ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ସ୍ୱାଧୀନତାର ପବିତ୍ର ପର୍ବରେ ଦେଶବାସୀଙ୍କୁ କୋଟି-କୋଟି ଶୁଭକାମନା ।

ଆଜି ସାରା ଦେଶ ସ୍ୱାଧୀନତାର ପର୍ବ ସହିତ ଜନ୍ମାଷ୍ଟମୀର ପାର୍ବଣ ପାଳନ କରୁଛି । ମୁଁ ମୋ ସମ୍ମୁଖରେ ଦେଖୁଛି, ବହୁତ ବଡ଼ ସଂଖ୍ୟାରେ ଶିଶୁ କହ୍ନେୟା(କୃଷ୍ଣ) ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି । ସୁଦର୍ଶନ-ଚକ୍ରଧାରୀ ମୋହନଙ୍କଠାରୁ ଆରମ୍ଭ କରି ଚରଖାଧାରୀ ମୋହନ ପର୍ଯ୍ୟନ୍ତ, ଆମର ସାଂସ୍କୃତିକ, ଐତିହାସିକ ପରମ୍ପରାରେ ଆମେ ସମସ୍ତେ ହେଉଛୁ ଧନୀ ।

ଦେଶର ସ୍ୱାଧୀନତା ପାଇଁ, ଦେଶର ମାନ-ସମ୍ମାନ-ମର୍ଯ୍ୟାଦା ପାଇଁ, ଦେଶର ଗୌରବ ପାଇଁ ଯେଉଁ ଲୋକମାନେ ନିଜର ଯୋଗଦାନ ଦେଇଛନ୍ତି, କଷ୍ଟ ସହିଛନ୍ତି, ବଳିଦାନ ଦେଇଛନ୍ତି, ତ୍ୟାଗ ଏବଂ ତପସ୍ୟାର ପରାକାଷ୍ଠା ଦେଖାଇଛନ୍ତି, ଏହିଭଳି ସମସ୍ତ ମହାନୁଭବଙ୍କୁ, ମାଆ–ଭଉଣୀମାନଙ୍କୁ ମୁଁ ଲାଲକିଲାର ପ୍ରାଚୀରରୁ ଶହେ ପଚିଶ କୋଟି ଦେଶବାସୀଙ୍କ ତରଫରୁ ଶତ ଶତ ପ୍ରଣାମ କରୁଛି, ସେମାନଙ୍କୁ ଆଦର ସମ୍ମାନ କରୁଛି ।

କେବେ କେବେ ପ୍ରାକୃତିକ ବିପର୍ଯ୍ୟୟ ଆମମାନଙ୍କ ପାଇଁ ବଡ଼ ଆହ୍ୱାନ ପାଲଟି ଯାଏ । ଭଲ ବର୍ଷା ଦେଶକୁ ଫୁଲ,ଫଳ ଓ ସବୁଜିମାରେ ଭରିଦେବା ପାଇଁ ବହୁତ ଯୋଗଦାନ ଦେଇଥାଏ, କିନ୍ତୁ ଜଳବାୟୁ ପରିବର୍ତ୍ତନର ପରିଣାମ ହେଉଛି କେବେ କେବେ ପ୍ରାକୃତିକ ବିପର୍ଯ୍ୟୟ ସଂକଟର ରୂପ ଧାରଣ କରିଥାଏ । ବିଗତ ଦିନରେ ଦେଶର କେତେ ଭୂ-ଭାଗରେ ଏହି ପ୍ରାକୃତିକ ବିପର୍ଯ୍ୟୟର ସଂକଟ ଆସିଛି । କିଛିଦିନ ତଳେ ହାସପାତାଳରେ ଆମର ଛୋଟ ଛୋଟ ପିଲାମାନଙ୍କର ମୃତ୍ୟୁ ଘଟିଲା । ଏହି ସଂକଟ ସମୟରେ, ଦୁଃଖ ସମୟରେ ଶହେ ପଚିଶ କୋଟି ଦେଶବାସୀଙ୍କର ସମ୍ବେଦନା, ଏହି ବିପଦ ସମୟରେ ସେମାନଙ୍କ ସାଙ୍ଗରେ ରହିଛି । ଆଉ ମୁଁ ଦେଶବାସୀଙ୍କୁ ବିଶ୍ୱାସ ଦେଉଛି କି ଏଭଳି ସଂକଟ ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ସହିତ ଜନ ସାଧାରଣଙ୍କ ଭଲ ପାଇଁ, ସୁରକ୍ଷା ପାଇଁ ଆମେ କିଛି ବି କରିବା ପାଇଁ ଅଭାବ ରହିବାକୁ ଦେବୁ ନାହିଁ ।

ମୋର ପ୍ରିୟ ଦେଶବାସୀଗଣ,

ଏହି ବର୍ଷ ଭାରତ ପାଇଁ ହେଉଛି ଏକ ବିଶେଷ ବିଶେଷ ବର୍ଷ । ଏବେ ଗତ ସପ୍ତାହରେ ହିଁ ଆମେ ଭାରତ ଛାଡ ଆନ୍ଦୋଳନର 75 ବର୍ଷ ସ୍ମରଣ କରିଛୁ । ଏହି ବର୍ଷ ହେଉଛି, ଯେବେ ଚମ୍ପାରଣ ସତ୍ୟାଗ୍ରହର ଶତାବ୍ଦୀ ପାଳନ କରୁଛୁ । ଏହି ବର୍ଷ ହେଉଛି, ଯେତେବେଳେ ସାବରମତୀ ଆଶ୍ରମର ମଧ୍ୟ ଶତାବ୍ଦୀର ବର୍ଷ, ଯେତେବେଳେ ଲୋକମାନ୍ୟ ତିଳକଜୀ, ଯିଏ କହିଥିଲେ ସ୍ୱରାଜ୍ୟ ହେଉଛି ମୋର ଜନ୍ମସିଦ୍ଧ ଅଧିକାର ।

ସେ ଜନଚେତନା ଜାଗ୍ରତ କରିବା ପାଇଁ ସାର୍ବଜନିକ ଗଣେଶ ଉତ୍ସବର ପରମ୍ପରା ଆରମ୍ଭ କରିଥିଲେ, ତାକୁ ମଧ୍ୟ 125 ବର୍ଷ, ଏକ ପ୍ରକାରରେ ଇତିହାସ ହେଉଛି ଏଭଳି ତାରିଖ ଯାହାକୁ ସ୍ମରଣ, ଯାହାକୁ ବୁଝିବାକୁ-ପଢ଼ିବାକୁ ଆମକୁ ଦେଶ ପାଇଁ କିଛି ନା କିଛି କରିବା ପାଇଁ ପ୍ରେରଣା ଦେଇଥାଏ । ଆମେ ଆଜି ସ୍ୱାଧୀନତାର 70 ବର୍ଷ ଆଉ 2022ରେ ସ୍ୱାଧୀନତାର 75 ବର୍ଷ ପାଳନ କରିବା, ଏହା ହେଉଛି ଏଭଳି ଯେଉଁଭଳି ଭାବେ 1942 ରୁ 1947 ଦେଶ ସାମୁହିକ ଶକ୍ତିର ପ୍ରଦର୍ଶନ କରିଥିଲା । ଇଂରେଜଙ୍କୁ ନାକେଦମ କରିଦେଲା ଆଉ ପାଂଚ ବର୍ଷ ମଧ୍ୟରେ ଇଂରେଜମାନଙ୍କୁ ଭାରତ ଛାଡି ଯିବାକୁ ପଡିଲା ।

ସ୍ଵାଧୀନତାର 75 ବର୍ଷ ପୂର୍ତ୍ତି ଲାଗି  ପାଂଚ ବର୍ଷ ଆମ ପାଖରେ ଅଛି । ଆମର ସାମୁହିକ ସଂକଳ୍ପ ଶକ୍ତି, ଆମର ସାମୁହିକ ପୁରୁଷାର୍ଥ, ଆମର ସାମୁହିକ ପ୍ରତିବଦ୍ଧତା ସେହି ମହାନ ଦେଶଭକ୍ତଙ୍କୁ ମନେପକାଇ, ପରିଶ୍ରମର ପରାକାଷ୍ଠା, 2022ରେ ସ୍ୱାଧୀନତାର ପାଗଳପ୍ରେମୀଙ୍କ ସ୍ଵପ୍ନର ଅନୁରୂପ ଭାରତ ପ୍ରତିଷ୍ଠା କରିବା ପାଇଁ କାମରେ ଆସିବ ଆଉ ଏଥିପାଇଁ ନିଉ ଇଣ୍ଡିଆର ଏକ ସଂକଳ୍ପ ନେଇ ଆମକୁ ଦେଶକୁ ଆଗକୁ ବଢ଼ାଇବାର ଅଛି ।

ଶହେ ପଚିଶ  କୋଟି ଦେଶବାସୀଙ୍କ ସଂକଳ୍ପରୁ, ଶହେ ପଚିଶ  କୋଟି ଦେଶବାସୀଙ୍କ ପୁରୁଷାର୍ଥରୁ, ଶହେ ପଚିଶ  କୋଟି ଦେଶବାସୀଙ୍କ ତ୍ୟାଗ ଏବଂ ତପସ୍ୟା ଦ୍ୱାରା ଏବଂ ଆମେ ଜାଣୁ ଯେ ସାମୁହିକତାର ଶକ୍ତି କ’ଣ ହୋଇଥାଏ । ଭଗବାନ କୃଷ୍ଣ କେତେ ସାମର୍ଥ୍ୟବାନ ଥିଲେ କିନ୍ତୁ ଗୋପାଳମାନେ ନିଜର ଠେଙ୍ଗା ନେଇ ଠିଆ ହୋଇଗଲେ, ଏକ ସାମୁହିକ ଶକ୍ତି ଥିଲା ଗୋବର୍ଦ୍ଧନ ପର୍ବତକୁ ଉଠାଇଥିଲେ । ପ୍ରଭୁ ରାମଚନ୍ଦ୍ରଙ୍କୁ ଲଙ୍କା ଯିବାର ଥିଲା ବାନର ସେନାର ଛୋଟ-ଛୋଟ ଲୋକ ଲାଗିଗଲେ, ରାମସେତୁ ତିଆରି ହୋଇଗଲା, ରାମଚନ୍ଦ୍ର ଲଙ୍କା ପହଂଚିଗଲେ । ଜଣେ ମୋହନ ଦାସ କରମଚାନ୍ଦ ଗାନ୍ଧୀ ଥିଲେ, ଦେଶର କୋଟି କୋଟି ଲୋକ ହାତରେ ତକଲି ନେଇ, ସୂତା ନେଇ ସ୍ୱାଧୀନତାର ସ୍ୱପ୍ନ-ସମ୍ଭବନା ବୁଣୁଥିଲେ । ଗୋଟିଏ ସାମୁହିକ ଶକ୍ତି ଥିଲା କି ଦେଶ ସ୍ୱାଧୀନ  ହୋଇଗଲା ।

କିଏ ଛୋଟ ହୋଇ ନ ଥାଏ, କିଏ ବଡ଼ ହୋଇ ନ ଥାଏ, ଆରେ ଗୋଟିଏ ଗୁଣ୍ଡୁଚି ମୂଷାର ଉଦାହରଣ ଆମକୁ ଜଣା ଅଛି, ଗୋଟିଏ ଗୁଣ୍ଡୁଚି ମୂଷା ମଧ୍ୟ ପରିବର୍ତ୍ତନ ପ୍ରକ୍ରିୟାର ଅଂଶିଦାର ହୋଇଥାଏ, ସେ କଥା ଆମେ ସମସ୍ତେ ଜାଣିଛନ୍ତି ଆଉ ଏଥି ପାଇଁ ଶହେ ପଚିଶ କୋଟି ଦେଶବାସୀଙ୍କ ମଧ୍ୟରୁ ନା କେହି ଛୋଟ ନା କେହି ବଡ଼ ହୋଇଥାଏ । ପ୍ରତ୍ୟେକ ନିଜ ସ୍ଥାନରେ 2022ରେ ସ୍ୱାଧୀନତା ପରର 75 ବର୍ଷ ଏକ ନୂଆ ସଂକଳ୍ପ, ଏକ ନୂଆ ଇଣ୍ଡିଆ, ନୂତନ ଉର୍ଜ୍ଜା, ନୂଆ ପୁରୁଷାର୍ଥ ସାମୁହିକ ଶକ୍ତି ଦ୍ୱାରା ଦେଶରେ ପରିବର୍ତ୍ତନ ଆଣି ପାରିବା । ‘ନିଉ ଇଣ୍ଡିଆ’ ଯାହା ସୁରକ୍ଷିତ ହେଉ, ସମୃଦ୍ଧ ହେଉ, ଶକ୍ତିଶାଳୀ ହେଉ, ‘ନିଉ ଇଣ୍ଡିଆ’ ଯେଉଁଠାରେ ମଧ୍ୟ ପ୍ରତ୍ୟେକଙ୍କୁ ସମାନ ସୁଯୋଗ ଉପଲବ୍ଧ ହେଉ, ‘ନିଉ ଇଣ୍ଡିଆ’  ଯେଉଁଠାରେ ଆଧୁନିକ ବିଜ୍ଞାନ ଏବଂ ଟେକ୍ନୋଲଜି କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରଭାବଶାଳୀ ହେଉ ।

ସ୍ୱାଧୀନତା ସଂଗ୍ରାମ ଆମ ମାନଙ୍କର ଭାବନା ସହିତ ଅଧିକ ଯୋଡ଼ି ହୋଇଛି । ଆମେ ଭଲଭାବେ ଜାଣିଛୁ କି ଯେତେବେଳେ ସ୍ୱାଧୀନତା ଆନ୍ଦୋଳନ ଚାଲୁ ରହିଥିଲା ସେତେବେଳେ ଜଣେ ଶିକ୍ଷକ ମଧ୍ୟ ସ୍କୁଲରେ ପାଠ ପଢ଼ାଉଥିଲେ । ଜଣେ କୃଷକ ବିଲରେ କାମ କରୁଥିଲେ, ଜଣେ ଶ୍ରମିକ କାମ କରୁଥିଲା, କିନ୍ତୁ  ଯିଏ ଯାହା ବି କରୁଥିଲେ ତାଙ୍କ ହୃଦୟର ମନ ମନ୍ଦିରରେ ତାଙ୍କ ଭାବନା ଜଗତରେ ଏହି ଭାବ ଥିଲା କି ମୁଁ ଯାହା କରୁଛି ଦେଶର ସ୍ୱାଧୀନତା ପାଇଁ କରୁଛି । ଏହି ଭାବ ବହୁତ ବଡ଼ ମହତ୍ୱପୂର୍ଣ୍ଣ ଶକ୍ତି ହୋଇଥାଏ । ପରିବାରରେ ପ୍ରତିଦିନ ଖାଦ୍ୟ ରୋଷେଇ ହୋଇଥାଏ । ସବୁପ୍ରକାରର ବ୍ୟଞ୍ଜନ ତିଆରି ହୋଇଥାଏ କିନ୍ତୁ ସେହି ବ୍ୟଞ୍ଜନ ଯାହା ଭଗବାନଙ୍କ ପାଖରେ ଭୋଗ ଭାବେ ସମର୍ପଣ ହୋଇଥାଏ, ତ ବ୍ୟଞ୍ଜନ  ପ୍ରସାଦ ହୋଇ ଯାଇଥାଏ । ଆମେ ପରଶ୍ରମ କରିଥାଉ କିନ୍ତୁ ମା’ ଭାରତୀର ଭବ୍ୟ ରୂପ ପାଇଁ, ଦିବ୍ୟ ରୂପ ପାଇଁ, ଦେଶବାସୀଙ୍କୁ ଗରିବୀରୁ ମୁକ୍ତ କରିବା ପାଇଁ, ସାମାଜିକ ଚାଲିଚଳଣୀ ସଠିକ ଭାବେ ଚଳାଇବା ପାଇଁ ଆମର ପ୍ରତ୍ୟେକ କର୍ତ୍ତବ୍ୟ ଜାତୀୟତାର ଭାବ ସହିତ, ରାଷ୍ଟ୍ରଭକ୍ତି ସହିତ, ରାଷ୍ଟ୍ରକୁ ସମର୍ପିତ କରିଥାଉ ତ ପରିଣାମର ଶକ୍ତି ଅନେକ ଗୁଣ ବଢ଼ିଯାଏ । ଏଥିପାଇଁ ଆମେ ସମସ୍ତେ ସେହି କଥାକୁ ନେଇ ଆଗକୁ ଯିବା ।

