ମହାମହିମ, ପ୍ରଧାନମନ୍ତ୍ରୀ ଶେଖ୍‌ହସିନା,

ଉଭୟଦେଶର ପ୍ରତିନିଧି,

ଆମର ମିଡିଆ ଅଂଶୀଦାରମାନେ,

ନମସ୍କାର !

ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଏବଂ ତାଙ୍କପ୍ରତିନିଧି ଦଳକୁ ମୁଁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ପ୍ରାୟ ଗତ ଏକ ବର୍ଷ ମଧ୍ୟରେ ଆମେ ୧୦ ଥର ସାକ୍ଷାତ କରିଛୁ । କିନ୍ତୁ ଆଜିର ବୈଠକ ହେଉଛି ସ୍ୱତନ୍ତ୍ର । କାରଣ ଆମ ସରକାରର ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଆମର ପ୍ରଥମ ରାଷ୍ଟ୍ର ଅତିଥି ।

ବନ୍ଧୁଗଣ,

ବାଂଲାଦେଶ ଆମର ‘ପଡୋଶୀ ପ୍ରଥମ’ ନୀତି, ଆକ୍ଟ ଇଷ୍ଟ ନୀତି, ଭିଜନ ସାଗର ଏବଂ ଇଣ୍ଡୋ - ପାସିଫିକ୍ ଭିଜନ ସଙ୍ଗମ ସ୍ଥଳରେ ଅବସ୍ଥିତ । ଗତ ଏକ ବର୍ଷ ମଧ୍ୟରେ ଆମେ ଜନକଲ୍ୟାଣର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଏକାଠି ସମ୍ପୂର୍ଣ୍ଣ କରିଛୁ । ଭାରତ ଓ ବାଂଲାଦେଶ ମଧ୍ୟରେ ଷଷ୍ଠ ସୀମାପାର ରେଳସଂଯୋଗ ଅଖାଉରା - ଅଗରତାଲା ମଧ୍ୟରେ ଆରମ୍ଭ ହୋଇଛି । ଖୁଲଣା - ମଙ୍ଗଳା ବନ୍ଦର ଦ୍ୱାରା ଭାରତର ଉତ୍ତର - ପୂର୍ବ ରାଜ୍ୟଗୁଡ଼ିକ ପାଇଁ କାର୍ଗୋ ସୁବିଧା ଆରମ୍ଭ ହୋଇଛି । ମଙ୍ଗଳା ବନ୍ଦରକୁ ପ୍ରଥମ ଥର ପାଇଁ ରେଳ ଯୋଗେ ସଂଯୋଗ କରାଯାଇଛି ।

୧୩୨୦ ମେଗାୱାଟ ମୈତ୍ରୀ ଥର୍ମାଲ ପାୱାର ପ୍ଲାଣ୍ଟର ଉଭୟ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ଆରମ୍ଭ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଭାରତୀୟ ଟଙ୍କାରେ ବାଣିଜ୍ୟ ଆରମ୍ଭ ହୋଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ଗଙ୍ଗା ନଦୀରେ ବିଶ୍ୱର ସବୁଠାରୁ ଲମ୍ବା ରିଭର କ୍ରୁଜ୍ ସଫଳତାର ସହ ସମ୍ପନ୍ନ ହୋଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ସୀମାପାର ବନ୍ଧୁତା ପାଇପ୍ ଲାଇନ ସମ୍ପୂର୍ଣ୍ଣ ହୋଇଛି । ଭାରତୀୟ ଗ୍ରିଡ୍ ଦେଇ ନେପାଳରୁ ବାଂଲାଦେଶକୁ ବିଦ୍ୟୁତ୍ ରପ୍ତାନି ଶକ୍ତି କ୍ଷେତ୍ରରେ ଉପ - ଆଞ୍ଚଳିକ ସହଯୋଗର ପ୍ରଥମ ଉଦାହରଣ ପାଲଟିଛି । ଗୋଟିଏ ବର୍ଷରେ, ଏତେ ସଂଖ୍ୟକ ଅଞ୍ଚଳରେ ଏତେ ପରିମାଣର ପଦକ୍ଷେପ କାର୍ଯ୍ୟକାରୀ ହେବା ଆମ ସମ୍ପର୍କର ଗତି ଓ ବ୍ୟାପକତାକୁ ଦର୍ଶାଉଛି ।

ବନ୍ଧୁଗଣ,

ଆଜି ଆମେ ନୂତନ କ୍ଷେତ୍ରରେ ସହଯୋଗ ପାଇଁ ଏକ ଭବିଷ୍ୟତ ଦୃଷ୍ଟିକୋଣ ପ୍ରସ୍ତୁତ କରିଛୁ । ସବୁଜ ଭାଗିଦାରୀ, ଡିଜିଟାଲ ଭାଗିଦାରୀ, ସବୁଜ ଅର୍ଥନୀତି, ମହାକାଶ ଭଳି ଅନେକ କ୍ଷେତ୍ରରେ ସହଯୋଗ ପାଇଁ ହୋଇଥିବା ଚୁକ୍ତି ଦ୍ୱାରା ଉଭୟ ଦେଶର ଯୁବବର୍ଗ ଉପକୃତ ହେବେ । ଭାରତ - ବାଂଲାଦେଶ 'ମୈତ୍ରୀ ସାଟେଲାଇଟ୍‌' ଆମ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇଯିବ । ଯୋଗାଯୋଗ, ବାଣିଜ୍ୟ ଏବଂ ସହଯୋଗ ଉପରେ ଆମେ ଲକ୍ଷ୍ୟ କେନ୍ଦ୍ରୀଭୂତ କରୁଛୁ । ଗତ ୧୦ ବର୍ଷ ମଧ୍ୟରେ ଆମେ ୧୯୬୫ ପୂର୍ବରୁ ଥିବା ଯୋଗାଯୋଗକୁ ପୁନରୁଦ୍ଧାର କରିଛୁ । ଆମେ ବର୍ତ୍ତମାନ ଅଧିକ ଡିଜିଟାଲ ଏବଂ ଶକ୍ତି ସଂଯୋଗ ଉପରେ ଧ୍ୟାନ ଦେବୁ । ଏହାଦ୍ୱାରା ଉଭୟ ଦେଶର ଅର୍ଥନୀତିକୁ ପ୍ରୋତ୍ସାହନ ମିଳିବ । ଆମର ଅର୍ଥନୈତିକ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବା ପାଇଁ ଉଭୟ ପକ୍ଷ ସିଇପିଏ (ସିପା) ଉପରେ ଆଲୋଚନା ଆରମ୍ଭ କରିବାକୁ ରାଜି ହୋଇଛନ୍ତି । ବାଂଲାଦେଶର ସିରାଜଗଞ୍ଜ ଠାରେ ଏକ ଆଭ୍ୟନ୍ତରୀଣ କଣ୍ଟେନର ଡିପୋ ନିର୍ମାଣକୁ ଭାରତ ସମର୍ଥନ ଦେବ ।

ବନ୍ଧୁଗଣ,

ଭାରତ ଓ ବାଂଲାଦେଶକୁ ୫୪ଟି ନଦୀ ସଂଯୋଗ କରିଥାଏ । ବନ୍ୟା ପରିଚାଳନା, ଆଗୁଆ ଚେତାବନୀ ଏବଂ ପାନୀୟ ଜଳ ପ୍ରକଳ୍ପରେ ଆମେ ସହଯୋଗ କରି ଆସୁଛୁ । ୧୯୯୬ରେ ହୋଇଥିବା ଗଙ୍ଗା ଜଳ ଚୁକ୍ତିର ନବୀକରଣ ପାଇଁ ଆମେ ବୈଷୟିକ ସ୍ତରରେ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ । ବାଂଲାଦେଶର ତିସ୍ତା ନଦୀର ସଂରକ୍ଷଣ ଓ ପରିଚାଳନା ନେଇ ଏକ ବୈଷୟିକ ଗୋଷ୍ଠୀ ଖୁବ୍ ଶୀଘ୍ର ବାଂଲାଦେଶ ଗସ୍ତ କରିବ ।

ବନ୍ଧୁଗଣ,

ପ୍ରତିରକ୍ଷା ଉତ୍ପାଦନ ଠାରୁ ଆରମ୍ଭ କରି ସଶସ୍ତ୍ର ବାହିନୀର ଆଧୁନିକୀକରଣ ପର୍ଯ୍ୟନ୍ତ ପ୍ରତିରକ୍ଷା ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ବିସ୍ତୃତ ଆଲୋଚନା କରିଥିଲୁ । ଆତଙ୍କବାଦ ମୁକାବିଲା, ଉଗ୍ରବାଦ ଏବଂ ସୀମାର ଶାନ୍ତିପୂର୍ଣ୍ଣ ପରିଚାଳନା ଉପରେ ଆମର ସମ୍ପର୍କକୁ ସୁଦୃଢ଼ କରିବାକୁ ଆମେ ନିଷ୍ପତ୍ତି ନେଇଛୁ । ଭାରତ ମହାସାଗର ଅଞ୍ଚଳ ପାଇଁ ମଧ୍ୟ ଆମର ସମାନ ଦୃଷ୍ଟିକୋଣ ରହିଛି । ଭାରତ - ପ୍ରଶାନ୍ତ ମହାସାଗର ପଦକ୍ଷେପରେ ସାମିଲ ହେବା ପାଇଁ ବାଂଲାଦେଶର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ବିମ୍‌ଷ୍ଟେକ ସମେତ ଅନ୍ୟ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ଆମେ ଆମର ସହଯୋଗ ଜାରି ରଖିବୁ ।

ବନ୍ଧୁଗଣ,

ଆମର ମିଳିତ ସଂସ୍କୃତି ଏବଂ ଲୋକମାନଙ୍କ ମଧ୍ୟରେ ସ୍ଫୁର୍ତ୍ତିଶୀଳ ଭାବବିନିମୟ ହେଉଛି ଆମ ସମ୍ପର୍କର ମୂଳଦୁଆ । ଆମେ ବୃତ୍ତି, ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ । ଚିକିତ୍ସା ପାଇଁ ବାଂଲାଦେଶରୁ ଭାରତକୁ ଆସୁଥିବା ଲୋକମାନଙ୍କ ପାଇଁ ଭାରତ ଇ – ମେଡିକାଲ ଭିସା ସୁବିଧା ଆରମ୍ଭ କରିବ । ବାଂଲାଦେଶର ଉତ୍ତର - ପଶ୍ଚିମ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ଆମେ ରଙ୍ଗପୁରରେ ଏକ ନୂତନ ଆସିଷ୍ଟାଣ୍ଟ ହାଇକମିଶନ ଖୋଲିବାକୁ ନିଷ୍ପତ୍ତି ନେଇଛୁ । ଆଜି ସନ୍ଧ୍ୟାରେ ଖେଳାଯିବାକୁ ଥିବା କ୍ରିକେଟ ୍ ବିଶ୍ୱକପ୍ ମ୍ୟାଚ୍ ପାଇଁ ମୁଁ ଉଭୟ ଦଳକୁ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ବାଂଲାଦେଶ ହେଉଛ ଭାରତର ବୃହତ୍ତମ ବିକାଶ ସହଯୋଗୀ ଏବଂ ଆମେ ବାଂଲାଦେଶ ସହ ଆମର ସମ୍ପର୍କକୁ ଉଚ୍ଚ ପ୍ରାଥମିକତା ଦେଉଛୁ । ବଙ୍ଗବନ୍ଧୁଙ୍କର ଏକ ସ୍ଥିର, ସମୃଦ୍ଧ ଏବଂ ପ୍ରଗତିଶୀଳ ବାଂଲାଦେଶର ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ଭାରତର ପ୍ରତିବଦ୍ଧତାକୁ ଦୋହରାଉଛି । ୨୦୨୬ରେ ବାଂଲାଦେଶ ବିକାଶଶୀଳ ରାଷ୍ଟ୍ର ହେବାକୁ ଯାଉଛି । "ସୋନାର ବଙ୍ଗଳା"କୁ ନେତୃତ୍ୱ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଅଭିନନ୍ଦନ ଜଣାଉଛି ।ମୋର ବିଶ୍ୱାସ ଯେ ଆମେ ସମସ୍ତେ ମିଶି ' ବିକଶିତ ଭାରତ ୨୦୪୭' ଏବଂ 'ସ୍ମାର୍ଟ ବାଂଲାଦେଶ ୨୦୪୧'ର ସଂକଳ୍ପକୁ ବାସ୍ତବ ରୂପ ଦେବୁ ।

ବହୁତ ବହୁତ ଧନ୍ୟବାଦ ।

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour