PM Modi to attend ceremony of commencement of work on Zojila Tunnel in Jammu and Kashmir
14 km long Zojila tunnel to be India’s longest road tunnel and Asia’s longest bi-directional tunnel
PM Modi to dedicate the 330 MW Kishanganga Hydropower Station to the Nation
PM Modi to lay the Foundation Stone of the Pakul Dul Power Project and the Jammu Ring Road
PM Modi to inaugurate the Tarakote Marg and Material Ropeway of the Shri Mata Vaishno Devi Shrine Board
PM Modi to attend the Convocation of the Sher-e-Kashmir University of Agricultural Sciences & Technology

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ମେ’ 19, 2018) ଦିନିକିଆ ଜାମ୍ମୁ-କାଶ୍ମୀର ଗସ୍ତରେ ଯିବେ ।

ଲେହରେ ପ୍ରଧାନମନ୍ତ୍ରୀ ଉନବିଂଶ କୁଶୋକ ବକୁଲା ରିନପୋଚେଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଉଦ୍ଯାପନୀ ଉତ୍ସବରେ ଯୋଗଦେବେ । ଏହି ସମାରୋହ ଅବସରରେ ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ ପୂର୍ବକ ନବନିର୍ମିତ ଜୋଜିଲା ସୁଡଙ୍ଗକୁ କାର୍ଯ୍ୟକ୍ଷମ କରିବେ ।

14 କିଲୋମିଟର ଲମ୍ବ ବିଶିଷ୍ଟ ଜୋଜିଲା ସୁଡଙ୍ଗ ଭାରତର ସବୁଠାରୁ ଦୀର୍ଘ ଏବଂ ଏସିଆର ଦୀର୍ଘତମ ସୁଡଙ୍ଗ, ଯେଉଁଥିରେକି ଉଭୟ ପଟୁ ଯାତାୟାତର ସୁବିଧା ରହିଛି । ଏହି ବର୍ଷ ପ୍ରାରମ୍ଭରେ NH-1A ଅନ୍ତର୍ଗତ ଶ୍ରୀନଗର-ଲେହ ସେକ୍ସନର ବଲତାଲ-ମିନାମାର୍ଗ ମଧ୍ୟରେ ଏହି ସୁଡଙ୍ଗର ନିର୍ମାଣ, କାର୍ଯ୍ୟକ୍ଷମ ଓ ରକ୍ଷଣାବେକ୍ଷଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି 6800 କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଏହି ସୁଡଙ୍ଗ ନିର୍ମାଣ ଦ୍ଵାରା ଶ୍ରୀନଗର, କାର୍ଗିଲ ଏବଂ ଲେହ ମଧ୍ୟରେ ସବୁଦିନିଆ ଯାତାୟାତ ସୁଗମ ହେବ । ବର୍ତ୍ତମାନ ଜୋଜିଲା ଗିରିପଥ ଅତିକ୍ରମ କରିବା ପାଇଁ ସାଢେ ତିନି ଘଣ୍ଟା ସମୟ ଲାଗୁଥିବା ବେଳେ ନୂତନ ସୁଡଙ୍ଗ ଖୋଲିଲେ ଏହି ସମୟ ମାତ୍ର 15 ମିନିଟକୁ ହ୍ରାସ ପାଇବ । ନୂତନ ସୁଡଙ୍ଗ କାର୍ଯ୍ୟକ୍ଷମ ହେବା ଫଳରେ ଏହି କ୍ଷେତ୍ରର ସମସ୍ତ ପ୍ରକାର ଆର୍ଥିକ ଏବଂ ସାମାଜିକ-ସାଂସ୍କୃତିକ ବିକାଶରେ ସହାୟକ ହେବ । ଏହାର ମଧ୍ୟ ସାମରିକ ଗୁରୁତ୍ଵ ରହିଛି ।

ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ କାଳରେ ଶ୍ରୀନଗର ଶେର-ଇ-କାଶ୍ମୀର ଆନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ରଠାରେ 330 ମେଗାୱାଟ କ୍ଷମତାର କିଶାନଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହିତ ଶ୍ରୀନଗର ରିଙ୍ଗ ରୋଡର ଶିଳାନ୍ୟାସ କରିବେ ।

ଜାମ୍ମୁର ଜେନେରାଲ ଜୋରାବର ସିଂହ ପ୍ରେକ୍ଷାଳୟଠାରେ ପ୍ରଧାନମନ୍ତ୍ରୀ ପକୁଲ ଦୁଲ ଶକ୍ତି ପ୍ରକଳ୍ପ ଏବଂ ଜାମ୍ମୁ ରିଙ୍ଗ ରୋଡର ଆଧାରଶିଳା ରଖିବେ । ପ୍ରଧାନମନ୍ତ୍ରୀ ତାରାକୋଟ ମାର୍ଗ ଏବଂ ଶ୍ରୀ ମାତା ବୈଷ୍ଣୋ ଦେବୀ ମନ୍ଦିର ବୋର୍ଡର ରୋପୱେ କୁ ଉଦ୍ଘାଟନ କରିବେ । ତାରାକୋଟ ମାର୍ଗରେ ଶ୍ରଦ୍ଧାଳୁମାନେ ସୁବିଧାରେ ଦେବୀଙ୍କ ଦର୍ଶନ ପାଇପାରିବେ ।

ଶ୍ରୀନଗର ଏବଂ ଜାମ୍ମୁ ସହରର ଟ୍ରାଫିକ ଭିଡକୁ କମାଇବା ସହିତ ଯାତାୟାତରେ ସୁରକ୍ଷା ଓ ସୁବିଧା, ତ୍ଵରିତ ଚଳାଚଳ ଏବଂ ଗମନାଗମନକୁ ଅଧିକ ପରିବେଶ ଅନୁକୂଳ କରିବା ହେଉଛି ରିଙ୍ଗ ରୋଡ ନିର୍ମାଣର ଲକ୍ଷ୍ୟ ।

ଗସ୍ତର ଅନ୍ତିମ ଚରଣରେ ପ୍ରଧାନମନ୍ତ୍ରୀ ଜାମ୍ମୁର ଶେର-ଇ-କାଶ୍ମୀର କୃଷି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Domestic air passenger traffic to rise by 3-6 pc in this fiscal: ICRA

Media Coverage

Domestic air passenger traffic to rise by 3-6 pc in this fiscal: ICRA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 24, 2026
July 24, 2026

Aatmanirbhar in Action — Space, Missiles, EVs & Livelihoods Under PM Modi’s Watch