ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ 27ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇସିଟିଭିତ୍ତିକ ମଲ୍ଟି ମଡ଼େଲ ପ୍ଲାଟଫର୍ମ ଜରିଆରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ।

ଏଥିପୂର୍ବରୁ 26ଟି ପ୍ରଗତି ବୈଠକ ଅନୁଷ୍ଠିତ ହୋଇସାରିଛି ଏବଂ ସେଥିରେ ବିଭିନ୍ନ କାର୍ଯ୍ୟକ୍ରମର ପ୍ରବର୍ତ୍ତନ ଓ ପ୍ରଗତି ସଂପର୍କରେ ପୁନଃପୌନିକ ସମୀକ୍ଷା କରାଯାଇଛି । ଏହିସବୁ କାର୍ଯ୍ୟକ୍ରମରେ ମୋଟ 11 ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇଛି । ବିଭିନ୍ନ ସେକ୍ଟରରେ ଅନେକଗୁଡ଼ିଏ ଜନ ଅଭିଯୋଗ ସଂପର୍କରେ ଏହିସବୁ ସମୀକ୍ଷା ବୈଠକରେ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଛି ।

ଆଜିର ପ୍ରଗତି ବୈଠକ ଥିଲା ଏହି କ୍ରମରେ 27ତମ ସମୀକ୍ଷା କାର୍ଯ୍ୟକ୍ରମ । ଏହି ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଆଠଟି ଭିତ୍ତିଭୂମି ପ୍ରକଳ୍ପ ଯଥା ରେଳବାଇ, ସଡ଼କ ଏବଂ ଶକ୍ତି ସେକ୍ଟର ଆଦିର ସମୀକ୍ଷା କରାଯାଇଥିଲା । ଏହିସବୁ ପ୍ରକଳ୍ପଗୁଡ଼ିକ ବିଭିନ୍ନ ରାଜ୍ୟ ଯଥା ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ଚଣ୍ଡୀଗଡ଼, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ, ସିକିମ ଏବଂ ଅରୁଣାଚଳ ପ୍ରଦେଶରେ କାର୍ଯ୍ୟକାରୀ କରାଯାଉଛି ।

ପ୍ରଧାନମନ୍ତ୍ରୀ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରୀତା ତଥା ପ୍ରଗତି ସଂପର୍କରେ ସମୀଡ଼ା କରିବା ସହ ନୂତନ ମେଡ଼ିକାଲ କଲେଜ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲା/ ରେଫେରାଲ ହସପିଟାଲଗୁଡ଼ିକୁ ସେହିସବୁ ମେଡ଼ିକାଲ କଲେଜ ସହ ଅନୁବନ୍ଧିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ସେକ୍ଟରରେ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ନୂତନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ବୋଲି ସୂମଚନା ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବା ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗ୍ରାମ ସ୍ୱରାଜ ଅଭିଯାନର ପ୍ରଥମ ପର୍ଯ୍ୟାୟ 2018 ମସିହା ଏପ୍ରିଲ 14 ତାରିଖଠାରୁ ମେ 5 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା । ଏହି କାର୍ଯ୍ୟକ୍ରମ ପ୍ରବର୍ତ୍ତନରେ ସରକାରଙ୍କୁ ବିଶେଷ ସଫଳତା ମିଳିଛି ଏବଂ ଦେଶର 16,000 ଗ୍ରାମରେ କେନ୍ଦ୍ର ସରକାରଙ୍କ ସାତଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଏହା ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି । ଏବେ ଗ୍ରାମ ସ୍ୱରାଜ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହେଉଛି ଏବଂ ସେଥିରେ ଅଭିଳାଷୀ ଜିଲାର 40 ହଜାର ଗ୍ରାମରେ ସେହିସବୁ ଯୋଜନା ଲାଗୁ କରାଯାଉଛି । ତେଣୁ ସେହିସବୁ ଯୋଜନାରୁ ଯେଭଳି ଜନସାଧାରଣ ସର୍ବାଧିକ ସୁଫଳ ପାଇପାରିବେ ସେଥିଲାଗି ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ଆସନ୍ତା ଅଗଷ୍ଟ 15 ତାରିଖ ସୁଦ୍ଧା ସେହିସବୁ କାର୍ଯ୍ୟକ୍ରମର ସୁଫଳ ଲୋକମାନଙ୍କ ନିକଟରେ ପହଂଚିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।

ସୌଭାଗ୍ୟ ଯୋଜନାରେ ଏଯାବତ୍ ହାସଲ କରାଯାଇଥିବା ସଫଳତାକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିର୍ଦ୍ଧାରିତ ସମୟସୂଚୀ ଅନୁସାରେ ଦେଶର 4 କୋଟି ପରିବାରଙ୍କ ନିକଟରେ ବିଜୁଳିଶକ୍ତି ଉପଲବ୍ଧ କରାଇବା ଲାଗି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ ଦିଗରେ ସମସ୍ତ ପ୍ରକାର ପ୍ରୟାସ କରାଯିବା ଆବଶ୍ୟକ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA