Credit for pro-incumbency must go to the team of officials:PM
Mandate reflects the will and aspirations of the people to change the status quo, and seek a better life for themselves.:PM
All Ministries must focus on steps to improve "Ease of Living": PM

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗଠାରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ସଚିବମାନଙ୍କ ସହ ଭାବ ବିନିମୟ କରିଛନ୍ତି ।

ଏହି ଭାବ ବିନିମୟ କାର୍ଯ୍ୟକ୍ରମ ବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଶ୍ରୀ ଅମିତ ଶାହା, ଶ୍ରମତୀ ନିର୍ମଳା ସୀତାରମଣ ଏବଂ ଡ଼କ୍ଟର ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଭାବ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରି କ୍ୟାବିନେଟ ସଚିବ ଶ୍ରୀ ପି କେ ସିହ୍ନା ସ୍ମରଣ କରାଇ ଦେଇଥିଲେ ଯେ ପ୍ରଥମ ପାଳି ସରକାର ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିଭଳି ନିର୍ଦ୍ଦେଶକ/ ଉପ ନିର୍ଦ୍ଦେଶକ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ସିଧାସଳଖ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିଆସୁଥିଲେ ।

କ୍ୟାବିନେଟ ସଚିବ କହିଲେ ଯେ ଏହି କାର୍ଯ୍ୟକ୍ରମକୁ ଆଗକୁ ଆଗେଇ ନେବା ଉଦ୍ଦେଶ୍ୟରେ ସଚିବମାନଙ୍କ ନିକଟରେ ଏବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଉପସ୍ଥାପନ କରାଯିବାକୁ ରହିଛି । ସେଗୁଡ଼ିକ ହେଲା: (କ) ପ୍ରତ୍ୟେକ ମନ୍ତ୍ରଣାଳୟ ସକାଶେ ଏକ ପାଞ୍ଚବର୍ଷିଆ ଯୋଜନା ନଥି ପ୍ରସ୍ତୁତ କରିବା ଯେଉଁଥିରେ ପ୍ରତ୍ୟେକ କାର୍ଯ୍ୟକ୍ରମ ସକାଶେ ଏକ ଲକ୍ଷ୍ୟ ଏବଂ ମାଇଲଷ୍ଟୋନ ଧାର୍ଯ୍ୟ କରାଯିବ ଏବଂ (ଖ) ପ୍ରତ୍ୟେକ ମନ୍ତ୍ରଣାଳୟ ନିଜର କାର୍ଯ୍ୟକ୍ରମ ସମ୍ପାଦନ କରିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବୀ ନିଷ୍ପତ୍ତି ଗ୍ରହଣ କରିବେ ଯାହାର ମଞ୍ଜୁରି ଆଗାମୀ 100 ଦିନ ମଧ୍ୟରେ ନିଆଯିବ ।

