The wonderful homes under PM Awas Yojana are being made possible because there are no middlemen: PM
It is my dream, it is our endeavour to ensure that every Indian has his own house by 2022: PM Modi
Till now, we only heard about politicians getting their own homes. Now, we are hearing about the poor getting their own homes: PM Modi

ଗୁଜରାଟର ବାଲସାଦ ଜିଲ୍ଲା ଅନ୍ତର୍ଗତ ଜୁଜୱା ଗ୍ରାମରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସାମଗ୍ରୀକ ଇ-ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଥିଲେ । ରାଜ୍ୟର 26ଟି ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଆବାସ ଏହି ଅବସରରେ ହିତାଧିକାରୀମାନଙ୍କୁ ବଂଟନ କରାଯାଇଥିଲା । ବିଭିନ୍ନ ଜିଲ୍ଲାର ହିତାଧିକାରୀମାନେ ଭିଡିଓ ଲିଙ୍କ ଜରିଆରେ ଯୋଡ଼ି ହୋଇଥିଲେ ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କ ମଧ୍ୟରୁ କେତେକଙ୍କ ସହିତ ଆଲୋଚନା କରିଥିଲେ  ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନା ଯଥା ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ଗ୍ରାମୋଦୟ ଯୋଜନା ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ଏବଂ ନିଯୁକ୍ତି ପତ୍ର ବଂଟନ କରିଥିଲେ । ସେ ମହିଳା ବ୍ୟାଙ୍କ ପ୍ରତିନିଧିମାନଙ୍କୁ ମଧ୍ୟ ନିଯୁକ୍ତି ପତ୍ର ଏବଂ ମିନି ଏଟିଏମ ବଂଟନ କରିଥିଲେ  ।

ପ୍ରଧାନମନ୍ତ୍ରୀ ମଧ୍ୟ ଆସ୍ଟୋଲ ଜଳ ଯୋଗାଣ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ  ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗକୁ ରକ୍ଷା ବନ୍ଧନ ପର୍ବ ଆସୁଛି  । ସେ କହିଥିଲେ ଯେ 1 ଲକ୍ଷରୁ ଅଧିକ ମହିଳା ସେମାନଙ୍କ ନାମରେ ଆବାସ ପାଇଥିବା ଜାଣି ସେ ସନ୍ତୁଷ୍ଟ  । ଏହା ସେମାନଙ୍କ ପାଇଁ ରକ୍ଷା ବନ୍ଧନର ଉପହାର  । ସେ କହିଥିଲେ ଏକ ନୂଆ ବାସଗୃହ, ନୂଆ ସ୍ୱପ୍ନ ନେଇ ଆସେ ଏବଂ ସେହି ସ୍ୱପ୍ନକୁ ହାସଲ କରିବା ଲାଗି ପରିବାରରେ ଏକ ନୂତନ ସମ୍ମିଳିତ ଉତ୍ସାହ ଆଣିଥାଏ  ।

ଇ-ଗୃହ ପ୍ରବେଶ ସମୟରେ ଆଜି ଦେଖାଯାଉଥିବା ଆବାସଗୁଡ଼ିକ ଉନ୍ନତମାନର ବୋଲି ହୃଦବୋଧ କରି ସେ କହିଥିଲେ ଯେ କୌଣସି ମଧ୍ୟସ୍ଥଙ୍କ ସମ୍ପୃକ୍ତି ନଥିବା କାରଣରୁ ଏହା ସମ୍ଭବ ହୋଇଛି । ସେ ଦୋହରାଇଥିଲେ ଯେ କେନ୍ଦ୍ର ସରକାର ଲକ୍ଷ୍ୟ “ସମସ୍ତଙ୍କ ପାଇଁ ଆବାସ” 2022 ସୁଦ୍ଧା ହାସଲ କରାଯିବ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜନେତାମାନେ ହିଁ ସୌଖୀନ ଆବାସ ନିର୍ମାଣ କରିପାରିବେ ବୋଲିଧାରଣା ପୂର୍ବରୁ ରହିଥିଲା । ଏବେ ଏହି ଧାରଣା ବଦଳି ଯାଇଛି ଏବଂ ଗରିବ ଲୋକମାନେ ସେମାନଙ୍କ ନିଜସ୍ୱ ଆବାସ ପାଇପାରୁଛନ୍ତି  ।

ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଆସ୍ଟୋଲ ଜଳ ଯୋଗାଣ ପ୍ରକଳ୍ପ ଏକ ଉତ୍କୃଷ୍ଟ ଇଞ୍ଜିନିୟରିଂଢାଞ୍ଚାର ନିଦର୍ଶନ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ସ୍ୱଚ୍ଛ ପାନୀୟ ଜଳ ଲୋକମାନଙ୍କୁ ରୋଗରୁ ମୁକ୍ତ ରଖିଥାଏ ବୋଲି ସେ କହିଥିଲେ ।

ଗରିବ ଲୋକମାନଙ୍କୁ ନିଜସ୍ୱ ବାସଗୃହ, ବିଦ୍ୟୁତ ସଂଯୋଗ, ସ୍ୱଚ୍ଛ ପାନୀୟ ଜଳ ଏବଂ ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଇ ଦେଇ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ସରକାର ପ୍ରୟାସରତ ଥିବା ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ  ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future