୂର୍ତ୍ତିରୁ ଦୂରେଇ ଯାଉଛି ଏବଂ ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ରପ୍ତାନିକାରୀଙ୍କର ଏକ ନୂତନ ପରିଚୟ ସୃଷ୍ଟି କରିବାକୁ ଯାଉଛି । ଉତ୍ତରପ୍ରଦେଶ ଏହି ପରିବର୍ତ୍ତନର ଏକ ବିରାଟ କେନ୍ଦ୍ର ପାଲଟିଛି ଏବଂ ଉତ୍ତରପ୍ରଦେଶର ସାଂସଦ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏଥିରେ ଗର୍ବିତ ବୋଲି କହିଥିଲେ । ସେ ସୂଚନା ଦେଇଛନ୍ତି ଯେ ଦେଢ ଼ଶହ ପ୍ରତିରକ୍ଷା ଉତ୍ପାଦନକାରୀ କମ୍ପାନୀ ଶହ ଶହ କୋଟି ଟଙ୍କା ବିନିଯୋଗ ସହିତ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବେ । ପ୍ରତିରକ୍ଷା କରିଡର ଆଲିଗଡରେ ଛୋଟ ଅସ୍ତ୍ରଶସ୍ତ୍ର, ଅସ୍ତ୍ରଶସ୍ତ୍ର, ଡ୍ରୋନ୍ ଏବଂ ମହାକାଶ ସମ୍ବନ୍ଧୀୟ ସାମଗ୍ରୀ ଉତ୍ପାଦନକୁ ସମର୍ଥନ କରିବାକୁ ନୂତନ ଶିଳ୍ପ ଆସୁଛି ଏହା ଆଲିଗଡ ଏବଂ ନିକଟବର୍ତ୍ତୀ ଅଞ୍ଚଳକୁ ନୂତନ ପରିଚୟ ଦେବ । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଆଲିଗଡ, ଏହାର ପ୍ରସିଦ୍ଧ ତାଲା ସହିତ ଘର ଏବଂ ଦୋକାନଗୁଡିକର ସୁରକ୍ଷା ପାଇଁ ପ୍ରସିଦ୍ଧି ଥିଲା, ବର୍ତ୍ତମାନ ଉତ୍ପାଦ ସୃଷ୍ଟି ପାଇଁ ମଧ୍ୟ ପ୍ରସିଦ୍ଧ ହେବ ଯାହା ଦେଶର ସୀମାକୁ ସୁରକ୍ଷା କରିବ । ଏହା ଯୁବବର୍ଗ ଏବଂ ଏମଏସଏମଇ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ଆଜି ଉତ୍ତରପ୍ରଦେଶ ଦେଶ ତଥା ବିଶ୍ୱର ପ୍ରତ୍ୟେକ ଛୋଟ ଏବଂ ବଡ ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଭାବରେ ଉଭା ହେଉଛି । ଯେତେବେଳେ ପୁଞ୍ଜି ବିନିଯୋଗ ପାଇଁ ଆବଶ୍ୟକ ପରିବେଶ ସୃଷ୍ଟି ହୁଏ ସେତେବେଳେ ଆବଶ୍ୟକ ସୁବିଧା ଉପଲବ୍ଧ ହୁଏ ବୋଲି ଶ୍ରୀ ମୋଦୀ କହିଛନ୍ତି । ଆଜି ଉତ୍ତରପ୍ରଦେଶ ଡବଲ୍ ଇଞ୍ଜିନ୍ ସରକାରଙ୍କ ଦ୍ୱିଗୁଣ ଲାଭର ଏକ ବଡ଼ ଉଦାହରଣ ପାଲଟିଛି ।

ଯେଉଁ ଉତ୍ତରପ୍ରଦେଶ ଦିନେ ଦେଶର ବିକାଶରେ ପ୍ରତିବନ୍ଧକ ସାଜିଥିଲା ସେହି ସମାନ ଉତ୍ତରପ୍ରଦେଶ ଆଜି ଦେଶର ବିକାଶ ପାଇଁ ଏକ ବଡ ଅଭିଯାନର ନେତୃତ୍ୱ ନେଉଥିବା ଦେଖି ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । 

ପ୍ରଧାନମନ୍ତ୍ରୀ ୨୦୧୭ ପୂର୍ବରୁ ଉତ୍ତରପ୍ରଦେଶର ପରିସ୍ଥିତି ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ୟୁପିର ଲୋକମାନେ କୌଣସି ପ୍ରକାରର ଦୁର୍ନୀତିକୁ ଭୁଲିପାରିବେ ନାହିଁ ଏବଂ ଦୁର୍ନୀତିଗ୍ରସ୍ତଙ୍କୁ ଶାସନ କିପରି ହସ୍ତାନ୍ତର କରାଯାଇଥିଲା । ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗୀ ଜୀଙ୍କ ସରକାର ୟୁପିର ବିକାଶରେ ଆନ୍ତରିକତାର ସହ କାର୍ଯ୍ୟ କରୁଛି । ଏକ ସମୟ ଥିଲା ଯେତେବେଳେ ଏଠାରେ ପ୍ରଶାସନ ଗୁଣ୍ଡା ଏବଂ ମାଫିଆଙ୍କ ଦ୍ୱାରା ପରିଚାଳିତ ହେଉଥିଲା । କିନ୍ତୁ ବର୍ତ୍ତମାନ ଚୋରାଚାଲାଣକାରୀ ଏବଂ ମାଫିଆ ରାଜ୍ ଚଳାଉଥିବା ବ୍ୟକ୍ତିମାନେ ଜେଲରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମହାମାରୀ ସମୟରେ ସବୁଠାରୁ ସମ୍ବେଦନଶୀଳ ବର୍ଗର ସୁରକ୍ଷା ସୁନିଶ୍ଚିତ କରିବାରେ ୟୁପି ସରକାରଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ମହାମାରୀ ସମୟରେ ଦୁର୍ବଳ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଖାଦ୍ୟଶସ୍ୟ କିପରି ଉପଲବ୍ଧ ହୋଇଥିଲା ତାହାକୁ ପ୍ରଶଂସା କରିଥିଲେ । ଅଳ୍ପ ଜମି ଥିବା ଚାଷୀଙ୍କୁ ସହାୟତା ଦେବା କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଭିନ୍ନ ପଦକ୍ଷେପ ମଧ୍ୟରେ ଏମଏସପି ୧.୫ ଗୁଣ ବୃଦ୍ଧି, କିସାନ କ୍ରେଡିଟ କାର୍ଡର ସମ୍ପ୍ରସାରଣ, ବୀମା ଯୋଜନାରେ ଉନ୍ନତି, ୩ ହଜାର ଟଙ୍କା ପେନସନ ପ୍ରଦାନ ଆଦି କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରୁଛି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ରାଜ୍ୟର ଆଖୁ ଚାଷୀଙ୍କୁ ୧ ଲକ୍ଷ ୪୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ସେ କହିଛନ୍ତି ଯେ ପଶ୍ଚିମ ୟୁପିର ଆଖୁ ଚାଷୀମାନେ ପେଟ୍ରୋଲରେ ଇଥାନଲ ମିଶ୍ରଣ ଦ୍ୱାରା ଲାଭ ପାଇବେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
President Droupadi Murmu writes: Let’s hold our teachers in the highest esteem. They help India learn and lead

Media Coverage

President Droupadi Murmu writes: Let’s hold our teachers in the highest esteem. They help India learn and lead
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
September 05, 2026

Prime Minister Narendra Modi will share 'Mann Ki Baat' on Sunday, September 27th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.