ଦୁଇ ନେତା ନିବିଡ ଯୋଗଦାନର ଆବଶ୍ୟକତାକୁ ସୂଚିତ କରିଛନ୍ତି
ୟୁକ୍ରେନର ବିବାଦ ଉପରେ ପ୍ରଧାନମନ୍ତ୍ରୀ ଭାରତର ଲୋକକୈନ୍ଦ୍ରିକ ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି ଏବଂ ଆଲୋଚନା ଓ କୂଟନୀତି ପାଇଁ ଭାରତର ସମର୍ଥନକୁ ସୂଚାଇଛନ୍ତି

ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସଫଳତା ପାଇଁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ତାଙ୍କୁ ଧନ୍ୟବାଦ ଜଣାଇବା ବେଳେ ପ୍ରଧାନମନ୍ତ୍ରୀ ୟୁକ୍ରେନ ସହ ସହଭାଗିତାକୁ ଅଧିକ ମଜଭୁତ କରିବାକୁ ଭାରତର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି ।

ଦୁଇ ଦେଶର ଲୋକମାନଙ୍କ ଉନ୍ନତି ପାଇଁ ନିରନ୍ତର ନିବିଡ ବୁଝାମଣା ଏବଂ ନୂତନ କ୍ଷେତ୍ରରେ ପାରସ୍ପରିକ ଲାଭଦାୟକ ସହଯୋଗ ବିସ୍ତାର କରିବାର ଆବଶ୍ୟକତା ଉପରେ ଦୁଇ ନେତା ଗୁରୁତ୍ୱାରୋପ କରିଛନ୍ତି ।

ୟୁକ୍ରେନରେ ଚାଲିଥିବା ବିବାଦ ଉପରେ ପ୍ରଧାନମନ୍ତ୍ରୀ ଭାରତର ଲୋକକୈନ୍ଦ୍ରିକ ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି ଏବଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ବିବାଦର ଶୀଘ୍ର, ଶାନ୍ତିପୂର୍ଣ୍ଣ ତଥା ସ୍ଥାୟୀ ସାମଧାନ ପାଇଁ ଭାରତର ସମର୍ଥନକୁ ଦୋହରାଇଛନ୍ତି ।

ଏହି ଅବସରରେ ଦୁଇ ନେତା ସମ୍ପର୍କରେ ରହିବାକୁ ସହମତ ହୋଇଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Budget 2026-27 lays blueprint for a future-ready digital ecosystem

Media Coverage

Budget 2026-27 lays blueprint for a future-ready digital ecosystem
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Haryana meets Prime Minister
February 02, 2026

Chief Minister of Haryana, Shri Nayab Saini met the Prime Minister, Shri Narendra Modi, at New Delhi, today.

The Prime Minister posted on X:

"Chief Minister of Haryana, Shri @NayabSainiBJP met Prime Minister @narendramodi."

@cmohry