PM to confer Awards for Excellence in Public Administration and address Civil Servants tomorrow

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 21 ତାରିଖ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସମାରୋହରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ପାଇଁ ବିଭିନ୍ନ ଶ୍ରେଣୀରେ ପୁରସ୍କାରମାନ ପ୍ରଦାନ କରିବେ । ବିଶେଷକରି କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ସ୍ତରର ସରକାରୀ ଅନୁଷ୍ଠାନଗୁଡିକ ଅଗ୍ରାଧିକାର କାର୍ଯ୍ୟକ୍ରମଗୁଡିକୁ କିଭଳି ସଫଳତାର ସହ ରୂପାୟିତ କରିଛନ୍ତି ଏବଂ ସୃଜନାତ୍ମକ ଢଙ୍ଗରେ ଏହିସବୁ ବଛା ବଛା ଫ୍ଲାଗସିପ୍ କାର୍ଯ୍ୟକ୍ରମକୁ ସୁଚାରୁ ଢଙ୍ଗରେ କାର୍ଯ୍ୟକାରୀ କରିଛନ୍ତି ସେସବୁ ଭିତ୍ତିକରି ଏହି ପୁରସ୍କାରମାନ ପ୍ରଦାନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସଭିଲ ସର୍ଭେଣ୍ଟମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ସାଧାରଣ ପ୍ରଶାସନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଉତ୍କର୍ଷ ପୁରସ୍କାର ଜନମଙ୍ଗଳକୁ ଦୃଷ୍ଟିରେ ରଖି ଗଠନ କରାଯାଇଛି । ଉତ୍ତମ କାର୍ଯ୍ୟକୁ ଚିହ୍ନଟ, ସ୍ୱୀକୃତି ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟକୁ ପୁରସ୍କୃତ କରିବା ହେଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଜିଲ୍ଲା, ରାଜ୍ୟ ଓ କେନ୍ଦ୍ରୀୟ ସ୍ତରରେ କାର୍ଯ୍ୟ କରୁଥିବା ସରକାରୀ ଅନୁଷ୍ଠାନଗୁଡିକୁ ପ୍ରଧାନମନ୍ତ୍ରୀ ଉତ୍କର୍ଷ ପୁରସ୍କାର ଲାଗି ବିଭିନ୍ନ ଶ୍ରେଣୀରେ ବଛା ଯାଇଥାଏ । ସେଥିମଧ୍ୟରୁ ଚାରୋଟି ଅଗ୍ରାଧିକାର ପୁରସ୍କାର ଶ୍ରେଣୀ ହେଉଛି – (1) ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (2) ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ (3) ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ସହରାଂଚଳ ଓ ଗ୍ରାମୀଣ ଏବଂ (4) ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା । ଏହାବ୍ୟତୀତ ଜିଲ୍ଲା, ରାଜ୍ୟ ଓ କେନ୍ଦ୍ର ସ୍ତରରେ କାର୍ଯ୍ୟ କରୁଥିବା ସରକାରୀ ସଂଗଠନଗୁଡିକର ନବ ସୃଜନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନ କରାଯାଇଥାଏ । ଉପରୋକ୍ତ ଚାରୋଟି ମନୋନୀତ ଶ୍ରେଣୀ ପାଇଁ ଚଳିତ ବର୍ଷ ମୋଟ 11 ଟି ପୁରସ୍କାର ରଖାଯାଇଥିବା ବେଳେ ନବ ସୃଜନ ଶ୍ରେଣୀ ପାଇଁ ଗୋଟିଏ ପୁରସ୍କାର ଏବଂ ଅଭିଳଷିତ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଉ ଏକ ପୁରସ୍କାର ରଖାଯାଇଛି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୁଇଟି ପୁସ୍ତକ ଉନ୍ମୋଚନ କରିବେ । ଗୋଟିଏ ପୁସ୍ତକ ‘New Pathways’ ଅଗ୍ରାଧିକାର କାର୍ଯ୍ୟକ୍ରମଗୁଡିକର ସଫଳ ରୂପାୟନ କାହାଣୀ ସ୍ଥାନ ପାଇଛି । ଦ୍ୱିତୀୟ ପୁସ୍ତକଟି ହେଉଛି ‘Aspirational Districts: Unlocking Potentials’ । ଏହି ପୁସ୍ତକରେ ଅଭିଳଷିତ ଜିଲ୍ଲାଗୁଡିକରେ ବ୍ୟାପକ ପରିବର୍ତ୍ତନ ଆଣିବା ଲାଗି ଆବଶ୍ୟକ ନୂଆ ନୂଆ କାର୍ଯ୍ୟ କୌଶଳ ସଂପର୍କରେ ବ୍ୟାପକ ଭାବେ ଉଲ୍ଲେଖ କରାଯାଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India