ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2019 ମାର୍ଚ୍ଚ 4 ଓ 5ରେ ଗୁଜରାଟ ଗସ୍ତ କରିବେ । ମାର୍ଚ୍ଚ 4ରେ ସେ ଜାମନଗର, ଜସପୁର ଓ ଅହମ୍ମଦାବାଦ ଗସ୍ତ କରିବାକୁ ଥିବା ବେଳେ ମାର୍ଚ୍ଚ 5ରେ ଅଦ୍ଲାଜ ଓ ବସ୍ତ୍ରାଲ ଗସ୍ତ କରିବେ ।

ମାର୍ଚ୍ଚ 4ରେ ଜାମନଗରରେ ପ୍ରଧାନମନ୍ତ୍ରୀ ମେଡିକାଲ କଲେଜ କ୍ୟାମ୍ପସ୍ ଗସ୍ତ କରିବେ ଏବଂ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ । ସେଗୁଡ଼ିକ ହେଲା-

ଗୁରୁ ଗୋବିନ୍ଦ ସିଂହ ହସ୍ପିଟାଲ ଆନେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ:

ଏହି 750 ଶଯ୍ୟା ବିଶିଷ୍ଟ ଗୁରୁ ଗୋବିନ୍ଦ ସିଂହ ହସ୍ପିଟାଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ହେବ ।

ହସ୍ପିଟାଲରେ ନୂଆ ଭାବେ ତିଆରି ହୋଇଥିବା ପିଜି ହଷ୍ଟେଲକୁ ମଧ୍ୟ ସେ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ହସ୍ପିଟାଲକୁ ଗସ୍ତ କରିବେ ଏବଂ ଛାତ୍ରଛାତ୍ରୀ ଓ ଫାକଲ୍ଟିମାନଙ୍କ ସହ ଆଲୋଚନା କରିବେ ।

– ଏକ ଉତ୍ସବରେ ବଟନ୍ ଚିପି ସାଉନି ପ୍ରକଳ୍ପଗୁଡ଼ିକର ଉନ୍ମୋଚନ କରିବେ

ଏହି ସାଉନି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଉନ୍ଦ-1ରୁ ରଣଜିତସାଗର ଉଠାଜଳସେଚନ ସ୍କିମ୍ ଏବଂ ମାଚୁ-1ରୁ ନିଆରି ଉଠା ଜଳସେଚନ ସ୍କିମକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ସେ ଜୋଡିଆ ଡିସାଲିନେସନ୍ ପ୍ଲାଣ୍ଟ ଏବଂ ଉନ୍ଦ-3ରୁ ଭେନୁ-2 ଉଠାଜଳସେଚନ ସ୍କିମର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

  • ବାନ୍ଦ୍ରା-ଜାମନଗର ହମସଫର ଏକ୍ସପ୍ରେସର ଶୁଭାରମ୍ଭ

ଭିଡିଓ ଲିଙ୍କ୍ ଜରିଆରେ ପ୍ରଧାନମନ୍ତ୍ରୀ ବାନ୍ଦ୍ରା-ଜାମନଗର ହମସଫର୍ ଏକ୍ସପ୍ରେସର ଫ୍ଲାଗ୍ ଅଫ୍ କରିବେ ।

  • ଅନ୍ୟ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ଆଜି-3ରୁ ଖିଜାଡ଼ିଆ ପର୍ଯ୍ୟନ୍ତ 51 କିଲୋମିଟରର ପାଇପଲାଇନକୁ ଲୋକାର୍ପଣ କରିବେ । ସେ ରାଜକୋଟ-କାନାଲୁସ୍ ରେଲୱେ ଲାଇନ୍ ଦୋହରୀକରଣ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଜାମନଗର ମହାନଗର ନିଗମରେ ନିର୍ମାଣ ହୋଇଥିବା 448 ବାସଗୃହର ଲୋକାର୍ପଣକୁ ପାଳନ କରି ପ୍ରଧାନମନ୍ତ୍ରୀ କେତେକ ବଛାବଛା ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କରିବେ ।

