India-France strategic partnership may be just 20 years old but spiritual partnership between both countries exists since ages: PM
India and France have strong ties in defence, security, space and technology sectors: PM Modi
India welcomes French investments in the defence sector under the #MakeInIndia initiative: PM Modi

ମୋନାମୀ ମିସ୍ୟୁ ଲ ପ୍ରେସିଦୋଁ ମାକରୋଂ,

ସମ୍ମାନନୀୟ ସୁଧୀମଣ୍ଡଳୀର ସଦସ୍ୟଗଣ,

ଗଣମାଧ୍ୟମ ପ୍ରତିନିଧି,

ନମସ୍କାର,

ମୁଁ ରାଷ୍ଟ୍ରପତି ମାକରୋଂଙ୍କୁ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧିମଣ୍ଡଳୀଙ୍କୁ, ଭାରତରେ ସହର୍ଷ ହାର୍ଦ୍ଦିକ ସ୍ୱାଗତ କରୁଛି । ରାଷ୍ଟ୍ରପତି ମହୋଦୟ, କିଛି ମାସ ପୂର୍ବରୁ ଗତ ବର୍ଷ ଆପଣ ପ୍ୟାରିସରେ ଖୋଲା ହୃଦୟରେ ଏବଂ ଆଲିଙ୍ଗନ କରି ଉଦାରତା ପୂର୍ବକ ମୋର ସ୍ୱାଗତ କରିଥିଲେ । ମୁଁ ଅତ୍ୟନ୍ତ ପ୍ରସନ୍ନ ଯେ ଆଜି ମୋତେ ଭାରତ ମାଟିରେ ଆପଣଙ୍କୁ ସ୍ୱାଗତ କରିବାର ସୁଯୋଗ ମିଳିଛି ।

ରାଷ୍ଟ୍ରପତି ମହୋଦୟ,

ଆପଣ ଏବଂ ମୁଁ ଏଠି ସାଥୀ ହୋଇ ଛିଡ଼ା ହୋଇଛୁ, ଆମେ କେବଳ ଦୁଇଟି ସଶକ୍ତ ସ୍ୱାଧୀନ ଦେଶ ଏବଂ ଦୁଇଟି ବିବିଧତାପୂର୍ଣ୍ଣ ଗଣତନ୍ତ୍ରର ନେତା ନୋହୁ; ଆମେ ଦୁଇଟି ସମୃଦ୍ଧ ଏବଂ ସମର୍ଥ ଐତିହ୍ୟର ଉତ୍ତରାଧିକାରୀ ଅଟୁ । ଆମର ରଣନୈତିକ ଭାଗିଦାରୀ ହୁଏତ’ 20 ବର୍ଷ ପୁରୁଣା ହୋଇଥାଇପାରେ, ଆମ ଦେଶ ଏବଂ ଆମ ସଭ୍ୟତାର ଆଧ୍ୟାତ୍ମିକ ଭାଗିଦାରୀ ଶତାଧିକ ବର୍ଷ ପୁରୁଣା ।

ଅଷ୍ଟାଦଶ ଶତାବ୍ଦୀ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପଞ୍ଚତନ୍ତ୍ରର କାହାଣୀ ଜରିଆରେ ବେଦ, ଉପନିଷଦ, ମହାକାବ୍ୟ ଶ୍ରୀ ରାମକୃଷ୍ଣ ଏବଂ ଶ୍ରୀଅରବିନ୍ଦଙ୍କ ଭଳି ମହାପୁରୁଷଙ୍କ ଜରିଆରେ ଫରାସୀ ବିଚାରକମାନେ ଭାରତର ଆତ୍ମାକୁ ଅତି ନିକଟରୁ ଦେଖିଛନ୍ତି । ଭୋଲଟାୟାର, ଭିକ୍ଟର ହ୍ୟୁଗୋ, ରୋମାଁ ରୋଲାଁ, ରେନେ ଦୌମାଲ, ଆନ୍ଦ୍ରେ ମାଲରୋ’ଙ୍କ ଭଳି ଅସଂଖ୍ୟ ଯୁଗପ୍ରବର୍ତ୍ତକମାନେ ଭାରତର ଦର୍ଶନରେ ନିଜ ବିଚାରଧାରର ଅନୁକୂଳ ଏବଂ ପ୍ରେରକ ଭାବେ ଦେଖିଛନ୍ତି ।

