ଶ୍ରୀ ସିସବା କୋରୋସି ଜଳ ଉତ୍ସ ପରିଚାଳନା ଏବଂ ସଂରକ୍ଷଣ କ୍ଷେତ୍ରରେ ଗୋଷ୍ଠିଗୁଡିକ ପାଇଁ ଭାରତର ପରିବର୍ତ୍ତନଶୀଳ ପଦକ୍ଷେପକୁ ପ୍ରଶଂସା କରିଛନ୍ତି
ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକର ସଂସ୍କାର ପାଇଁ ଭାରତ ଅଗ୍ରଭାଗରେ ରହିବାର ଗୁରୁତ୍ୱ ବିଷୟରେ ଶ୍ରୀ ସିସବା କୋରୋସି କହିଛନ୍ତି
ବିଶ୍ୱ ସ୍ତରୀୟ ସମସ୍ୟାର ସମାଧାନ ଖୋଜିବା ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ପିଜିଏ ର ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ଜାତିସଂଘ ସୁରକ୍ଷା ପରିଷଦ ସମେତ ବହୁପକ୍ଷୀୟ ବ୍ୟବସ୍ଥାରେ ସଂସ୍କାର ଆଣିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି, ଯାହା ଦ୍ୱାରା ସମସାମୟିକ ଭୌଗଳିକ ବାସ୍ତବତାକୁ ପ୍ରତିଫଳିତ କରାଯିବ

ମିଳିତ ଜାତିସଂଘ ସାଧାରଣ ସଭାର ୭୭ ତମ ଅଧିବେଶନର ସଭାପତି ମାନ୍ୟବର ଶ୍ରୀ ସିସବା କୋରୋସି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଏହି ବୈଠକରେ ଶ୍ରୀ ସିସବା କୋରୋସି ଜଳ ସମ୍ପଦ ପରିଚାଳନା ତଥା ସଂରକ୍ଷଣ କ୍ଷେତ୍ରରେ ଗୋଷ୍ଠିଗୁଡିକ ପାଇଁ ଭାରତର ପରିବର୍ତ୍ତନଶୀଳ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସଂସ୍କାରିତ ବହୁପକ୍ଷୀୟତା ଦିଗରେ ଭାରତର ଉଦ୍ୟମକୁ ସ୍ୱୀକାର କରି ଶ୍ରୀ ସିସବା କୋରୋସି ବିଶ୍ୱ ସ୍ତରୀୟ ଅନୁଷ୍ଠାନଗୁଡ଼ିକର ସଂସ୍କାର ଆଣିବା କ୍ଷେତ୍ରରେ ଭାରତ ଅଗ୍ରଭାଗରେ ରହିଛି ବୋଲି ଗୁରୁତ୍ୱାରୋପ କରିଛନ୍ତି ।

କାର୍ଯ୍ୟଭାର ଗ୍ରହଣ କରିବା ପରେ ଭାରତକୁ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ସିସବା କୋରୋସିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶ୍ୱ ସମସ୍ୟାର ସମାଧାନ ଖୋଜିବା ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଶ୍ରୀ ସିସବା କୋରୋସିଙ୍କ ଆଭିମୁଖ୍ୟକୁ ସେ ପ୍ରଶଂସା କରିଥିଲେ । ଜାତିସଂଘ ୨୦୨୩ ଜଳ ସମ୍ମିଳନୀ ସମେତ ୭୭ ତମ ୟୁଏନଜିଏ ସମୟରେ ତାଙ୍କ ଅଧ୍ୟକ୍ଷତାକୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେ ଶ୍ରୀ ସିସବା କୋରୋସିଙ୍କୁ ନିଶ୍ଚିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଜାତିସଂଘ ସୁରକ୍ଷା ପରିଷଦ ସମେତ ବହୁପକ୍ଷୀୟ ବ୍ୟବସ୍ଥାରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯାହା ଦ୍ୱାରା ସମସାମୟିକ ଭୌଗୋଳିକ ବାସ୍ତବତାକୁ ପ୍ରତିଫଳିତ କରାଯାଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 5, 2025
December 05, 2025

Unbreakable Bonds, Unstoppable Growth: PM Modi's Diplomacy Delivers Jobs, Rails, and Russian Billions