PM to visit Rajasthan, inaugurate several major highway projects
PM Modi to visit the Pratap Gaurav Kendra in Udaipur

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରାଜସ୍ଥାନର ଉଦୟପୁର ଗସ୍ତରେ ଯିବେ ।

ସେ ଏହି ଗସ୍ତ କାଳରେ କେତେକ ପ୍ରମୁଖ ଜାତୀୟ ରାଜମାର୍ଗ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଆଉ କିଛି ପ୍ରକଳ୍ପର ଆଧାରଶିଳା ରଖିବେ । ଏହିସବୁ ରାଜମାର୍ଗ ପ୍ରକଳ୍ପର ମୋଟ ଖର୍ଚ୍ଚ ଅଟକଳ ହେଉଛି 15 ହଜାର କୋଟି ଟଙ୍କା ।

ଆସନ୍ତାକାଲି ଉଦ୍ଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡିକ ହେଲା – କୋଟାଠାରେ ଚମ୍ବଲ ନଦୀ ଉପରେ ଆଧୁନିକ 6 ଲେନ ବିଶିଷ୍ଟ କେବଲ-ସେତୁ, ଜାତୀୟ ରାଜପଥ ନମ୍ବର – 8 ମଧ୍ୟରେ ଥିବା ଗୋମତୀ ଚୌରାହା – ଉଦୟପୁର ସେକ୍ସନର 4 ଲେନ ସଡକ, ଜାତୀୟ ରାଜପଥ – 758ର ରାଜସମନ୍ଦ – ଭିଲୱାରା ସେକ୍ସନର 4 ଲେନ ସଡକ । ଏହାଛଡା ପ୍ରଧାନମନ୍ତ୍ରୀ ଜୟପୁର ରିଙ୍ଗରୋଡ ସମେତ ଆଉ କିଛି ପ୍ରମୁଖ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଜନସଭାକୁ ସମ୍ବୋଧିତ କରିବେ ।

ଉଦୟପୁର ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ପ୍ରତାପ ଗୌରବ କେନ୍ଦ୍ର ପରିଦର୍ଶନ କରିବେ । ମେୱାରର ମହାନ ରାଜା ମହାରଣା ପ୍ରତାପଙ୍କ ଜୀବନୀ, ଆଦର୍ଶ, ବୀରତ୍ଵ ଗାଥା ଓ ସଫଳତା ସମ୍ପର୍କରେ ଅନେକ ତଥ୍ୟ ଏହି କେନ୍ଦ୍ରରେ ପ୍ରଦର୍ଶିତ ହୋଇଥାଏ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Water conservation in India: The community as custodian

Media Coverage

Water conservation in India: The community as custodian
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 21, 2026
March 21, 2026

Empowering Bharat Holistically: Health, Finance, Heritage & Export Growth Under the Leadership of PM Modi