ଏକ ଉଲ୍ଲେଖନୀୟ ଘଟଣା କ୍ରମେ ଆସନ୍ତାକାଲି  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଏବଂ ଅମୃତ ୨.0 (୦୧.୧୦.୨୦୨୧) ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଆରମ୍ଭ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଏସବିଏମ-ୟୁ ୨.୦ ଏବଂ ଅମୃତ ୨.୦ ଆମର ସମସ୍ତ ନଗରୀଗୁଡିକୁ ଆବର୍ଜନା ମୁକ୍ତ ଓ ଜଳ ସୁରକ୍ଷା ଯୋଗାଇବା ପାଇଁ ଉଦ୍ଦିଷ୍ଟ । ଏହି ପ୍ଲାଗସିପ ଅଭିଯାନ ଦୃତ ଗତିରେ ବୃଦ୍ଧି ପାଉଥିବା  ସହରୀକରଣ ଆହ୍ୱାନର ମୁକାବିଲା ସହ ୨୦୩୦ ମସିହା ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ।

କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସହରାଞ୍ଚଳ ବିକାଶ ମନ୍ତ୍ରୀଗଣ ଏଥିରେ ଉପସ୍ଥିତ ରହିବେ ।

ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ସମ୍ପର୍କରେ-

ଏସବିଏମ୍‌-ୟୁ-୨.୦ର ଲକ୍ଷ୍ୟ ହେଉଛି ସମସ୍ତ ନଗରୀଗୁଡିକୁ ଆବର୍ଜନା ମୁକ୍ତ କରିବା ଏବଂ ପାଉଁଶିଆ ଓ କଳା ପାଣିର ପରିଚାଳନା ସୁନିଶ୍ଚିତ କରିବା । ଅବଶ୍ୟ  ଅମୃତ ଯୋଜନା ଅଧୀନ ନ ଥିବା ନଗରୀଗୁଡିକ ସମସ୍ତ ସ୍ଥାନୀୟ ନଗର ନିଗମକୁ ଓଡିଏଫ+ ଓ ଏକଲକ୍ଷରୁ କମ୍‌ଥିବା ନଗର ନିଗମକୁ ଓଡିଏଫ++ରେ ପରିଣତ କରି ସହରାଞ୍ଚଳରେ ନିରାପଦ ପରିମଳ ବ୍ୟବସ୍ଥା କାଏମ କରିବା ଲକ୍ଷ୍ୟ ରହିଛି । କଠିନ ବର୍ଜ୍ୟବସ୍ତୁ ଉତ୍ସକୁ ଅଲଗା କରିବା ପାଇଁ ତିନି ଆର ପଦ୍ଧତି ଯଥା (ହ୍ରାସ, ପୁନଃ ବ୍ୟବହାର ଓ ପୁନଃ ପ୍ରକ୍ରିୟାକରଣ) କଠିନ ବର୍ଜ୍ୟବସ୍ତୁ ପରିଚାଳନା କରାଯିବ । ଏସବିଏମ୍‌-ୟୁ-୨.୦ ପାଇଁ ୧.୪୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି ।

ଅମୃତ ୨.୦ ସମ୍ପର୍କରେ- ୪, ୭୦୦ ସହରାଞ୍ଚଳରେ ସମସ୍ତ ଘରକୁ ଶତପ୍ରତିଶତ ଜଳ ଯୋଗାଣ ଅମୃତ ୨.୦ଯୋଜନାର ଲକ୍ଷ୍ୟ ରହିଥିବାବେଳେ, ୨.୬୮ଟ୍ୟାପ ସଂଯୋଗ ଅନ୍ତର୍ଭୁକ୍ତ । ୫୦୦ ଅମୃତ ସହରରେ ୧୦.୫ କୋଟିରୁ ଅଧିକ ଲୋକ ଏହାଦ୍ୱାରା ଉପକୃତ ହେବେ । ଅମୃତ ୨.୦ ଚକ୍ରୀୟ ଅର୍ଥନୀତି ନିୟମରେ ପରିଚାଳିତ ହୋଇ ଭୂଭାଗ ଓ ଭୂତଳ ଜଳ ସଂରକ୍ଷିତ ରହିବ । ବୈଶ୍ୱିକ ବୈଷୟିକ ଜ୍ଞାନ ଏବଂ କୌଶଳ ପେ ଜଲ ସର୍ବେକ୍ଷଣ କରାଯାଇ ସହରମାନଙ୍କ ମଧ୍ୟରେ ଆବଶ୍ୟକତାର କଳନା କରାଯିବ । ଅମୃତ ୨.୦ ଯୋଜନାର ବାବଦ ବ୍ୟୟ ଅଟକଳ ୨. ୮୭ ଲକ୍ଷ କୋଟି ଟଙ୍କା ରଖାଯାଇଛି । 

ଏସବିଏମ୍‌ ୟୁ- ଏବଂ ଏଏମଆରୟୁଟି ର ପ୍ରଭାବ -

ଗତ ସାତବର୍ଷ ମଧ୍ୟରେ ସହରାଂଚଳ ମାନଚିତ୍ରରେ ଏହି ଦୁଇ ଯୋଜନାର ବ୍ୟାପକ ପ୍ରଭାବ ପରିଲକ୍ଷିତ ହୋଇଛି। ଏହି ଦୁଇଟି ଫ୍ଲାଗସିପ ଅଭିଯାନ ଜଳ ଓ ପରିମଳ ଭଳି ଦୁଇଟି ମୌଳିକ ବ୍ୟବସ୍ଥାକୁ ସହରାଞ୍ଚଳ ନାଗରିକଙ୍କ ନିମନ୍ତେ ସୁନିଶ୍ଚିତ କରିଛି । ସ୍ୱଚ୍ଛତା ଆଦି ଜନ ଆନ୍ଦୋଳନରେ ପରିଣତ ହୋଇଛି । ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ବାହ୍ୟ ମଳ ତ୍ୟାଗ ମୁକ୍ତ ଅଞ୍ଚଳ (ଓଡିଏଫ) ଘୋଷିତ ହେବା ସହ ଶତକଡା ୭୦ଭାଗ ବର୍ଜ୍ୟବସ୍ତୁର ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରାଯାଉଛି । ଅମୃତ ଯୋଜନା ଯୋଗୁଁ ୧.୧ କୋଟି ଘରକୁ ଜଳ ସୁରକ୍ଷା ପ୍ରଦାନ ପୂର୍ବକ ୱାଟର ଟ୍ୟାପ ସଂଯୋଗ ଦିଆଯାଇଛି ଓ ୮୫ଲକ୍ଷ ନର୍ଦ୍ଧମା ସଂଯୋଗ ହୋଇ ଚାରିକୋଟି ଲୋକଙ୍କୁ ଉପକୃତ କରାଯାଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Passenger vehicle sales jump 34.4% in July

Media Coverage

Passenger vehicle sales jump 34.4% in July
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Sachin Siwach on winning Gold in Men’s 60 kg Boxing
August 02, 2026

The Prime Minister, Shri Narendra Modi, has congratulated Sachin Siwach on winning the Gold medal in the Men’s 60 kg Boxing event at the Commonwealth Games 2026 in Glasgow.

The Prime Minister said that Sachin Siwach’s achievement will inspire several young boxers.

Shri Modi extended his best wishes to him for his future endeavours and expressed hope that he would continue to make India proud.

The Prime Minister wrote on X;

“Sachin Siwach strikes Gold at Glasgow!

Congrats to him for the success in the Men's 60 kg Boxing event. He will motivate several young boxers. All the best for his endeavours ahead. May he always make India proud.

#CWG2026”