PM to visit Mizoram and Meghalaya tomorrow; will inaugurate various development projects
PM Modi to dedicate the Tuirial Hydropower Project to the nation in Aizawl
PM Modi to inaugurate the Shillong-Nongstoin-Rongjeng-Tura Road
We see immense potential in the Northeast and are committed to doing everything for the region’s overall progress: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମିଜୋରାମ ଓ ମେଘାଳୟ ଗସ୍ତରେ ଯିବେ ଏବଂ ସେଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବେ ।

“ଉତ୍ତର-ପୂର୍ବାଞ୍ଚଳର ସୁନ୍ଦର, ଅନୁପମ ଓ ଚମତ୍କାର ପରିବେଶ ପୁଣି ଥରେ ମୋତେ ଡାକିଛି । ଆସନ୍ତାକାଲି ମିଜୋରାମ ଓ ମେଘାଳୟ ଗସ୍ତ ପାଇଁ ମୁଁ ଖୁବ ଉତ୍କଣ୍ଠିତ । ସେଠାରେ କେତେକ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ହେବ । ଏହିସବୁ ପ୍ରକଳ୍ପ ଉତ୍ତର-ପୂର୍ବାଞ୍ଚଳର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିବ ।

ଏହା ମୋର ସୌଭାଗ୍ୟ ଯେ, ଆସନ୍ତାକାଲି ଆଇଜଲଠାରେ ମୁଁ ତୁଇରିଆଲ ଜଳବିଦ୍ୟୁତ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବି । ଏହି ପ୍ରକଳ୍ପଟି ମିଜୋରାମ ଲୋକଙ୍କ ପାଇଁ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ।

ଆମ ଯୁବ ଶକ୍ତିକୁ ଡେଣା ଯୋଡିବାରେ ସହାୟତା କରିବା ଲାଗି କେନ୍ଦ୍ର ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ 100 କୋଟି ଟଙ୍କାର ଏକ ଭେଞ୍ଚର କ୍ୟାପିଟାଲ ଫଣ୍ଡ ଗଠନ କରାଯାଇଛି । ଆସନ୍ତାକାଲି ମୁଁ ଏହି ଅଞ୍ଚଳର ଉଦ୍ୟୋଗୀମାନଙ୍କୁ ଭେଞ୍ଚର କ୍ୟାପିଟାଲ ଫଣ୍ଡରୁ ସହାୟତା ମୂଳକ ଚେକ ପ୍ରଦାନ କରିବି । ଉତ୍ତର-ପୂର୍ବାଞ୍ଚଳର ଯୁବ ଗୋଷ୍ଠୀ ମଧ୍ୟରେ ଉଦ୍ୟମଶୀଳତା ଭାବନା ଜାଗ୍ରତ କରି ଏହି ଅଞ୍ଚଳର ବିକାଶ ଦିଗରେ ଭେଞ୍ଚର ଫଣ୍ଡ ଏକ ନୂଆ ପଦକ୍ଷେପ ସ୍ୱରୂପ କାର୍ଯ୍ୟ କରିବ ।

ଶିଲଂଠାରେ ମୁଁ ଆସନ୍ତାକାଲି ଶିଲଂ-ନଂଷ୍ଟୋଇନ-ରଂଜେଙ୍ଗ-ତୁରା ରାସ୍ତାର ଉଦ୍ଘାଟନ କରିବି । ଏହି ପ୍ରକଳ୍ପ ମେଘାଳୟ ଓ ଅନ୍ୟାନ୍ୟ ଅଞ୍ଚଳ ସହ ସଡକ ସଂଯୋଗୀକରଣକୁ ଦୃଢୀଭୂତ କରିବ ଏବଂ ଆର୍ଥିକ ବିକାଶ ଘଟାଇବ । ଏହି ଅବସରରେ ମୁଁ ଏକ ଜନସମାବେଶକୁ ସମ୍ବୋଧିତ କରିବି ।

ଆମେ ଉତ୍ତର-ପୂର୍ବାଞ୍ଚଳରେ ବିକାଶର ଅପୂର୍ବ ସଂଭାର ଓ ସୁଯୋଗ ଦେଖିପାରୁଛୁ ଏବଂ ଏହି ଅଞ୍ଚଳର ସାମଗ୍ରିକ ବିକାଶ ଲାଗି ସବୁମନ୍ତେ ପ୍ରୟାସ କରିବାକୁ ବଦ୍ଧପରିକର” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In a first, NCERT adds Emergency to Class 9 textbooks; chapter details rights suspension and press censorship

Media Coverage

In a first, NCERT adds Emergency to Class 9 textbooks; chapter details rights suspension and press censorship
NM on the go

Nm on the go

Always be the first to hear from the PM. Get the App Now!
...
Governor of Gujarat meets the Prime Minister
June 25, 2026

Governor of Gujarat, Shri Acharya Devvrat met with the Prime Minister Shri Narendra Modi, today.

The Prime Minister posted on X;

Governor of Gujarat, Shri @ADevvrat met Prime Minister @narendramodi today.