ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ 27, 2019ରେ ତାମିଲନାଡ଼ୁର ମଦୁରାଇ ଗସ୍ତ କରିବେ । ମଦୁରାଇ ଏବଂ ଏହାର ଆଖପାଖ ଅଂଚଳରେ ସ୍ୱାସ୍ଥ୍ୟସେବା ସୁବିଧା ଏବଂ ସେବାର ଉନ୍ନତିରେ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । କାରଣ ପ୍ରଧାନମନ୍ତ୍ରୀ ଏହି ଅବସରରେ ମଦୁରାଇରେ ନୂତନ ଏମ୍ସ ନିର୍ମାଣ ଲାଗି ଆଧାରଶିଳା ରଖିବେ ଏବଂ ତିନୋଟି ସରକାରୀ ମେଡ଼ିକାଲ କଲେଜର ଉନ୍ନତିକରଣ ପ୍ରକଳ୍ପର ଅଂଶବିଶେଷ ସ୍ୱରୂପ ମଦୁରାଇସ୍ଥିତ ରାଜାଜୀ ମେଡ଼ିକାଲ କଲେଜ, ତାଞ୍ଜାଭୂର ମେଡ଼ିକାଲ କଲେଜ ଏବଂ ତିରୁନେଲଭେଲି ମେଡ଼ିକାଲ କଲେଜର ସୁପର ସ୍ପେଶାଲିଟି ବ୍ଲକକୁ ମଧ୍ୟ ଏହି ଦିନ ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସାଧାରଣ ସଭାକୁ ସମ୍ବୋଧିତ କରିବେ ।

ଏମ୍ସମଦୁରାଇ

ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ ପୂର୍ବକ ମଦୁରାଇ ଏମ୍ସର ଶିଳାନ୍ୟାସ କରିବେ । 17.12.2018ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଦୁରାଇର ଥୋପ୍ପୁର ଠାରେ ଏକ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁର କରିଥିଲେ । 2015-16 କେନ୍ଦ୍ର ବଜେଟରେ ତାମିଲନାଡ଼ୁରେ ଏମ୍ସ ପ୍ରତିଷ୍ଠା ଲାଗି ଘୋଷଣା କରାଯାଇଥିଲା । ନୂତନ ଏମ୍ସର ନିର୍ମାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣର ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ, ଏଥିପାଇଁ 1264 କୋଟି ଟଙ୍କାର ବଜେଟ ଅନୁମୋଦିତ ହୋଇଛି । ଏହା 45 ମାସ ମଧ୍ୟରେ ଅର୍ଥାତ ସେପ୍ଟେମ୍ବର 2022 ସୁଦ୍ଧା ସମ୍ପୂର୍ଣ୍ଣ ହେବ ।

ଏମ୍ସ ମଦୁରାଇ ଏକ 750 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଭାବେ ଗଢ଼ିଉଠିବ ଏଥିରେ 30ଟି ଜରୁରୀକାଳିନ/ଟ୍ରମା ଶଯ୍ୟା, 75ଟି ଆଇସିୟୁ ଏବଂ କ୍ରିଟିକାଲ କେୟାର ୟୁନିଟ, 215ଟି ସୁପର ସ୍ପେଶାଲଟିଟି ୟୁନିଟ, 285ଟି ସ୍ୱତନ୍ତ୍ର ଶଯ୍ୟା ସହିତ ଅସ୍ତ୍ରୋପପଚାର ଏବଂ ଭେଷତ ୟୁନିଟ ସହିତ ଆୟୁଷ ଏବଂ ପ୍ରାଇଭେଟ ୱାର୍ଡ ପାଇଁ 30ଟି ଲେଖାଏଁ ଶଯ୍ୟା ରହିବ । ଏଥିସହିତ ଏଠାରେ ପ୍ରଶାସନିକ କାର୍ଯ୍ୟାଳୟ, ଅଡିଟୋରିୟମ, ରାତ୍ରୀ ଆଶ୍ରୟସ୍ଥଳୀ, ଅତିଥି ଭବନ,ଛାତ୍ରାବାସ ଏବଂ ଆବାସିକ ସୁବିଧା ରହିବ ।

ସ୍ନାତକୋତ୍ତର ଏବଂ ଉଚ୍ଚ ଶିକ୍ଷା ଏବଂ ଗବେଷଣାର ଦୀର୍ଘକାଳିନ ଲକ୍ଷ୍ୟକୁ ନେଇ ଏମ୍ସ ମଦୁରାଇ ପ୍ରତିଷ୍ଠା କରାଯିବ । ଏଥିରେ 100ଟି ଏମବିବିଏସ ସିଟ; 60ଟି ବିଏସସି ନର୍ସିଂ ସିଟ ରହିବ ।

