ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଗୌହାଟୀ, ଇଟାନଗର ଏବଂ ଅଗରତାଲା ଗସ୍ତ କରିବେ । ସେ ଇଟା ନଗରଠାରେ ଗ୍ରୀନଫିଲ୍ଡ ଏୟାରପୋର୍ଟ, ସେଲା ଟ୍ୟୁନେଲ ଏବଂ ଉତ୍ତର-ପୂର୍ବାଂଚଳ ଗ୍ୟାସ ଗ୍ରୀଡରଆଧାରଶିଳା ରଖିବେ । ସେ ଗାର୍ଜୀ-ବେଲାନିଆ ରେଳ ଲାଇନ ଏବଂ ଡିଡି ଅରୁଣ ପ୍ରଭା ଚାନେଲର ଉଦଘାଟନ କରିବେ । ସେ ମଧ୍ୟ 3ଟି ରାଜ୍ୟରେ ଅନ୍ୟାନ୍ୟ ଭିନ୍ନ ଭିନ୍ନ ପ୍ରକଳ୍ପଗୁଡ଼ିକର ଉନ୍ମୋଚନ କରିବେ ।

ଅରୁଣାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସକାଳେ ଗୌହାଟୀରୁ ଇଟାନଗରରେ ପହଂଚିବେ । ସେ ଇଟାନଗରର ଆଇଜି ପାର୍କରେ ଅନେକ ଉନ୍ନୟନ ପ୍ରକଳ୍ପର ଉନ୍ମୋଚନ କରିବେ ।

ପ୍ରଧାନମନ୍ତ୍ରୀ ହୋଲ୍ଲୋଙ୍ଗିଠାରେ ଗ୍ରୀନଫିଲ୍ଡ ବିମାନବନ୍ଦର ନିର୍ମାଣ ନିମନ୍ତେ ଆଧାରଶିଳା ରଖିବେ । ସମ୍ପ୍ରତି  ଆସାମରେ ଇଟାନଗରଠାରୁ ନିକଟତମ ବିମାନବନ୍ଦର ଲିଲାବରିଠାରେ ରହିଛି ଯାହାର ଦୂରତା ହେଉଛି 80 କିଲୋମିଟର । ହୋଲ୍ଲୋଙ୍ଗିଠାରେ ବିମାନବନ୍ଦର ଏହି ଦୂରତ୍ୱକୁ ଚାରି ଭାଗ ହ୍ରାସ କରିବ । ଏହାଫଳରେ ଏହି ଅଂଚଳରେ ସଂଯୋଗ ବ୍ୟବସ୍ଥା ଉନ୍ନତ ହେବା ସହିତ, ଏହି ବିମାନବନ୍ଦର ରାଜ୍ୟରେ ପର୍ଯ୍ୟଟନ କ୍ଷମତାକୁ ପରିପୃଷ୍ଟ କରିବ । ଏହି ବିମାନ ବନ୍ଦର ଏହି ଅଂଚଳର ଅଥନୈତିକ ପ୍ରଗତିକୁ ସମୃଦ୍ଧ କରିବ ଏବଂ ଦେଶ ପାଇଁ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଏହି ବିମାନ ବନ୍ଦରରେ ବିଭିନ୍ନ ସୁବିଧା ରହିବ ଯେପରିକି ପାରିପାଶ୍ୱିର୍କ ରାସ୍ତାରେ ଦୁଇ ପାଶ୍ୱର୍ରେ ଗ୍ରୀନ୍ ବେଲ୍ଟ ଯାହାକି କୋଳାହଳ ପ୍ରତିରୋଧକ ଭାବେ କାର୍ଯ୍ୟ କରିବ, ବୃଷ୍ଟି ଜଳ ଅମଳ, ଶକ୍ତି ସାମର୍ଥ୍ୟ ବିଶିଷ୍ଟ ଉପକରଣ ଇତ୍ୟାଦି ।

ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶରେ ସେଲା ଟନେଲର ଆଧାରଶିଳା ରଖିବେ । ଏହା ତୱାଙ୍ଗ ଉପତ୍ୟାକାର ସାଧାରଣ ନାଗରିକ ତଥା ସୁରକ୍ଷା ବାହିନୀକୁ ସମସ୍ତ ପାଣିପାଗ ପରିସ୍ଥିତିରେ ବର୍ଷବ୍ୟାପୀ ସଂଯୋଗ ବ୍ୟବସ୍ଥା ପ୍ରଦାନ କରିବ । ଏହି ଟ୍ରୁନେଲ ତୱାଙ୍ଗକୁ ପରିବହନ ସମୟରେ ଏକ ଘଣ୍ଟା ହ୍ରାସ କରାଇବ ଏବଂ ଏହି ଅଂଚଳରେ ପର୍ଯ୍ୟଟନ ଏବଂ ସଂପୃକ୍ତ ଅର୍ଥନୈତିକ କାର୍ଯ୍ୟଧାରାକୁ ତ୍ୱରାନ୍ୱୀତ କରିବ ।

