ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଥିବା ଇଣ୍ଡିଆ ଏକ୍ସପୋ ସେଂଟରରେ ଫେବୃଆରୀ 11ରେ ପ୍ରଧାନମନ୍ତ୍ରୀ ପେଟ୍ରୋଟେକ-2019ର ଉଦ୍ଘାଟନ କରିବେ ।

କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବକୁ ମଧ୍ୟ ସେ ସମ୍ବୋଧିତ କରିବେ । ପେଟ୍ରୋଟେକ-2019କୁ ଭାରତର ପ୍ରମୁଖ ହାଇଡ୍ରୋକାର୍ବନ ସମ୍ମିଳନୀ ଭାବେ ଗ୍ରହଣ କରାଯାଏ । 13ତମ ଆନ୍ତର୍ଜାତିକ ତୈଳ ଓ ଗ୍ୟାସ ସମ୍ମିଳନୀ ଏବଂ ପ୍ରଦର୍ଶନୀ ପେଟ୍ରୋଟେକ-2019କୁ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଆୟୋଜିତ କରାଯାଉଛି ।

2019 ଫେବୃଆରୀ 11ରୁ 12 ମଧ୍ୟରେ ଆୟୋଜିତ ହେଉଥିବା ଏହି 3 ଦିନିଆ ବୃହତ କାର୍ଯ୍ୟକ୍ରମ ଭାରତର ବର୍ତ୍ତମାନର ବଜାର ଏବଂ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ ସହାୟତା ବିକାଶର ସ୍ଥିତିକୁ ଦର୍ଶାଇବ । ଅଂଶୀଦାର ଦେଶମାନଙ୍କରୁ 95ରୁ ଅଧିକ ଶକ୍ତି ମନ୍ତ୍ରୀ ଏବଂ ପାଖାପାଖି 70 ଦେଶରୁ 7000 ପ୍ରତିନିଧି ପେଟ୍ରୋଟେକ-2019ରେ ଅଂଶଗ୍ରହଣ କରିବାର ଆଶା ରହିଛି ।

ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ମାର୍କେଟରେ 20,000 ବର୍ଗ ମିଟରରୁ ଉର୍ଦ୍ଧ୍ଵ ବ୍ୟାପୀ ଅଂଚଳରେ ଏହି ସମ୍ମିଳନୀ ସହିତ ଏକ ପ୍ରଦର୍ଶନୀର ଆୟୋଜନ କରାଯିବ । ପେଟ୍ରୋଟେକ-2019 ପ୍ରଦର୍ଶନୀରେ 13ଟିରୁ ଅଧିକ ଦେଶର ପାଭିଲିଅନ ଏବଂ 40ଟି ଅଧିକ ଦେଶରୁ ପାଖାପାଖି 750 ପ୍ରଦର୍ଶକ ମେକ ଇନ ଇଣ୍ଡିଆ ଏବଂ ଅକ୍ଷୟ ଶକ୍ତିର ବିଶେଷ ପ୍ରସଙ୍ଗ ଉପରେ ସେମାନଙ୍କ ପ୍ରଦର୍ଶନୀ ରଖିବେ ।

ଅତୀତରେ 2016 ଡିସେମ୍ବର 5ରେ ପ୍ରଧାନମନ୍ତ୍ରୀ ପେଟ୍ରୋଟେକ-2016ର ଦ୍ଵାଦଶ ଅଧିବେଶନକୁ ଉଦଘାଟନ କରିଥିଲେ ।
ସେ କହିଲେ ଯେ, “ଭାରତର ଶକ୍ତି ଭବିଷ୍ୟତକୁ ନେଇ ମୋର ଅନ୍ତର୍ଦୃଷ୍ଟିର 4ଟି ସ୍ତମ୍ଭ ରହିଛି: ଶକ୍ତି ଉପଲବ୍ଧତା, ଶକ୍ତି ସାମର୍ଥ୍ୟ, ଶକ୍ତିର ସ୍ଥାୟିତ୍ୱ ଏବଂ ଶକ୍ତି ସୁରକ୍ଷା ।”

ପ୍ରଧାନମନ୍ତ୍ରୀ ମଧ୍ୟ ବୈଶ୍ୱିକ ହାଇଡ୍ରୋକାର୍ବନ କମ୍ପାନୀମାନଙ୍କୁ ମେକ ଇନ ଇଣ୍ଡିଆରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ “ଆମର ଉଦ୍ଦେଶ୍ୟ ନାଲିଫିତାର ଅମଲାତନ୍ତ୍ରକୁ ହଟାଇବା ଓ ନାଲିଗାଲିଚା ବିଛାଇ ସେମାନଙ୍କୁ ସ୍ୱାଗତ କରିବା ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Infra spend up six-fold since 2014, crosses Rs 12 lakh crore: PM Modi

Media Coverage

Infra spend up six-fold since 2014, crosses Rs 12 lakh crore: PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 15, 2026
April 15, 2026

From Temples to Turbines: PM Modi’s Blueprint for a Culturally Rooted, Economically Explosive Viksit Bharat