ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବୋଚ #StatueOfUnity କୁ ଲୋକାର୍ପିତ କରିବେ
#StatueOfUnity : 182 ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଗୁଜରାଟର ନର୍ମଦା ଜିଲ୍ଲାସ୍ଥିତ କେଭାଡିଆଠାରେ ଅବସ୍ଥାପିତ
ପ୍ରଧାନମନ୍ତ୍ରୀ ମୋଦୀ #StatueOfUnity ଭିତରେ 153 ମିଟର ଉଚ୍ଚତାର ଅବସ୍ଥାପିତ ସଂଗ୍ରହାଳୟ ଏବଂ ପ୍ରଦର୍ଶନୀ ପରିଦର୍ଶନ କରିବେ
#StatueOfUnity ସର୍ଦ୍ଦାର ସରୋଭର ନଦୀବନ୍ଧ ,ଏହାର ଜଳାଶୟ ଏବଂ ସତପୁର ଏବଂ ଭିନ୍ଦ୍ୟ ପର୍ବତମାଳାର ମନୋରମ ଦୃଶ୍ୟ ପ୍ରଦର୍ଶିତ କରୁଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 31, 2018ରେ ଗୁଜରାଟର କେଭାଡିଆଠାରେ ବିଶ୍ୱର ସର୍ବୋଚ ‘ଏକତା ପ୍ରତିମୂର୍ତୀ’ (Statue of Unity)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ  ।

182 ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଗୁଜରାଟର ନର୍ମଦା ଜିଲ୍ଲାସ୍ଥିତ କେଭାଡିଆଠାରେ ତାଙ୍କ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ସମର୍ପିତ କରାଯିବ  ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ‘ଏକତା ପ୍ରତିମୂର୍ତ୍ତି’ ଲୋକାର୍ପଣ ସମାରୋହରେ ଉପସ୍ଥିତ ରହିବା ସହିତ ମୃତ୍ତିକା ଏବଂ ନର୍ମଦା ନଦୀର ଜଳକୁ କଳସରେ ଭରିବାର କାର୍ଯ୍ୟକ୍ରମ ରହିଛି  । ପ୍ରଧାନମନ୍ତ୍ରୀ ଲିଭର ଉପରେ ଚାପ ପ୍ରୟୋଗ କରି ପ୍ରତିମୂର୍ତ୍ତି ଅଭିଷେକ କାର୍ଯ୍ୟର ଶୁଭାରମ୍ଭ କରିବେ  ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ କରିବେ  ।

ଏହାପରେ ସେ ଏକତାର ପ୍ରାଚୀର (Wall of Unity) ପାଖରେ ପହଂଚିବେ ଏବଂ ଏହାର ଉଦଘାଟନ କରିବେ  । ଏକତା ପ୍ରତିମୂର୍ତ୍ତିଙ୍କ ଚରଣରେ, ପ୍ରଧାନମନ୍ତ୍ରୀ ଏକ ବିଶେଷ ପ୍ରାର୍ଥନା କରିବେ  । ସେ ସଂଗ୍ରହାଳୟ ଏବଂ ପ୍ରଦର୍ଶନୀ, ଏବଂ ଦର୍ଶକ ଗାଲେରୀ ମଧ୍ୟ ପରିଦର୍ଶନ କରିବେ  । ଏହି  ଗାଲେରୀ,153 ମିଟର ଉଚ୍ଚତାର । ଏଠାରେ ଏକା ସମୟରେ 200ଜଣ ଆଗନ୍ତୁକ ପରିଦର୍ଶନ କରିପାରିବେ  । ଏଠାରେ ସର୍ଦ୍ଦାର ସରୋବର ବନ୍ଧ, ଏହାର ଜଳାଶୟ, ଏବଂ ସତପୁରା ଏବଂ ବିନ୍ଧ୍ୟ ପର୍ବତମାଳାର ଦୃଶ୍ୟ ଅତି ମନୋରମ  ।

ସମର୍ପଣ ସମାରୋହକୁ ଆଇଏଏଫ ବିମାନର ଫ୍ଲାଇପାଷ୍ଟ ଏବଂ ସାଂସ୍କୃତିକ ମଣ୍ଡଳୀମାନଙ୍କ ପ୍ରଦର୍ଶନ ଦ୍ୱାରା ମଧ୍ୟ ସ୍ମରଣୀୟ କରାଯିବ  ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 52,000 Indians return safely from Gulf amid Iran war: MEA

Media Coverage

Over 52,000 Indians return safely from Gulf amid Iran war: MEA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 10, 2026
March 10, 2026

Citizens Appreciate India’s Digital Leap and Green Triumphs Under the Leadership of PM Modi