ପ୍ରିୟ ବନ୍ଧୁ,

ମୁଁ ଆପଣମାନଙ୍କୁ ରୁଷ ଓ ଭାରତ ମିଳିତ ଉଦ୍ୟମରେ ଉତ୍ପାଦିତ ହେବାକୁ ଥିବା କାଲାସନିକୋଭ ଆସଲ୍ଟରାଇଫଲ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ।

ସେନା ଓ ପ୍ରଯୁକ୍ତି ସହଯୋଗ ହିଁ ପରମ୍ପରାଗତ ଭାବରେ ଭାରତ ଓ ରୁଷ ମଧ୍ୟରେ ସ୍ୱତନ୍ତ୍ର ତଥାବିଶେଷାଧିକାରପ୍ରାପ୍ତ ସାମରିକ ଭାଗୀଦାରୀର ପ୍ରମୁଖ ଅଙ୍ଗ ପାଲଟିଛି । 7 ଦଶନ୍ଧିରୁ ଅଧିକ ଧରି ଆମେବିଶ୍ୱସନୀୟ ଓ ଉନ୍ନତ ମାନର ଅସ୍ତ୍ରଶସ୍ତ୍ର ଭାରତୀୟ ବନ୍ଧୁମାନଙ୍କୁ ଯୋଗାଇ ଦେଉଛୁ । ପ୍ରାୟ 170ଟିସେନା ଓ ଶିଳ୍ପ କାରଖାନା ଭାରତରେ ଆମ ଦେଶ ସହାୟତାରେ ଗଢ଼ି ଉଠିଛି ।

ଏହି ନୂଆ ଉଦ୍ୟମ ଫଳରେ ବିଶ୍ୱପ୍ରସିଦ୍ଧ କାଲାସନିକୋଭ ଆସଲ୍ଟ ରାଇଫଲର ନୂଆ 200 ସିରିଜଉତ୍ପାଦନ ହେବ ଓ ଧୀରେ ଧୀରେ ଏହା ସଂପୂର୍ଣ୍ଣ ଭାବରେ ଭାରତରେ ହିଁ ପ୍ରସ୍ତୁତ ହେବ । ଭାରତୀୟପ୍ରତିରକ୍ଷା – ଶିଳ୍ପ ସମୂହ ରୁଷୀୟ ପ୍ରଯୁକ୍ତି ସହାୟତାରେ ଜାତୀୟ ସୁରକ୍ଷା ସଂସ୍ଥାଗୁଡ଼ିକର ଆବଶ୍ୟକତାପୂରଣ କରିବା ପାଇଁ ଛୋଟ ଛୋଟ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାର ସୁଯୋଗ ପାଇବେ । 

ମୁଁ ଏଠାରେ ମନେ ପକାଇ ଦେବାକୁ ଚାହେଁ ଗତ ଅକ୍ଟୋବରରେ ଭାରତକୁ ସରକାରୀ ଗସ୍ତରେ ଆସିଥିବାବେଳେ ମୋ ପ୍ରତିପକ୍ଷ ଓ ବନ୍ଧୁ ଶ୍ରୀ ମୋଦୀ ଏବଂ ମୁଁ ଏହି ଦେଶରେ କାଲାସନିକୋଭ ଉତ୍ପାଦନ ପାଇଁଏକମତ ହୋଇଥିଲୁ। ଏହାପରେ ଆନ୍ତଃସରକାରୀ ରାଜିନାମା ପ୍ରସ୍ତୁତ ଓ ଦସ୍ତଖତ ଖୁବ କମ ସମୟମଧ୍ୟରେ ହୋଇଥିଲା। ତେଣୁ ମୁଁ ରୁଷୀୟ ଓ ଭାରତୀୟ ବିଶେଷଜ୍ଞଙ୍କୁ ଏତେଶୀଘ୍ର ଏହି କାମ କରିପାରିଥିବାରୁ କୃତଜ୍ଞତା ଜଣାଉଛି ।

ମୁଁ ନିଶ୍ଚିତ ଯେ ଏହି ନୂଆ ଉଦ୍ୟୋଗ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୂତ କରିବ । ବୈଜ୍ଞାନିକ ଓଶିଳ୍ପକୁ ବିକଶିତ କରି ଜାତୀୟ ଅର୍ଥନୀତିକୁ ପ୍ରଭାବିତ କରିବ । ଏହା କୁଶଳୀ ଶ୍ରମଜୀବୀଙ୍କୁ ନୂତନ ନିଯୁକ୍ତିସୁଯୋଗ ପ୍ରଦାନ କରି ଓ ପେସାଦାର ଶିକ୍ଷା ସାଙ୍ଗକୁ କର୍ମଚାରୀ ତାଲିମକୁ ପ୍ରେରଣା ଯୋଗାଇବ । ଏହିକାରଖାନା ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତା ଓ ଗଠନମୂଳକ ସହଯୋଗର ଆଉ ଏକ ପ୍ରତୀକ ପାଲଟିବ।

ମୁଁ ଆପଣମାନଙ୍କ ସଫଳତା କାମନା କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
As Naxalism ends in Chhattisgarh, village gets tap water for first time

Media Coverage

As Naxalism ends in Chhattisgarh, village gets tap water for first time
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 13, 2026
April 13, 2026

Nari Shakti, 7% Growth & Global Respect: PM Modi Leadership Formula India is Celebrating