ଏହି ଆସନ୍ତା 2018, 1 ଜାନୁୟାରୀ, ମୁଁ ଏହାକୁ ସାମାନ୍ୟ 1 ଜାନୁୟାରୀ ହିସାବରେ ମାନୁନାହିଁ । ଯେଉଁ ଲୋକମାନେ ଏକବିଂଶ ଶତାବ୍ଦୀରେ ଜନ୍ମ ନେଇଛନ୍ତି, ସେମାନଙ୍କ ପାଇଁ ଏହି ବର୍ଷଟି ହେଉଛି ମହତ୍ୱପୂର୍ଣ୍ଣ  । ଏକବିଂଶ ଶତାବ୍ଦୀରେ ଜନ୍ମ ହୋଇଥିବା ଯୁବକମାନଙ୍କ ପାଇଁ, ଏ ବର୍ଷ ସେମାନଙ୍କ ଜୀବନ ପାଇଁ ହେଉଛି ନିର୍ଣ୍ଣାୟକ ବର୍ଷ । ସେମାନେ ଯେବେ 18 ବର୍ଷର ହେବେ, ସେମାନେ ଏକବିଂଶ ଶତାବ୍ଦୀର ଭାଗ୍ୟ ବିଧାତା ହେବାକୁ ଯାଉଛନ୍ତି । ଏକବିଂଶ ଶତାବ୍ଦୀର ଭାଗ୍ୟ ଏହି ଯୁବକମାନେ ତିଆରି କରିବେ ଯେଉଁମାନଙ୍କର ଜନ୍ମ ଏକବିଂଶ ଶତାବ୍ଦୀରେ ହୋଇଛି, ଆଉ ଏବେ 18 ବର୍ଷ ହେବାକୁ ଯାଉଛି । ମୁଁ ସେହି ସମସ୍ତ ଯୁବକମାନଙ୍କୁ ହୃଦୟର ସହିତ ବହୁତ-ବହୁତ ସ୍ୱାଗତ କରୁଛି, ସମ୍ମାନ କରୁଛି ଆଉ ସେମାନଙ୍କୁ ଅଭିନନ୍ଦନ ଜଣାଉଛି କି ଆସନ୍ତୁ, ଆପଣ ଏବେ 18 ବର୍ଷରେ ପାଦଦେଇ ଆସି ଠିଆ ହୋଇଛନ୍ତି । ଦେଶର ଭାଗ୍ୟ ନିର୍ମାଣ କରିବା ପାଇଁ ଆପଣଙ୍କୁ ସୁଯୋଗ ମିଳୁଛି । ଆପଣ ଦେଶର ବିକାଶ ଯାତ୍ରାରେ ବହୁତ ଦ୍ରୁତଗତିରେ ଭାଗିଦାର ହୁଅନ୍ତୁ, ଦେଶ ଆପଣଙ୍କୁ ନିମନ୍ତ୍ରଣ ଦେଉଛି ।

ମୋର ପ୍ରିୟ ଦେଶବାସୀଗଣ,

ଯେବେ କୁରୁକ୍ଷେତ୍ର ଯୁଦ୍ଧରେ, ମୈଦାନରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନ ପଚାରିଥିଲେ, ସେତେବେଳେ କୃଷ୍ଣ ଅର୍ଜୁନଙ୍କୁ କହିଥିଲେ, ମନର ଭାବ ଯେଭଳି ହୋଇଥାଏ ସେହିଭଳି କାର୍ଯ୍ୟର ପରିଣାମ ହୋଇଥାଏ । ଆଉ ସେ କହିଛନ୍ତି, ମନୁଷ୍ୟ ଯେଉଁ କଥା ଉପରେ ବିଶ୍ୱାସ କରିଥାଏ, ତାହାର ମଧ୍ୟ ପରିଣାମ ସେହିଭଳି ଦୃଷ୍ଟିକୁ ଆସିଥାଏ, ସେହି ଦିଗ ତାକୁ ଦୃଷ୍ଟି ଗୋଚର ହୋଇଥାଏ । ଆମ ପାଇଁ ମଧ୍ୟ ଯଦି ମନର ବିଶ୍ୱାସ ଦୃଢ଼ ହେବ, ଉଜ୍ଜ୍ୱଳ ଭାରତ ପାଇଁ ଆମେ ସଂକଳ୍ପବଦ୍ଧ ହେବା, ତ ମୁଁ ମାନୁ ନାହିଁ କି ଆମେ ଆଗରୁ ଯେଉଁ ବାରମ୍ବାର ନିରାଶା ଦ୍ୱାରା ଲାଳିତ-ପାଳିତ ହୋଇଛୁ, ଏବେ ଆମକୁ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିବାର ଅଛି; ଆମକୁ ନିରାଶାକୁ ଛାଡ଼ିବାକୁ ହେବ ।

ଚାଲୁଅଛି! ଏହା ତ ଠିକ୍ ଅଛି! ଆରେ ଚାଲିବାକୁ ଦିଅ ! ମୁଁ ଭାବୁଛି, ଚାଲୁଥିବାର ଯୁଗ ଚାଲିଗଲା, ଏବେ ତ ଏହି ସ୍ୱର ଉଠୁଛି କି ବଦଳିଛି, ବଦଳୁଅଛି, ବଦଳି ପାରିବ; ଏହି ବିଶ୍ୱାସ ଆମ ଭିତରେ ରହିବ, ତ ଆମେ ମଧ୍ୟ ସେହି ବିଶ୍ୱାସ ଅନୁସାରେ … ସାଧକ ହେଉ, ସାଧନ ହେଉ, ସାମର୍ଥ୍ୟ ହେଉ, ସଂସାଧନ ହେଉ, କିନ୍ତୁ ଯେବେ ଏହି ତ୍ୟାଗ ଆଉ ତପସ୍ୟା ସହିତ ଯୋଡି ହୋଇ ଯାଏ, କିଛି କରିବା ଲକ୍ଷ୍ୟ ସ୍ଥିର ହୋଇଯାଏ; ତ ନିଜକୁ ନିଜେ ବହୁତ ବଡ଼ ପରିବର୍ତ୍ତନ ଆସିଥାଏ ଆଉ ସଂକଳ୍ପ ସିଦ୍ଧିରେ ପରିବର୍ତ୍ତିତ ହୋଇଯାଇଥାଏ ।

ଭାଇ ଓ ଭଉଣୀମାନେ,

ସ୍ୱାଧୀନ ଭାରତରେ, ପ୍ରତ୍ୟେକ ଦେଶବାସୀଙ୍କ ହୃଦୟରେ ଦେଶର ରକ୍ଷା-ସୁରକ୍ଷା ହେଉଛି ଏକ ବହୁତ ବଡ଼ ସ୍ୱାଭାବିକ କଥା । ଆମ ଦେଶ, ଆମ ସେନା ବାହିନୀ, ଆମର ବୀର ପୁରୁଷ, ସମସ୍ତ ସଂଗଠିତ, କିଏ ମଧ୍ୟ ହୁଅନ୍ତୁ, କେବଳ ସ୍ଥଳ ବାହିନୀ, ଆକାଶ ବାହିନୀ, ନୌ-ବାହିନୀ ନୁହେଁ, ସମଗ୍ର ସଂଗଠିତ ସୈନିକ, ଯେତେବେଳେ ସୁଯୋଗ ଆସିଛି; ନିଜ କର୍ତ୍ତବ୍ୟ ଦେଖାଇଛନ୍ତି, ବଳିଦାନର ପରାକାଷ୍ଠା କରିବାରେ ଆମର ଏହି ବୀର କେବେ ପଛଘୁଂଚା ଦେଇ ନାହାନ୍ତି । ବାମପନ୍ଥୀ ଉଗ୍ରବାଦ ହେଉ, ଆତଙ୍କବାଦ ହେଉ, ଅନୁପ୍ରବେଶକାରୀ ହୁଅନ୍ତୁ, ଆମ ଭିତରେ ସମସ୍ୟା ସୃଷ୍ଟି କରିବାବାଲା ତତ୍ୱ ହୁଅନ୍ତୁ, ଏହି ସଂଗଠିତ ହୋଇ ରହିଲାବାଲା ଲୋକ ବଳିଦାନର ପରାକାଷ୍ଠା ଦେଖାଇଛନ୍ତି । ଆଉ ଯେବେ ସର୍ଜିକାଲ ଷ୍ଟ୍ରାଇକ ହେଲା, ଦୁନିଆ ଆମକୁ ସଠିକ ଭାବେ ସ୍ୱୀକାର କଲା, ଆମ ଲୋକଙ୍କର ଶକ୍ତିକୁ ସ୍ୱୀକାର କଲା ।

ମୋର ପ୍ରିୟ ଦେଶବାସୀଗଣ,

ଏହା ସ୍ପଷ୍ଟ ଯେ, ଦେଶର ସୁରକ୍ଷା ହେଉଛି ଆମର ପ୍ରାଥମିକତା, ଆଭ୍ୟନ୍ତରିଣ ସୁରକ୍ଷା ହେଉଛି ଆମର ପ୍ରାଥମିକତା । ସମୁଦ୍ର ହେଉ ବା ସୀମା ହେଉ, ସାଇବର ହେଉ ବା ମହାକାଶ, ସମସ୍ତ ପ୍ରକାରର ସୁରକ୍ଷା ପାଇଁ ଭାରତ ହେଉଛି ନିଜକୁ ନିଜେ ସାମର୍ଥ୍ୟବାନ ଆଉ ଦେଶ ବିରୁଦ୍ଧରେ କିଛି ହେଲେ ମଧ୍ୟ କରିବା ପାଇଁ ଦୃଢ଼ ଇଚ୍ଛାଶକ୍ତି ଆଣିବାରେ ଆମେ ହେଉଛୁ ଶକ୍ତିଶାଳୀ ।

ମୋର ପ୍ରିୟ ଦେଶବାସୀଗଣ,

ଗରିବମାନଙ୍କୁ ଲୁଟି ସିନ୍ଧୁକ ଭରୁ ଥିବା ଲୋକ ଆଜି ମଧ୍ୟ ନିଶ୍ଚିତ ହୋଇ ଶୋଇ ପାରୁ ନାହାଁନ୍ତି ଆଉ ଏହା ଦ୍ୱାରା ପରିଶ୍ରମୀ ଆଉ ସଚ୍ଚୋଟ ବ୍ୟକ୍ତିଙ୍କ ଭରସା ବଢ଼ିଥାଏ । ସଚ୍ଚୋଟ ଲୋକଙ୍କୁ ଲାଗୁଛି କି ହଁ, ଏବେ ମୁଁ ସଚ୍ଚୋଟତାର ରାସ୍ତାରେ ଚାଲିବି ତ ମୋ ସଚ୍ଚୋଟତାର କୌଣସି ମୂଲ୍ୟ ମଧ୍ୟ ଅଛି । ଆଜି ପରିବେଶ ସୃଷ୍ଟି ହୋଇଛି କି ସଚ୍ଚୋଟତାର ମହୋତ୍ସବ ପାଳନ କରାଯାଉଛି, ସଚ୍ଚୋଟତାର ଉତ୍ସବ ପାଳନ କରାଯାଉଛି ଆଉ ବେଇମାନୀ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ବଞ୍ଚି ନାହିଁ । ଏହି କାମ ଏକ ନୂଆ ଭରସା ଦେଇଛି ।

ବେନାମୀ ସଂପତ୍ତି ରଖିଲା ବାଲା, କେତେ ବର୍ଷ ପର୍ଯ୍ୟନ୍ତ ଆଇନ ଅଟକି ରହିଥିଲା । ଏବେ-ଏବେ ତ ଆମେ ବିଧିବଦ୍ଧ ଭାବେ ଆଇନ ବ୍ୟବସ୍ଥା ଆଗକୁ ବଢ଼ାଇଲେ । ଏତେ କମ ସମୟରେ 800 କୋଟି ଟଙ୍କାରୁ ଅଧିକ ବେନାମୀ ସମ୍ପତ୍ତି ସରକାର ଜବତ କରି ନେଇଛନ୍ତି । ଯେତେବେଳେ ଏହି ଜିନିଷ ହୋଇଥାଏ ସେତେବେଳେ ସାଧାରଣ ମଣିଷର ମନରେ ଏକ ବିଶ୍ୱାସ ସୃଷ୍ଟି ହୋଇଥାଏ କି ଏହି ଦେଶ ହେଉଛି ସଚ୍ଚୋଟ ଲୋକଙ୍କ ପାଇଁ  ।

30-40 ବର୍ଷ ହେବ ଆମ ସୈନିକ ମାନଙ୍କ ପାଇଁ “ଏକ ରେଙ୍କ – ଏକ ପେନସନ୍” ବିଷୟ ଅଟକି ରହିଥିଲା । ଯେତେବେଳେ “ଏକ ରେଙ୍କ – ଏକ ପେନସନ୍”ର ଅଟକି ରହିଥିବା ବିଷୟ, ସରକାର ତାକୁ ପୂରଣ କରନ୍ତି । ଆମର ସୈନିକ ମାନଙ୍କର ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବା ଦିଗରେ ସଠିକ ପଦକ୍ଷେପ ଉଠାନ୍ତି, ତ ଦେଶ ପାଇଁ ପ୍ରାଣବଳୀ ଦେବାର ଶକ୍ତି ତାଙ୍କ ଆହୁରି ବଢ଼ିଯାଏ ।

ଦେଶରେ ଅନେକ ରାଜ୍ୟ ଅଛି, କେନ୍ଦ୍ର ସରକାର ଅଛନ୍ତି । ଆମେ ଦେଖିଲୁ କି ଜିଏସଟି ଦ୍ୱାରା ଦେଶରେ ସହଭାଗୀ ସଙ୍ଘିୟ ବ୍ୟବସ୍ଥା, ପ୍ରତିଯୋଗୀତାମୂଳକ ସହଭାଗୀ ସଙ୍ଘିୟ ବ୍ୟବସ୍ଥାକୁ ଏକ ନୂଆ ଶକ୍ତି ଦେଇଛି, ଏକ ନୂଆ ପରିଣାମ ଦୃଷ୍ଟିକୁ ଆସିଛି । ଆଉ ଯେଉଁ ପ୍ରକାରରେ ଜିଏସଟି ସଫଳ ହୋଇଛି, କୋଟି-କୋଟି ଘଣ୍ଟା ମାନବ ଶ୍ରମ ସମୟ ତାହା ପଛରେ ଲାଗିଛି । ଟେକ୍ନୋଲଜିରେ ଯାଦୁକରୀ ଶକ୍ତି ଅଛି, ବିଶ୍ୱର ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି ଆମେ କମ ସମୟରେ ଏତେ ବଡ଼ ଦେଶରେ ଜିଏସଟି ଲାଗୁ କରିବା, ଏହା ନିଜକୁ ନିଜେ ହିନ୍ଦୁସ୍ଥାନରେ କେତେ ସାମର୍ଥ୍ୟ ଅଛି, ଦେଶର ପ୍ରତ୍ୟେକ ପିଢିଙ୍କ ଠାରେ ଏକ ବୃହତ ବିଶ୍ୱାସ ଜାଗ୍ରତ କରାଇବାରେ କାମରେ ଆସିଛି ।

ନୂତନ ବ୍ୟବସ୍ଥା ଜନ୍ମ ନିଏ । ଆଜି ଦୁଇ ଗୁଣ ବେଗରେ ସଡ଼କ ତିଆରି ହେଉଛି, ଆଜି ଦୁଇ ଗୁଣ ବେଗରେ ରେଳ ଲାଇନ୍ ବିଛି ଯାଉଛି, ଆଜି 14ହଜାରରୁ ଅଧିକ ଗାଁ, ଯାହା ସ୍ୱାଧୀନତା ପରେ ମଧ୍ୟ ଅନ୍ଧକାରରେ ପଡ଼ି ରହିଥିଲା ସେଠାକୁ ବିଜୁଳି ପହଁଚାଯାଇଛି ଆଉ ଦେଶ ଆଲୋକ ପଥରେ ଅଗ୍ରସର ହେଉଛି ତାହା ଆମେ ସ୍ପଷ୍ଟ ଦେଖିପାରୁଛୁ – 29 କୋଟି ଗରିବ ଲୋକଙ୍କର ଯେବେ ବ୍ୟାଙ୍କ ଖାତା ଖୋଲି ଥାଏ, କୃଷକଙ୍କର 9 କୋଟରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ବାହାରିଥାଏ, ଅଢ଼େଇ କୋଟିରୁ ଅଧିକ ଗରିବ ମାଆ-ଭଉଣୀଙ୍କୁ କାଠ ଚୂଲିରୁ ମୁକ୍ତି ମିଳି, ଗ୍ୟାସ ଚୂଲା ମିଳିଥାଏ । ଗରିବ ଆଦିବାସୀଙ୍କର ଇଚ୍ଛାଶକ୍ତି ଦୃଢ଼ ହୋଇଯାଏ । ଗରିବ ବ୍ୟକ୍ତି ମୁଖ୍ୟ ଧାରାରେ ଯୋଡ଼ି ହୋଇଯାଏ ଆଉ ଦେଶ ପ୍ରଗତି ପଥରେ ଆଗକୁ ବଢ଼ି ଚାଲିଛି ।

ଯୁବକମାନଙ୍କୁ ବିନା ଗ୍ୟାରେଂଟିରେ ସ୍ୱରୋଜଗାର ପାଇଁ ଆଠ କୋଟିରୁ ଅଧିକ ଟଙ୍କାର ଋଣ ସ୍ୱୀକୃତି ମିଳିଥାଏ । ବ୍ୟାଙ୍କରୁ ମିଳୁଥିବା ଋଣରେ ସୁଧ ଦର କମ ହୋଇଥାଏ । ଦରବୃଦ୍ଧି ଉପରେ ନିୟନ୍ତ୍ରଣ ଆସିଥାଏ । ମଧ୍ୟମ ବର୍ଗର ମଣିଷ ଯଦି ନିଜର ଘର ତିଆରି କରିବାକୁ ଚାହୁଁଥାଏ ତ ତାକୁ ଘର ତିଆରି କରିବା ପାଇଁ କମ ସୁଧରେ ଅର୍ଥ ଯୋଗାଇ ଦିଆଯାଏ । ତେବେ ଯାଇ ଦେଶ ପାଇଁ କିଛି କରିବା, ଦେଶ ଆଗକୁ ବଢ଼ିବ, ଏହି ବିଶ୍ୱାସର ସହିତ ଦେଶର ଜନ ସାଧାରଣ ଯୋଡ଼ି ହୋଇ ରହିଥାଆନ୍ତି ।

ସମୟ ବଦଳି ଯାଇଛି । ଆଜି ସରକାର ଯାହା କହୁଛନ୍ତି ତାକୁ କରିବା ପାଇଁ ସଂକଳ୍ପବଦ୍ଧ ଥିବା ଦେଖିବାକୁ ମିଳୁଛି । ଆମେ ଚାକିରି ପାଇଁ ସାକ୍ଷାତକାର ଅନ୍ତ କରିବା କଥା ହେଉ, ସେ ପ୍ରକ୍ରିୟା ଶେଷ କରିବାର କଥା ହେଉ ।

ଏକକ ଶ୍ରମିକ କ୍ଷେତ୍ରରେ ସାଧାରଣ ଛୋଟ ବ୍ୟବସାୟୀଙ୍କୁ 50-60 ଫର୍ମ ପୂରଣ କରିବାକୁ ପଡ଼ୁଥିଲା, ତାକୁ ଆମେ ହ୍ରାସ କରି ଖାଲି ପାଂଚଟି ଫର୍ମକୁ ନେଇ ଆସିଲୁ । କହିବାର ତାତ୍ପର୍ଯ୍ୟ ଏହା ଯେ ଅନେକଗୁଡ଼ିଏ ଉଦାହରଣ ଦେଇ ପାରିବି, କହିବାର ତାତ୍ପର୍ଯ୍ୟ ଏହା ଯେ ସୁଶାସନ, ଶାସନ ପ୍ରକ୍ରିୟାକୁ ସରଳ କରିବା, ସେ ଦିଗରେ ଗୁରୁତ୍ୱ ଦେବାର ପରିଣାମ ହେଉଛି କି ଆଜି ଦ୍ରୁତ ଗତି ଆସିଛି, ନିଷ୍ପତ୍ତି ନେବାରେ ଦ୍ରୁତ ଗତି ଆସିଛି । ଆଉ ଏଥିପାଇଁ ଶହେ ପଚିଶ କୋଟି ଦେଶବାସୀ ଏହି ବିଶ୍ୱାସକୁ ନେଇ ଆଗକୁ ବଢ଼ୁଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ,

ଆଜି ଭାରତର ଶାଖା ବିଶ୍ୱରେ ବଢ଼ୁଅଛି । ଆତଙ୍କବାଦ ବିରୁଦ୍ଧରେ ଯୁଦ୍ଧ, ମୋର ଦେଶବାସୀଗଣ ଆପଣଙ୍କୁ ଜାଣି ଖୁସୀ ହେବ ଯେ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଆଜି ଆମେ ଏକୁଟିଆ ନାହୁଁ । ଦୁନିଆର ଅନେକ ଦେଶ ଆମକୁ ସକ୍ରିୟତାର ସହ ସାହାଯ୍ୟ କରୁଛନ୍ତି । ହାୱାଲା କାରବାର ହେଉ, ତ ଦୁନିଆ ଆମକୁ ତଥ୍ୟ ଦେଉଛି । ଆତଙ୍କବାଦୀମାନଙ୍କ ଗତିବିଧି ସମ୍ବନ୍ଧରେ, ବିଶ୍ୱ ଆମକୁ ସୂଚନା ପ୍ରଦାନ କରୁଛି । ଆମେ ବିଶ୍ୱ ସହିତ କାନ୍ଧରେ କାନ୍ଧ ମିଳାଇ ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ଲଢ଼େଇ ଜାରି ରଖିଛୁ । ବିଶ୍ୱର ଯେଉଁ ଯେଉଁ ଦେଶ ଆମକୁ ଏହି କାମରେ ଭଲ ଭାବରେ ସାହାଯ୍ୟ କରୁଛନ୍ତି, ଭାରତର ଗୌରବ ବଢ଼ାଉଛନ୍ତି, ମୁଁ ସେମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ଆଉ ଏହି ବିଶ୍ୱରେ ଆମର ସମ୍ବନ୍ଧ ଭାରତର ଶାନ୍ତି ଏବଂ ସୁରକ୍ଷାରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଉଛି, ଏକ ନୂଆ ଗୁରୁତ୍ୱ ଦେଉଛନ୍ତି ।

ଜାମ୍ମୁ-କାଶ୍ମୀରର ବିକାଶ, ଜାମ୍ମୁ-କାଶ୍ମୀରର ଉନ୍ନତି, ଜାମ୍ମୁ-କାଶ୍ମୀରର ସାଧାରଣ ନାଗରିକଙ୍କ ସ୍ୱପ୍ନକୁ ପୂରଣ କରିବାର ପ୍ରୟାସ, ଏହି ଜାମ୍ମୁ-କାଶ୍ମୀରର ସରକାରଙ୍କ ସହିତ ଆମେ ଦେଶବାସୀଙ୍କର ମଧ୍ୟ ସଂକଳ୍ପ ହୋଇଛି । ପୁଣି ଥରେ ଏହି ସତବର୍ଗକୁ ଆମେ ଅନୁଭବ କରିବା, ସେହି ସ୍ଥିତିକୁ ଆଣିବା ପାଇଁ ଆମେ ପ୍ରତିବଦ୍ଧ, ଆମେ ସଂକଳ୍ପବଦ୍ଧ ଅଛୁ । ଆଉ ଏଥିପାଇଁ ମୁଁ କହିବାକୁ ଚାହୁଁଛି କାଶ୍ମୀର ଭିତରେ ଯାହା କିଛି ମଧ୍ୟ ହେଉଛି, ବୟାନବାଜୀ ମଧ୍ୟ ବହୁତ ହେଉଛି, ଆକ୍ଷେପ ପ୍ରତି-ଆକ୍ଷେପ ମଧ୍ୟ ବହୁତ ହେଉଛି, ଜଣେ ଅନ୍ୟ ଜଣକୁ ଗାଳି ଦେବାରେ ସମସ୍ତେ ଲାଗିରହିଛନ୍ତି, କିନ୍ତୁ ଭାଇ ଓ ଭଉଣୀମାନେ, ମୁଁ ସ୍ପଷ୍ଟ ଭାବରେ ମାନୁଛି କି କାଶ୍ମୀରରେ ଯାହା କିଛି ଘଟଣା ଘଟୁଛି, ବିଛିନ୍ନତାବାଦୀ, ହାତଗଣତି ବିଛିନ୍ନତାବାଦୀ, ଏହି ବିଛିନ୍ନତାବାଦୀ ଯେଉଁଭଳି ଭାବେ ନୂଆ ନୂଆ କୌଶଳ ରଚନା କରି ଚାଲିଛନ୍ତି, କିନ୍ତୁ ସେହି ଲଢ଼େଇକୁ ଜିତିବା ପାଇଁ ମୋର ଚିନ୍ତାଧାରା ସ୍ପଷ୍ଟ ଅଛି । ନା ଗାଳିରେ ସମସ୍ୟାର ସମାଧାନ ହେବାର ଅଛିନା ଗୁଳିରେ ସମସ୍ୟା ସମାଧାନ ହେବାର ଅଛିସମସ୍ୟା ସମାଧାନ ହେବ ପ୍ରତ୍ୟେକ କାଶ୍ମୀରୀଙ୍କୁ କୋଳାଗ୍ରତ କରି ସମାଧାନ କରିବାର ଅଛି । ଆଉ ଶହେ ପଚିଶ କୋଟି ଦେଶବାସୀ ଏହି ପରମ୍ପରାରେ ଲାଳିତ-ପାଳିତ ହୋଇଛନ୍ତି ଆଉ ଏଥିପାଇଁ ନା ଗାଳିରେନା ଗୁଳିରେପରିବର୍ତ୍ତନ ହେବ କୋଳାଗ୍ରତ କରି ଆଉ ସେହି ସଂକଳ୍ପକୁ ନେଇ କରି ଆମେ ଆଗକୁ ବଢ଼ୁଛୁ । 

ଆତଙ୍କବାଦ ବିରୁଦ୍ଧରେ କୌଣସି ପ୍ରକାରର ନରମ ମନୋଭାବ ପୋଷଣ କରାଯିବ ନାହିଁ । ଆତଙ୍କବାଦୀମାନଙ୍କୁ ଆମେ ବାରମ୍ବାର କହିଛୁ କି ଆପଣ ମୁଖ୍ୟଧାରାକୁ ଆସନ୍ତୁ, ଭାରତର ଗଣତନ୍ତ୍ରରେ ଆପଣଙ୍କୁ କଥା ହେବା ପାଇଁ ସଂପୂର୍ଣ୍ଣ ଅଧିକାର ଅଛି, ପୂରା ବ୍ୟବସ୍ଥା ଅଛି । ଆଉ ମୁଖ୍ୟ ଧାରା ହିଁ ହେଉଛି ଯାହା ଯେ କୌଣସି ବ୍ୟକ୍ତିର ଜୀବନରେ ଉର୍ଜ୍ଜା ଭରି ଦେଇଥାଏ ।

ଆଉ ଏଥିପାଇଁ ମୁଁ ଖୁସୀ ଯେ ଆମ ସୁରକ୍ଷା ବଳର ପ୍ରୟାସରେ ବାମପନ୍ଥୀ ଉଗ୍ରବାଦ ଅଂଚଳରେ ବହୁତ ବଡ଼ ସଂଖ୍ୟାରେ ଯୁବକମାନେ ଫେରି ଆସି ଆତ୍ମ ସମର୍ପଣ କରି ମୁଖ୍ୟ ଧାରାରେ ଆସିବା ଦିଗରେ ସେମାନେ ପ୍ରୟାସ ଜାରି ରଖିଛନ୍ତି ।