ଏହି ଭାବ ବିନିମୟ ବେଳେ ବିଭିନ୍ନ ମନ୍ତ୍ରଣାଳୟର ସଚିବମାନେ ବିଭିନ୍ନ ପ୍ରସଙ୍ଗ ଉପରେ ସେମାନଙ୍କର ପରିକଳ୍ପନା ଓ ସୁଚିନ୍ତିତ ମତାମତ ଯଥା ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ, କୃଷି, ଗ୍ରାମାଞ୍ଚଳ ବିକାଶ ଏବଂ ପଞ୍ଚାୟତିରାଜ, ଆଇଟି ପ୍ରୟାସ, ଶିକ୍ଷା ସଂସ୍କାର, ସ୍ୱାସ୍ଥ୍ୟସେବା, ଶିଳ୍ପ ନୀତି, ଆର୍ଥିକ ବିକାଶ ଓ କୌଶଳ ବିକାଶ ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଏହି ବାର୍ତ୍ତାଳାପ ବେଳେ ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ 2014 ମସିହା ଜୁନ ମାସରେ ପ୍ରଥମ ଥର ପାଇଁ ସଚିବମାନଙ୍କ ସହ ସେ ଭାବ ବିନିମୟ କରିଥିଲେ । ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଦେଶର ଜନସାଧାରଣ କେନ୍ଦ୍ରରେ ଅବସ୍ଥାପିତ ସରକାରଙ୍କ ପ୍ରତି ପୁନଃ ଆସ୍ଥା ପ୍ରକଟ କରିଛନ୍ତି । ଏହାର ଅଧିକାଂଶ ଶ୍ରେୟର ଅଧିକାରୀ କେନ୍ଦ୍ର ସରକାରଙ୍କ ସେହିସବୁ ଅଧିକାରୀମାନଙ୍କୁ ଯାଉଛି ଯେଉଁମାନେ କଠିନ ଶ୍ରମ ସ୍ୱୀକାର ପୂର୍ବକ ବିଭିନ୍ନ ଯୋଜନାଗୁଡ଼ିକ ଆରମ୍ଭ କରିବା ସହ ସେସବୁର ସୁଫଳତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ପାରିଛନ୍ତି । ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା ସାକାର କରାଯାଇଛି । ଏଥର ନିର୍ବାଚନରେ ଅନେକ ସକାରାତ୍ମକ ମତଦାନ ପରିଲକ୍ଷିତ ହୋଇଛି ଯାହା ସୂଚାଇଛି ଯେ ଜନସାଧାରଣ ସରକାରଙ୍କ ଉପରେ ସେମାନଙ୍କର ଆସ୍ଥା ପୁନଃ ପ୍ରକଟ କରିଛନ୍ତି । ସାଧାରଣ ଜନତା ଯାହା ଆଶା କରନ୍ତି ଓ ସେମାନଙ୍କର ଦୈନନ୍ଦିନ ଜୀବନର ଅଭିଜ୍ଞତା ଯାହା ସେସବୁ ପୂରଣ କରିବା ମଧ୍ୟ ସରକାରଙ୍କ କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତୀୟ ମତଦାତାମାନେ ଆଗାମୀ ପାଞ୍ଚବର୍ଷ ସକାଶେ ସେମାନଙ୍କ ମନରେ ଏକ ପରିକଳ୍ପନାର ଚିତ୍ର ଆଙ୍କିଛନ୍ତି ଏବଂ ସରକାରଙ୍କ ନିକଟରେ ଏବେ ଏହାକୁ ସାକାର କରିବା ସକାଶେ ଏକ ସୁଯୋଗ ରହିଛି । ଲୋକମାନଙ୍କ ମନରେ ଥିବା ବିପୁଳ ଆଶା ଆକାଂକ୍ଷାକୁ ସରକାର ଏକ ଆହ୍ଵାନ ବୋଲି ଭାବିବା ଅନୁଚିତ । ବରଂ ଏହା ସରକାରଙ୍କ ପାଇଁ ଏବଂ ଉଚ୍ଚ ପଦାଧିକାରୀମାନଙ୍କ ସକାଶେ ଏକ ସୁଯୋଗ । ମତଦାନ ହେଉଛି ଲୋକମାନଙ୍କ ଆଶା ଓ ଅଭିଳାଷର ପ୍ରତିଫଳନ ଯାହା ବର୍ତ୍ତମାନର ସ୍ଥିତିରେ ପରିବର୍ତ୍ତନ ଓ ବିକାଶକୁ ସୂଚାଏ ଏବଂ ସେମାନଙ୍କ ନିମନ୍ତେ ଏକ ଉତ୍ତମ ଜୀବନଧାରଣର ସୁଯୋଗ ସୃଷ୍ଟି କରେ ।