ରାଷ୍ଟ୍ରପତି ମହୋଦୟ,

ଆଜି ଆମର ଏହି ସାକ୍ଷାତ କେବଳ ଦୁଇ ଦେଶର ନେତାମାନଙ୍କ ମଧ୍ୟରେ ସାକ୍ଷାତ ନୁହେଁ, ଦୁଇଟି ସମାନ ବିଚାରବିଶିଷ୍ଟ ସଭ୍ୟତା ଏବଂ ସେହି ଐତିହ୍ୟର ସମାଗମ ଅଟେ, ସଂଗମ ଅଟେ । ଏହା ସଂଯୋଗ ମାତ୍ର ହୋଇନପାରେ ଯେ ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱଭାବର ସ୍ୱର ଫ୍ରାନ୍ସରେ ନୁହେଁ, ଭାରତର ସମ୍ବିଧାନରେ ମଧ୍ୟ ଉଲ୍ଲେଖ ରହିଛି । ଆମ ଦୁଇ ଦେଶର ସମାଜ ଏହି ମୂଲ୍ୟବୋଧର ମୂଳଦୁଆ ଉପରେ ଛିଡ଼ା ହୋଇଛି । ଏହି ମୂଲ୍ୟବୋଧ ଲାଗି ଆମର ବୀର ସୈନିକମାନେ ଦୁଇ ବିଶ୍ୱଯୁଦ୍ଧିରେ ନିଜର ପ୍ରାଣବଳୀ ଦେଇଥିଲେ ।

ବନ୍ଧୁଗଣ,

ଫ୍ରାନ୍ସ ଏବଂ ଭାରତର ଗୋଟିଏ ମଞ୍ଚରେ ଉପସ୍ଥିତି, ଏକ ସମାବେଶୀ, ମୁକ୍ତ ଏବଂ ସମୃଦ୍ଧ ତଥା ଶାନ୍ତିମୟ ବିଶ୍ୱ ସୁବର୍ଣ୍ଣ ସଂକେତ ଅଟେ । ଆମ ଉଭୟ ଦେଶକୁ ସ୍ୱାଗତ ଏବଂ ସ୍ୱାଧୀନ ବିଦେଶ ନୀତି କେବଳ ନିଜ ନିଜ ସ୍ୱାର୍ଥ ଉପରେ ନୁହେଁ, ନିଜ ଦେଶବାସୀଙ୍କ ସ୍ୱାର୍ଥ ଉପରେ ନୁହେଁ, ବରଂ ସାର୍ବଜନୀନ ମାନବୀୟ ମୂଲ୍ୟବୋଧ ଉପରେ ମଧ୍ୟ କେନ୍ଦ୍ରୀଭୂତ ହୋଇଛି । ଆଜି ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ଲାଗି ଯଦି କୌଣସି ଦୁଇ ରାଷ୍ଟ୍ର କାନ୍ଧ ସହ କାନ୍ଧ ମିଶାଇ ଚାଲିପାରନ୍ତି, ସେ ଦୁଇଟି ରାଷ୍ଟ୍ର ହେଲେ ଭାରତ ଏବଂ ଫ୍ରାନ୍ସ ।

ରାଷ୍ଟ୍ରପତି ମହୋଦୟ,

ଆପଣଙ୍କ ନେତୃତ୍ୱ ଏହି ଉତ୍ତରଦାୟିତ୍ୱକୁ ସହଜ କରିଦେଇଛି । ଯେତେବେଳେ 2015ରେ ଅନ୍ତର୍ଜାତୀୟ ସୌର ମେଣ୍ଟର ଶୁଭାରମ୍ଭ ହୋଇଥିଲା, ପ୍ୟାରିସରେ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହିତ ହୋଇଥିଲା । ଆସନ୍ତାକାଲି ଅନ୍ତର୍ଜାତୀୟ ସୌର ମେଣ୍ଟ ପ୍ରତିଷ୍ଠା ସମ୍ମିଳନୀର ଆୟୋଜନ ସହଭାଗୀ ଉତ୍ତରଦାୟିତ୍ୱ ପ୍ରତି ଆମର କାର୍ଯ୍ୟଶୀଳ ସଚେତନତାର ଜ୍ୱଳନ୍ତ ଉଦାହରଣ ଅଟେ । ମୁଁ ଖୁସି ଯେ ଏହି ଶୁଭ କାର୍ଯ୍ୟ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହିତ ହିଁ ହେବ ।

ବନ୍ଧୁଗଣ,

ପ୍ରତିରକ୍ଷା, ସୁରକ୍ଷା, ମହାକାଶ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏବଂ ଫ୍ରାନ୍ସର ଦ୍ୱିପାକ୍ଷିକ ସହଯୋଗର ଇତିହାସ ବହୁତ ଲମ୍ବା । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଦ୍ୱିଦଳୀୟ ସହମତି ରହିଛି । ସରକାର ଯାହାର ମଧ୍ୟ ହେଉ, ଆମ ସମ୍ପର୍କର ଗ୍ରାଫ କେବଳ ଏବଂ କେବଳ ଉଚ୍ଚକୁ ହିଁ ଯାଇଥାଏ । ଆଜିର ଆମ ଆଲୋଚନାରେ ଯେଉଁ ନିଷ୍ପତ୍ତି ନିଆଗଲା, ତାହାର ଏକ ପରିଚୟ ଆପଣମାନଙ୍କୁ ଏବେ ହୋଇଥିବା ବୁଝାମଣାରେ ମିଳିଯାଇଥିବ । ଏବଂ ସେଥିପାଇଁ, ମୁଁ କେବଳ ତିନୋଟି ନିର୍ଦ୍ଦିଷ୍ଟ ବିଷୟ ଉପରେ ନିଜର ବିଚାର ବ୍ୟକ୍ତ କରିବାକୁ ଚାହୁଁଛି । ପ୍ରଥମେ ପ୍ରତିରକ୍ଷା କ୍ଷେତ୍ରରେ ଆମର ସମ୍ପର୍କ ବେଶ ଗଭୀର, ଏବଂ ଆମେ ଫ୍ରାନ୍ସକୁ ସବୁଠୁ ବିଶ୍ୱସ୍ତ ପ୍ରତିରକ୍ଷା ଭାଗିଦାରଙ୍କ ମଧ୍ୟରୁ ଅନ୍ୟତମ ବୋଲି ମାନିଥାଉ । ଆମର ସେନାର ସମସ୍ତ ଅଙ୍ଗ ମଧ୍ୟରେ ବିଚାର-ବିମର୍ଶ ଏବଂ ସାମରିକ ଅଭ୍ୟାସ ନିୟମିତ ଭାବେ ଆୟୋଜନ କରାଯାଉଛି । ପ୍ରତିରକ୍ଷା ଉପକରଣ ଏବଂ ଉତ୍ପାଦନରେ ଆମର ସମ୍ପର୍କ ମଜବୁତ ଅଟେ । ପ୍ରତିରକ୍ଷା କ୍ଷେତ୍ରରେ ଫ୍ରାନ୍ସ ଦ୍ୱାରା ମେକ ଇନ ଇଣ୍ଡିଆର ପ୍ରତିବଦ୍ଧତାକୁ ଆମେ ସ୍ୱାଗତ କରୁଛୁ ।

