ଲାଖୱାର ବହୁମୁଖୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପ୍ରଥମେ ୧୯୭୬ ରେ ଆରମ୍ଭ ହୋଇଥିଲା ଏବଂ ବହୁ ବର୍ଷ ପର୍ଯ୍ୟନ୍ତ ବିଚାରାଧୀନ ଥିଲା; ପ୍ରକଳ୍ପଟି ଛଅଟ ରାଜ୍ୟ ପାଇଁ ଲାଭଦାୟକ ହେବ
୮୭୦୦ କୋଟି ଟଙ୍କା ମୂଲ୍ୟର ସଡକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ; ସୁଦୂର, ଗ୍ରାମାଞ୍ଚଳ ଏବଂ ସୀମାନ୍ତ ଅଞ୍ଚଳରେ ଯୋଗାଯୋଗକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସଫଳ କରିବା ପାଇଁ ପ୍ରକଳ୍ପ; ଉନ୍ନତ ଯୋଗାଯୋଗ ପାଇବାକୁ କୈଳାଶ ମାନସରୋବର ଯାତ୍ରା
ଦେଶର ସମସ୍ତ ଅଞ୍ଚଳରେ ବିଶ୍ୱ ସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଉଦାମ ସିଂହ ନାଗରରେ ଏମ୍‍ସ ଋଷିକେଶ ସାଟେଲାଇଟ୍‍ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ପିଥୋରାଗଡରେ ଜଗଜୀବନ ରାମ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କାଶୀପୁରରେ ଆରୋମା ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ସୀତାରଗଞ୍ଜରେ ପ୍ଲାଷ୍ଟିକ୍ ଶିଳ୍ପ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ସମଗ୍ର ରାଜ୍ୟରେ ଗୃହ, ପରିମଳ ଏବଂ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଏକାଧିକ ପଦକ୍ଷେପ ଗ୍ରହଣ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୦ ଡିସେମ୍ବର ୨୦୨୧ ରେ ଉତ୍ତରାଖଣ୍ଡର ହଲଦୱାନୀ ଗସ୍ତ କରିବେ । ସେ ୧୭୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୩ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍‍ଘାଟନ କରିବେ । ୨୩ ଟି ପ୍ରକଳ୍ପ ମଧ୍ୟରେ ୧୪୧୦୦ କୋଟିରୁ ଅଧିକ ମୂଲ୍ୟର ୧୭ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହି ପ୍ରକଳ୍ପଗୁଡ଼ିକ ସମଗ୍ର ରାଜ୍ୟରେ ଜଳସେଚନ, ସଡକ, ଗୃହ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଶିଳ୍ପ, ପରିମଳ, ପାନୀୟ ଜଳ ଯୋଗାଣ ସମେତ ଅନ୍ୟାନ୍ୟ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରେ । ଏହି କାର୍ଯ୍ୟକ୍ରମରେ ୬ଟି ପ୍ରକଳ୍ପର ଉଦ୍‍ଘାଟନ ହେବ ଯେଉଁଥିରେ ଏକାଧିକ ସଡକ ପ୍ରଶସ୍ତିକରଣ ପ୍ରକଳ୍ପ, ପିଥୋରାଗଡରେ ଏକ ଜଳ ବିଦ୍ୟୁତ୍‍ ପ୍ରକଳ୍ପ ଏବଂ ନୈନିତାଲରେ ସ୍ୱେରେଜ୍ ବ୍ୟବସ୍ଥାର ଉନ୍ନତି ଆଦି ରହିଛି । ଉଦଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ସମୁଦାୟ ମୂଲ୍ୟ ୩୪୦୦ କୋଟିରୁ ଅଧିକ ଅଟେ ।

ପ୍ରଧାନମନ୍ତ୍ରୀ ପ୍ରାୟ ୫୭୫୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ହେବାକୁ ଥିବା ଲଖୱାର ବହୁମୁଖୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ପ୍ରଥମେ ୧୯୭୬ ରେ ଆରମ୍ଭ କରାଯାଇଥିଲା ଏବଂ ବହୁ ବର୍ଷ ଧରି ବିଚାରାଧୀନ ଥିଲା । ଦୀର୍ଘ ଦିନ ଧରି ପଡି ରହିଥିବା ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଜାତୀୟ ଗୁରୁତ୍ୱ ବହନ କରୁଥିବା ଏହି ପ୍ରକଳ୍ପ, ପ୍ରାୟ ୩୪,୦୦୦ ହେକ୍ଟର ଅତିରିକ୍ତ ଜମି ଜଳସେଚନ କରିବାରେ ସକ୍ଷମ ହେବ, ୩୦୦ ମେଗାୱାଟ ଜଳ ବିଦ୍ୟୁତ ଉତ୍ପାଦନ କରିବ ଏବଂ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନ ଭଳି ଛଅଟି ରାଜ୍ୟକୁ ପାନୀୟ ଜଳ ଯୋଗାଇବ ।

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଦେଶର ଦୂରଦୂରାନ୍ତ ଇଲାକାକୁ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ପ୍ରାୟ ୮୭୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ସଡକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।

ଯେଉଁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ସେହି ପ୍ରକଳ୍ପଗୁଡିକ ମଧ୍ୟରେ ୪୦୦୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ହେବାକୁ ଥିବା ଚାରି ଲେନ୍‍ ବିଶିଷ୍ଟ ୮୫ କିଲୋମିଟରର ମୋରାଦାବାଦ-କାଶିପୁର ସଡକ; ଗଡରପୁର-ଦୀନେଶପୁର-ମାଡକୋଟା-ହଲଦୱାନି (ଏସ୍‍ଏଚ୍‍-୫) ସଡକର ୨୨ କିଲୋମିଟର ଦୈର୍ଘ୍ୟ ଦୁଇଟି ଲେନ୍ ଏବଂ କିଚ୍ଚା ଠାରୁ ପନ୍ତନଗର ପର୍ଯ୍ୟନ୍ତ ୧୮ କିଲୋମିଟର ଦୈର୍ଘ୍ୟ (ଏସ୍‍ଏଚ୍‍-୪୪); ଉଦମ୍ ସିଂହ ନଗରରେ ୮ କିଲୋମିଟର ଦୈର୍ଘ୍ୟ ଖାତିମା ବାଇପାସ୍ ର୍ନିମାଣ; ୧୭୫ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ଚାରି ଲେନ୍‍ ବିଶିଷ୍ଟ ଜାତୀୟ ରାଜପଥ (ଏନ୍‍ଏଚ୍‍୧୦୯ଡି) ର ର୍ନିମାଣ ଆଦି ରହିଛି । ଏହି ସଡକ ପ୍ରକଳ୍ପଗୁଡ଼ିକ ଗଡୱାଲ, କୁମାଓନ୍ ଏବଂ ତେରାଇ ଅଞ୍ଚଳର ଯୋଗାଯୋଗ ଏବଂ ଉତ୍ତରାଖଣ୍ଡ ଏବଂ ନେପାଳ ମଧ୍ୟରେ ସଂଯୋଗକୁ ଉନ୍ନତ କରିବ । ଜିମ କର୍ବେଟ ଜାତୀୟ ଉଦ୍ୟାନକୁ ସୁଗମ୍ୟତା ବ୍ୟତୀତ ରୁଦ୍ରପୁର ଏବଂ ଲାଲକୁଆଁର ଶିଳ୍ପାଞ୍ଚଳ ପାଇଁ ମଧ୍ୟ ଲାଭଦାୟକ ହେବ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହୁରି ମଧ୍ୟ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅନ୍ତର୍ଗତ ସମଗ୍ର ରାଜ୍ୟରେ ଏକାଧିକ ସଡକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଏହି ପ୍ରକଳ୍ପରେ ୬୨୫ କୋଟିରୁ ଅଧିକ ମୂଲ୍ୟରେ ମୋଟ ୧୧୫୭ କିଲୋମିଟର ବିଶିଷ୍ଟ ୧୩୩ ଟି ଗ୍ରାମୀଣ ରାସ୍ତା ର୍ନିମାଣ ଏବଂ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ୧୫୧ ଟି ସେତୁ ର୍ନିମାଣ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବାକୁ ଥିବା ଏହି ସଡକ ପ୍ରକଳ୍ପଗୁଡିକ ମଧ୍ୟରେ ୨୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ନାଗିନା ଠାରୁ କାଶୀପୁର ପର୍ଯ୍ୟନ୍ତ (ଏନ୍‍ଏଚ୍‍-୭୪) ୯୯ କିଲୋମିଟର ରାସ୍ତା ସମ୍ପ୍ରସାରଣ ଏବଂ ସବୁଦିନିଆ ରାସ୍ତା ନିର୍ମାଣ ପ୍ରକଳ୍ପ ଅଧିନରେ ୭୮୦ କୋଟିରୁ ଅଧିକ ମୂଲ୍ୟରେ ତାନକପୁର-ପିଥୋରାଗଡ (ଏନଏଚ-୧୨୫) ତିନିଟି ସ୍ଥାନରେ ରାସ୍ତା ପ୍ରଶସ୍ତିକରଣ ଅନ୍ତର୍ଭୁକ୍ତ ।  ଏହି ତିନିଟି ସ୍ଥାନ ଚୁରାନି ଠାରୁ ଆଙ୍କୋଲି (୩୨ କିଲୋମିଟର), ବିଲଖେଟ୍ ଠାରୁ ଚମ୍ପାୱାତ (୨୯ କିଲୋମିଟର) ଏବଂ ତିଲୋନ୍ ଠାରୁ ଚୁରାନି (୨୮ କିଲୋମିଟର) ପର୍ଯ୍ୟନ୍ତ ରହିଛି । ସଡକ ପ୍ରଶସ୍ତିକରଣ ପ୍ରକଳ୍ପ କେବଳ ଦୁର୍ଗମ ଅଞ୍ଚଳର ଯୋଗାଯୋଗକୁ ଉନ୍ନତ କରିବ ନାହିଁ ବରଂ ଏହି ଅଞ୍ଚଳର ପର୍ଯ୍ୟଟନ, ଶିଳ୍ପ ଏବଂ ବ୍ୟବସାୟିକ କାର୍ଯ୍ୟକଳାପକୁ ମଧ୍ୟ ପୂର୍ଣ୍ଣ କରିବ । ତାନକପୁର-ପିଥୋରାଗଡ ରାସ୍ତାରେ ବର୍ତ୍ତମାନ ସବୁଦିନିଆ ସଡକ ସଂଯୋଗ ରହିବ ଯାହାକି ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ସେନାର ଗତିବିଧିକୁ ସୁଗମ କରିବ ଏବଂ କୈଳାଶ ମାନସରୋବର ଯାତ୍ରା ପାଇଁ ଉନ୍ନତ ସଂଯୋଗକୁ ସୁଗମ କରିବ ।

ରାଜ୍ୟର ଚିକିତ୍ସା ଭିତ୍ତିଭୂମି ସମ୍ପ୍ରସାରଣ କରିବା ତଥା ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଉଦାମ ସିଂହ ନଗର ଜିଲ୍ଲା ଠାରେ ଏମ୍‍ସ ଋଷିକେଶର ସାଟେଲାଇଟ୍‍ କେନ୍ଦ୍ର ଏବଂ ପିଥୋରାଗଡ ଠାରେ ଜଗଜୀବନ ରାମ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ଦୁଇଟି ଡାକ୍ତରଖାନା ଯଥାକ୍ରମେ ପ୍ରାୟ ୫୦୦ କୋଟି ଏବଂ ୪୫୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ହେବ । ଉନ୍ନତ ଚିକିତ୍ସା ଭିତ୍ତିଭୂମି କେବଳ କୁମାଓନ ଏବଂ ତେରାଇ ଅଞ୍ଚଳର ଲୋକଙ୍କୁ ସାହାଯ୍ୟ କରିବ ନାହିଁ ବରଂ ଉତ୍ତରପ୍ରଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ମଧ୍ୟ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ଉଦାମ ସିଂହ ନଗର ଜିଲ୍ଲାର ସୀତାରଗଞ୍ଜ ଏବଂ କାଶୀପୁର ସହରରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ପାଇଁ ପ୍ରାୟ ୨୪୦୦ ଘର ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧୀନରେ ୧୭୦ କୋଟିରୁ ଅଧିକ ମୂଲ୍ୟର ଏହି ଘରଗୁଡ଼ିକ ର୍ନିମାଣ ହେବ ।

ରାଜ୍ୟର ଗ୍ରାମାଞ୍ଚଳରେ ଟ୍ୟାପ୍ ଯୋଗେ ଜଳ ଯୋଗାଣରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ୍ ଅଧୀନରେ ରାଜ୍ୟର ୧୩ ଟି ଜିଲ୍ଲାରେ ୭୩ ଟି ଜଳ ଯୋଗାଣ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ଯୋଜନାଗୁଡିକରେ ପାଖାପାଖି ୧୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ରାଜ୍ୟର ୧.୩ ଲକ୍ଷରୁ ଅଧିକ ଗ୍ରାମୀଣ ପରିବାର ପାଇଁ ଲାଭଦାୟକ ହେବ । ଆହୁରି ମଧ୍ୟ, ହରିଦ୍ୱାର ଏବଂ ନୈନିତାଲର ସହରାଞ୍ଚଳରେ ଗୁଣାତ୍ମକ ଜଳର ନିୟମିତ ଯୋଗାଣ ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଦୁଇଟି ସହର ପାଇଁ ଜଳ ଯୋଗାଣ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।  ଏହି ଯୋଜନାଗୁଡିକ ହରିଦ୍ୱାରରେ ପ୍ରାୟ ୧୪୫୦୦ ସଂଯୋଗ ଏବଂ ହାଲଦୱାନିରେ ୨୪୦୦ ରୁ ଅଧିକ ସଂଯୋଗ ପ୍ରଦାନ କରିବ, ଯାହା ଦ୍ୱାରା ହରିଦ୍ୱାରର ପ୍ରାୟ ଏକ ଲକ୍ଷ ଜନସଂଖ୍ୟା ଏବଂ ହାଲଦୱାନୀର ପ୍ରାୟ ୧୨୦୦୦ ଜନସଂଖ୍ୟା ଉପକୃତ ହେବେ ।

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଏକ ଅଞ୍ଚଳର ଅନ୍ତର୍ନିହିତ ସମ୍ଭାବନାକୁ ଆଗକୁ ଆଣିବାପାଇଁ କାଶିପୁରରେ ୪୧ ଏକର ଆରୋମା ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ସୀତାରଗଞ୍ଜରେ ୪୦ ଏକର ପ୍ଲାଷ୍ଟିକ୍ ଶିଳ୍ପ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ ହେବ ।  ଏହି ଦୁଇଟି ପ୍ରକଳ୍ପ ରାଜ୍ୟ ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ ନିଗମ ଉତ୍ତରାଖଣ୍ଡ ଲିମିଟେଡ୍ (ଏସ୍‍ଆଇଡିସିୟୁଏଲ୍‍) ଦ୍ୱାରା ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ଆରୋମା ପାର୍କ ଏହାର ଅନନ୍ୟ ଭୌଗୋଳିକ ଅବସ୍ଥା ହେତୁ ଉତ୍ତରାଖଣ୍ଡର ଫୁଲ ଚାଷ ଅଭିବୃଦ୍ଧିର ଅପାର ସମ୍ଭାବନାକୁ ବ୍ୟବହାର କରିବ । ପ୍ଲାଷ୍ଟିକ୍ ଶିଳ୍ପ ପାର୍କ  ରାଜ୍ୟରେ  ଶିଳ୍ପ  ଦକ୍ଷତାକୁ ଠିକଣା ଭାବେ ପ୍ରତିଷ୍ଠା କରିବା ଏବଂ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଏକ ପଦକ୍ଷେପ ହେବ ।

ପ୍ରଧାନମନ୍ତ୍ରୀ ନୈନିତାଲର ରାମନଗରରେ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ୭ ଏମଏଲ୍‍ଡି ଏବଂ ୧.୫ ଏମ୍‍ଏଲଡି କ୍ଷମତା ବିଶିଷ୍ଟ ଦୁଇଟି ସ୍ୱେରେଜ୍ ଟ୍ରିଟମେଣ୍ଟଣ୍ଟପ୍ଲାଣ୍ଟର ଉଦଘାଟନ କରିବେ । ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ହେବାକୁ ଥିବା ଉଦାମ ସିଂହ ନଗରରେ ନଅଟି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟଣ୍ଟ (ଏସଟିପିଏସ୍‍) ଏବଂ ନୈନିତାଲରେ ୭୮କୋଟି ଟଙ୍କା ବ୍ୟୟରେ ସ୍ୱେରେଜ୍ ବ୍ୟବସ୍ଥାର ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ପିଥୋରାଗଡ ଜିଲ୍ଲାର ମୁନସିୟାରୀ ଠାରେ ଉତ୍ତରାଖଣ୍ଡ ଜଳ ବିଦ୍ୟୁତ ନିଗମ (ୟୁଜେଭିଏନ୍‍) ଲିମିଟେଡ ଦ୍ୱାରା ର୍ନିମିତ ୫ ମେଗାୱାଟ କ୍ଷମତା ବିଶିଷ୍ଟ ସୁରିଙ୍ଗାଦ-୨ ଜଳବିଦ୍ୟୁତ୍‍ ପ୍ରକଳ୍ପର ଉଦଘାଟନ କରିବେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Government eases defence export SOP to help local manufacturers tap global market

Media Coverage

Government eases defence export SOP to help local manufacturers tap global market
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”