ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 27 ତାରିଖ ଅପରାହ୍ଣ 4:45 ମିନିଟ ସମୟରେ ସତର୍କ ଭାରତସମୃଦ୍ଧ ଭାରତ ବିଷୟବସ୍ତୁ ଉପରେ ଭିଡିଓ କନଫରେନ୍ସିଂ ଜରିଆରେ ଏକ ସତର୍କତା ଏବଂ ଦୁର୍ନୀତି ନିବାରଣ ଜାତୀୟ ସମ୍ମିଳନୀର ଉଦଘାଟନ କରିବେ। ଏହି ସମ୍ମିଳନୀର ଉଦଘାଟନୀ ଅଧିବେଶନ

https://pmindiawebcast.nic.in/

ଲିଙ୍କରେ ଲାଇଭ ଷ୍ଟ୍ରିମ ହେବ।

ପୃଷ୍ଠଭୂମି :

ପ୍ରତିବର୍ଷ ଅକ୍ଟୋବର 27ରୁ ନଭେମ୍ବର 2 ତାରିଖ ମଧ୍ୟରେ ‘ସତର୍କତା ଜାଗରଣ ସପ୍ତାହ’ ଅବସରରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପକ୍ଷରୁ ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଥାଏ। ଏହି ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯିବ ଯାହାର ଜନ ଭାଗିଦାରୀ ଜରିଆରେ ସାର୍ବଜନୀନ ଜୀବନରେ ସଚ୍ଚୋଟତା ଓ ବିଶ୍ୱସନୀୟତାର ପ୍ରୋତ୍ସାହନ ଲାଗି ଭାରତର ସଂକଳ୍ପକୁ ଦୋହରାଇବ ଏବଂ ଏ ଦିଗରେ ସଚେତନତା ସୃଷ୍ଟି କରିବ।

ଏହି ତିନି ଦିନିଆ ସମ୍ମିଳନୀରେ ଆଲୋଚିତ ହେବାକୁ ଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରେ ବିଦେଶୀ ନ୍ୟାୟାଧିକାର କ୍ଷେତ୍ରରେ ତଦନ୍ତ କରାଯିବା ସମୟରେ ଦେଖାଦେଉଥିବା ସମସ୍ୟା, ଦୁର୍ନୀତି ବିରୋଧରେ ସତର୍କତାମୂଳକ ପଦକ୍ଷେପକୁ ପ୍ରକ୍ରିୟାଗତ କରିବା, ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ ବ୍ୟାଙ୍କ ଠକେଇ ନିବାରଣ ଲାଗି ବ୍ୟବସ୍ଥାଗତ ସୁଧାର; ଅଭିବୃଦ୍ଧିର କାରକ ଭାବେ ପ୍ରଭାବୀ ଅଡିଟ, ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ବଢ଼ାଇବା ଲାଗି ଦୁର୍ନୀତି ନିବାରଣ ଆଇନରେ ଆସିଥିବା ସଦ୍ୟତମ ସଂଶୋଧନ, କ୍ଷମତା ନିର୍ବାଣ ଏବଂ ପ୍ରଶିକ୍ଷଣ; ଦ୍ରୁତ ଏବଂ ପ୍ରଭାବୀ ତଦନ୍ତ ପାଇଁ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ, ଆର୍ଥିକ ଅପରାଧରେ ଉଦୀୟମାନ ଧାରା, ସାଇବର ଅପରାଧ ଏବଂ ଅପରାଧୀକ ମାମଲାର ତଦନ୍ତ କରୁଥିବା ସଂସ୍ଥା ମଧ୍ୟରେ ତଦନ୍ତ ଏବଂ ଅପରାଧ ନିବାରଣ ଲାଗି ଗ୍ରହଣ କରାଯାଉଥିବା ପ୍ରଚଳନଗୁଡ଼ିକର ବିନିମୟ କରିବା ସାମିଲ ରହିଛି।

ଏହି ସମ୍ମିଳନୀରେ ନୀତି ନିର୍ମାଣ ଏବଂ ଏ ସଂକ୍ରାନ୍ତ ପ୍ରକ୍ରିୟାରେ କାର୍ଯ୍ୟରତ ପେସାଦାରମାନଙ୍କୁ ଗୋଟିଏ ମଞ୍ଚ ଉପଲବ୍ଧ କରାଇବ। ଯାହାଫଳରେ ପ୍ରକ୍ରିୟାଗତ ସୁଧାର ଜରିଆରେ ଦୁର୍ନୀତି ବିରୋଧରେ ଲଢ଼ିବା ତଥା ଉନ୍ନତ ସୁଶାସନ ଓ ଉତ୍ତରଦାୟୀ ପ୍ରଶାସନକୁ ପ୍ରୋତ୍ସାହନ ମିଳିବ। ଏହା ଭାରତରେ ବ୍ୟବସାୟିକ ସୁଗମତା ବଢ଼ାଇବା କ୍ଷେତ୍ରରେ ଯୋଗଦାନ ଦେଇପାରିବ।

କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଡୋନର) ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପାହ୍ୟା), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ମଧ୍ୟ ଏହି ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେବେ।

ଏହି ସମ୍ମିଳନୀରେ ଦୁର୍ନୀତି ନିବାରଣ ବ୍ୟୁରୋ, ସତର୍କତା କାର୍ଯ୍ୟାଳୟ, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ଆର୍ଥିକ ଅପରାଧ ଶାଖା/ସିଆଇଡିର ମୁଖ୍ୟ; ମୁଖ୍ୟ ଭିଜିଲାନ୍ସ ଅଧିକାରୀ, ସିବିଆଇ ଅଧିକାରୀ ଏବଂ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସିର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଏହି ଉଦଘାଟନୀ ଅଧିବେଶନରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିମାନେ ଅଂଶଗ୍ରହଣ କରିବେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 02, 2026
August 02, 2026

Youth. Manufacturing. Digital Trust. The Three Engines Powering New Bharat Under PM Modi