ସୀମା ସୁରକ୍ଷା ପାଇଁ ଆମର ଜବାନ ମୁତୟନ ହୋଇଛନ୍ତି । ମୁଁ ଖୁସି ଯେ, ଆଜି ଭାରତ ସରକାର ଏମିତି ଏକ ୱେବସାଇଟ ଶୁଭାରମ୍ଭ କରୁଛନ୍ତି, ଯେଉଁମାନେ ବୀରତା ପୁରସ୍କାର ବିଜେତା, ଆମ ଦେଶ ପାଇଁ ଗୌରବ ଆଣିଥିବା ଲୋକ ଅଛନ୍ତି, ସେମାନଙ୍କର ସଂପୂର୍ଣ୍ଣ ସୂଚନା ସହିତ ଆଜି ଆଜି ଏକ ବୀରତା ପୁରସ୍କାର ବିଜୟୀ ହେଲାବାଲାଙ୍କ ଉପରେ ଆଧାରିତ ଏକ ପୋର୍ଟାଲ ମଧ୍ୟ ଆରମ୍ଭ କରାଯାଉଛି, ଯେଉଁଥିରେ ଦେଶର ନୂଆ ପିଢିଙ୍କୁ ଆମର ଏହି ବୀର ବଳିଦାନକାରୀଙ୍କ ବିଷୟରେ ବହୁତ କିଛି ସୂଚନା ପାଇପାରିବେ ।

ଟେକ୍ନୋଲଜିର ସହାୟତାରେ,ଦେଶରେ ସଚ୍ଚୋଟତାକୁ ଗୁରୁତ୍ୱ ଦେବା ପାଇଁ ଆମ୍ଭେମାନେ ଭରପୁର ପ୍ରୟାସ ରହିଛି । କଳାଧନ ବିରୁଦ୍ଧରେ ଆମର ଲଢ଼େଇ ଜାରି ରହିବ । ଭ୍ରଷ୍ଟାଚାର ବିରୁଦ୍ଧରେ ଆମର ଲଢ଼େଇ ଜାରି ରହିବ । ଆଉ ଆମେ ଧୀରେ ଧୀରେ ଟେକ୍ନୋଲଜିର ପ୍ରୟୋଗ କରି ଆଧାର ବ୍ୟବସ୍ଥାକୁ ଯୋଡି, ସ୍ୱଚ୍ଛତା ଆଣିବା ଦିଗରେ ଅନେକ ବିଧିବଦ୍ଧ ସଫଳ ପ୍ରୟାସ କରିଛୁ ଆଉ ଦୁନିଆର ଅନେକ ଲୋକ ଭାରତର ଏହି ମଡେଲକୁ ନେଇ ଚର୍ଚ୍ଚା କରୁଛନ୍ତି ଆଉ ତାହାର ଅଧ୍ୟୟନ ମଧ୍ୟ କରୁଛନ୍ତି ।

ସରକାରରେ ମଧ୍ୟ କ୍ରୟ କରିବାବାଲା ଏବେ ଏକ ଛୋଟ ବ୍ୟକ୍ତି ହଜାର ହଜାର କିଲୋମିଟର ଦୁରରେ ଗାଁରେ ବସି ଥିବା ବ୍ୟକ୍ତି ମଧ୍ୟ ସରକାରଙ୍କୁ ନିଜ ଜିନିଷ ଯୋଗାଇ ପାରିବ, ନିଜ ଉତ୍ପାଦ ଯୋଗାଇ ପାରିବ । ତାକୁ ବଡ଼ ଲୋକଙ୍କର ଆବଶ୍ୟକତା ନାହିଁ, ମଧ୍ୟସ୍ଥିର ଆବଶ୍ୟକତା ନାହିଁ । ଜିଇଏମ୍ ନାମରେ ଏକ ପୋର୍ଟାଲ ତିଆରି କରାଯାଇଛି, ଜିଇଏମ୍ ଦ୍ୱାରା ସରକାର ସଂଗ୍ରହ କରୁଛନ୍ତି । ବହୁତ ବଡ଼ ମାତ୍ରାରେ ସ୍ୱଚ୍ଛତା ଆଣିବାରେ ସଫଳତା ମିଳିଛି ।

ଭାଇ ଓ ଭଉଣୀମାନେ,

ସରକାରୀ ଯୋଜନାର ଗତି ବଢିଛି । ଯେବେ ସରକାର, କୌଣସି କାମରେ ବିଳମ୍ବ ହୋଇଥାଏ, ତ ଖାଲି ସେହି ପ୍ରକଳ୍ପ ବିଳମ୍ବ ହୋଇ ନ ଥାଏ । ତାହା କେବଳ ଅର୍ଥ ଖର୍ଚ୍ଚ ସହିତ ଯୋଡି ହୋଇଥିବା ବିଷୟ ହୋଇ ନ ଥାଏ । ଯେବେ କୌଣସି  ମଧ୍ୟ କାମ ଅଟକି ଯାଇଥାଏ, ରହିଯାଏ ତ ସବୁଠାରୁ ଅଧିକ କ୍ଷତି ମୋର ଗରିବ ପରିବାରଙ୍କୁ ହୁଏ । ମୋର ଭାଇ ଓ ଭଉଣୀଙ୍କୁ ହୋଇଥାଏ ।

ଆମେ ନଅ ମାସ ମଧ୍ୟରେ ମଙ୍ଗଳଯାନ ପହଂଚାଇ ପାରୁଛୁ । ଏହା ହେଉଛି ଆମର ସାମର୍ଥ୍ୟ । ନଅ ମାସ ମଧ୍ୟରେ ଏଠାରୁ ମଙ୍ଗଳଯାନ ପହଂଚି ପାରୁଛି ।

କିନ୍ତୁ ମୁଁ ଥରେ ସରକାରଙ୍କ କାମର ହିସାବ କିତାବ ସବୁ ମାସରେ ନେଉଛି । ଥରେ ଏଭଳି କଥା ମୋ ଦୃଷ୍ଟିକୁ ଆସିଲା, 42 ବର୍ଷର ପୁରୁଣା ଏକ ପ୍ରକଳ୍ପ, 70 -72 କିଲୋମିଟରର ରେଳ ପ୍ରକଳ୍ପ, 42 ବର୍ଷ ଧରି ଅଟକି ପଡି ରହିଥିଲା । ଭାଇ ଭଉଣୀମାନେ ନଅ ମାସରେ ମଙ୍ଗଳଯାନ ପହଂଚାଇବାର ସାମର୍ଥ୍ୟ ରଖୁଥିବା ମୋର ଦେଶ 42 ବର୍ଷ ଧରି 70-72କିଲୋମିଟରର ଏକ ରେଳ ଧାରଣା ବିଛାଇ ନ ପାରିଲେ ତ ଗରିବର ମନରେ ପ୍ରଶ୍ନ ଉଠେ ଯେ ମୋ ଦେଶର କ’ଣ ହେବ? ଆଉ ଏଭଳି ଜିନିଷ ଗୁଡ଼ିକ ଉପରେ ଆମେ ଧ୍ୟାନ ଦେଇଛୁ । ଏଗୁଡିକରେ ପରିବର୍ତ୍ତନ ଆଣିବା ପାଇଁ ଆମେ ନୂଆ ନୂଆ ଟେକ୍ନୋଲଜି, ଜିଓ-ଟେକ୍ନୋଲଜିର ବିଷୟ ହେଉ, ମହାକାଶ-ଟେକ୍ନୋଲଜିର ବିଷୟ ହେଉ , ସମସ୍ତ ଜିନିଷକୁ ଯୋଡି ଆମେ ସେଥିରେ ପରିବର୍ତ୍ତନ ଆଣିବାର ପ୍ରୟାସ କରିଛୁ ।

ଆପଣ ଦେଖିଥିବେ ଗୋଟିଏ ସମୟ ଥିଲା ଯେତେବେଳେ ୟୁରିଆ ପାଇଁ ରାଜ୍ୟ ଆଉ କେନ୍ଦ୍ର ମଧ୍ୟରେ ବିବାଦ ଚାଲୁଥିଲା । କିରୋସିନ ପାଇଁ ରାଜ୍ୟ ଆଉ କେନ୍ଦ୍ର ମଧ୍ୟରେ ବିବାଦ ଚାଲୁଥିଲା । ଏକ ଏଭଳି ପରିବେଶ ଥିଲା, ଯେପରି କେନ୍ଦ୍ର ହେଉଛି ବଡ଼ ଭାଇ, ରାଜ୍ୟ ହେଉଛି ସାନ ଭାଇ । ଆମେ ପ୍ରଥମ ଦିନରୁ ଯେଉଁ ଦିଗରେ କାମ କଲୁ, କାରଣ ଦୀର୍ଘ ସମୟ ଧରି ମୁଁ ମୁଖ୍ୟମନ୍ତ୍ରୀ ଥିଲି, ଏଥିପାଇଁ ମତେ ଜଣା ଅଛି କି, ଦେଶର ବିକାଶରେ ରାଜ୍ୟ ଗୁଡିକର ଗୁରୁତ୍ୱ କେତେ । ମୁଖ୍ୟମନ୍ତ୍ରୀ ମାନଙ୍କର ମହତ୍ୱ କେତେ, ରାଜ୍ୟ ସରକାରଙ୍କର ମହତ୍ୱ କେତେ, ଏହାକୁ ମୁଁ ଭଲଭାବରେ ବୁଝିଛି ଆଉ ଏଥିପାଇଁ ସହଭାଗୀ ସଂଘୀୟ ବ୍ୟବସ୍ଥା ଆଉ ଏବେ ପ୍ରତିଯୋଗିତାମୂଳକ ସହଭାଗୀ ସଂଘୀୟ ବ୍ୟବସ୍ଥା ତାହା ଉପରେ ଆମେ ଗୁରୁତ୍ୱ ଦେଇଛୁ । ଆଉ ଆପଣମାନେ ଦେଖିଥିବେ ଯେ ଆଜି ମିଳିମିଶି ସମସ୍ତ ନିର୍ଣ୍ଣୟ, ଆମେ ମିଳିମିଶି କରୁଛୁ ।

ଆପଣମାନଙ୍କର ମନେ ଥିବ ଏହି ଲାଲକିଲ୍ଲାର ପ୍ରାଚୀରରୁ ଥରେ ଦେଶର ରାଜ୍ୟଗୁଡିକର ବିଜୁଳି କଂପାନୀମାନଙ୍କର ଦୁର୍ଦ୍ଦଶା ବିଷୟରେ ଜଣେ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଥିଲେ । ଲାଲକିଲ୍ଲାରୁ ଚିନ୍ତା ବ୍ୟକ୍ତ କରିବାକୁ ପଡ଼ିଥିଲା । ଆଜି ଆମେ ରାଜ୍ୟଗଡ଼ିକୁ ସାଙ୍ଗରେ ନେଇ ଉଦୟ ଯୋଜନା ଦ୍ୱାରା ରାଜ୍ୟଗୁଡିକୁ ଶକ୍ତି ଦେଇ ସେହି ବିଜୁଳି କାରାଖାନା ଗୁଡିକର କାରବାରରେ ଏହି ସମସ୍ୟା ଥିଲା, ତାହାର ସମାଧାନର କାମ ମିଳିମିଶି କଲୁ, ଏହା ସଂଘୀୟ ବ୍ୟବସ୍ଥାର ବହୁତ ବଡ଼ ପ୍ରମାଣ ।

ଜିଏସଟି ସହିତ ସ୍ମାର୍ଟ ସିଟିର ନିର୍ମାଣର କଥା ହେଉ, ସ୍ୱଚ୍ଛତାର ଅଭିଯାନ ହେଉ, ଶୌଚାଳୟର ଚର୍ଚ୍ଚା ହେଉ, ସହଜରେ ବ୍ୟବସାୟ କରିବାର କଥା ହେଉ, ଏହି ସମସ୍ତ ବିଷୟ ହେଉଛି ଏହିଭଳି ଯେ, ଆମ ଦେଶର ସମସ୍ତ ରାଜ୍ୟ କାନ୍ଧରେ କାନ୍ଧ ମିଶାଇ ଆଜି ଭାରତ ସହିତ ଭାରତ ସରକାର, କାନ୍ଧରେ କାନ୍ଧ ମିଶାଇ ଚାଲିବାରେ ବହୁତ ସଫଳ ହୋଇଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ,

ନିଉ ଇଣ୍ଡିଆ ହେଉଛି ଆମର ସବୁଠାରୁ ବଡ଼ ଶକ୍ତି, ହେଉଛି ଗଣତନ୍ତ୍ର । କିନ୍ତୁ ଆମେ ଜାଣୁଛୁ ଯେ ଆମେ ଗଣତନ୍ତ୍ରକୁ ମତ-ପତ୍ର ମଧ୍ୟରେ ସିମୀତ କରିଦେଇଛୁ । ଗଣତନ୍ତ୍ର ମତ-ପତ୍ର ମଧ୍ୟରେ ସିମୀତ ହୋଇ ନ ପାରେ । ଆଉ ଏଥିପାଇଁ ଆମେ ନିଉ ଇଣ୍ଡିଆରେ ସେହି ଗଣତନ୍ତ୍ର ଉପରେ ଗୁରୁତ୍ୱ ଦେବାକୁ ଚାହୁଁଛୁ, ଯେଉଁଥିରେ ତନ୍ତ୍ରରୁ ଲୋକ ନୁହେଁ କିନ୍ତୁ ଲୋକଙ୍କ ଦ୍ୱାରା ତନ୍ତ୍ର ଚାଲୁ, ଏଭଳି ଗଣତନ୍ତ୍ର ନିଉ ଇଣ୍ଡିଆର ପରିଚୟ ହେଉ, ସେହି ଦିଗରେ ଆମେ ଯିବାକୁ ଚାହୁଁଛୁ ।

ଲୋକମାନ୍ୟ ତିଳକ ମହାଶୟ କହିଥିଲେ, ସ୍ୱରାଜ୍ୟ ହେଉଛି ମୋର ଜନ୍ମସିଦ୍ଧ ଅଧିକାର । ସ୍ୱାଧୀନ ଭାରତରେ ଆମ ସମସ୍ତଙ୍କର ମନ୍ତ୍ର ହେବା ଦରକାର ସୁରାଜ୍ୟ ହେଉଛି ମୋର ଜନ୍ମ ସିଦ୍ଧ ଅଧିକାର । ସୁରାଜ୍ୟ ଆମ ସମସ୍ତଙ୍କର ଦାୟିତ୍ୱ ହେବା ଆବଶ୍ୟକ । ନାଗରିକକୁ ନିଜର ଦାୟିତ୍ୱ ତୁଲାଇବା ଦରକାର, ସରକାର ନିଜର ଦାୟିତ୍ୱ ତୁଲାଇବା ଦରକାର ।