ଦେଶର ଜନସାଂଖିକ ବିପୁଳତାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଆମର ବିଶାଳ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ହେବା ଉଚିତ । କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ମନ୍ତ୍ରଣାଳୟ ଏବଂ ସବୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଦେଶର ଅର୍ଥନୀତିକୁ 5 ଟ୍ରିଲିଅନ ଅର୍ଥନୀତିରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ଉପଯୋଗ କରି ଏହି ଦିଗରେ ଦୃଶ୍ୟମାନ ସାଫଲ୍ୟ ହାସଲ କରିବା ଦିଗରେ ସମସ୍ତେ କାର୍ଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ପ୍ରଗତି ‘ଇଜ୍‌ ଇନ୍‌ ଡ଼ୁଇଂ ବିଜିନେସ’ରେ ନିହିତ । ଏଥିପାଇଁ କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀମାନଙ୍କ ସକାଶେ ଅଧିକରୁ ଅଧିକ ସୁଯୋଗ ଓ ସୁବିଧା ଉପଲବ୍ଧ କରାଯିବା ଆବଶ୍ୟକ । ଭାରତ ସରକାରଙ୍କ ପ୍ରତ୍ୟେକ ମନ୍ତ୍ରଣାଳୟ ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ‘ଇଜ୍‌ ଅଫ୍‌ ଲିଭିଂ’ ଉପରେ ଗୁରୁତ୍ୱ ଆରୋପ କରିବା ସକାଶେ ସେ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଜଳ, ମତ୍ସ୍ୟଚାଷ ଏବଂ ପ୍ରାଣୀ ସମ୍ପଦ ମଧ୍ୟ ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ମହତ୍ଵ ବହନ କରେ ।

ସେ କହିଲେ ଆଜିର ଏହି ଭାବ ବିନିମୟ ସମୟରେ ସେ ଦେଖିଛନ୍ତି ଯେ ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଓ ଉଚ୍ଚ ପଦାଧିକାରୀମାନଙ୍କ ମନରେ ଅଶେଷ ପରିକଳ୍ପନା ଓ ଚିନ୍ତାଧାରା ମହଜୁଦ ରହିଛି । ସେମାନେ ପ୍ରତିବଦ୍ଧତା ଓ ଉତ୍ସାହର ସହ ସେସବୁକୁ ରୂପାୟନ କରି ଦେଶକୁ ଆଗକୁ ଆଗେଇ ନେବା ଦିଗରେ ବ୍ରତୀ ହେବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ସେମାନଙ୍କ ଏଭଳି ପରିକଳ୍ପନା ଓ ପ୍ରତିବଦ୍ଧତା ପାଇଁ ସେ ଗର୍ବ ଅନୁଭବ କରନ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ମନ୍ତ୍ରଣାଳୟ ଓ ବିଭାଗର ସକ୍ରିୟତା ଓ ସାଫଲ୍ୟ ସକାଶେ ପ୍ରଯୁକ୍ତିର ସର୍ବାଧିକ ଉପଯୋଗ କରାଯିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାରଙ୍କ ସବୁ ବିଭାଗ ଦେଶ ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ପାଳନକୁ ସାକାର କରିବା ଦିଗରେ କାର୍ଯ୍ୟ କରିବା ବାଞ୍ଛନୀୟ । ଏହା ଜନସାଧାରଣଙ୍କୁ ମଧ୍ୟ ଦେଶକୁ ପ୍ରଗତି ଦିଗରେ ଆଗେଇ ନେବା ସକାଶେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ । ତେଣୁ ଆମ ସମସ୍ତଙ୍କୁ ଆଗକୁ ଦୌଡ଼ିବାକୁ ପଡ଼ିବ, ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ ଏବଂ ସାଧାରଣ ଜନତାଙ୍କ ଆଶା, ଅଭିଳାଷକୁ ସାକାର କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Every voter had valid ID': Trump praises India polls, renews push for SAVE America Act

Media Coverage

'Every voter had valid ID': Trump praises India polls, renews push for SAVE America Act
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of self-respect, courage and steadfastness
August 18, 2026

The Prime Minister, Shri Narendra Modi has shared a Sanskrit Subhashitam highlighting the importance of living with self-respect, courage and dignity. He emphasised that true valour and strength lie in remaining steadfast in one’s principles and values, without compromising them under any circumstances.

The Prime Minister shared a Sanskrit Subhashitam-

“उद्यच्छेदेव न नमेदुद्यमो ह्येव पौरुषम्।
अप्यपर्वणि भज्येत न नमत्वेव कस्यचित्॥”

The Subhashitam conveys that a person should always live with self-respect, courage and dignity. True valor and strength lie in never compromising one's principles and values under any circumstances, but remaining steadfast in one's ideals with truth, patience and self-pride.

The Prime Minister wrote on X;

“उद्यच्छेदेव न नमेदुद्यमो ह्येव पौरुषम्।

अप्यपर्वणि भज्येत न नमत्वेव कस्यचित्॥”