ନୂତନ ଏମ୍ସ ପ୍ରତିଷ୍ଠା ହେବା ଦ୍ୱାରା ଏହି ଅଂଚଳରେ ସ୍ୱାସ୍ଥ୍ୟସେବା ସୁବିଧା, ଡାକ୍ତରୀ ଶିକ୍ଷା ଏବଂ ତାଲିମରେ ଉନ୍ନତି ଆସିବ, ଏହା ମଧ୍ୟ ଏହି ଅଂଚଳରେ ସ୍ୱାସ୍ଥ୍ୟସେବା ପେସାଦାରଙ୍କ ଅଭାବ ଦୂର କରିପାରିବ । ନୂତନ ଏମ୍ସ ପ୍ରତିଷ୍ଠା ଦ୍ୱାରା ଲୋକମାନେ କେବଳ ସୁପର ସ୍ପେଶାଲିଟି ଧରଣର ସ୍ୱାସ୍ଥ୍ୟସେବା ପାଇବେ ନାହିଁ, ବରଂ ଏହି ଅଂଚଳ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ ପ୍ରାଥମିକ ଏବଂ ମାଧ୍ୟମିକସ୍ତରର ସଂସ୍ଥାନ/ସୁବିଧା ଲାଗି ବହୁ ସଂଖ୍ୟାରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ସୃଷ୍ଟି ହୋଇପାରିବେ ।

ସରକାରୀ ମେଡ଼ିକାଲ କଲେଜ ଉନ୍ନତିକରଣ ପ୍ରକଳ୍ପ

ମଦୁରାଇସ୍ଥିତ ରାଜାଜୀ ମେଡ଼ିକାଲ କଲେଜର ସୁପର ସ୍ପେଶାଲିଟି  ବ୍ଲକକୁ ଉଦଘାଟନ ଲାଗି ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ କରିବେ । ସରକାରୀ ମେଡ଼ିକାଲ କଲେଜ ଉନ୍ନତିକରଣ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ତାଞ୍ଜାଭୂର ମେଡ଼ିକାଲ କଲେଜ ଏବଂ ତିରୁନେଲଭେଲି ମେଡ଼ିକାଲ କଲେଜର ସୁପର ସ୍ପେଶାଲିଟି ବ୍ଲକ୍ ମଧ୍ୟ ଏହି ଅବସରରେ ଉଦଘାଟିତ ହେବ ।

ତିନୋଟି ମେଡ଼ିକାଲ କଲେଜରେ ସୁପର ସ୍ପେଶାଲଟି ବ୍ଲକ୍ ସହିତ  ଉନ୍ନତିକରଣ ଲାଗି ମୋଟ 450 କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରତ୍ୟେକ ପ୍ରକଳ୍ପ ଲାଗି 150 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥିମଧ୍ୟରେ 125 କୋଟି ଟଙ୍କାର କେନ୍ଦ୍ରୀୟ ଭାଗ ଏବଂ 25 କୋଟି ଟଙ୍କା ରାଜ୍ୟ ଭାଗ ରହିଛି ।

ମଦୁରାଇ ରାଜାଜୀ ମେଡ଼ିକାଲ କଲେଜ ପ୍ରକଳ୍ପରେ 7ଟି ବିଭାଗ ଯଥା ନ୍ୟୁରୋସର୍ଜରୀ, ନ୍ୟୁରୋଲୋଜି,ନେଫ୍ରୋଲୋଜି, ପ୍ଲାଷ୍ଟିକ ସର୍ଜରୀ, ୟୁରୋଲୋଜି, ମାଇକ୍ରୋଭାସ୍କୁଲାର ଏବଂ ମେଡ଼ିକାଲ ଓ ସର୍ଜିକାଲଗେଷ୍ଟ୍ରୋଏଂଟ୍ରୋଲୋଜିରେ 320 ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ବ୍ଲକ ରହିଛି । ଏଥିମଧ୍ୟରେ 50ଟି ଆଇସିୟୁ ଶଯ୍ୟା ରହିଛି ।

ତାଞ୍ଜାଭୁରସ୍ଥିତ ତାଞ୍ଜାଭୁର ମେଡ଼ିକାଲ କଲେଜ ପ୍ରକଳ୍ପରେ 10ଟି ବିଭାଗ ଯଥା, କାର୍ଡିଓଲୋଜି, କାର୍ଡିଆକ ସର୍ଜରୀ (ସିଟିଭିଏସ), ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ୟୁରୋଲୋଜି, ନେଫ୍ରୋଲୋଜି, ପ୍ଲାଷ୍ଟିକ ଏଣ୍ଡ ରିକନଷ୍ଟ୍ରକ୍ଟିଭ ସର୍ଜରୀ, ମେଡ଼ିକାଲ ଗେଷ୍ଟ୍ରୋଏଂଟ୍ରୋଲୋଜି, ସର୍ଜିକାଲ ଗେଷ୍ଟ୍ରୋଏଂଟ୍ରୋଲୋଜି, ଭାସ୍କୁଲାର ସର୍ଜରୀ, ସହିତ 5ଟି ଅସ୍ତ୍ରୋପଚାର ଗୃହ ଥାଇ 290 ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ବ୍ଲକ ରହିଛି ଯେଉଁଥିରେ 90ଟି ଆଇସିୟୁ ଶଯ୍ୟା ଅଛି ।

ତିରୁନେଲଭେଲୀର ତିରୁନେଲଭେଲୀ ମେଡ଼ିକାଲ କଲେଜ ପ୍ରକଳ୍ପରେ 8ଟି ବିଭାଗ, ଯଥା. କାର୍ଡିଓଲୋଜି,କାର୍ଡିଆକ ସର୍ଜରୀ (ସିଟିଭିଏସ), ନ୍ୟୁରୋଲୋଜି, ୟୁରୋଲୋଜି, ନେଫ୍ରୋଲୋଜି, ରିକନଷ୍ଟ୍ରକ୍ଟିଭ ସର୍ଜରୀ,ମେଡ଼ିକାଲ ଗେଷ୍ଟ୍ରୋଏଂଟ୍ରୋଲୋଜି, ଏବଂ ସର୍ଜିକାଲ ଗେଷ୍ଟ୍ରୋଏଂଟ୍ରୋଲୋଜି ସହିତ 7ଟି ଅସ୍ତ୍ରୋପଚାର ଗୃହ ଥାଇ 330ଟି ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ବ୍ଲକ୍ ରହିଛି ଯେଉଁଥିରେ 50 ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଛି ।

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ସାରା ଦେଶରେ 20ଟି ଏମ୍ସ  ପ୍ରତିଷ୍ଠା କରାଯିବା ସହିତ 73ଟି ମେଡ଼ିକାଲ କଲେଜର ଉନ୍ନତିକରଣ କରାଯିବ, ଏଥିମଧ୍ୟରୁ 6ଟି ଏମ୍ସ ପ୍ରତିଷ୍ଠା ହୋଇସାରିଲାଣି । ଏହି ପ୍ରକଳ୍ପଗୁଡ଼ିକ ଉପରୋକ୍ତ ଯୋଜନାର ଏକ ଅଂଶବିଶେଷ । ତାମିଲନାଡ଼ୁରେ ନୂଆ ଏମ୍ସ ଏବଂ ତିନୋଟି ସରକାରୀ ମେଡ଼ିକାଲ କଲେଜରେ ସୁପର ସ୍ପେଶାଲିଟି ବ୍ଲକ ଏକ ସୁସ୍ଥ ଭାରତ ଦିଗରେ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ । ଏହା ମଦୁରାଇ ଏବଂ ଆଖପାଖ ଅଂଚଳର ଲୋକମାନଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's auto retail sales rise 18 per cent in January; dealers optimistic about Feb-Mar growth

Media Coverage

India's auto retail sales rise 18 per cent in January; dealers optimistic about Feb-Mar growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Pandit Deendayal Upadhyay ji
February 11, 2026

The Prime Minister, Shri Narendra Modi paid tributes to Pandit Deendayal Upadhyay ji on his death anniversary, today. Shri Modi stated that his principles and thoughts, rooted in values, will continue to remain a guiding light for every generation of the country.

The Prime Minister posted on X:

"मातृभूमि के अनन्य उपासक पंडित दीनदयाल उपाध्याय जी को उनकी पुण्यतिथि पर सादर नमन। मूल्यों पर आधारित उनके सिद्धांत और विचार देश की हर पीढ़ी के लिए पथ-प्रदर्शक बने रहेंगे।"