ପ୍ରଧାନମନ୍ତ୍ରୀ ଏ ଅବସରରେ ଜନତାଙ୍କୁ ସମ୍ବୋଧିତ ମଧ୍ୟ କରିବେ ।

ଜସପୁରଠାରେ

ପ୍ରଧାନମନ୍ତ୍ରୀ ଗୁଜରାଟର ଜସପୁର ଗସ୍ତ କରି ବିଶ୍ୱଉମିୟଧାମ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ସେଠାରେ ସମବେତ ଜନତାଙ୍କୁ ମଧ୍ୟ ସେ ସମ୍ବୋଧିତ କରିବେ ।

ବସ୍ତ୍ରାଲ ଗାମ୍ ମେଟ୍ରୋ ଷ୍ଟେସନ୍, ଅହମ୍ମଦାବାଦଠାରେ

ବସ୍ତ୍ରାଲ ଗାମ୍ ମେଟ୍ରୋ ଷ୍ଟେସନଠାରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ମେଟ୍ରୋର ଫେଜ୍-1କୁ ଉଦ୍ଘାଟନ କରିବେ । ମେଟ୍ରୋର ଫେଜ୍-2 ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ମେଟ୍ରୋର କମନ୍ ମୋବିଲିଟି କାର୍ଡର ଉନ୍ମୋଚନ କରିବେ ।

ଏହାପରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନର ଶୁଭାରମ୍ଭ କରାଇବେ ଏବଂ ବସ୍ତ୍ରାଲ ଗାମ୍ ଷ୍ଟେସନରୁ ମେଟ୍ରୋରେ ବୁଲିବାକୁ ଯିବେ ।

2019 ଫେବ୍ରୁଆରୀରେ କେନ୍ଦ୍ର କ୍ୟାବିନେଟ୍ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଫେଜ୍-2କୁ ଅନୁମୋଦନ କରିଛି । ଫେଜ୍-2ରେ ମୋଟ୍ 28.254 କିଲୋମିଟରର 2ଟି କରିଡର୍ ରହିବ । ଏହା ଅହମ୍ମଦାବାଦ ଓ ଗାନ୍ଧିନଗର ଅଞ୍ଚଳର ଯାତ୍ରୀମାନଙ୍କୁ ଆରାମଦାୟକ ଓ ବିଶ୍ୱସନୀୟ ପରିବହନ ସେବା ଯୋଗାଇବ ।

ଅହମ୍ମଦାବାଦ ମେଟ୍ରୋ ରେଳର ଫେଜ୍-1 ପ୍ରକଳ୍ପ ମୋଟ୍ 40.03 କିଲୋମିଟରର ହୋଇଥିବା ବେଳେ ସେଥିମଧ୍ୟରୁ 6.5 କିଲୋମିଟର ଭୂମି ତଳେ ଯାଇଥିବା ବେଳେ ବଳକା ଭୂମି ଉପର ଦେଇ ଯାଇଛି ।

ଏହି ମେଟ୍ରୋ ପ୍ରକଳ୍ପଗୁଡ଼ିକ କେବଳ ସଂଯୋଗୀକରଣ ପ୍ରଦାନ କରିବ ତାହା ନୁହେଁ ବରଂ ଯାତ୍ରା ସମୟକୁ ହ୍ରାସ କରି ସହରାଞ୍ଚଳରେ ଲୋକମାନଙ୍କର ଜୀବନ ଧାରଣକୁ ସରଳ କରିବ ।

ବିଜେ ମେଡିକାଲ କଲେଜ୍, ଅହମ୍ମଦାବାଦଠାରେ

ବିଜେ ମେଡିକାଲ କଲେଜ ପଡ଼ିଆଠାରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଓ ରେଳପଥ ସହ ଜଡ଼ିତ ବହୁ ପ୍ରକଳ୍ପର ଶୁଭାରମ୍ଭ କରିବେ ।

ସ୍ୱାସ୍ଥ୍ୟ

ଅହମ୍ମଦାବାଦ ଅଞ୍ଚଳରେ ନିର୍ମାଣ ହୋଇଥିବା ବିଭିନ୍ନ ହସ୍ପିଟାଲକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ସେଗୁଡ଼ିକ ହେଲା, ମହିଳା ଶିଶୁ ଓ ସୁପର ସ୍ପେସିଆଲିଟି ହସ୍ପିଟାଲ, କ୍ୟାନସର ହସ୍ପିଟାଲ, ଚକ୍ଷୁ ଚିକିତ୍ସାଳୟ ଓ ଦାନ୍ତ ଚିକିତ୍ସାଳୟ ।

ଏହି ହସ୍ପିଟାଲଗୁଡ଼ିକ ଅହମ୍ମଦାବାଦରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ତ୍ୱରାନ୍ୱିତ କରିବେ । ଏହି ହସ୍ପିଟାଲଗୁଡ଼ିକ ମାଧ୍ୟମରେ ଅହମ୍ମଦାବାଦ ଓ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା-ଆୟୁଷ୍ମାନ ଭାରତ ସ୍କିମର ବଛାବଛା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗୋଲଡେନ୍ କାର୍ଡ ବିତରଣ କରିବେ ।

ରେଳପଥ

ପାତନ-ବିନ୍ଦି ରେଲୱେ ଲାଇନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ । ସେ ମାସିକ 150 ୱାଗନ୍ କ୍ଷମତା ବିଶିଷ୍ଟ ଦାହୋଡ ରେଲୱେ ୱାର୍କସପକୁ ମଧ୍ୟ ଲୋକାର୍ପିତ କରିବେ । ଆନନ୍ଦ-ଗୋଧ୍ରା ରେଲୱେ ଲାଇନ୍ ଦୋହରୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ପ୍ରଧାନମନ୍ତ୍ରୀ ସ୍ଥାପନ କରିବେ ।

ଏହାପରେ ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ଉଦବୋଧନ ଦେବେ ।

ପ୍ରଧାନମନ୍ତ୍ରୀ ନ୍ୟୁ ସିଭିଲ୍ ହସ୍ପିଟାଲ ଗସ୍ତରେ ମଧ୍ୟ ଯିବେ ଏବଂ ରିବନ କାଟି 1200 ଶଯ୍ୟାର ନ୍ୟୁ ସିଭିଲ ହସ୍ପିଟାଲକୁ ଉଦଘାଟନ କରିବେ । ସେ ଅହମ୍ମଦାବାଦର ନୂଆ କ୍ୟାନସର ହସ୍ପିଟାଲ ଏବଂ ଚକ୍ଷୁ ଚିକିତ୍ସାଳୟକୁ ଗସ୍ତ କରିବେ ।

2019 ମାର୍ଚ୍ଚ 5

ଅଦ୍ଲାଜ, ଗାନ୍ଧିନଗରଠାରେ

ମାର୍ଚ୍ଚ 5ରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗର, ଅଦ୍ଲାଜଠାରେ ଥିବା ଅନ୍ନପୂର୍ଣ୍ଣା ଧାମ ଟ୍ରଷ୍ଟକୁ ଗସ୍ତ କରିବେ । ସେଠାରେ ସେ ଶିକ୍ଷଣ ଭବନ ଓ ବିଦ୍ୟାର୍ଥୀ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ଅଭିଭାଷଣ ଦେବେ ।

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ ଯୋଜନା (PM-SYM)ର ଶୁଭାରମ୍ଭ

ବସ୍ତ୍ରାଲରେ ପ୍ରଧାନମନ୍ତ୍ରୀ ଅଣ-ସଂଗଠିତ କ୍ଷେତ୍ର ଶ୍ରମିକଙ୍କ ପାଇଁ ପେନସନ୍ ସ୍କିମ୍, ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ ଯୋଜନାର ଶୁଭାରମ୍ଭ କରି ହିତାଧିକାରୀଙ୍କୁ ଅନ୍ଲାଇନ୍ ଜରିଆରେ ପାଣ୍ଠି ହସ୍ତାନ୍ତର କରିବେ ।

କେତେକ ବଛାବଛା ହିତାଧିକାରୀଙ୍କୁ ସେ ପିଏମ୍-ଏସୱାଇଏମ୍ ପେନସନ୍ କାର୍ଡ ମଧ୍ୟ ବିତରଣ କରିବେ ।

ପିଏମ୍-ଏସୱାଇଏମ୍ ସମ୍ପର୍କରେ

ଅନ୍ତରୀଣ ବଜେଟ୍ 2019-20ରେ ଭାରତ ସରକାର ମାସିକ 15,000 ଟଙ୍କାରୁ କମ୍ ରୋଜଗାର କରୁଥିବା ଅଣ-ସଂଗଠିତ ଶ୍ରମିକଙ୍କ ବାର୍ଦ୍ଧକ୍ୟ ନିରାପତ୍ତା ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ (ପିଏମ୍-ଏସୱାଇଏମ୍) ନାମକ ମେଗା ପେନସନ୍ ଯୋଜନାର ପ୍ରଚଳନ କରିଥିଲେ ।

ଏହା ଏକ ସ୍ୱେଚ୍ଛାକୃତ ଓ ଅବଦାନକାରୀ ପେନସନ୍ ସ୍କିମ୍, ଯେଉଁଠାରେ ପିଏମ୍-ଏସୱାଇଏମ୍ ଅଧୀନରେ ପ୍ରତି ଉପଭୋକ୍ତା 60 ବର୍ଷ ବୟସ ପରେ ସର୍ବନିମ୍ନ 3000 ଟଙ୍କାର ମାସିକ ପେନସନ୍ ପାଇବାକୁ ଯୋଗ୍ୟ ହେବେ ।

ସ୍କିମ୍ ଅଧୀନରେ ହିତାଧିକାରୀ ପ୍ରଦାନ କରୁଥିବା ଅବଦାନର ସମାନ ପରିମାଣ କେନ୍ଦ୍ର ସରକାର ମଧ୍ୟ ପ୍ରଦାନ କରିବେ ।

ଆଗାମୀ 5 ବର୍ଷ ମଧ୍ୟରେ ଅତିକମରେ 10 କୋଟି ଶ୍ରମିକ ପ୍ରଧାନମନ୍ତ୍ରୀ ଶ୍ରମ-ଯୋଗୀ ମାନ-ଧନ ସ୍କିମରଫାଇଦା ନେବେ ବୋଲି ଆଶା କରାଯାଉଛି ।

ଭାରତର ଜିଡିପିର ପ୍ରାୟ ଅର୍ଦ୍ଧେକ ଅସଂଗଠିତ କ୍ଷେତ୍ରର 40 କୋଟି ଶ୍ରମିକ ମୁଖ୍ୟତଃ ଷ୍ଟ୍ରିଟ୍ ଭେଣ୍ଡର,ରିକ୍ସା ଚାଳକ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ବିଡି ଶ୍ରମିକ, ହସ୍ତତନ୍ତ, ଚମଡ଼ା ଶିଳ୍ପ ଶ୍ରମିକଙ୍କ ନିକଟରୁ ଆସିଥାଏ ।

ପିଏମ୍-ଏସୱାଇଏମ୍, ଆୟୁଷ୍ମାନ ଭାରତରେ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ସୁବିଧା ଏବଂ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଜରିଆରେ ସରକାର ଅଣ-ସଂଗଠିତ କ୍ଷେତ୍ରରେ କାଯ୍ୟ କରୁଥିବା ଶ୍ରମିକଙ୍କ ଭବିଷ୍ୟତ ଜୀବନକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi pays tributes to Freedom Fighter, Shri Pingali Venkayya on his 150th birth anniversary
August 02, 2026

The Prime Minister, Shri Narendra Modi, paid tributes to freedom fighter, Shri Pingali Venkayya on his 150th birth anniversary.

The Prime Minister remembered Pingali Venkayya for his invaluable role in giving the nation the Tricolour and said that his efforts continue to inspire people to serve the country with dedication and patriotic fervour.

Shri Modi said that the Tiranga fills every Indian heart with immense pride and inspires the nation to work towards nation-building.

The Prime Minister wrote on X;

“Tributes to Pingali Venkayya Ji on his 150th birth anniversary. He is remembered for his invaluable role in giving our nation the Tricolour. May his efforts always inspire people to serve our country with dedication and patriotic fervour.

The Tiranga fills every Indian heart with immense pride and inspires us to work towards nation building.”