ଆଜି ଆମ ସେନାବାହିନୀ ମଧ୍ୟରେ ପାରସ୍ପରିକ ଲଜିଷ୍ଟିକ୍ସ ସହାୟତାର ବୁଝାମଣାକୁ ଆମର ଘନିଷ୍ଟ ପ୍ରତିରକ୍ଷା ସହଯୋଗ ଇତିହାସରେ ଏକ ସ୍ୱର୍ଣ୍ଣିମ ପଦକ୍ଷେପ ବୋଲି ମୁଁ ବିବେଚନା କରୁଛି । ଦ୍ୱିତୀୟତଃ ଆମେ ଦୁହେଁ ମାନୁଛୁ ଯେ ଭବିଷ୍ୟତରେ ବିଶ୍ୱରେ ସୁଖ-ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ଲାଗି ଭାରତ ମହାସାଗର କ୍ଷେତ୍ରର ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ତାହା ପରିବେଶ ହେଉ, କିମ୍ବା ସାମୁଦ୍ରିକ ସୁରକ୍ଷା, କିମ୍ବା ସାମୁଦ୍ରିକ ସମ୍ବଳ କିମ୍ବା ଦିଗ ନିର୍ଣ୍ଣୟ ସ୍ୱାଧୀନତା ଏବଂ ଆକାଶରେ ବିମାନ ଉଡାଣ – ଏହି ସମସ୍ତ ବିଷୟରେ ଆମେ ନିଜ ସହଯୋଗ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧ ଅଟୁ । ଏବଂ ସେଥିପାଇଁ ଆଜି ଆମେ ଭାରତ ମହାସାଗର କ୍ଷେତ୍ରରେ ନିଜ ସହଯୋଗ ଲାଗି ଏକ ମିଳିତ ରଣନୈତିକ ସଂକଳ୍ପ ଜାରି କରୁଛୁ ।

ଏବଂ ତୃତୀୟତଃ, ଆମେ ମାନୁଛୁ ଯେ ଆମର ଦ୍ୱିପାକ୍ଷିକ ସମ୍ପର୍କର ଉଜ୍ଜ୍ୱଳ ଭବିଷ୍ୟତ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ ଆମର ଜନ-ଜନ ସମ୍ପର୍କ, ବିଶେଷ କରି ଆମ ଯୁବକମାନଙ୍କ ମଧ୍ୟରେ । ଆମେ ଚାହୁଁଛୁ ଯେ ଆମର ଯୁବପିଢି ପରସ୍ପରର ଦେଶକୁ ଜାଣନ୍ତୁ, ପରସ୍ପରର ଦେଶକୁ ଦେଖନ୍ତୁ, ବୁଝନ୍ତୁ, ସେଠାରେ ରହନ୍ତୁ ଏବଂ ସେଠାରେ କାମ କରନ୍ତୁ, ଯାହାଦ୍ୱାରା ଆମର ସମ୍ପର୍କ ଲାଗି ହଜାର ହଜାର ରାଷ୍ଟ୍ରଦୂତ ପ୍ରସ୍ତୁତ ହେବେ । ଏବଂ ସେଥିପାଇଁ, ଆଜି ଆମେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା କରିଛୁ, ଗୋଟିଏ ବୁଝାମଣା ପରସ୍ପରର ଶିକ୍ଷା ଯୋଗ୍ୟତାକୁ ମାନ୍ୟତା ଦେବାର ରହିଛି, ଏବଂ ଅନ୍ୟଟି ଆମ ଦେଶାନ୍ତରଣ ଏବଂ ସ୍ଥାନାନ୍ତର ସହଭାଗୀତାର ଅଟେ । ଏହି ଦୁଇଟି ବୁଝାମଣା ଆମ ଦେଶବାସୀ ଓ ଆମ ଯୁବକମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କର ଫ୍ରେମୱାର୍କ ପ୍ରସ୍ତୁତ କରିବ ।

