ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସିଧାସଳଖ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଜରିଆରେ ସାରାଦେଶର ଚାଷୀଙ୍କ ସହ ଆଲୋଚନା କରିବେ । ସକାଳ 09.30 ମିନିଟ ସମୟରେ ଏହି ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏହାକୁ ସିଧାସଳଖ ଦୂରଦର୍ଶନ ମାଧ୍ୟମରେ ପ୍ରସାରଣ କରାଯିବ । ଏହାଛଡା ଡିଡି କିଷାନ ଏବଂ ଆକାଶବାଣୀ ମାଧ୍ୟମରେ ମଧ୍ୟ ଏହି ମତ ବିନିମୟ କାର୍ଯ୍ୟକ୍ରମ ସିଧାସଳଖ ପ୍ରସାରଣ କରାଯିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଚାଷୀମାନଙ୍କଠାରୁ ସେମାନଙ୍କର ମତ, ସମସ୍ୟା ଓ ପ୍ରସ୍ତାବ ସମ୍ପର୍କରେ ମନ ଦେଇ ଶୁଣିବେ । ମତ ବିନିମୟ କାଳରେ ଚାଷୀଙ୍କ ଆୟ କିଭଳି ଦୁଇଗୁଣ କରାଯାଇପାରିବ ସେଥିନେଇ ମଧ୍ୟ ପ୍ରତ୍ୟକ୍ଷ ବିଚାର ବିମର୍ଶ ହେବ । କୃଷକମାନେ ମୁକ୍ତ ମନରେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ଭାବନା ଉପସ୍ଥାପନ କରିବେ । ଏଥିଲାଗି କୃଷି ବିଜ୍ଞାନ କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଆଦି ସ୍ଥାନରେ ଚାଷୀମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରିବେ ।

ଏହାଛଡା “ନରେନ୍ଦ୍ର ମୋଦୀ ଆପ୍” ଜରିଆରେ ମଧ୍ୟ ଜନସାଧାରଣ ମତ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi