ପ୍ରାୟ 14,300 କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ, ଉଦଘାଟନ ସହିତ ଦେଶକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
ଏମ୍‌ସ ଗୌହାଟି ଏବଂ ଆସାମର ଅନ୍ୟ ତିନୋଟି ମେଡିକାଲ କଲେଜକୁ ଦେଶ ପାଇଁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ‘ଆପକେ ଦ୍ୱାର ଆୟୁଷ୍ମାନ’ ଅଭିଯାନର ଶୁଭାରମ୍ଭ କରିବେ
ଆସାମ ଆଡଭାନ୍ସଡ ହେଲଥ କେୟାର ଇନୋଭେସନ୍ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ପଲାଶବରୀ ଏବଂ ସୁଆଲକୁଚିକୁ ସଂଯୋଗ କରୁଥିବା ବ୍ରହ୍ମପୁତ୍ର ନଦୀ ଉପରେ ଏକ ସେତୁର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ରଙ୍ଗ ଘର, ଶିବ ସାଗରର ସୌନ୍ଦର୍ଯ୍ୟକରଣର ଭତ୍ତିପ୍ରସ୍ତର ସ୍ଥାପନ କରିବେ
ମେଗା ବିହୁ ନୃତ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ ଯେଉଁଥିରେ 10,000 ରୁ ଅଧିକ କଳାକାର ଅଂଶଗ୍ରହଣ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଏପ୍ରିଲ, 2023 ରେ ଆସାମ ଗସ୍ତ କରିବେ।

ମଧ୍ୟାହ୍ନ ପ୍ରାୟ 12 ଟା ସମୟରେ ପ୍ରଧାନମନ୍ତ୍ରୀ ଏମ୍‌ସ ଗୌହାଟିରେ ପହଞ୍ଚି ଏହାର ନୂତନ ନିର୍ମିତ କ୍ୟାମ୍ପସକୁ ଅନୁଧ୍ୟାନ କରିବ। ପରବର୍ତ୍ତୀ ସମୟରେ ଏକ ସାର୍ବଜନୀନ କାର୍ଯ୍ୟରେ ସେ ଏମସ ଗୌହାଟି ଏବଂ ଅନ୍ୟ ତିନୋଟି ମେଡିକାଲ କଲେଜକୁ ଦେଶକୁ ଉତ୍ସର୍ଗ କରିବେ। ସେ ଆସାମ ଆଡଭାନ୍ସଡ ହେଲଥ କେୟାର ଇନୋଭେସନ୍ ଇନଷ୍ଟିଚ୍ୟୁଟ୍ (ଏଏଏଚଆଇଆଇ) ର ଶିଳାନ୍ୟାସ କରି ଯୋଗ୍ୟ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବଣ୍ଟନ କରି ‘ଆପକେ ଦ୍ୱାର ଆୟୁଷ୍ମାନ’ ଅଭିଯାନ ଆରମ୍ଭ କରିବେ।

ଅପରାହ୍ନ ପ୍ରାୟ 2.15 ସମୟରେ ଗୌହାଟିର ଶ୍ରୀମନ୍ତ ସଙ୍କରଦେବ କଳାକ୍ଷେତ୍ର ଠାରେ ଗୌହାଟି ହାଇକୋର୍ଟର ପ୍ଲାଟିନମ୍ ଜୁବିଲି ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗଦେବେ।

ଅପରାହ୍ନ 5 ଟାରେ ପ୍ରଧାନମନ୍ତ୍ରୀ ଗୌହାଟିର ସରୁସଜାଇ ଷ୍ଟାଡିୟମରେ ପହଞ୍ଚି ଏକ ସାଧାରଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ, ଯେଉଁଠାରେ ସେ ଦଶ ହଜାରରୁ ଅଧିକ କଳାକାର / ବିହୁ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପ୍ରଦର୍ଶିତ ଏକ ରଙ୍ଗୀନ ବିହୁ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ନାମରୁପରେ ଏକ 500 ଟିପିଡି ମିଥାନୋଲ୍‌ ପ୍ଲାଣ୍ଟର ଶୁଭାରମ୍ଭ  ସମେତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ ଦେଶକୁ ଉତ୍ସର୍ଗ କରିବେ। ଏଥି ମଧ୍ୟରେ ରହିଛି  ପଲାଶବାରୀ ଏବଂ ସୁଆଲକୁଚିକୁ ସଂଯୋଗ କରୁଥିବା ବ୍ରହ୍ମପୁତ୍ର ନଦୀ ଉପରେ ବ୍ରିଜର ଶିଳାନ୍ୟାସ, ରଙ୍ଗ ଘର, ଶିବସାଗରର ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ; ଏବଂ ଦେଶ ପାଇଁ ପାଞ୍ଚଟି ରେଳ ପ୍ରକଳ୍ପକୁ ଉତ୍ସର୍ଗୀକୃତ କରାଯାଇଛି।

ଏମ୍ସ ଗୌହାଟିରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ 3400 କୋଟି  ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ଓ ଏହାକୁ ଦେଶକୁ ଉତ୍ସର୍ଗ କରିବେ।

ଏମ୍‌ସ ଗୁଆହାଟିର କାର୍ଯ୍ୟକାରିତା ଆସାମ ରାଜ୍ୟ ଏବଂ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ହେବ। ସାରା ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜବୁତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଏହା ମଧ୍ୟ ଏକ ବଳିଷ୍ଠ ପ୍ରମାଣ। ଏହି ହସ୍ପିଟାଲର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମେ 2017 ରେ କରାଯାଇଥିଲା। 1120 କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ଏମ୍‌ସ ଗୌହାଟି ହେଉଛି ଏକ ଅତ୍ୟାଧୁନିକ ହସ୍ପିଟାଲ ଯେଉଁଠାରେ 750 ବେଡ୍ କ୍ଷମତା ବିଶିଷ୍ଟ ସହିତ 30 ଟି ଆୟୁଷ ବେଡ୍ ସୁବିଧା ରହିଛି। ଏହି ହସ୍ପିଟାଲରେ ପ୍ରତିବର୍ଷ 100 ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ କରିବେ। ଏହି ଡାକ୍ତରଖାନା ଉତ୍ତର ପୂର୍ବର ଲୋକଙ୍କୁ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବ।

ପ୍ରଧାନମନ୍ତ୍ରୀ ମଧ୍ୟ ଦେଶ ପାଇଁ ତିନୋଟି ମେଡିକାଲ କଲେଜ ଯଥା ନାଲବାରୀ ମେଡିକାଲ କଲେଜ, ନାଲବାରୀ, ନାଗାଓଁ ମେଡିକାଲ୍ କଲେଜ୍, ନାଗାଓଁ ଓ କୋକ୍ରାଝର ମେଡିକାଲ୍ କଲେଜ୍, କୋକ୍ରାଝରକୁ ଦେଶକୁ ଉତ୍ସର୍ଗ କରିବେ। ଏହା ଯଥାକ୍ରମେ 615 କୋଟି, 600 କୋଟି ଓ 535 କୋଟି ଟଙ୍କାରେ ନିର୍ମାଣ କରାଯାଇଛି।  ପ୍ରତ୍ୟେକ ମେଡିକାଲ କଲେଜରେ ଜରୁରୀକାଳୀନ ସେବା, ଆଇସିୟୁ ସୁବିଧା, ଓଟି  ଏବଂ ଡାଇଗ୍ନୋଷ୍ଟିକ୍ ସୁବିଧା ଇତ୍ୟାଦି ସହିତ ଓପିଡି / ଆଇପିଡି ସେବା ସହିତ ସଂଲଗ୍ନ 500 ଶଯ୍ୟା ବିଶିଷ୍ଟ ଶିକ୍ଷାଦାନ ଡାକ୍ତରଖାନା ରହିଛି। ପ୍ରତ୍ୟେକ ମେଡିକାଲ୍ କଲେଜରେ ବାର୍ଷିକ 100 ଏମବିବିଏସ୍  ଛାତ୍ରଛାତ୍ରୀ  ଶିକ୍ଷା ଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା‘ଆପକେ ଦ୍ୱାର ଆୟୁଷ୍ମାନ ’ ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ, କଲ୍ୟାଣକାରୀ ଯୋଜନାରେ ଶତପ୍ରତିଶତ ପରିପୂର୍ଣ୍ଣତା ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବାର ଦୂରଦୃଷ୍ଟି ହାସଲ କରିବା ଦିଗରେ ଏକ ପଦକ୍ଷେପ। ପ୍ରଧାନମନ୍ତ୍ରୀ ତିନିଜଣ ପ୍ରତିନିଧୀ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବଣ୍ଟନ କରିବେ, ଯାହା ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାୟ 1.1 କୋଟି ଏବି-ପିଏମଜେଏୱାଇ କାର୍ଡ ବଣ୍ଟନ କରାଯିବ।

ଆସାମ ଆଡଭାନ୍ସଡ ହେଲଥ କେୟାର ଇନୋଭେସନ୍ ଇନଷ୍ଟିଚ୍ୟୁଟ୍ (ଏଏଏଚଆଇଆଇ) ର ମୂଳଦୁଆ ହେଉଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ର ଦୂରଦୃଷ୍ଟି ହାସଲ କରିବା ଦିଗରେ ଏକ ପଦକ୍ଷେପ। ଦେଶରେ ସ୍ୱାସ୍ଥ୍ୟସେବାରେ ବ୍ୟବହୃତ ଅଧିକାଂଶ ଟେକ୍ନୋଲୋଜି ଆମଦାନୀ ହୁଏ ଏବଂ ଏକ ଭିନ୍ନ ପ୍ରସଙ୍ଗରେ ବିକଶିତ ହୁଏ, ଯାହା ଭାରତୀୟ ପରିବେଶରେ କାର୍ଯ୍ୟ କରିବା ଅତ୍ୟନ୍ତ ମହଙ୍ଗା ଏବଂ ଜଟିଳ ବିଷୟ ଅଟେ। ଏଏଏଚଆଇଆଇ ଏପରି ପ୍ରସଙ୍ଗରେ କଳ୍ପନା କରାଯାଇଛି ଏବଂ ଏପରି କାର୍ଯ୍ୟ କରିବ ଯେ ‘ଆମେ ନିଜ ସମସ୍ୟା ପାଇଁ ନିଜସ୍ୱ ସମାଧାନ ଖୋଜି ପାରିବୁ’| ଏଏଏଚଆଇଆଇ ପ୍ରାୟ 546 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ।  ଏହା ଔଷଧ ଏବଂ ସ୍ୱାସ୍ଥ୍ୟସେବାରେ ଅତ୍ୟାଧୁନିକ ଉଦ୍ଭାବନ ଏବଂ ଗବେଷଣା ଓ ବିକାଶକୁ ସହଜ କରିବ, ସ୍ବାସ୍ଥ୍ୟ ସହ ଜଡିତ ଦେଶର ଅନନ୍ୟ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବ ଏବଂ ସେହି ସମସ୍ୟାର ସମାଧାନ ପାଇଁ ନୂତନ ଜ୍ଞାନକୌଶଳ ବିକାଶକୁ ପ୍ରୋତ୍ସାହିତ କରିବ।

ଶ୍ରୀମନ୍ତ ଶଙ୍କରଦେବ କଲାକ୍ଷେତ୍ରରେ ପ୍ରଧାନମନ୍ତ୍ରୀ

ଗୌହାଟି ହାଇକୋର୍ଟର ପ୍ଲାଟିନମ୍ ଜୁବିଲି ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗଦେବେ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଆସାମ ପୋଲିସ ଦ୍ୱାରା ଡିଜାଇନ୍ ହୋଇଥିବା ଏକ ମୋବାଇଲ୍ ଆପ୍ଲିକେସନ୍ ‘ଆସାମ କପ୍’ ର ଶୁଭାରମ୍ଭ କରିବେ। ଏହି ଆପ୍ କ୍ରାଇମ ଆଣ୍ଡ କ୍ରାଇମବ୍ରାଞ୍ଚ ନେଟୱାର୍କ ଟ୍ରାକିଂ ସିଷ୍ଟମ (ସିସିଟିଏନଏସ) ଏବଂ ବାହନ ଜାତୀୟ ରେଜିଷ୍ଟରର ଡାଟାବେସରୁ ଅଭିଯୁକ୍ତ ତଥା ଯାନ ସନ୍ଧାନକୁ ସହଜ କରିବ।

ଗୌହାଟି ହାଇକୋର୍ଟ 1948 ମସିହାରେ ପ୍ରତିଷ୍ଠା କରାଯାଇଥିଲା ଏବଂ ଏହା ଆସାମ, ନାଗାଲାଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶର ସାତଟି ଉତ୍ତର-ପୂର୍ବ ରାଜ୍ୟ ପାଇଁ ସାଧାରଣ କୋର୍ଟ ଭାବରେ କାର୍ଯ୍ୟ କରି ଆସୁଥିଲା। 2013 ରେ ମଣିପୁର, ମେଘାଳାୟ ଓ ତ୍ରିପୁରା ରାଜ୍ୟ ପାଇଁ ପୃଥକ ହାଇକୋର୍ଟ ସ୍ଥାପନ ହୋଇଥିଲା। ଗୌହାଟି ହାଇକୋର୍ଟ ବର୍ତ୍ତମାନ ଆସାମ, ନାଗାଲାଣ୍ଡ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶ ଉପରେ ଏହାର  କ୍ଷେତ୍ରାଧିକାର ରହିଛି, ଗୌହାଟିରେ ଏହାର ମୁଖ୍ୟ ଆସନ ରହିଥିବା ବେଳେ କୋହିମା (ନାଗାଲାଣ୍ଡ), ଆଇଜୱାଲ (ମିଜୋରାମ) ଏବଂ ଇଟାନଗର (ଅରୁଣାଚଳ ପ୍ରଦେଶ) ରେ ତିନିଟି ସ୍ଥାୟୀ ବେଞ୍ଚ ରହିଛି।

ସରସୁଜାଇ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ 10,900 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

ପ୍ରଧାନମନ୍ତ୍ରୀ ପଲାଶବରୀ ଏବଂ ସୁଆଲୁଚିଙ୍କୁ ସଂଯୋଗ କରୁଥିବା ବ୍ରହ୍ମପୁତ୍ର ନଦୀ ଉପରେ ଏକ ସେତୁର ମୂଳଦୁଆ ପକାଇବେ। ଏହି ସେତୁ ଏହି ଅଞ୍ଚଳରେ ବହୁ ଆବଶ୍ୟକୀୟ ସଂଯୋଗ ପ୍ରଦାନ କରିବ। ସେ ମଧ୍ୟ ଦିବ୍ରୁଗଡ଼ରେ ନାମରୁପରେ ଏକ 500 ଟିପିଡି ମିଥାନୋଲ ପ୍ଲାଣ୍ଟ ଆରମ୍ଭ କରିବେ। ସେ ଏହି ଅଞ୍ଚଳର ବିଭିନ୍ନ ସେକ୍ସନର ଦୋହରିକରଣ ଏବଂ ବିଦ୍ୟୁତିକରଣ ସମେତ ପାଞ୍ଚଟି ରେଳ ପ୍ରକଳ୍ପର ଉଦଘାଟନ କରିବେ।

ଉଦଘାଟିତ ହେବାକୁ ଥିବା ରେଳ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଡିଗାରୁ- ଲୁମଡିଂ ସେକ୍ସନ, ଗୌରୀପୁର-ଅଭୟପୁରୀ ସେକ୍ସନ, ନ୍ୟୁ ବଙ୍ଗାଇଗାଓଁ- ଧୂପ ଧାରା ସେକ୍ସନର ଦୋହରୀକରଣ; ରାଣୀନଗର ଜଲପାଇଗୁଡ଼ି- ଗୌହାଟି ସେକ୍ସନର ବିଦ୍ୟୁତିକରଣ, ସେଞ୍ଚୋଆ-ସିଲଘାଟ ଟାଉନ୍ ଓ ସେଞ୍ଚୋଆ-ମାଇରାବାରି ସେକ୍‌ସନର ବିଦ୍ୟୁତିକରଣ। 

ପ୍ରଧାନମନ୍ତ୍ରୀ ମଧ୍ୟ ଶିବସାଗରରେ ରଙ୍ଗ ଘର ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ, ଯାହା ସେହି ସ୍ଥାନରେ ପର୍ଯ୍ୟଟକଙ୍କ ସୁବିଧା ବୃଦ୍ଧି କରିବ। ରଙ୍ଗ ଘରର ସୌନ୍ଦର୍ଯ୍ୟକରଣ ପାଇଁ ଏହି ପ୍ରକଳ୍ପ ଏକ ବିଶାଳ ଜଳରାଶିରେ ନିର୍ମିତ ଫାଉଣ୍ଟେନ-ଶୋ ଏବଂ ଅହୋମ ରାଜବଂଶର ଇତିହାସ ପ୍ରଦର୍ଶନ, ଦୁଃସାହସିକ ଡଙ୍ଗା ଚାଳନା ପାଇଁ ଜେଟି ସହିତ ବୋଟ୍ ହାଉସ, ସ୍ଥାନୀୟ ହସ୍ତତନ୍ତର ପ୍ରଚାର ପାଇଁ କାରିଗର ଗ୍ରାମ, ଖାଦ୍ୟ ପ୍ରେମୀଙ୍କ ପାଇଁ ବିଭିନ୍ନ ପ୍ରକାରର ରୋଷେଇ ସୁବିଧା ଯୋଗାଇବ । ଶିବସାଗରରେ ଥିବା ରଙ୍ଗ ଘର ହେଉଛି ଅହୋମ ସଂସ୍କୃତି ଏବଂ ପରମ୍ପରାକୁ ଚିତ୍ରଣ କରୁଥିବା ଅନ୍ୟତମ ପ୍ରତୀକ। ଏହାକୁ ଅଷ୍ଟାଦଶ ଶତାବ୍ଦୀରେ ଅହମ୍ ରାଜା ସ୍ୱର୍ଗଦେଓ ପ୍ରମତ୍ତା ସିଙ୍ଗା ନିର୍ମାଣ କରିଥିଲେ।

ଆସାମର ବିହୁ ନୃତ୍ୟକୁ ଆସାମର ସାଂସ୍କୃତିକ ପରିଚୟ ଭାବରେ ଜଣାଯାଏ। ଏହାକୁ ବିଶ୍ବ ସ୍ତରରେ ପ୍ରଦର୍ଶନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏକ ମେଗା ବିହୁ ନୃତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ।  ଏହି ଇଭେଣ୍ଟରେ 10,000 ରୁ ଅଧିକ କଳାକାର / ବିହୁ କଳାକାର ଗୋଟିଏ ସ୍ଥାନରେ ପରିବେଷଣ କରିବେ ଏବଂ ଗୋଟିଏ ସ୍ଥାନରେ ବିଶ୍ୱର ସର୍ବବୃହତ ବିହୁ ନୃତ୍ୟ ପ୍ରଦର୍ଶନ ବର୍ଗରେ ଏକ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ପାଇଁ ଚେଷ୍ଟା କରିବେ। ଏଥିରେ ରାଜ୍ୟର 31 ଟି ଜିଲ୍ଲାର କଳାକାରମାନେ ଯୋଗଦେବେ |

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's car industry may hit record 59 lakh sales in FY27 on GST boost, UV demand: Crisil Ratings

Media Coverage

India's car industry may hit record 59 lakh sales in FY27 on GST boost, UV demand: Crisil Ratings
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure