India and Cambodia share historic linkages, says the PM
India and Cambodia agree to strengthen ties on economic, social development, capacity building, culture, tourism and trade
India and Cambodia have a shared cultural past, India played a vital role in restoration works of Angkor Vat Temple: PM
India aims to enhance health, connectivity and digital connectivity with Cambodia: PM Modi

ମହାମହିମ କାମ୍ବୋଡିଆ ସାମ୍ରାଜ୍ୟର ପ୍ରଧାନମନ୍ତ୍ରୀ ହୁନ୍‌ ସେନ୍‌,
ପ୍ରତିନିଧି ମଣ୍ଡଳର ସମ୍ମାନୀୟ ସଦସ୍ୟ,
ମାନନୀୟ ଅତିଥିଗଣ, ମିଡିଆର ବନ୍ଧୁଗଣ,
ମହିଳା ଓ ଭଦ୍ର ବ୍ୟକ୍ତିଗଣ,
ନମସ୍କାର ।
ପ୍ରଧାନମନ୍ତ୍ରୀ ହୁନ୍‌ ସେନ୍‌ଙ୍କୁ ପୁଣି ଥରେ ସ୍ୱାଗତ କରି ମୁଁ ବହୁତ ଆନନ୍ଦିତ । ତାଙ୍କର ଏହି ସରକାରୀ ଗସ୍ତ 10 ବର୍ଷ ବ୍ୟବଧାନ ପରେ ପୁଣି ହୋଇଛି । ଯଦିଓ ପ୍ରଧାନମନ୍ତ୍ରୀ ମହୋଦୟ ଆପଣ ସ୍ୱୟଂ ଭାରତ ସହିତ ଭଲଭାବରେ ପରିଚିତ ଅଛନ୍ତି, ଆଉ ଭାରତ ଆପଣଙ୍କ ସହିତ ।

ମୋର ବିଶ୍ୱାସ ଅଛି ଯେ, ଏହି ଯାତ୍ରା ସମୟରେ ଅପଣଙ୍କୁ ଭାରତର ଆର୍ଥିକ ପ୍ରଗତି ଏବଂ ସାମାଜିକ ପରିବର୍ତ୍ତନକୁ ଅତି ନିକଟରୁ ଭଲ ଭାବରେ ଦେଖିବାର ସୁଯୋଗ ମିଳିଛି । 
ଦୁଇ ଦିନ ପୂର୍ବେ ଆମେ ଆସିଆନ ଭାରତ ସ୍ମାରକ ଶିଖର ବୈଠକ କାଳରେ ଆସିଆନ-ଭାରତ ସହଯୋଗ ଉପରେ ବିସ୍ତୃତ ଭାବରେ ଚର୍ଚ୍ଚା କରିଛୁ । ଭାରତ ଏବଂ 10 ଆସିଆନ ଦେଶର ନେତାମାନେ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ ଫଳରେ ଭାରତ ଏବଂ ଆସିଆନ ସହଯୋଗ ଆଗମୀ ବର୍ଷମାନଙ୍କରେ ନୂତନ ଶିଖରକୁ ଛୁଇଁବ ।
ଏହି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ହୁନ୍‌ ସେନ୍‌ ମୋର ନିମନ୍ତ୍ରଣକୁ ସ୍ୱୀକାର କରି ଶିଖର ବୈଠକରେ ଉପସ୍ଥିତ ହୋଇ ଆମର ସମ୍ମାନ ବୃଦ୍ଧି କରିଛନ୍ତି ।
କେବଳ ଏତିକି ନୁହେଁ, ସେ ଶିଖର ବୈଠକ କାଳରେ ବିଚାର-ବିମର୍ଶ ଆଉ ତାହାର ନିର୍ଣ୍ଣୟ କ୍ଷେତ୍ରରେ ବହୁମୂଲ୍ୟ ଯୋଗଦାନ ଦେଇଛନ୍ତି । ଏଥିପାଇଁ ମୁଁ ତାଙ୍କୁ ହୃଦୟର ସହିତ ଧନ୍ୟବାଦ ଦେଉଛି ।

ବନ୍ଧୁଗଣ,
ଭାରତ କାମ୍ବୋଡିଆ ମଧ୍ୟରେ ପୁରାତନ କାଳରୁ ଐତିହାସିକ ସମ୍ବନ୍ଧ ବିଗତ ଶତାବ୍ଦୀର ମଧ୍ୟଭାଗରେ ଆହୁରି ଘନିଷ୍ଠ ହୋଇଥିଲା ଯେତେବେଳେ କାମ୍ବୋଡିଆର ରାଜନୈତିକ ପରିବର୍ତ୍ତନ ସମୟରେ ଭାରତ ନିଜର ପୁରୁଣା ବନ୍ଧୁ ଏବଂ ସେଠାକାର ନାଗରିକମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଥିଲା ।
ପ୍ରଧାନମନ୍ତ୍ରୀ ହୁନ୍‌ ସେନ୍‌ ଏବଂ ମୁଁ ଏହି କଥା ସହିତ ଏକମତ ହେଉଛୁ କି ସମସାମୟିକ ଆବଶ୍ୟକତାଗୁଡିକ ଅନୁସାରେ ଆଜି ଆମେ ନିଜ ସମ୍ବନ୍ଧକୁ ପ୍ରତ୍ୟେକ କ୍ଷେତ୍ରରେ ଆହୁରି ଘନିଷ୍ଠ କରିବାର ଆବଶ୍ୟକତା ରହିଛି ।
ଭାରତ-କାମ୍ବୋଡିଆ ସହିତ ନିଜର ଭାଗିଦାରୀକୁ ଆର୍ଥିକ, ସାମାଜିକ, ଦକ୍ଷତା ବିକାଶ, ସଂସ୍କୃତି, ବ୍ୟବସାୟ, ପର୍ଯ୍ୟଟନ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ବନ୍ଧ ଏପରିକି ସମସ୍ତ କ୍ଷେତ୍ରରେ ବୃଦ୍ଧି ପାଇଁ କେବଳ ପ୍ରସ୍ତୁତ ନୁହେଁ ପ୍ରତିବଦ୍ଧ ଅଛୁ ।
ଆମର ସାଂସ୍କୃତିକ ସମ୍ବନ୍ଧ ଗୁଡିକରେ ଆମର ସହଭାଗୀ ପରମ୍ପରାର ହେଉଛି ଏକ ବହୁତ ମହତ୍ୱପୂର୍ଣ୍ଣ ଅଂଶ । ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଐତିହାସିକ ଅଙ୍କୋରବାଟ ମନ୍ଦିରର ପୁନରୁଦ୍ଧାର ହେଉଛି ଏହି ସହଯୋଗର ଉଦାହରଣ । କାମ୍ବୋଡିଆରେ ଏହି ସାଂସ୍କୃତିକ ପରମ୍ପରାରର ସଂରକ୍ଷଣ ଏବଂ ବିକାଶ ପାଇଁ ଯୋଗଦାନ କରିପାରୁଥିବାରୁ ଭାରତ ଆନନ୍ଦିତ । ଆମର ଭାଷାଗୁଡିକ ମଧ୍ୟ ପାଲି ଏବଂ ସଂସ୍କୃତ ସ୍ତୋତ୍ରରୁ ବାହାରିଛି । ଏହା ଆନନ୍ଦର ବିଷୟ ଯେ, ଆମର ଐତିହାସିକ ଏବଂ ସାଂସ୍କୃତିକ ସମ୍ବନ୍ଧର ଚେର ହେଉଛି ବହୁତ ଗଭୀର । ସେଥିପାଇଁ ନିଜ ନିଜର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାର ସମ୍ଭାବନା 

ବନ୍ଧୁଗଣ,
ଭାରତ ପାଇଁ ଏହା ଖୁସିର କଥା ଯେ ଆମର ବନ୍ଧୁ ରାଷ୍ଟ୍ର କାମ୍ବୋଡିଆ ଦ୍ରୁତ ଗତିରେ ପ୍ରଗତି କରୁଛି ଏବଂ ବିଗତ ଦୁଇ ଦଶକରେ ବାର୍ଷିକ 7 ପ୍ରତିଶତରେ ବୃଦ୍ଧି ହେଉଛି । ଭାରତ ଦୁନିଆର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି କରୁଥିବା ହେଉଛି ବୃହତ ଅର୍ଥ ବ୍ୟବସ୍ଥା । ଯେହେତୁ ଆମର ମୂଲ୍ୟବୋଧ ଏବଂ ସଂସ୍କୃତି ମଧ୍ୟରେ ସମାନତା ରହିଛି, ଏଥିପାଇଁ ଆମର ଦୁଇ ଦେଶ ମଧ୍ୟରେ ବ୍ୟାପାରକୁ ପ୍ରୋତ୍ସାହନ ଦେବା ଏକ ସ୍ୱଭାବିକ ପ୍ରକ୍ରିୟା ହୋଇପାରିବ ।
କାମ୍ବୋଡିଆର ଉଦାରୀକରଣ ଆର୍ଥିକ ନୀତି ଏବଂ ଆସିଆନ ଅର୍ଥବ୍ୟବସ୍ଥା ସମୁଦାୟର ସ୍ଥାପନା କାମ୍ବୋଡିଆରେ ନିବେଶ ପାଇଁ ଭଲ ସୁଯୋଗ ପ୍ରଦାନ କରୁଛି ।
ବିଶେଷକରି ସ୍ୱାସ୍ଥ୍ୟ, ଔଷଧ, ସୂଚନା ପ୍ରଯୁକ୍ତି ବିଦ୍ୟା, କୃଷି, ଅଟୋମୋବାଇଲ ଏବଂ ଅଟୋ ଯନ୍ତ୍ରାଂଶ, ବୟନ ଶିଳ୍ପ ଇତ୍ୟାଦି କ୍ଷେତ୍ରରେ ନିବେଶର ଆବଶ୍ୟକତା ରହିଛି । ମୋର ବିଶ୍ୱାସ ଯେ ଆଗାମୀ ବର୍ଷରେ ଆମର ଦ୍ୱୀପକ୍ଷିୟ ବ୍ୟାପାର ବୃଦ୍ଧି ହେବ ଏବଂ ଭାରତରୁ ଆହୁରି ଅଧିକ ନିବେଶକ ତଥା ବ୍ୟବସାୟୀ କାମ୍ବୋଡିଆରେ ଳାଭପ୍ରଦ ଉପସ୍ଥିତି ଜାହିର କରିପାରିବେ ।
ବନ୍ଧୁଗଣ,
ବିକାଶମୂଳକ ସହଭାଗୀ ହେଉଛି ଭାରତ-କାମ୍ବୋଡିଆ ସମ୍ବନ୍ଧର ଏକ ମହତ୍ୱପୂର୍ଣ୍ଣ ଅଂଶ । କାମ୍ବୋଡିଆର ସାମାଜିକ, ଆର୍ଥିକ ବିକାଶରେ ଏକ ମହତ୍ୱପୂର୍ଣ୍ଣ ବନ୍ଧୁ ଭାବେ ଭାରତର ପ୍ରତିବଦ୍ଧତା ସବୁବେଳେ ରହିଛି, ଏବଂ ଆଗକୁ ମଧ୍ୟ ରହିବ ।
ଆମେ କାମ୍ବୋଡିଆ ସରକାରଙ୍କର ଆବଶ୍ୟକତା ଅନୁସାରେ ପ୍ରକଳ୍ପ ପାଇଁ ଅନ୍ୟ କେତେକ ଦିଗରେ ଅର୍ଥ ଯୋଗାଇ ଦେବା ପାଇଁ ପ୍ରସ୍ତାବ ରଖିଛୁ । ବିଶେଷକରି ସ୍ୱାସ୍ଥ୍ୟ, ଯୋଗାଯୋଗ, ଡିଜିଟାଲ ଯୋଗାଯୋଗ କ୍ଷେତ୍ରରେ ।
ପ୍ରତ୍ୟେକ ବର୍ଷ ଭାରତ ପକ୍ଷରୁ ନିବିଡ ସମ୍ବନ୍ଧର ପ୍ରତୀକ ସ୍ୱରୂପ କାମ୍ବୋଡିଆରେ 5ଟି ପ୍ରଭାବ ବିସ୍ତାରକାରୀ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି ପ୍ରକଳ୍ପର ସଂଖ୍ୟା ବର୍ଷକୁ 5ରୁ ବଢାଇ 10 କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ ଯାହାକି କାମ୍ବୋଡିଆର ବିକାଶ ପାଇଁ ଉଦ୍ଦିଷ୍ଟ । ପାଞ୍ଚ ଶହ କୋଟି ଟଙ୍କାର ଏକ ପ୍ରକଳ୍ପ ବିକାଶ ପାଣ୍ଠି ମଧ୍ୟ ଆମେ ଗଠନ କରିଛୁ ।
ଏହି ପାଣ୍ଠିର ବ୍ୟବହାର ଭାରତର ଉଦ୍ୟୋଗ ଏବଂ ବ୍ୟବସାୟର ସଂପ୍ରସାରଣ ପାଇଁ ଏବଂ ଯୋଗାଣ ଶୃଙ୍ଖଳକୁ କମ୍‌ ଖର୍ଚ୍ଚ ଉପଯୋଗୀ କରିବା ପାଇଁ କରାଯାଇ ପାରିବ । ଆମେ କାମ୍ବେଡିଆରେ ଆଇଟିର ଏକ ଉତ୍କର୍ଷ କେନ୍ଦ୍ର ଏବଂ ଆଇଟି ଉପଯୋଗୀ ସେବା କେନ୍ଦ୍ର ସ୍ଥାପନା କରୁଛୁ । 
ଭାରତ ପାଞ୍ଚ ଦଶକରୁ ଅଧିକ ପୁରୁଣା ଭାରତୀୟ ବୈଷୟିକ ଏବଂ ସହଯୋଗୀ କାର୍ଯ୍ୟକ୍ରମରେ କାମ୍ବୋଡିଆର ସକ୍ରିୟ ସାଥୀ ରହିଛି । ଏକ ହଜାର ଚାରି ଶହରୁ ଅଧିକ କାମ୍ବୋଡିଆର ନାଗରିକ ଏହି କାର୍ଯ୍ୟକ୍ରମ ଦ୍ୱାରା ଦକ୍ଷତା ବିକାଶ ତାଲିମ ହାସଲ କରିଛନ୍ତି ।
ଆମେ ଭବିଷ୍ୟତରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରଖିବୁ ଆଉ କାମ୍ବୋଡିଆର ଆବଶ୍ୟକତା ଅନୁସାରେ ଏହାର ସଂପ୍ରସାରଣ ପାଇଁ ମଧ୍ୟ ଆମେ ପ୍ରସ୍ତୁତ ଅଛୁ ।
ବନ୍ଧୁଗଣ,
ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଆମ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସହଯୋଗ ରହିଛି ଏବଂ ଅନେକ ଆଞ୍ଚଳିକ ଏବଂ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଆମର ବିଶ୍ୱସନୀୟ ସମ୍ବନ୍ଧ ରହିଛି । ବର୍ତ୍ତମାନର ତାଳମେଳକୁ ଆହୁରି ବୃଦ୍ଧି କରି ଭାରତ ଏବଂ କାମ୍ବୋଡିଆ ଜଣେ ଅନ୍ୟ ଜଣଙ୍କୁ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ସମର୍ଥନ ପ୍ରଦାନ କରି ଚାଲିଥିବେ ।

ଶେଷରେ, ମୁଁ ପ୍ରଧାନମନ୍ତ୍ରୀ ହୁନ୍ ସେନ୍ ଙ୍କୁ ଭାରତର ଅଭିନ୍ନ ବନ୍ଧୁ ଏବଂ ସମ୍ମାନିତ ଅତିଥି ଭାବରେ ତାଙ୍କର ଏହି ଭାରତ ଯାତ୍ରା ପାଇଁ ଧନ୍ୟବାଦ ଦେଉଛି । ମୁଁ ଆଶା କରୁଛି ତାଙ୍କର ଭାରତରେ ନିବାସ ସୁଖଦ ଓ ସ୍ମରଣୀୟ ରହିବ ।
ମୁଁ ଏହା ମଧ୍ୟ ଆଶ୍ୱାସନା ଦେଉଛି କି ଭାରତ ଆଗାମୀ ସମୟରେ କାମ୍ବୋଡିଆ ସହିତ ଆହୁରି ମଧ୍ୟ ଘନିଷ୍ଠ ସହଯୋଗ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ଅଛି ଫଳରେ କାମ୍ବୋଡିଆ ଏବଂ ତାହାର ନାଗରିକମାନଙ୍କ ସହିତ ଆମର ଗଭୀର ଆଉ ପରମ୍ପରାଗତ ଘନିଷ୍ଠ ସମ୍ବନ୍ଧ ଆହୁରି ମଜବୁତ ହେଉ
ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Number of Indian women with digital access doubled since 2021: Survey

Media Coverage

Number of Indian women with digital access doubled since 2021: Survey
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”