ଇଟାନଗରର ଆଇଜି ପାର୍କରେ ଅରୁଣାଚଳ ପ୍ରଦେଶ ପାଇଁ ଉତ୍ସର୍ଗୀକୃତ ଏକ ନୂତନ ଡିଡି ଚାନେଲ-ଡିଡି ଅରୁଣ ପ୍ରଭାକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ । ଏହି ଚାନେଲ ଦୂରଦର୍ଶନ ଦ୍ୱାରା ପରିଚାଳିତ 24ତମ ଚାନେଲ ହେବ । ପ୍ରଧାନମନ୍ତ୍ରୀ ମଧ୍ୟ ଅରୁଣଶଚଳ ପ୍ରଦେଶରେ ଦେଶ ଉଦ୍ଦେଶ୍ୟରେ 110 ମେଗାୱାଟ ପେୟାର ଜଳଜ ବିଦ୍ୟୁତ ଣକ୍ତି ପ୍ଳାଣ୍ଟ ଉତ୍ସର୍ଗ କରିବେ । ନିପକୋ (NEEPCO) ଦ୍ୱାରା ନିର୍ମିତ ଏହି ପ୍ରକଳ୍ପ ଡିକରୋଙ୍ଗ ନଦୀ (ବ୍ରହ୍ମପୁତ୍ରର ଶାଖା ନଦୀ)ର ଜଳବିଦ୍ୟୁତ କ୍ଷମତାର ଉପଯୋଗ କରିବ ଏବଂ ଉତ୍ତର-ପୂର୍ବାଂଚଳ ରାଜ୍ୟଗୁଡ଼ିକୁ ଶସ୍ତା ବିଦ୍ୟୁତ ଶକ୍ତି ପ୍ରଦାନ କରିବ, ଯାହାଫଳରେ କି ଏହି ଅଂଚଳରେ ଶକ୍ତି ଉପଲବ୍ଧତାରେ ଉନ୍ନତି ଆସିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଜୋଟେଠାରେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ପ୍ରତିଷ୍ଠାନ (ଏଫଟିଆଇଆଇ)ର ସ୍ଥାୟୀ କ୍ୟାମ୍ପସର ଆଧାରଶିଳା ରଖିବେ । ଏହା ବିଶେଷ କରି ଉତ୍ତର-ପୂର୍ବାଂଚଳର ଚଳଚ୍ଚତ୍ର ବିଭାଗର ଛାତ୍ରମାନଙ୍କର ଆବଶ୍ୟକତା ପୂରଣ କରିବ । ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶରେ ଆଧୁନୀକରଣ ହୋଇଥିବା ତେଜୁ ବିମାନବନ୍ଦରର ଉଦଘାଟନ କରିବେ । ଏହି ବିମାନବନ୍ଦରକୁ ପୁନଃସଂଯୋଜନ କରାଯାଇଛି ଏବଂ ଉଡାନ ଯୋଜନାରେ ବ୍ୟବସାୟିକ ଉପଯୋଗ ପାଇଁ ଏହାକୁ ସମର୍ଥ କରିବା ଲାଗି ଏକ ନୂତନ ଟର୍ମିନାଲର ନିର୍ମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅରୁଣାଚଳ ପ୍ରଦେଶରେ 50ଟି ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରର ଉଦଘାଟନ କରାଯାଇଛି । ସାମଗ୍ରୀକ ସ୍ୱାସ୍ଥ୍ୟ କଭରେଜ ନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଆୟୁଷ୍ମାନ ଭାରତର ଏକ ପ୍ରମୁଖ ଅଂଶବିଶେଷ । ସୌଭାଗ୍ୟ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶରେ ଶତକଡା 100 ପ୍ରତିଶତ ଗୃହକୁ ବିଦ୍ୟୁତକରଣ କରାଯାଇଥିବା ନେଇ ଘୋଷଣା କରିବେ ।

ଆସାମରେ ପ୍ରଧାନମନ୍ତ୍ରୀ

ଇଟାନଗରରୁ ପ୍ରଧାନମନ୍ତ୍ରୀ ଗୌହାଟୀକୁ ଫେରିବେ । ଏଠାରେ ସେ ଉତ୍ତର-ପୂର୍ବାଂଚଳ ଗ୍ୟାସ ଗ୍ରୀଡର ଆଧାରଶିଳା ସ୍ଥାପନ କରିବେ ଯାହାକି  ସଂପୃକ୍ତ ଅଂଚଳରେ ପ୍ରାକୃତିକ ଗ୍ୟାସର ଅକ୍ଷୟ ସ୍ରୋତକୁ ନିଶ୍ଚିତ କରିବ ଏବଂ ଶିଳ୍ପର ପ୍ରଗତିକୁ ତ୍ୱରାନ୍ୱୀତ କରିବ । ସମଗ୍ର ଉତ୍ତର-ପୂର୍ବାଂଚଳରେ ସୁଲଭ ଏବଂ ଗୁଣାତ୍ମକ ମାନର ଗ୍ୟାସ ପ୍ରଦାନ କରିବା ନେଇ ଏହି ଗ୍ରୀଡ ହେଉଛି ସରକାରଙ୍କ ଯୋଜନାର ଅଂଶବିଶେଷ । କାମରୁପ, କାଚର, ହାଇଲାକାଣ୍ଡି ଏବଂ କରିମଗଞ୍ଜ ଜିଲ୍ଲାରେ ସେ ସହର ଗ୍ୟାସ ବଂଟନ ନେଟୱର୍କର ଆଧାରଶିଳା ସ୍ଥାପନ କରିବେ । ସହର ଗ୍ୟାସ ବଂଟନ ବ୍ୟବସ୍ଥା ଗୃହ, ଶିଳ୍ପ ଏବଂ ବ୍ୟବସାୟିକ ୟୁନିଟମାନଙ୍କୁ ସ୍ୱଚ୍ଛ ଜାଳେଣୀ ଯୋଗାଣ (ପିଏନଜି) ନିଶ୍ଚିତ କରିବ ।

