PMNCH Delegation presents the logo for the 2018 Partners’ Forum to Prime Minister Modi
PM Modi suggests PMNCH delegation to involve young people in important issues like nutrition, age of marriage, pre-natal & post-natal care
PM Modi asks for ideas from PMNCH for effective implementation & communication for programmes for women, children and adolescents

ମାତୃ, ନବଜାତ ଏବଂ ଶିଶୁ ସ୍ୱାସ୍ଥ୍ୟ ସହଭାଗୀତା (ପିଏମଏନସିଏଚ)ର ଏକ ପ୍ରତିନିଧିମଣ୍ଡଳ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ତାଙ୍କୁ ଆଗାମୀ 2018 ପାର୍ଟନର୍ସ ଫୋରମ ଲୋଗୋ ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡା, ପିଏମଏନସିଏଚ ବୋର୍ଡ଼ର ଅଧ୍ୟକ୍ଷ ତଥା ଚିଲିର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ମିଚେଲ ବାଚେଲେଟ୍‌, ୟୁନିସେଫର ଗୁଡ଼ୱିଲ୍‌ ଆମ୍ବାସାଡ଼ର ତଥା ସୁପ୍ରସିଦ୍ଧ ଅଭିନେତ୍ରୀ ସୁଶ୍ରୀ ପ୍ରିୟାଙ୍କା ଚୋପ୍ରା, ପିଏମଏନସିଏଚ ପାର୍ଟନର୍ସ ଫୋରମର ତିନିଜଣ ଚାମ୍ପିଅନ୍‌ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏ କେ ଚୌବେ, ସୁଶ୍ରୀ ପ୍ରୀତି ସୁଦନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ସାମିଲ ହୋଇଥିଲେ । ଆଗାମୀ ପିଏମଏନସିଏଚର ପାର୍ଟନର୍ସ ଫୋରମରେ ସାମିଲ ହେବାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ । ଏହି ସମ୍ମିଳନୀ ଆସନ୍ତା ଡ଼ିସେମ୍ବର 12- 13, 2018ରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଅନ୍ୟ ପ୍ରାୟ 1200 ପ୍ରତିନିଧି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପିଏମଏନସିଏଚ ଏକ ବୈଶ୍ୱିକ ସହଭାଗୀତା ସଂଗଠନ ଏବଂ ଏହାର 92 ରାଷ୍ଟ୍ର ସଦସ୍ୟ ଅଛନ୍ତି । ପୁଣି ବିଭିନ୍ନ ରାଷ୍ଟ୍ରରେ ଏହାର 1000ରୁ ଅଧିକ ସଂଗଠନ ରହିଛି । ପିଏମଏନସିଏଚରେ ପାଟ୍ରନ୍‌ ହେବାକୁ ପ୍ରଧାନମନ୍ତ୍ରୀ ଆଗ୍ରହର ସହ ନିଜର ସମ୍ମତି ଜଣାଇଥିଲେ ଏବଂ ଏହାର ଲୋଗୋକୁ ଗ୍ରହଣ କରିଥିଲେ ।

 

ପିଏମଏନସିଏଚର ଆଗାମୀ ସମ୍ମିଳନୀର ଅଧ୍ୟକ୍ଷ ଡକ୍ଟର ମିଚେଲ ବାଚେଲେଟେ ପ୍ରଧାନମନ୍ତ୍ରୀଙ୍କୁ ଏହି ସହଭାଗୀତାର ଉଦ୍ଦେଶ୍ୟ ସଂପର୍କରେ ସୂଚୀତ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏ ସଂପର୍କରେ ତାଙ୍କର ସହଯୋଗ ଏବଂ ପରାମର୍ଶ ଲୋଡ଼ିଥିଲେ । ମହିଳା ସଶକ୍ତିକରଣ, ଶିଶୁ ତଥା ଯୁବଗୋଷ୍ଠୀଙ୍କୁ କିଭଳି ସକ୍ରିୟ ତଥା ସୁସ୍ଥ ରଖାଯାଇପାରିବ ସେ ସଂପର୍କରେ ପ୍ରଧାନମନ୍ତ୍ରୀ ନିଜର ଅନୁଭୂତି ପ୍ରତିନିଧିମାନଙ୍କ ସହ ବାଣ୍ଟିଥିଲେ । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେଠାରେ କିଭଳି ଆନୁଷ୍ଠାନିକ ପ୍ରସବକୁ ପ୍ରୋତ୍ସାହିତ କରିବା ସହ ଲୋକମାନଙ୍କୁ ସେଥିପ୍ରତି ପ୍ରଭାବିତ କରାଯାଇ ପାରିଥିଲା ପ୍ରଧାନମନ୍ତ୍ରୀ ତାହାର ଅବତାରଣା କରିଥିଲେ । ଘରୋଇ ସେକ୍ଟରକୁ ଏଥିରେ ସାମିଲ କରାଯିବା ସହ ଗ୍ରାମାଞ୍ଚଳର ଗରିବ ତଥା ଗର୍ଭବତୀ ମହିଳାମାନଙ୍କ ସକାଶେ ଗୋଷ୍ଠୀ ଭୋଜନର ବ୍ୟବସ୍ଥା କରାଯାଇପାରିବ । ଏହା ଦ୍ୱାରା ସେମାନଙ୍କର ପୌଷ୍ଟିକ ଆବଶ୍ୟକତା ପୂରଣ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଏଥି ସକାଶେ ସକ୍ରିୟ ଯୋଗାଯୋଗ ବ୍ୟବସ୍ଥା କରାଯିବା ଦରକାର । “ସହଭାଗୀତା ହିଁ ସହଯୋଗ” ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ବିଶ୍ୱବ୍ୟାପୀ ସାଧାରଣ ଜନତାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବା ଉଚିତ । ବିଶେଷ କରି ଯୁବଗୋଷ୍ଠୀଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା ପୌଷ୍ଟିକ ଆହାର, ବିବାହର ବୟସସୀମା ନିର୍ଦ୍ଧାରଣ, ପ୍ରସବ ପୂର୍ବବର୍ତ୍ତୀ ତଥା ପରବର୍ତ୍ତୀ ମାଆ ଓ ଶିଶୁର ଯତ୍ନ ଆଦିରେ ଯୁବଗୋଷ୍ଠୀଙ୍କୁ ସାମିଲ କରାଯିବା ଆବଶ୍ୟକ । ଏହା ଫଳରେ ମହିଳା, ଶିଶୁ ତଥା କୈଶୋର ଅବସ୍ଥାରେ ଯେଉଁସବୁ ଆବଶ୍ୟକତା ତଥା କାର୍ଯ୍ୟକ୍ରମମାନ ପ୍ରବର୍ତ୍ତନ କରାଯିବା ଜରୁରି ତାହା ଉପଯୁକ୍ତ ଭାବେ ପ୍ରବର୍ତ୍ତିତ ହୋଇପାରିବ । ଏଥି ସକାଶେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ମଧ୍ୟ ଜରୁରି । ଏହିସବୁ ପ୍ରସଙ୍ଗ ଉପରେ ଏକ ଅନଲାଇନ୍‌ କୁଇଜ ପ୍ରତିଯୋଗୀତାର ଆୟୋଜନ କରି ପାର୍ଟନର୍ସ ଫୋରମର ଆଗାମୀ ବୈଠକରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges
August 13, 2026

Prime Minister Shri Narendra Modi shared a Sanskrit Subhashitam today, highlighting the power of determination, perseverance, and courage in overcoming life's challenges and turning adverse circumstances into favorable ones.

The Prime Minister wrote on X;

"दैवं पुरुषकारेण यः समर्थः प्रबाधितुम्।

न दैवेन विपन्नार्थः पुरुषः सोऽवसीदति॥"

A person who possesses the determination, perseverance and courage to turn adverse circumstances into favorable ones is never defeated by the challenges of life. Instead, through continuous effort and unwavering resolve, he moves forward and ultimately achieves success.