ବନ୍ଧୁଗଣ,

ଆମ ସମ୍ପର୍କର ଅନ୍ୟ କେତେକ ଦିଗ ରହିଛି । ସବୁ ଉଲ୍ଲେଖ କଲେ ସନ୍ଧ୍ୟା ହୋଇଯିବ । ରେଳବାଇ, ସହରୀ ବିକାଶ, ପରିବେଶ, ସୁରକ୍ଷା, ମହାକାଶ, ଅର୍ଥାତ ଭୂମିରୁ ଆକାଶ ପର୍ଯ୍ୟନ୍ତ, ଏମିତି କୌଣସି ବିଷୟ ନାହିଁ ଯାହା ଉପରେ ଆମେ ସାଥୀ ହୋଇ ମିଳିମିଶି କାମ କରୁନାହୁଁ । ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ଆମେ ସହଯୋଗ ଏବଂ ସମନ୍ୱୟ ସହିତ କାମ କରିଥାଉ । ଆଫ୍ରିକୀୟ ରାଷ୍ଟ୍ରରୁ ଭାରତ ଏବଂ ଫ୍ରାନ୍ସର ସୁଦୃଢ଼ ସମ୍ପର୍କ ରହିଛି । ଏହା ଆମ ସହଯୋଗର ଆଉ ଏକ ଦିଗ ବିକଶିତ କରିବାର ସୁଦୃଢ଼ ଆଧାର ପ୍ରଦାନ କରିଥାଏ । ଆସନ୍ତାକାଲି ଅନ୍ତର୍ଜାତୀୟ ସୌର ମେଣ୍ଟ ପ୍ରତିଷ୍ଠା ସମ୍ମିଳନୀର ସହଅଧ୍ୟକ୍ଷତା ରାଷ୍ଟ୍ରପତି ମାକରୋଂ ଏବଂ ମୁଁ କରିବୁ । ଆମ ସହ ଅନ୍ୟ କେତେକ ଦେଶର ରାଷ୍ଟ୍ରାଧ୍ୟକ୍ଷ, ଶାସନାଧ୍ୟକ୍ଷ ଏବଂ ମନ୍ତ୍ରୀଗଣ ମଧ୍ୟ ଉପସ୍ଥିତ ରହିବେ । ପୃଥିବୀ ଗ୍ରହର ଭବିଷ୍ୟତ ଲାଗି, ଆମେ ସମସ୍ତେ ଅନ୍ତର୍ଜାତୀୟ ସୌର ମେଣ୍ଟର ସଫଳତା ଲାଗି ପ୍ରତିବଦ୍ଧ ଅଟୁ ।

ରାଷ୍ଟ୍ରପତି ମହୋଦୟ,

ମୋର ଆଶା ଯେ ପଅର ଦିନ ବାରଣାସୀରେ ଆପଣଙ୍କୁ ଭାରତର ସେହି ପ୍ରାଚୀନ ଏବଂ ଚିରନୂତନ ଆତ୍ମାର ଅନୁଭବ ହେବ ଯାହାର ତରଳତା ଭାରତର ସଭ୍ୟତାକୁ ସିଂଚନ କରିଛି । ଆହୁରି ଯାହା ଫ୍ରାନ୍ସର ଅନେକ ବିଚାରକ, ସାହିତ୍ୟକାର ଏବଂ କଳାକାରଙ୍କୁ ମଧ୍ୟ ପ୍ରେରଣା ଦେଇଛି । ଆଗାମୀ ଦୁଇ ଦିନରେ ରାଷ୍ଟ୍ରପତି ମାକରୋଂ ଏବଂ ମୋର ବିଚାର ଆଦାନ-ପ୍ରଦାନ ଜାରି ରହିବ । ମୁଁ ପୁଣିଥରେ ରାଷ୍ଟ୍ରପତି ମାକରୋଂଙ୍କୁ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧିଦଳକୁ ଭାରତରେ ହାର୍ଦ୍ଦିକ ସ୍ୱାଗତ କରୁଛି ।

ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Empowering the street vendors: Six transformative years of PM SVANidhi - By Ashok Chandra

Media Coverage

Empowering the street vendors: Six transformative years of PM SVANidhi - By Ashok Chandra
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian contingent on winning 19 medals at 22nd Asian U20 Athletics Championships
June 01, 2026

The Prime Minister, Shri Narendra Modi today congratulated the Indian contingent for its outstanding performance at the 22nd Asian U20 Athletics Championships.

The Prime Minister congratulated the Indian contingent on winning 19 medals, including 10 Gold medals, at the Championships.

The Prime Minister said that the achievement reflects the determination and excellence of India’s young athletes.

He expressed hope that these accomplishments would inspire many more young Indians to pursue sports in the years to come.

The Prime Minister wrote on X;

“Congratulations to the Indian contingent at the 22nd Asian U20 Athletics Championships for winning 19 medals, including 10 Golds. This outstanding performance reflects the determination and excellence of India’s young athletes. May these achievements inspire many more young Indians to pursue sports in the years to come.”