ପ୍ରଧାନମନ୍ତ୍ରୀ ଆସାମର ତିନସୁକିଆଠାରେ ହେଲ୍ଲୋଙ୍ଗ ମଡୁଲାର ଗ୍ୟାସ ପ୍ରକ୍ରୀୟାକରଣ ପ୍ଳାଣ୍ଟର ଉଦଘାଟନ କରିବେ । ଥରେ ଉଦଘାଟନ ହେବା ପରେ ଏହି ସୁବିଧା ଆସାମରେ ଉତ୍ପାଦିତ ହେଉଥିବା ଗ୍ୟାସର ଶତକଡା 15 ପ୍ରତିଶତକୁ ବଂଟନ କରିବ । ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ତର ଗୌହାଟୀରେ ମାଉଂଟେଡ ଷ୍ଟୋରେଜ ଭେସେଲର ଏଲପିଜି କ୍ଷମତା ବୃଦ୍ଧି ବ୍ୟବସ୍ଥାକୁ ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୁମାଲିଗଡରେ ଏନଆରଏଲ ବାୟୋ ରିଫାଇନାରୀ ଏବଂବରଉଣୀରୁ ଗୌହାଟୀ ମଧ୍ୟ ଦେଇ ବିହାର, ପଶ୍ଚିମବଙ୍ଗ, ସିକ୍କିମ ଓ ଆସାମ ମଧ୍ୟଦେଇ ଯାଇଥିବା 729 କିଲୋମିଟର ଗ୍ୟାସ ପାଇପଲାଇନର ଆଧାରଶିଳା ରଖାଯିବ ।

ତ୍ରିପୁରାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଶେଷ ଚରଣ ହେବ ଅଗରତାଲା । ଏଠାରେ ସ୍ୱାମୀ ବିବେକାନନ୍ଦ ଷ୍ଟାଡିୟମରେ ଫଳକ ଉନ୍ମୋଚନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଗାର୍ଜୀ-ବେଲୋନିଆ ରେଳ ଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ତ୍ରିପୁରାକୁ ଦକ୍ଷିଣପୂର୍ବ ଏସିଆର ଏକ ଗେଟୱେରେ ପରିଣତ କରିବାରେ ଏହି ଲାଇନ ସହାୟକ ହେବ । ପ୍ରଧାନମନ୍ତ୍ରୀ ମଧ୍ୟ ନରସିଙ୍ଗରାହଠାରେ ତ୍ରିପୁରା ବୈଷୟିକ ପ୍ରତିଷ୍ଠାନର ନୂତନ କମ୍ପ୍ଲେକ୍ସକୁ ଉଦଘାଟନ କରିବେ ।

ଅଗରତାଲାର ମହାରାଜ ବୀର ବିକ୍ରମ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମହାରାଜ ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୁରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ମହାରାଜ ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୁର ଆଧୁନିକ ତ୍ରିପୁରାର ନିର୍ମାତା ଭାବେ ପ୍ରସିଦ୍ଧ । ଅଗରତାଲା ସହରର ଯୋଜନା ପ୍ରସ୍ତୁତକାରୀ ଭାବେ ତାଙ୍କୁ ଶ୍ରେୟ ପ୍ରଦାନ କରାଯାଇଥାଏ । ଦେଶ ଗଠନ ପ୍ରକ୍ରିୟାରେ ଯେଉଁମାନଙ୍କର ମହାନ ଅବଦାନ ରହିଛି, ଭାରତର ସେହି ଅଜଣା ବୀରମାନଙ୍କୁ ସମ୍ମାନିତ କରିବା ଲାଗି କେନ୍ଦ୍ର ସରକାରଙ୍କ ନୀତି ଅଧୀନରେ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI goes live at Eiffel Tower and French airports as India-France digital ties strengthen

Media Coverage

UPI goes live at Eiffel Tower and French airports as India-France digital ties strengthen
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 15, 2026
June 15, 2026

Citizens Celebrate 12 Years of Modi: Building a Saksham Middle Class at Home While Earning Global Respect Abroad