ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀର ବିଏଚୟୁ ଗସ୍ତ କରିଛନ୍ତି । ସେ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତି ଉଦଘାଟନ କରିଛନ୍ତି । ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀ ରାମ ନାଏକ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

 

ପ୍ରଧାନମନ୍ତ୍ରୀ ପଣ୍ଡିତ ମଦନ ମୋହନ ମାଲବ୍ୟ କ୍ୟାନସର ହସ୍ପିଟାଲ ଏବଂ ଭାବା କ୍ୟାନସର ହସ୍ପିଟାଲ, ଲାହାରତାରାକୁ ମଧ୍ୟ ଉଦଘାଟନ କରିଥିଲେ । ଏହି ହସ୍ପିଟାଲଗୁଡିକ ଉତ୍ତର ପ୍ରଦେଶ ଏବଂ ପଡୋଶୀ ରାଜ୍ୟ ମଧ୍ୟପ୍ରଦେଶ, ଝାଡଖଣ୍ଡ, ଛତିଶଗଡ ଓ ବିହାରର ରୋଗୀମାନଙ୍କୁ ବ୍ୟାପକ ଚିକିତ୍ସା ସୁବିଧା ଯୋଗାଇ ଦେବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରେସିସନ ଟେକ୍ନୋଲୋଜି ସମ୍ପନ୍ନ ପ୍ରଥମ ନୂଆ ଭାବାଟ୍ରନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ ।

ସେ ମଧ୍ୟ ଓପିଡି ପରିଦର୍ଶନ କରି ରୋଗୀମାନଙ୍କ ସହିତ ଭାବବିନିମୟ କରିଥିଲେ ।

ସେ ପିଏମଜେଏୱାଇ (PMJAY) – ଆୟୁଷ୍ମାନ ଭାରତର ହିତାଧିକାରୀଙ୍କ ସହ ମତବିନିମୟ କରିଥିଲେ  ।   

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026