25 PRAGATI meetings sees cumulative review of 227 projects with a total investment of over Rs. 10 lakh crore
Coordination between the Centre and the States has increased as a result of the PRAGATI mechanism: PM Modi
Besides stalled projects, PRAGATI has helped in the review and improvement of several social sector schemes: PM
PRAGATI meet: PM Modi reviews progress of 10 infrastructure projects in railway, road, petroleum, power, coal, urban development, and health and family welfare sectors

ସକ୍ରିୟ ପ୍ରଶାସନ ଏବଂ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାନ୍ୱୟନ ପାଇଁ ଆଇସିଟି ଆଧାରିତ ବହୁ ପକ୍ଷୀୟ ମଂଚ – ପ୍ରଗତି ଜରିଆରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର 25ତମ ବାର୍ତ୍ତାଳାପ କରିଥିଲେ ।

25ତମ ପ୍ରଗତି ବୈଠକରେ ମୋଟ 10 ଲକ୍ଷ କୋଟି ଟଙ୍କାର ନିବେଶରେ 227ଟି ପ୍ରକଳ୍ପର କ୍ରମିକ ସମୀକ୍ଷା କରାଯାଇଛି । ବିଭିନ୍ନ କ୍ଷେତ୍ରରେ ରହିଥିବା ଜନ ଅଭିଯୋଗ ସମାଧାନର ମଧ୍ୟ ସମୀକ୍ଷା କରାଯାଇଛି ।

25ତମ ପ୍ରଗତି ମତବିନିମୟ  ପୂରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ପ୍ରଗତି ବ୍ୟବସ୍ଥା କାରଣରୁ କେନ୍ଦ୍ର ଏବଂ  ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଛି । ସେ କହିଥିଲେ, ଆମ ସଂଘୀୟ ଢାଂଚା ପାଇଁ ପ୍ରଗତି ଉପକ୍ରମ ଏକ ମହାନ ସକାରାତ୍ମକ ଶକ୍ତି । ସେ କହିଥିଲେ ଯେ ପଡ଼ିରହିଥିବା ପ୍ରକଳ୍ପ ବ୍ୟତୀତ, ଏହା ବିଭିନ୍ନ ସାମାଜିକ କ୍ଷେତ୍ର ଯୋଜନାର ସମୀକ୍ଷା ଏବଂ ଉନ୍ନତି ଲାଗି ଏହି ମଂଚ ସହାୟକ ହେଉଛି ।

ଆଜି 25ତମ ବୈଠକରେ ପ୍ରଧାନମନ୍ତ୍ରୀ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ କଲ୍ୟାଣ ସହ ଜଡ଼ିତ ଅଭିଯୋଗ ଗ୍ରହଣ ଏବଂ ସମାଧାନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିଥିଲେ । ଅଭିଯୋଗର ଶୀଘ୍ର ସମାଧାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହାଫଳରେ ଯଥାସମ୍ଭବ କମ ସମୟରେ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ସମସ୍ୟା ସକାରାତ୍ମକ ଭାବେ ସମାଧାନ ହୋଇପାରିବ ।

ରେଳବାଇ, ସଡ଼କ, ପେଟ୍ରୋଲିୟମ, ଶକ୍ତି, କୋଇଲା, ସହରାଂଚଳ ବିକାଶ, ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ 10ଟି ଭିତ୍ତିଭୂମି ପ୍ରକଳ୍ପର ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଆସାମ, ସିକିମ, ପଶ୍ଚିମବଙ୍ଗ, ବିହାର, ତାମିଲନାଡ଼ୁ ଏବଂ ଝାଡ଼ଖଣ୍ଡ ଆଦି ରାଜ୍ୟରେ ଜାରି ରହିଛି ।

ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାର କାର୍ଯ୍ୟାନ୍ୱୟନରେ ହୋଇଥିବା ଅଗ୍ରଗତିକୁ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ସେ ମଧ୍ୟ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଲାଗି ଜାତୀୟ ଫେଲୋସିପ ଏବଂ ସ୍କଲାରସିପ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electronics output hits ₹13 lakh crore; Vaishnaw eyes No. 2 export spot

Media Coverage

India’s electronics output hits ₹13 lakh crore; Vaishnaw eyes No. 2 export spot
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Paris
June 18, 2026

PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.