2018 ଜୁନ 21ରେ ଡେରାଡୁନଠାରେ ପାଳନ ହେବାକୁ ଥିବା ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ହିମାଳୟ କୋଳରେ ଅବସ୍ଥିତ ବନ୍ୟ ଗବେଷଣା ପ୍ରତିଷ୍ଠାନ ମଇଦାନରେ ହଜାର ହଜାର ସ୍ୱେଚ୍ଛାକର୍ମୀଙ୍କ ଗହଣରେ ପ୍ରଧାନମନ୍ତ୍ରୀ ଯୋଗାସନ କରିବେ ।

ଏହି ଅବସରକୁ ପାଳନ କରିବା ପାଇଁ ବିଶ୍ୱବ୍ୟାପୀ ଯୋଗ ସହିତ ସଂପୃକ୍ତ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ଯୋଗ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ଓ ଏଥିରେ ସାମିଲ ରହିଛି 2015ରେ ନୂଆଦିଲ୍ଲୀର ରାଜପଥ, 2016ରେ ଚଣ୍ଡିଗଡର କ୍ୟାପିଟଲ କମ୍ପ୍ଲେକ୍ସ ଏବଂ 2017ରେ ଲକ୍ଷ୍ନୌର ରମାବାଇ ଆମ୍ବେଦକର ସଭାସ୍ଥଳରେ ଆୟୋଜିତ ଉତ୍ସବ ।

ଏହି ଅବସରରେ ବଶ୍ୱବ୍ୟାପୀ ଯୋଗର ସମର୍ଥକମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗ ହେଉଛି ପ୍ରାଚୀନ ଭାରତୀୟ ଋଷିମାନଙ୍କ ଦ୍ୱାରା ମାନବତାକୁ ପ୍ରଦାନ କରାଯାଇଥିବା ଏକ ବହୁମୂଲ୍ୟ ଉପହାର ।

“ଶରୀରକୁ ସମର୍ଥ/ଫିଟ୍ ରଖିବା ପାଇଁ ଯୋଗ କେବଳ ଏକ ବ୍ୟାୟାମ ପ୍ରକ୍ରିୟା ନୁହେଁ । ଏହା ସ୍ୱାସ୍ଥ୍ୟ ବୀମା ପାଇଁ ଏକ ପାସପୋର୍ଟ ଏବଂ ଫିଟନେସ ଓ ସୁସ୍ଥତା ପାଇଁ ଗୁରୁତ୍ୱପୂର୍ଣ୍ଣ । ଯୋଗ ସକାଳେ ଅଭ୍ୟାସ କଲାଭଳି କେବଳ ଏକ ଜିନିଷ ନୁହେଁ । ନିଜର ଦୈନଦିନ କାର୍ଯ୍ୟକଳାପକୁ ତତ୍ପରତାର ସହ ଏବଂ ସମ୍ପୂର୍ଣ୍ଣ ସଚେତନତାର ସହ କରିବା ମଧ୍ୟ ଯୋଗର ଅନ୍ୟ ଏକ ରୂପ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

“ଅତିଶୟତାର ଦୁନିଆାରେ, ଯୋଗ ମଣିଷକୁ ସଂଯମ ଓ ସନ୍ତୁଳିତ ଜୀବନର ପ୍ରତିବଦ୍ଧତା ପ୍ରଦାନ କରେ । ମାନସିକ ଅବସାଦର ଯନ୍ତ୍ରଣାରେ ଜର୍ଜରିତ ଦୁନିଆ ପାଇଁ ଯୋଗ ଶାନ୍ତିର ବାର୍ତ୍ତା ପ୍ରଦାନ କରେ । ଏକ ବିଚଳିତ ବିଶ୍ୱରେ ଯୋଗ ଲୟବଦ୍ଧତା ଆଣିବାରେ ସହାୟତା କରେ । ଏକ ଭୟଭୀତ ପୃଥିବୀରେ ଯୋଗ ଆଶା, ସାମର୍ଥ୍ୟ ଏବଂ ସାହସର ସଂଚାର କରେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଯୋଗ ଆସନର ଜଟିଳତାକୁ ସେୟାର କରିଛନ୍ତି । ସେ ମଧ୍ୟ ବିଶ୍ୱବ୍ୟାପୀ ବିଭିନ୍ନ ସ୍ଥାନରେ ଯୋଗ କରୁଥିବା ଜନସାଧାରଣଙ୍କ ଛବି ସେୟାର କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From conflict to progress: Remote Irpanar village in Chhattisgarh gets electricity

Media Coverage

From conflict to progress: Remote Irpanar village in Chhattisgarh gets electricity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 27, 2026
April 27, 2026

Sabka Saath, Sabka Vikas 2.0: PM Modi Delivers Self-Reliance, Global Trade & National Pride