ସ୍ୱରାଜରୁ ସୁରାଜ୍ୟ ଆଡ଼କୁ ଯେବେ ଚାଲିବାର ଅଛି ତ ଦେଶବାସୀ ପଛରେ ରହନ୍ତି ନାହିଁ । ଯେବେ ମୁଁ ଗ୍ୟାସ ରିହାତି ଛାଡ଼ିବା ପାଇଁ କହିଲି, ଦେଶ ଆଗକୁ ଆସିଲା । ସ୍ୱଚ୍ଛତାର କଥା କହିଲି, ଆଜି ମଧ୍ୟ ହିନ୍ଦୁସ୍ଥାନର ପ୍ରତିଟି  କୋଣରେ କେହି ନା କେହି ସ୍ୱଚ୍ଛତାର ଅଭିଯାନକୁ ଆଗକୁ ବଢ଼ାଉଛନ୍ତି । ଯେବେ ବିମୁଦ୍ରୀକରଣର କଥା ଆସିଲା ଦୁନିଆକୁ ଆଶ୍ଚର୍ଯ୍ୟ ଲାଗିଥିଲା, ଏପରିକି ଲୋକ କହୁଥିଲେ, ଏବେ ମୋଦୀ ଗଲା । କିନ୍ତୁ ବିମୁଦ୍ରୀକରଣରେ ଶହେ ପଚିଶ କୋଟି ଦେଶବାସୀ ଯେଉଁ ଧୈର୍ଯ୍ୟ ଦେଖାଇଲେ, ଯେଉଁ ବିଶ୍ୱାସ ଜଣାଇଲେ ଆଉ ତାହାର ପରିଣାମ ହେଉଛି କି ଆଜି ଭ୍ରଷ୍ଟାଚାର ବିରୁଦ୍ଧରେ ଅଙ୍କୁଶ ଲଗାଇବାରେ ଆମେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବାରେ ସଫଳ ହେଉଅଛୁ । ଆମ ଦେଶପାଇଁ ଏହି ନୂଆ ଜନ ଭାଗିଦାରୀର ପରମ୍ପରା … ଜନ ଭାଗିଦାରୀ ଦ୍ୱାରା ହିଁ ଦେଶକୁ ଆଗକୁ ବଢାଇବା ହେଉଛି ଆମର ପ୍ରୟାସ ।

ମୋର ପ୍ରିୟ ଦେଶବାସୀଗଣ,

ଲାଲ ବାହାଦୁର ଶାସ୍ତ୍ରୀ ଜୟ ଜବାନ ଜୟ କିଷାନର ମନ୍ତ୍ର ଦେଇଥିଲେ । ଆମ ଦେଶର କୃଷକ କେବେ ହେଲେ ପଛକୁ ଚାହିଁ ଦେଖିନାହିଁ, ଆଜି ରେକର୍ଡ଼ ପରିମାଣର ଫସଲ ଉତ୍ପାଦନ କରି ଆମ କୃଷକ ଦେଇଛି । ପ୍ରାକୃତିକ ବିପଦ ମଧ୍ୟରେ ନୂଆ-ନୂଆ ସଫଳତା ହାସଲ କରୁଅଛି । ଡାଲିର ରେକର୍ଡ଼ ଉତ୍ପାଦନ ହୋଇଛି ଆଉ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୋର କୃଷକ ଭାଇ ଓ ଭଉଣୀମାନେ, ହିନ୍ଦୁସ୍ଥାନରେ କେବେ ମଧ୍ୟ ସରକାର ଡାଲି କିଣିବାର ପରମ୍ପରା ହିଁ ନ ଥିଲା ଆଉ କେବେ ଥରେ ଅଧେ କରିଥିବେ ତ ହଜାର ହଜାର ଟନ୍ ହିସାବରେ ହେଉଥିଲା, ଏଥର ଯେବେ ମୋ ଦେଶର କୃଷକମାନେ ଡାଲି ଉତ୍ପାଦନ କରି ଗରିବଙ୍କୁ ପୁଷ୍ଟିକର ଖାଦ୍ୟ ଦେବାର କାମ କଲେ, ତ 16 ଲକ୍ଷ ଟନ୍ ଡାଲି, ସରକାର କିଣିବାର ଐତିହାସିକ କାମ କରି ଏହି କାମକୁ ପ୍ରୋତ୍ସାହନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଏକ ସୁରକ୍ଷା କବଚ ମୋ କୃଷକ ଭାଇମାନଙ୍କୁ ମିଳିଛି । ତିନି ବର୍ଷ ପୂର୍ବେ ମାତ୍ର ତିନି ଶହ ପଚିଶ କୋଟି କୃଷକ ଏହି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଯାହା ପୂର୍ବରୁ ଅନ୍ୟ ନାମରେ ଚାଲୁଥିଲା ତାହାର ଲାଭ ନେଉଥିଲେ । ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏତେ କମ ସମୟରେ ଅନେକ କୃଷକ ଏହା ସହିତ ଯୋଡ଼ି ହୋଇ ଯାଇଛନ୍ତି ଆଉ ପାଖା-ପାଖି ଏହି ସଂଖ୍ୟା ଆଗକୁ 5.75 କୋଟିରେ ପହଂଚିଛି ।

ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, କୃଷକଙ୍କୁ ଯଦି ପାଣି ମିଳେ ତ ମାଟିରୁ ସେ ସୁନା ଉତ୍ପନ୍ନ କରିବାର ଶକ୍ତି ରଖିଥାଏ ଆଉ ଏଥିପାଇଁ କୃଷକଙ୍କୁ ପାଣି ଦେବାପାଇଁ ମୁଁ ଗତଥର ଲାଲକିଲ୍ଲାରୁ କହିଥିଲି, ସେହି ଯୋଜନା ଗୁଡିକରୁ 21 ଯୋଜନା ଆମେ ପୂର୍ଣ୍ଣ କରିଛୁ ଆଉ ବାକି 50 ଯୋଜନା ଆଗାମୀ କିଛି ସମୟରେ ସଂମ୍ପୂର୍ଣ୍ଣ ହୋଇଯିବ । ଆଉ ମୋଟ 99 ଯୋଜନାଗୁଡିକର ମୁଁ ସଂକଳ୍ପ ନେଇଛି । 2019 ପୁର୍ବରୁ ସେହି 99 ବଡ଼ ବଡ଼ ଯୋଜନା ଗୁଡିକୁ ପରିପୂର୍ଣ୍ଣ କରିବୁ, କୃଷକଙ୍କ ବିଲ ପର୍ଯ୍ୟନ୍ତ ପାଣି ପହଂଚାଇବାର କାର୍ଯ୍ୟ ଆମେ ପୂରଣ କରି ଦେବୁ । ଆଉ କୃଷକଙ୍କୁ ବିହନରୁ ବଜାର ପର୍ଯ୍ୟନ୍ତ, ଯେ ପର୍ଯ୍ୟନ୍ତ ଆମେ ବ୍ୟବସ୍ଥା ଦେବୁ ନାହିଁ, ଆମ କୃଷକଙ୍କ ଭାଗ୍ୟକୁ ଆମେ ବଦଳାଇ ପାରିବା ନାହିଁ । ଆଉ ଏଥିପାଇଁ ଭିତ୍ତିଭୂମି ଦରକାର, ସେଥିପାଇଁ ଯୋଗାଣ ଶୃଙ୍ଖଳ ବା Supply Chain ଦରକାର । ପ୍ରତିବର୍ଷ  ଆମର ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ପନିପରିବା, ଆମର ଫଳ, ଫସଲ ନଷ୍ଟ ହୋଇ ଯାଇଥାଏ ଆଉ ଏଥିପାଇଁ ତାହାକୁ ବଦଳାଇବା ନିମନ୍ତେ ଗୋଟିଏ ପଟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେଲୁ ଫଳରେ ଖାଦ୍ୟ ପ୍ରକ୍ରିୟାକରଣ ମାଧ୍ୟମରେ ଦୁନିଆ ଆମ ସହିତ ଯୋଡି ହେଉ ।

ଭିତ୍ତିଭୂମି ତିଆରି କରିବାରେ ପ୍ରୋତ୍ସାହନ ଦେଲୁ ଆଉ ଭାରତ ସରକାର ପ୍ରଧାନମନ୍ତ୍ରୀ କିଷାନ ସଂପଦା ଯୋଜନା ଲାଗୁ କରିଛନ୍ତି । ଯାହା କାରଣରୁ ସେହି ବ୍ୟବସ୍ଥା ଗୁଡିକର ନିର୍ମାଣ କରାଯିବ ଯାହା ବିହନରୁ ବଜାର ପର୍ଯ୍ୟନ୍ତ କୃଷକଙ୍କ ହାତକୁ ମଜବୁତ କରିବ, ବ୍ୟବସ୍ଥାଗୁଡିକ ବିକଶିତ କରାଇବେ ଏବଂ ଆମର କୋଟି କୋଟି କୃଷକଙ୍କ ଜୀବନରେ ଏକ ନୂତନ ପରିବର୍ତ୍ତନ ଆଣିବାରେ ଆମେ ସଫଳ ହେବୁ ।

ଚାହିଦା ଆଉ ଟେକ୍ନୋଲଜି କାରଣରୁ, ଆମ ଦେଶରେ ନିଯୁକ୍ତିର ପ୍ରକୃତିରେ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆସୁଅଛି । ରୋଜଗାର ସହିତ ଯୋଡି ହୋଇଥିବା ଯୋଜନାରେ, ତାଲିମର ଶୈଳୀରେ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ, ମାନବ ସଂସାଧନର ବିକାଶ ପାଇଁ ଭାରତ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ଯୁବକମାନଙ୍କୁ  ବିନା ଗ୍ୟାରେଂଟିରେ ବ୍ୟାଙ୍କରୁ ଋଣ ମିଳୁ ଏଥିପାଇଁ ବହୁତ ବଡ଼ ଅଭିଯାନ ଚଲାଇଛୁ । ଆମର ଯୁବକ ନିଜ ଗୋଡରେ ଠିଆ ହେଉ, ସେ ରୋଜଗାର ପାଉ, ରୋଜଗାର ଦେଲାବାଲା ହେଉ, ଆଉ ବିଗତ ତିନି ବର୍ଷରେ ଦେଖିଛୁ କି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା କାରଣରୁ କୋଟି କୋଟି ଯୁବକ ନିଜ ଗୋଡରେ ଠିଆ ହୋଇଛନ୍ତି । ଖାଲି ଏତିକି ନୁହେଁ, ଗୋଟିଏ ଯୁବକ ଜଣେ, ଦୁଇ କିମ୍ବା ଅନ୍ୟ ତିନିଜଣଙ୍କୁ ମଧ୍ୟ ରୋଜଗାର ଦେଉଛି ।

ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଆମେ ନିୟନ୍ତ୍ରଣରୁ ମୁକ୍ତି ଦେବାର ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଛୁ । 20 ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରିଛୁ କି ଆପଣ ନିଜେ ନିଜର ଭାଗ୍ୟର ନିଷ୍ପତ୍ତି କରନ୍ତୁ, ସରକାର ତା ମଧ୍ୟରେ ପଶିବେ ନାହିଁ । ସରକାର ବାହାରୁ 1000 କୋଟି ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଆହ୍ୱାନ କରିଛୁ, ମୋର ବିଶ୍ୱାସ ଅଛି ମୋ ଦେଶର ଶିକ୍ଷା ସଂସ୍ଥାନ ନିଶ୍ଚୟ ଆଗକୁ ଆସିବେ, ଏହାକୁ ସଫଳ କରିବେ ।

ବିଗତ ତିନି ବର୍ଷରେ 6 ଆଇଆଇଟି, 7 ନୂଆ ଆଇଆଇଏମ୍, 8 ନୂଆ ଆଇଆଇଆଇଟି, ଏହାର ନିର୍ମାଣ କରିଛନ୍ତି ଆଉ ଶିକ୍ଷାକୁ ନିଯୁକ୍ତି ସହିତ ଯୋଡ଼ିବାର ଏହି କାର୍ଯ୍ୟ ଆମେ କରିଛୁ ।

ମୋର ମାଆ, ଭଉଣୀମାନେ ଆଜି ବହୁତ ବଡ଼ ମାତ୍ରାରେ ପରିବାରରେ ମହିଳାମାନେ ମଧ୍ୟ ରୋଜଗାର ପାଇଁ ଯାଉଛନ୍ତି ଆଉ ଏଥିପାଇଁ ରାତିରେ ମଧ୍ୟ ତାଙ୍କୁ ରୋଜଗାରର ସୁଯୋଗ ମିଳୁ, କମ୍ପାନୀଗୁଡ଼ିକରେ କାମ କରିବାର ସୁଯୋଗ ମିଳୁ ଏଥିପାଇଁ ଶ୍ରମ ଆଇନରେ ପରିବର୍ତ୍ତନ କରିବା ଭଳି ବହୁତ ବଡ଼ ପଦକ୍ଷେପ ଉଠାଇଛୁ ।  

ଆମର ମାଆଭଉଣୀମାନେ,

ମଧ୍ୟ ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମର ଭବିଷ୍ୟତ ନିର୍ମାଣ କରିବା ପାଇଁ ଆମର ମାଆ ଭଉଣୀମାନଙ୍କର ବହୁତ ବଡ଼  ଯୋଗଦାନ ରହିଛି । ଆଉ ଏଥିପାଇଁ ମାତୃତ୍ୱକାଳୀନ ଛୁଟି ଯାହା 12 ସପ୍ତାହର ଥିଲା, ତାହାକୁ 26 ସପ୍ତାହ, ସେଥିରେ ବେତନ ଚାଲୁ ରହିବ, ଏହି ପ୍ରକାରରେ ଦେବାର କାମ କରିଛୁ ।

ମୁଁ  ଆଜି ଆମର ମହିଳାମାନଙ୍କର ସଶକ୍ତିକରଣର କାମ ସମ୍ବନ୍ଧରେ, ମୁଁ ବିଶେଷ କରି, ମୁଁ ସେହି ଭଉଣୀମାନଙ୍କୁ ଅଭିନନ୍ଦନ ଦେବା ପାଇଁ ଚାହୁଁଛି ଯେଉଁମାନେ ତିନି ତଲାକ କାରଣରୁ ବହୁତ ଦୁଃସହ୍ୟ ଜୀବନ ଜୀଇଁବା ପାଇଁ ବାଧ୍ୟ ହୋଇଛନ୍ତି । କୌଣସି ଆଶ୍ରୟ ବଞ୍ଚି ରହି ନାହିଁ ଆଉ ଏଭଳି ପୀଡ଼ିତ, ତିନି ତଲାକରେ ପୀଡ଼ିତ ଭଉଣୀମାନେ ସାରା ଦେଶରେ ଏକ ଆନ୍ଦୋଳନ ଠିଆ କରିଛନ୍ତି । ଦେଶର ବୁଦ୍ଧିଜୀବୀ ବର୍ଗଙ୍କୁ ଦୋହଲାଇ ଦେଇଛନ୍ତି, ଦେଶର ମିଡିଆ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିଛି । ସାରା ଦେଶରେ ତିନି ତଲାକ ବିରୁଦ୍ଧରେ ଏକ ପରିବେଶ ତିଆରି କରିଛନ୍ତି । ଏହି ଆନ୍ଦୋଳନକୁ ଚଳାଇବାରେ ମୋର ସେହି ଭଉଣୀମାନଙ୍କୁ ଯେଉଁମାନେ ତିନି ତଲାକ ବିରୁଦ୍ଧରେ ଲଢ଼ାଇ ଜାରି ରଖିଛନ୍ତି, ମୁଁ ହୃଦୟର ସହିତ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ଆଉ ମୋର ବିଶ୍ୱାସ ଅଛି, ଯେ ମାଆ-ଭଉଣୀମାନଙ୍କୁ ଅଧିକାର ଦେବାରେ ସେମାନଙ୍କର ଏହି ଲଢ଼େଇରେ ହିନ୍ଦୁସ୍ଥାନ ସେମାନଙ୍କୁ ସଂପୂର୍ଣ୍ଣ ସାହାଯ୍ୟ କରିବ ଆଉ ମହିଳା ସଶକ୍ତିକରଣର ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପରେ ସେମାନେ ସଫଳ ହୋଇ ରହିବେ; ଏଭଳି ମୋର  ସଂପୂର୍ଣ୍ଣ ଭରସା ରହିଛି ।

ମୋର ପ୍ରିୟ ଦେଶବାସୀଗଣ,

କେବେ-କେବେ ଆସ୍ଥା ଓ ବିଶ୍ଵାସ ନାମରେ ଧୈର୍ଯ୍ୟର ଅଭାବରେ କିଛି ଲୋକ ଏଭଳି ଜିନିଷ କରି ବସନ୍ତି, ଯାହା ସମାଜର ରୀତି-ନୀତିକୁ ବିଗାଡ଼ି ଦେଇଥାଏ । ଦେଶ ଶାନ୍ତି, ସଦ୍ଭାବନା ଆଉ ଏକତା ଦ୍ୱାରା ଚାଲିଥାଏ । ଜାତିଆଣଭାବର ବିଷ, ସାମ୍ପ୍ରଦାୟିକତା ଭାବର ବିଷ, ଦେଶର କେବେ ଭଲ କରି ପାରେ ନାହିଁ । ଏହାତ ହେଉଛି ଗାନ୍ଧୀଙ୍କ ଭୂମି, ବୁଦ୍ଧଙ୍କ ଭୂମି, ସମସ୍ତଙ୍କୁ ସାଙ୍ଗରେ ନେଇ କରି ଚାଲିବା; ଏହା ଏହି ଦେଶର ସଂସ୍କୃତି ଆଉ ପରମ୍ପରାର ଅଂଶ ଅଟେ । ଆମେ ଏହାକୁ ସଫଳତାର ସହିତ ଆଗକୁ ନେବାର ଅଛି, ଆଉ ଏଥିପାଇଁ ଆସ୍ଥା ନାମରେ ହିଂସାକୁ ପ୍ରୋତ୍ସାହନ ଦିଆ ଯାଇପାରିବ ନାହିଁ ।

ହସ୍ପିଟାଲରେ ରୋଗୀଙ୍କ ସହିତ କିଛି ହୋଇଯାଏ, ହସ୍ପିଟାଲ ଜାଳି ଦିଆଯାଏ, ଦୁର୍ଘଟଣା ହୋଇଯାଏ, ଗାଡ଼ିସବୁକୁ ଜଳାଇ ଦିଆଯାଏ; ଆନ୍ଦୋଳନ ହୁଏ, ସରକାରୀ ସମ୍ପତ୍ତିକୁ ଜାଳି ଦିଆଯାଏ, ସ୍ୱାଧୀନ ହିନ୍ଦୁସ୍ଥାନ ପାଇଁ ଏଗୁଡ଼ିକ କାହାର? ଆମର ଶହେ ପଚିଶ କୋଟି ଦେଶବାସୀଙ୍କ ସମ୍ପତ୍ତି ଅଟେ । ଏହି ସାଂସ୍କୃତିକ ପରମ୍ପରା କାହାର? ଏହା ଆମର ଶହେ ପଚିଶ କୋଟି ଦେଶବାସୀଙ୍କ ସାଂସ୍କୃତିକ ପରମ୍ପରା ଅଟେ । ଏହି ଆସ୍ଥା କାହାର? ଏହା ଆମ ଶହେ ପଚିଶ କୋଟି ଦେଶବାସୀଙ୍କ ଆସ୍ଥା ଅଟେ; ଆଉ ଏଥିପାଇଁ ଆସ୍ଥା ନାମରେ ହିଂସାର ରାସ୍ତା, ଏହି ଦେଶରେ କେବେ ମଧ୍ୟ ଚାଲି ପାରିବ ନାହିଁ, ଏହା ଦେଶ କେବେ ସ୍ୱୀକାର କରିବ ନାହିଁ ।

ଆଉ ଏଥିପାଇଁ ମୁଁ ଦେଶବାସୀଙ୍କୁ ଅନୁରୋଧ କରିବି, ସେ ସମୟରେ ‘ଭାରତ ଛାଡ଼’ର ସ୍ଲୋଗାନ ଥିଲା, ଆଜି ସ୍ଲୋଗାନ ହେଉଛି ‘ଭାରତ ଯୋଡ଼’ । ବ୍ୟକ୍ତି-ବ୍ୟକ୍ତିଙ୍କୁ ଆମକୁ ସାଙ୍ଗରେ ନେବାର ଅଛି, ଜନ-ଜନଙ୍କୁ ସାଙ୍ଗରେ ନେବାର ଅଛି, ସମାଜର ପ୍ରତ୍ୟେକ ସ୍ତରଙ୍କୁ ସାଙ୍ଗରେ ନେବାର ଅଛି, ଆଉ ସେମାନଙ୍କୁ ନେଇକରି ଆମକୁ ଦେଶକୁ ଆଗକୁ ବଢ଼ିବାର ଅଛି ।

ସମୃଦ୍ଧ ଭାରତ ଗଠନ କରିବା ପାଇଁ ଆମର ମଜବୁତ ଅର୍ଥ ବ୍ୟବସ୍ଥା ଦରକାର । ସନ୍ତୁଳିତ ବିକାଶ ଦରକାର, ଆଗାମୀ ପିଢିର ଭିତ୍ତିଭୂମି ଦରକାର, ତେବେ ଯାଇ ଆମ ସ୍ୱପ୍ନର ଭାରତକୁ ଆମେ ନିଜ ଆଖି ଆଗରେ ଦେଖି ପାରିବା ।

ଭାଇ ଓ ଭଉଣୀମାନେ,

ଅଗଣିତ ନିଷ୍ପତ୍ତି ଆମେ ତିନି ବର୍ଷରେ ନେଇଛୁ । କିଛି ଜିନିଷଗୁଡ଼ିକୁ ଧ୍ୟାନ ଦିଆ ଯାଇଛ, ଆଉ କିଛି ଜିନିଷକୁ ବୋଧହୁଏ ଧ୍ୟାନ ଦିଆ ଯାଇ ନାହିଁ । କିନ୍ତୁ ଗୋଟିଏ ମହତ୍ୱପୂର୍ଣ୍ଣ କଥା ହେଉଛି । ଯେବେ ଆପଣ ଏତେ ବଡ଼ ପରିବର୍ତ୍ତନ କରୁଛନ୍ତି ତ ପ୍ରତିବନ୍ଧକ ଆସୁଛି, ଗତି ସ୍ଥିର ହୋଇ ଯାଉଛି ।

କିନ୍ତୁ ଏହି ସରକାରଙ୍କ କାର୍ଯ୍ୟଶୈଳୀ ଦେଖନ୍ତୁ, ଯଦି ଟ୍ରେନ ମଧ୍ୟ କୌଣସି ରେଳ ଷ୍ଟେସନ ପାଖ ଦେଇଯାଇଥାଏ, ଯେତେବେଳେ ଟ୍ରାକ  ବଦଳାଇଥାଏ ତ 60ରେ ଚାଲୁଥିବା  ଗତିକୁ 30 କୁ ଆଣିବାକୁ ପଡିଥାଏ । ଟ୍ରାକ ବଦଳାଇଲେ ଟ୍ରେନର ଗତି ମଧ୍ୟ କମ୍ ହୋଇଯାଏ । ଆମେ ସାରା ଦେଶକୁ ଏକ ନୂଆ ଟ୍ରାକ ଉପରେ ନେଇ ଯିବାର ପ୍ରୟାସ କରୁଛୁ, କିନ୍ତୁ ଆମେ ତାହାର ଗତି କମ ହେବାକୁ ଦେଇ ନାହୁଁ, ଆମେ ତାହାର ଗତିକୁ ବଜାୟ ରଖିଛୁ । ଜିଏସଟି ହେଉ, କୌଣସି ମଧ୍ୟ ଆଇନ ଆଣିଛୁ, କୌଣସି ମଧ୍ୟ ନୂଆ ବ୍ୟବସ୍ଥା ଆଣିଛୁ, ଆମେ ତାହାକୁ କରିବାରେ ସଫଳ ହୋଇଛୁ ଆଉ ଆଗକୁ ମଧ୍ୟ ଏହାକୁ ଆମେ କରିବୁ ।

ଆମେ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇଛୁ । ଅଭୂତ ପୂର୍ବ ଖର୍ଚ୍ଚ ଭିତ୍ତିଭୂମି ଉପରେ ଦିଆଯାଉଅଛି । ରେଳ ଷ୍ଟେସନର ଆଧୁନିକୀକରଣ ହେଉ, ଛୋଟସହରରେ, ବିମାନବନ୍ଦର ନିର୍ମାଣ ହେଉ, ଜଳପଥର ବ୍ୟବସ୍ଥା କରିବାର ହେଉ, ସଡ଼କପଥର ବ୍ୟବସ୍ଥା କରିବାର ହେଉ, ଗ୍ୟାସ ଗ୍ରୀଡ ତିଆରି କରିବାର ହେଉ, ପାଣିର ଗ୍ରୀଡ କରିବାର ହେଉ, ଅପ୍ଟିକାଲ ଫାଇବର ନେଟୱାର୍କ କରିବାର ହେଉ, ସବୁ ପ୍ରକାରର ଆଧୁନିକ ଭିତ୍ତିଭୂମି ଉପରେ ଆମେ ଗୁରୁତ୍ୱ ଦେଉଅଛୁ ।

ମୋର ପ୍ରିୟ ଦେଶବାସୀଗଣ,

ଏକ ବିଂଶ ଶତାବ୍ଦୀରେ ଭାରତ କୁ ଆଗକୁ ନେବାର ସବୁଠାରୁ ଉର୍ଜ୍ଜାବାନ କ୍ଷେତ୍ର ହେଉଛି, ଆମର ପୂର୍ବ ହିନ୍ଦୁସ୍ଥାନ । ଏତେ ସାମର୍ଥ୍ୟ ରହିଛି, ସାମର୍ଥ୍ୟବାନ ମାନବ ସଂସାଧନ ରହିଛି, ଅପାର ପ୍ରାକୃତିକ ସଂପଦ ରହିଛି, ପରିଶ୍ରମୀ ଅଟୁ, ସଂକଳ୍ପ କରି ଜୀବନ ପରିବର୍ତ୍ତନ କରିବାର ସାମର୍ଥ୍ୟ ରହିଛି । ଆମର ସମ୍ପୂର୍ଣ୍ଣ ଧ୍ୟାନ ପୂର୍ବ ଉତ୍ତର ପ୍ରଦେଶ, ବିହାର, ବଙ୍ଗଳା, ଆସାମ, ଉତ୍ତର-ପୂର୍ବାଂଚଳ, ଓଡ଼ିଶା, ଏମାନେ ଆମର ଏଭଳି ସାମର୍ଥ୍ୟବାନ ରାଜ୍ୟ ଯେଉଁଠାରେ ପ୍ରାକୃତିକ ସଂପଦ ଭରପୁର ହୋଇ ରହିଛି, ତାହା ଦେଶକୁ ଏକ ନୂତନ ଶିଖରକୁ ନେଇଯିବା ଦିଗରେ ଆମେ ଯତ୍ନବାନ ।

ଭାଇ ଓ ଭଉଣୀମାନେ,

ଭ୍ରଷ୍ଟାଚାର ମୁକ୍ତ ଭାରତ ହେଉଛି ଏକ ବଡ଼ ମୁଖ୍ୟ କାମ, ତାହା ଉପରେ ଆମେ ଗୁରୁତ୍ୱ ଦେବାର ପ୍ରୟାସ କରୁଛୁ । ସରକାର ଗଠନ ହେବାପରେ ପ୍ରଥମ କାମ କରିଥିଲୁ ସ୍ଵତନ୍ତ୍ର ଯାଞ୍ଚକାରୀ ଦଳ (ଏସଆଇଟି) ଗଠନ କରିବା । ଆଜି ତିନି ବର୍ଷ ପରେ ମୁଁ ଦେଶବାସୀଙ୍କୁ ଜଣାଇବାକୁ ଚାହୁଁଛି, ଗର୍ବର ସହିତ ଜଣାଇବାକୁ ଚାହୁଁଛି ଯେ ତିନି ବର୍ଷ ମଧ୍ୟରେ ପାଖାପାଖି 1.25 ଲକ୍ଷ କୋଟି ଟଙ୍କାରୁ ଅଧିକ କଳାଧନକୁ ଆମେ ଠାବ କରିଛୁ, ତାହାକୁ ଧରିଛୁ ଆଉ ତାକୁ ଜମା କରିବା ପାଇଁ ବାଧ୍ୟ କରିଛୁ ।

ତାପରେ ଆମେ ବିମୁଦ୍ରୀକରଣର ନିଷ୍ପତ୍ତି କଲୁ । ବିମୁଦ୍ରୀକରଣ ଦ୍ୱାରା ଅନେକ ମହତ୍ୱପୂର୍ଣ୍ଣ ସଫଳତା ମିଳିଛି । ଯେଉଁ କଳାଧନ ଲୁଚି ରହିଥିଲା, ତାକୁ ମୁଖ୍ୟଧାରାକୁ ଆଣିବାକୁ ପଡିଲା । ଆପଣ ଦେଖିଥିବେ କି ଆମେ କେବେ 7 ଦିନ – 10ଦିନ – 15ଦିନ ବଢ଼ାଉଥିଲୁ କେବେ ପେଟ୍ରୋଲ ପମ୍ପରେ, କେବେ ଔଷଧ ଦୋକାନରେ କେବେ ରେଳ ଷ୍ଟେସନରେ ପୁରୁଣା ନୋଟ ନେବାର ଧାରା  ଜାରି ରଖିଥିଲୁ, କାରଣ ଆମର ପ୍ରୟାସ ଥିଲା ଯେ ଥରେ ଯେଉଁ ଧନ ଆସିଗଲା ତାହା ବ୍ୟାଙ୍କରେ ସାଧାରଣ ଅର୍ଥ ବ୍ୟବସ୍ଥାର ଅଂଶ ହୋଇଯାଉ । ଆଉ ସେହି ଧନକୁ ଆମେ ସଫଳତା ପୂର୍ବକ ପାର କରିଛୁ । ଆଉ ଏହାର କାରଣ ଏହା ହେଲା ଯେ ଏବେ ଯେଉଁ ଗବେଷଣା ହୋଇଛି ପାଖାପାଖି ତିନି ଲକ୍ଷ କୋଟି ଟଙ୍କା… ଏହା ସରକାର ଗବେଷଣା କରି ନାହାନ୍ତି, ବାହାରର ବିଶେଷଜ୍ଞ କରିଛନ୍ତି । ବିମୁଦ୍ରୀକରଣ ପରେ ତିନି ଲକ୍ଷ କୋଟି ଟଙ୍କା ଯାହା ଅତିରିକ୍ତ, ଯାହା କେବେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରୁ ନ ଥିଲା ତାହା ଆସିଛି ।

ବିମୁଦ୍ରୀକରଣ ପରେ ବ୍ୟାଙ୍କରେ ଜମା କରାଯାଇଥିବା ରାଶିରେ ଲକ୍ଷେ ପଚସ୍ତରୀ କୋଟିରୁ ଅଧିକ ରାଶି ଅନୁସଂଧାନ ପରିସରରେ ଅଛି । ଅତିକମରେ ଦୁଇ ଲକ୍ଷ କୋଟିରୁ ଅଧିକ ଟଙ୍କାର କଳା ଧନ ବ୍ୟାଙ୍କକୁ ଆସିଛି । ଆଉ ଏବେ କଡା ବ୍ୟବସ୍ଥା ଯୋଗୁଁ କଳାଧନ ଠୁଳକାରୀ ନିଜର ଉତ୍ତର ଦେବା ପାଇଁ ବାଧ୍ୟ ହୋଇଛନ୍ତି । ନୂଆ କଳାଧନ ଉପରେ ମଧ୍ୟ ବହୁତ ବଡ ପ୍ରତିବନ୍ଧକ ଆସିଯାଇଛି । ଏ ବର୍ଷ, ଏହାର ପରିଣାମ ଦେଖନ୍ତୁ, 1 ଏପ୍ରେଲରୁ 5 ଅଗଷ୍ଟ ପର୍ଯ୍ୟନ୍ତ ଆୟକର ଦାଖଲ କରିବାରେ ନୂତନ ବ୍ୟକ୍ତିଗତ କରଦାତାଙ୍କ ସଂଖ୍ୟା 56 ଲକ୍ଷ  । ଗତ ବର୍ଷ ଏହି ସମୟ ମଧ୍ୟରେ ଏହି ସଂଖ୍ୟା କେବଳ 22 ଲକ୍ଷ ଥିଲା । ଦୁଇଗୁଣରୁ  ମଧ୍ୟ ଅଧିକ! ଏହି କାରଣ ହେଉଛି କଳାଧନ ବିରୁଦ୍ଧରେ ଆମ ଲଢେଇର ପରିଣାମ ।

18 ଲକ୍ଷରୁ ଅଧିକ ଏଭଳି ଲୋକଙ୍କର ପରିଚୟ ମିଳିଛି, ଯାହାଙ୍କର ଆୟ ତାଙ୍କର ହିସାବ କିତାବ ଠାରୁ କିଛି ଅଧିକ ରହିଛି, ବହୁତ ଅଧିକ ରହିଛି ଆଉ ଏଥିପାଇଁ ଏହି ବ୍ୟବଧାନର ଜବାବ ତାଙ୍କୁ ଦେବାକୁ ପଡୁଛି । ସାଢ଼େ ଚାରି ଲକ୍ଷ ଲୋକ ଏଥିରେ ଏବେ ମୈଦାନକୁ ଆସିଛନ୍ତି, ନିଜର ଭୁଲ ସ୍ୱୀକାର କରି ରାସ୍ତାକୁ ଆସିବାର ପ୍ରୟାସ କରୁଛନ୍ତି । ଏକ ଲକ୍ଷ ଲୋକ ଏଭଳି ଆଗକୁ ଆସିଛନ୍ତି, ଯେଉଁମାନେ କେବେ ଜୀବନରେ ଆୟକରର ନା ଶୁଣି ନ ଥିଲେ, ନା କେବେ ଆୟକର ପଇଠ କରିଥିଲେ, ନା କେବେ ତାହା ଉପରେ ସେ ଚିନ୍ତା କରିଥିଲେ, କିନ୍ତୁ ଆଜି ତାଙ୍କୁ ତାହା କରିବାକୁ ପଡୁଛି ।

ଭାଇ ଓ ଭଉଣୀମାନେ,

ଆମ ଦେଶରେ ଯଦି ଦୁଇ ଚାରୋଟି କଂପାନୀ କେଉଁଠି କେବେ ବନ୍ଦ ହୋଇଯାଏ, ତ ଚବିଶ ଘଣ୍ଟା  ତା ଉପରେ ଚର୍ଚ୍ଚା ହୁଏ ତା ଉପରେ ବିତର୍କ ହୁଏ । ଅର୍ଥବ୍ୟବସ୍ଥା ଶେଷ ହୋଇଗଲା … ଏଇଟା ହେଇଗଲା, ସେଇଟା ହେଇଗଲା …….  ଜଣା ନାହିଁ କେତେ କଣ ହୋଇଥାଏ! ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, କଳାଧନର ବ୍ୟବସାୟୀ ଜାଲ କଂପାନୀ ଚଳାଉଥିଲେ ଆଉ ବିମୁଦ୍ରୀକରଣ ପରେ ଯେବେ ଡ଼ାଟା ପ୍ରସ୍ତୁତ କରାଗଲା ସେତେବେଳେ ଏଭଳି ତିନି ଲକ୍ଷ କଂପାନୀ ମିଳିଲେ, ଯାହା କେବଳ ମାତ୍ର ଜାଲ କଂପାନୀ । ହାୱାଲା କାରବାର କରୁଥିଲେ । ତିନି ଲକ୍ଷ, କେହି କଳ୍ପନା କରିପାରିବେ । ଆଉ ସେଥିରୁ ଏକ ଲକ୍ଷ ପଂଚସ୍ତରୀ ହଜାର ସଂସ୍ଥାର ପଂଜିକରଣ ଆମେ ରଦ୍ଦ କରିଦେଇଛୁ । ପାଂଚଟି କଂପାନୀ ବନ୍ଦ ହୋଇଯାଏ ତ ହିନ୍ଦୁସ୍ଥାନରେ ତୋଫାନ ଆସିଯାଏ । ଏକ ଲକ୍ଷ ପଂଚସ୍ତରୀ ହଜାର କଂପାନୀରେ ତାଲା ଲଗାଇ ଦେଲୁ । ଦେଶର ମାଲ ଲୁଟୁଥିବା ବାଲାଙ୍କୁ ଜବାବ ଦେବାକୁ ପଡିବ, ଏହି କାମ ଆମେ କରି ଦେଖାଇଛୁ ।

ଆପଣ ଆଶ୍ଚର୍ଯ୍ୟ ହେବେ । କିଛି ତ ଜାଲ କଂପାନୀ ଏଭଳି ଅଛନ୍ତି, ଯେଉଁମାନେ ଗୋଟିଏ ହିଁ ଠିକଣାରେ ଚାରି ଶହ, ଚାରି ଶହ କଂପାନୀ ଚଲାଉଥିଲେ, ଭାଇ ଓ ଭଉଣୀମାନେ । ଚାରି ଶହ କଂପାନୀ ଚଲାଉଥିଲେ । କେହି ଦେଖିଲା ବାଲା ନ ଥିଲେ, କେହି ପଚାରିଲା ବାଲା ନ ଥିଲେ । ସବୁ ମିଳିମିଶି ଚଳାଇଥିଲେ । ଆଉ ଏଥିପାଇଁ ମୋର ଭାଇ ଓ ଭଉଣୀମାନେ, ମୁଁ ଭ୍ରଷ୍ଟାଚାର କଳାଧନ ବିରୁଦ୍ଧରେ ଏକ ବହୁତ ବଡ଼ ଲଢ଼େଇ ଆରମ୍ଭ କରିଛି । ଦେଶର ଭଲ ପାଇଁ ଦେଶର ଗରିବଙ୍କ କଲ୍ୟାଣ ପାଇଁ, ଦେଶର ଯୁବକମାନଙ୍କର ଭବିଷ୍ୟତ ନିର୍ମାଣ କରିବା ପାଇଁ ।

ଭାଇ ଓ ଭଉଣୀମାନେ,

ଗୋଟିଏ ପରେ ଗୋଟିଏ ପଦକ୍ଷେପ ଆଉ ମୋର ବିଶ୍ୱାସ ହେଉଛି ଜିଏସଟି ପରେ ସେଥିରେ ଆହୁରି ବୃଦ୍ଧି ପାଇବ । ଆଉ ସ୍ୱଚ୍ଛତା ଆସିବ । ଖାଲି ପରିବହନ ଆମର ଟ୍ରକ ବାଲା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇଥାଏ । ଏହି ଜିଏସଟି ପରେ ତିରିଶ ପ୍ରତିଶତ ତାହାର ସମୟ  ବଂଚି ଯାଇଛି । ତନଖି ଫାଟକ ଉଠିଯିବା କାରଣରୁ ହଜାର କୋଟି ଟଙ୍କାର ସଂଚୟ ହୋଇଛି । ସବୁଠାରୁ ବଡ଼ ସଂଚୟ ସମୟର ହୋଇଛି । ଏକ ପ୍ରକାରରେ ତାହାର 30 ପ୍ରତିଶତ ଦକ୍ଷତା ବଢିଛି । ଆପଣ କଳ୍ପନା କରି ପାରିବେ ହିନ୍ଦୁସ୍ଥାନର ପରିବହନ ଜଗତରେ 30 ପ୍ରତିଶତ ଦକ୍ଷତା ବଢିବାର ଅର୍ଥ କ’ଣ ହୋଇଥାଏ । ଗୋଟିଏ ଜିଏସଟି କାରଣରୁ ଏତେ ବଡ଼ ପରିବର୍ତ୍ତନ ଆସିଛି ।

ମୋର ପ୍ରିୟ ଦେଶବାସୀଗଣ,

ଆଜି ବିମୁଦ୍ରୀକରଣ କାରଣରୁ ବ୍ୟାଙ୍କ ପାଖକୁ ଧନ ଆସିଛି । ବ୍ୟାଙ୍କ ନିଜର ସୁଧ ହାର କମ୍ କରୁଛନ୍ତି । ମୁଦ୍ରା ଦ୍ୱାରା ସାଧାରଣ ମଣିଷକୁ ବ୍ୟାଙ୍କରୁ  ପଇସା ମିଳୁଛି । ସାଧାରଣ ମଣିଷକୁ ନିଜ ଗୋଡରେ ଠିଆ ହେବା ପାଇଁ ସୁଯୋଗ ମିଳୁଛି । ଗରିବ ହେଉ, ମଧ୍ୟମ ବର୍ଗର ବ୍ୟକ୍ତି ହୁଅନ୍ତୁ ଘର ତିଆରି କରିବାକୁ ଚାହୁଂଛି ତ ବ୍ୟାଙ୍କ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସୁଛନ୍ତି, କମ୍ ସୁଧ ହାରରେ । ଏହା ସାରା ଦେଶର ଅର୍ଥତନ୍ତ୍ରକୁ ଗତି ଦେବା ଦିଗରେ କାମ କରୁଅଛି ।

ମୋର ପ୍ରିୟ ଦେଶବାସୀଗଣ,

ଏବେ ସମୟ ବଦଳି ଯାଉଛି । ଆମେ ଏକବିଂଶ ଶତାବ୍ଦୀରେ ଅଛୁ । ବିଶ୍ୱର ସବୁଠାରୁ ଅଧିକ ଯୁବ ବର୍ଗ ଆମ ଦେଶରେ ଅଛନ୍ତି ।

ଦୁନିଆରେ ଆମର ପରିଚୟ ଆଇଟି ଦ୍ୱାରା ହେଉଛି, ଡ଼ିଜିଟାଲ ୱାର୍ଲ୍ଡ ଦ୍ୱାରା ହେଉଛି । କ’ଣ ଏବେ ମଧ୍ୟ ଆମେ ସେହି ପୁରୁଣା ଚିନ୍ତାଧାରାରେ ରହିବା । ଆରେ ! ଗୋଟିଏ ସମୟରେ ଚମଡାର ମୁଦ୍ରା ଚାଲୁଥିଲା, ଧୀରେ ଧୀରେ ଲୁପ୍ତ ହୋଇଗଲା, କେହି ପଚାରିଲା ବାଲା ରହିଲେ ନାହିଁ । ଆଜି ଯେଉଁ କାଗଜ ନୋଟ୍ ଅଛି, ସମୟ ଆସିବ ସେ ସମସ୍ତ ଡ଼ିଜିଟାଲ ମୁଦ୍ରାରେ ବଦଳିଯିବ ।

ଆମେ ନେତୃତ୍ୱ ନେବା, ଆମେ ଦାୟିତ୍ୱ ନେବା, ଆମେ ଡ଼ିଜିଟାଲ ନେଣଦେଣ ଆଡକୁ ଯିବା । ଆମେ ଭୀମ ଆପକୁ ଆପଣାଇବା, ଆର୍ଥିକ କାରବାରର ଅଂଶ କରିବା । ଆମେ ପ୍ରି-ପେଡ ଦ୍ୱାରା ମଧ୍ୟ କାମ କରିବା ଆଉ ମୁଁ ଖୁସି ଯେ ଡ଼ିଜିଟାଲ ନେଣଦେଣ ବଢ଼ିଛି । ବିଗତ ବର୍ଷ ତୁଳନାରେ ସେଥିରେ 34 ପ୍ରତିଶତ ବୃଦ୍ଧି ହୋଇଛି ଆଉ ପ୍ରି-ପେଡ ନେଣଦେଣରେ ପାଖାପାଖି 44 ପ୍ରତିଶତ । ଆଉ ଏଥିପାଇଁ କମ୍ ନଗଦବାଲା ଅର୍ଥ ବ୍ୟବସ୍ଥାକୁ ନେଇ ଆମକୁ ଆଗକୁ ବଢ଼ିବା ଦରକାର ।

ମୋର ପ୍ରିୟ ଦେଶବାସୀଗଣ,

ସରକାରଙ୍କର କିଛି ଯୋଜନା ଏଭଳି ରହିଛି, ଯାହା ହିନ୍ଦୁସ୍ଥାନର ସାଧାରଣ ମଣିଷର ପକେଟରେ ପଇସା ସଂଚୟ କରି ପାରିବ । ଯଦି ଆପଣ ଏଲଇଡି ବଲ୍ବ ଲଗାଉଛନ୍ତି, ତ ବର୍ଷ ସାରା  ହଜାରେ, ଦୁଇ ହଜାର, ପାଂଚ ହଜାର ଟଙ୍କା ସଂଚୟ ହେବ । ଯଦି ଆପଣ ସ୍ୱଚ୍ଛ ଭାରତରେ ସଫଳ ହେଉଛନ୍ତି, ତ ଗରିବର ସାତ ହଜାର ଟଙ୍କା ଔଷଧ ଖର୍ଚ୍ଚ ବନ୍ଦ ହୋଇଯିବ । ଦରବୃଦ୍ଧି ଉପରେ ନିୟନ୍ତ୍ରଣ, ଆପଣଙ୍କ ବଢୁଥିବା ଖର୍ଚ୍ଚକୁ ରୋକିବାରେ ସଫଳ ହୋଇଛି, ଏକ ପ୍ରକାରରେ ଆପଣଙ୍କର ସଂଚୟ ହୋଇଛି ।

ଜନ ଔଷଧୀ କେନ୍ଦ୍ର ଦ୍ୱାରା ଶସ୍ତା ଔଷଧର ଦୋକାନ ଗରିବ ପାଇଁ ଏକ ବହୁତ ବଡ଼ ଆଶୀର୍ବାଦ ହୋଇଛି । ଆମର ଏଠି ଅସ୍ତ୍ରୋପଚାର ପଛରେ, ଷ୍ଟେଣ୍ଟ ପଛରେ ଯେଉଁ ଖର୍ଚ୍ଚ ହୋଇଥାଏ ତାହା କମିଛି । ଆଗାମୀ ଦିନମାନଙ୍କରେ ଆଣ୍ଠୁର ଅସ୍ତ୍ରୋପଚାର ପାଇଁ ମଧ୍ୟ ସମସ୍ତ ସୁବିଧା ମିଳିବ । ଆମର ଚେଷ୍ଟା ରହିଛି ଯେ ଗରିବ ଏବଂ ମଧ୍ୟମ ବର୍ଗର ମଣିଷଙ୍କ ପାଇଁ ଏହି ଖର୍ଚ୍ଚ କମ୍ ହେଉ ଆଉ ସେମାନଙ୍କ ପାଇଁ ଆମେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛୁ ।

ଆଗେ ଆମ ଦେଶରେ ରାଜ୍ୟର ମୁଖ୍ୟାଳୟରେ ଡାଏଲିସିସ ହେଉଥିଲା । ଆମେ ସ୍ଥିର କଲୁ ହିନ୍ଦୁସ୍ଥାନର ପ୍ରତି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଯାଏ ଡାଏଲିସିସ ପହଂଚାଇବା । ପାଖାପାଖି ସାଢେ ତିନି ଶହ, ଚାରି ଶହ ଜିଲ୍ଳା ଯାଏ ପହଂଚାଇ ଦେଲୁ ଆଉ ମାଗଣାରେ ଡାଏଲିସିସ କରି ଗରିବଙ୍କ ଜୀବନ ବଂଚାଇବାର କାମ ଆମେ କରୁଛୁ ।

ଆଜି ଦେଶ ଗର୍ବ କରିପାରେ ଯେ ଆମେ ବିଶ୍ୱ ସାମ୍ନାରେ ନିଜ ବ୍ୟବସ୍ଥାଗୁଡିକୁ ବିକଶିତ କରିଛୁ । ଜିପିଏସ୍ ବ୍ୟବସ୍ଥା ଦ୍ୱାରା ନାବିକ ନେଭିଗେସନର ବ୍ୟବସ୍ଥା କରିବାରେ ଆଜି ଆମେ ସଫଳ ହୋଇଛୁ । ଆମେ ସାର୍କ ଉପଗ୍ରହ ଦ୍ୱାରା ପଡୋଶୀ ଦେଶମାନଙ୍କୁ ସାହାଯ୍ୟ କରିବାରେ ସଫଳ ଅଭିଯାନ କରିଛୁ ।

ଆମେ ତେଜସ୍ ଲଢୁଆ ଯୁଦ୍ଧ ବିମାନ ଦ୍ୱାରା ଦୁନିଆ ମଧ୍ୟରେ ଆମର ଗୁରୁତ୍ୱ ପହଂଚାଇଛୁ  । ଭୀମ-ଆଧାର ଆପ ଦୁନିଆ ମଧ୍ୟରେ ଡ଼ିଜିଟାଲ ନେଣ ଦେଣ ପାଇଁ ଗୋଟିଏ  ଆଶ୍ଚର୍ଯ୍ୟ ହୋଇଛି । ରୂପେ କାର୍ଡ… ହିନ୍ଦୁସ୍ଥାନରେ ରୂପେ କାର୍ଡ କୋଟି କୋଟି ସଂଖ୍ୟାରେ ଅଛି ଆଉ ଯଦି ତାହା କାର୍ଯ୍ୟକାରୀ ହୋଇଯିବ, ତାହା ଯଦି ଗରିବଙ୍କ ପକେଟରେ ଅଛି, ତ ଦୁନିଆର, ଏହା ସବୁଠାରୁ ବଡ଼ ହୋଇଯିବ ।

ଆଉ ଏଥି ପାଇଁ ମୋର ପ୍ରିୟ ଦେଶବାସୀଗଣ,

ମୋର ଆପଣଙ୍କୁ ଏହି ଅନୁରୋଧ ଯେ ଆମେ ନିଉ ଇଣ୍ଡିଆର ସଂକଳ୍ପ ନେଇ ଆଗକୁ ବଢ଼ିବା, ସମୟ ଥାଉ ଥାଉ କରିବା । ଆମର ଏଠି ଶାସ୍ତ୍ରରେ କୁହାଯାଇଛି: ଅନିୟତ କାଳଅନିୟତ କାଳ ପ୍ରଭୁତ୍ୟ ବିପ୍ଳବନ୍ତେ,ପ୍ରଭୁତ୍ୟ ବିପ୍ଳବନ୍ତେ । “अनियत काल:, अनियत कालः प्रभुत्यो विपलवन्ते, प्रभुत्यो विपलवन्ते” ଠିକ ସମୟରେ ଯଦି କୌଣସି କାର୍ଯ୍ୟ ଶେଷ କରା ନ ଗଲା, ତ ପୁଣି ଇପ୍ସିତ ପରିଣାମ କେବେ ମିଳେ ନାହିଁ । ଆଉ ଏଥିପାଇଁ ଟିମ୍ ଇଣ୍ଡିଆ ପାଇଁ, ଶହେ ପଚିଶ କୋଟି ଦେଶ ବାସୀଙ୍କ ଟିମ୍ ଇଣ୍ଡିଆ ପାଇଁ,  ଆଜି ଆମକୁ ସଂକଳ୍ପ ନେବାକୁ ହେବ 2022 ବେଳକୁ ନିଉ ଇଣ୍ଡିଆ  କରିବା ପାଇଁ ଆଉ ଏହି କାମ ଆମେ ନିଜେ କରିବା, କେହି କରିଦେବ ଏଭଳି ନୁହେଁ, ଆମେ ନିଜେ କରିବା । ଦେଶ ପାଇଁ କରିବା, ଆଗ ଅପେକ୍ଷା ଭଲ କରିବା, ଆଗ ଅପେକ୍ଷା ଅଧିକ କରିବା, ସମର୍ପଣ ଭାବ ନେଇ କରିବା, 2022 ରେ ଭବ୍ୟ-ଦିବ୍ୟ ହିନ୍ଦୁସ୍ଥାନ ଦେଖିବା ପାଇଁ କରିବା ।

  • ଆଉ ଏଥି ପାଇଁ ଆମେ ସବୁ ମିଳମିଶି ଏଭଳି ଏକ ଭାରତ ନିର୍ମାଣ କରିବା ଯେଉଁଠାରେ ଗରିବ ପାଖରେ ପକ୍କା ଘର ଥିବ, ବିଜୁଳି ଥିବ, ପାଣି ଥିବ ।
  • ଆମେ ସବୁ ମିଳମିଶି ଏଭଳି ଏକ ଭାରତ ନିର୍ମାଣ କରିବା, ଯେଉଁଠାରେ ଦେଶର କୃଷକ ଚିନ୍ତାରେ ନୁହେଁ, ନିଶ୍ଚିନ୍ତରେ ଶୋଇବ । ଆଜି ସେ ଯେତିକି ରୋଜଗାର କରୁଛି, 2022 ଯାଏଁ ତାଠାରୁ ଦୁଇଗୁଣ ରୋଜଗାର କରିବ ।
  • ଆମେ ସବୁ ମିଳମିଶି ଏଭଳି ଏକ ଭାରତ ନିର୍ମାଣ କରିବା, ଯେଉଁଠାରେ ଯୁବକ, ମହିଳାଙ୍କୁ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଭରପୁର ସୁଯୋଗ ଉପଲବ୍ଧ ହେବ ।
  • ଆମେ ସବୁ ମିଳମିଶି ଏଭଳି ଏକ ଭାରତ ନିର୍ମାଣ କରିବା, ଯାହା ଆତଙ୍କବାଦ, ସଂପ୍ରଦାୟବାଦ ଏବଂ ଜାତିବାଦରୁ ମୁକ୍ତ ହୋଇଥିବ ।
  • ଆମେ ସବୁ ମିଳମିଶି ଏଭଳି ଏକ ଭାରତ ନିର୍ମାଣ କରିବା, ଯେଉଁଠାରେ ଭ୍ରଷ୍ଟାଚାର ଏବଂ ପରିବାର-ବଂଶବାଦ ସହିତ କୌଣସି ସାଲିସ ହେଉ ନ ଥିବ ।
  • ଆମେ ସବୁ ମିଳମିଶି ଏଭଳି ଏକ ଭାରତ ନିର୍ମାଣ କରିବା, ଯାହା ସ୍ୱଚ୍ଛ ହେବ, ସୁସ୍ଥ ହେବ ଏବଂ ସ୍ୱରାଜର ସ୍ୱପ୍ନକୁ ପୁରଣ କରିବ ।
  • ଆଉ ଏଥିପାଇଁ ମୋର ପ୍ରିୟ ଦେଶବାସୀଗଣ, ଆମେ ସବୁ ମିଳିମିଶି ବିକାଶର ଏହି ଦୌଡ଼ରେ ଆଗରେ ଚାଲିବାର ପ୍ରୟାସ କରିବା ।

ଆଜି ସ୍ୱାଧୀନତାର 70 ବର୍ଷ ପରେ, ଏବଂ ସ୍ୱାଧୀନତାର 75 ବର୍ଷର ପ୍ରତୀକ୍ଷା ମଧ୍ୟରେ ପାଂଚ ବର୍ଷର ମହତ୍ୱପୂର୍ଣ୍ଣ କାର୍ଯ୍ୟକାଳରେ ଏକ ଦିବ୍ୟ-ଭବ୍ୟ ଭାରତର ସ୍ୱପ୍ନକୁ ନେଇ ଆମେ ସମସ୍ତେ ଦେଶବାସୀ ଚାଲିବା ,ଏହି ଏକ ଭାବ ସହିତ ମୁଁ ପୁଣି ଥରେ ସ୍ୱାଧୀନତାର ପାଗଳ ପ୍ରେମୀମାନଙ୍କୁ ପ୍ରଣାମ କରୁଛି ।

ଶହେ ପଚିଶ କୋଟି ଦେଶବାସୀଙ୍କର ଏକ ନୂତନ ବିଶ୍ୱାସ, ନୂତନ ଉଦ୍ଦୀପନାକୁ ପ୍ରଣାମ କରୁଛି । ଆଉ ନୂଆ ସଂକଳ୍ପ ସହିତ ଆଗକୁ ଚାଲିବା ପାଇଁ ଟିମ୍ ଇଣ୍ଡିଆକୁଆହ୍ୱାନ କରୁଛି ।

ଏହି ଭାବନା ସହିତ ଆପଣ ସମସ୍ତଙ୍କୁ ହୃଦୟର ସହିତ ମୋର ବହୁତ ବହୁତ ଶୁଭକାମନା ।

ଭାରତ ମାତା କି ଜୟ , ବନ୍ଦେ ମାତରମ, ଜୟ ହିନ୍ଦ ।

ଜୟ ହିନ୍ଦ, ଜୟ ହିନ୍ଦ, ଜୟ ହିନ୍ଦ, ଜୟ ହିନ୍ଦ ।

ଭାରତ ମାତା କି ଜୟ , ଭାରତ ମାତା କି ଜୟ , ଭାରତ ମାତା କି ଜୟ  ।

ବନ୍ଦେ ମାତରମ, ବନ୍ଦେ ମାତରମ, ବନ୍ଦେ ମାତରମ, ବନ୍ଦେ ମାତରମ ।

ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
PM Modi’s interaction with BJP booth Karyakartas from Assam ahead of Assembly Elections
March 30, 2026
‘Seva, Sangathan, and Samarpan’, PM Modi says Assam’s BJP karyakartas embody the true spirit of the organisation
When every booth becomes strong, victory becomes certain, and Assam’s future becomes brighter: PM Modi lauding the efforts of BJP karyakartas
The importance of protecting Assam’s identity and tackling issues like illegal infiltration is not just a political issue but one of security, culture and justice: PM Modi
Over a dozen key peace agreements have brought lasting stability, especially in regions like Bodoland: PM Modi

PM Modi interacted with BJP booth karyakartas across Assam as a part of the ‘Mera Booth, Sabse Mazboot’ programme via NaMo App. He energised booth-level members and reaffirmed that every booth remains the foundation of the party’s strength and electoral success. He hailed the true spirit of Assam, calling it a powerful force driving BJP’s growth in the Northeast.

Opening the interaction, PM Modi described himself as a karyakarta first, expressing pride in working alongside the grassroots cadre. He lauded booth karyakartas for their tireless dedication, emphasising that their connect with every household is the BJP’s greatest strength. “Booth jeetoge toh chunav jeetoge,” he reiterated.

Highlighting Assam’s transformation over the past decade, PM Modi underlined the shift from instability and violence to peace, progress, and prosperity under the double engine government. He noted that over a dozen key peace agreements have brought lasting stability, especially in regions like Bodoland.

He stressed the importance of educating first-time voters about Assam’s past challenges, urging karyakartas to actively communicate the contrast between earlier regimes marked by unrest and the current era of stability. He encouraged innovative booth-level engagements to emotionally connect with voters while showcasing developmental achievements.

PM Modi also called for focused outreach to beneficiaries of key welfare schemes such as PM Awas Yojana, PM-Kisan, Ujjwala, and others, urging workers to compile beneficiary lists and strengthen direct engagement. He emphasised turning polling day into a Jan Utsav, with collective participation ensuring maximum voter turnout.
Encouraging youth and women’s participation, PM Modi praised Assam’s Nari Shakti and highlighted initiatives empowering women economically and socially. He urged workers to leverage platforms like the NaMo App and social media to share real-life stories.

Addressing key regional concerns, PM Modi underscored the importance of protecting Assam’s identity and tackling issues like illegal infiltration, calling it not just a political issue but one of security, culture, and justice. He urged karyakartas to raise awareness at the grassroots and support efforts ensuring the rights and dignity of indigenous communities.

He also highlighted the empowerment of tea garden workers through land rights and welfare schemes, calling it a historic step towards dignity and long-term security for lakhs of families.

Reaffirming the guiding principles of ‘Seva, Sangathan, and Samarpan’, PM Modi said that Assam’s BJP karyakartas embody the true spirit of the organisation.

He concluded with a powerful call to action:“When every booth becomes strong, victory becomes certain, and Assam’s future becomes brighter.”