PM to attend birth centenary celebration of Nanaji Deshmukh, address 10,000 people from SHGs, Panchayats and Awas Yojana beneficiaries
PM Modi to release a commemorative postage stamp on Nanaji Deshmukh
PM to launch Gram Samvad App which will carry information on the progress of rural development works at Gram Panchayat level
PM Modi to inaugurate a Plant Phenomics Facility of IARI

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର 11, 2017ରେ ନୂଆଦିଲ୍ଲୀର ପୁସା IARI ଠାରେ ନାନାଜୀ ଦେଶମୁଖଙ୍କ ଜନ୍ମ ଶତବାର୍ଷିକୀ ଉଦ୍ଘାଟନୀ ସମାରୋହରେ ଯୋଗଦେବେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ “ପ୍ରଯୁକ୍ତି ଏବଂ ଗ୍ରାମୀଣ ଜୀବନ” ଆଧାରିତ ପ୍ରଦର୍ଶନୀ ବୁଲି ଦେଖିବେ । ଏହି ସମ୍ମିଳନୀରେ ଶତାଧିକ ଉତ୍ତମ କାର୍ଯ୍ୟପଦ୍ଧତି ଓ ପ୍ରୟୋଗ ପ୍ରଦର୍ଶିତ ହେବ । ପ୍ରଧାନମନ୍ତ୍ରୀ ସମାବେଶ କାଳରେ ଗ୍ରାମୀଣ ନବସୃଜନକାରୀଙ୍କ ସହିତ ମତ ବିନିମୟ କରିବେ ।

ସେଠାରେ ସେ ନାନାଜୀ ଦେଶମୁଖ ଏବଂ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ।

ପ୍ରଧାନମନ୍ତ୍ରୀ ସମାରୋହରେ ନାନାଜୀ ଦେଶମୁଖଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିବେ । ଜିଲ୍ଲାସ୍ତରୀୟ ଉନ୍ନତିମୂଳକ କାର୍ଯ୍ୟର ସହଯୋଗ ଏବଂ ତଦାରଖ ଲାଗି ଏକ ପୋର୍ଟାଲ ମଧ୍ୟ ଉନ୍ମୋଚନ ହେବ । ପ୍ରଧାନମନ୍ତ୍ରୀ ସମାବେଶ ଅବସରରେ ଗ୍ରାମ ସମ୍ବାଦ ଆପ୍ ର ଶୁଭାରମ୍ଭ କରିବେ । ଗ୍ରାମ ପଞ୍ଚାୟତ ସ୍ତରରେ ଗ୍ରାମ୍ୟ ବିକାଶ କାର୍ଯ୍ୟର ପ୍ରଗତି ସମ୍ପର୍କରେ ସମସ୍ତ ତଥ୍ୟ ଏହି ଆପ୍ ଜରିଆରେ ଉପଲବ୍ଧ ହେବ । ସୂଚନାରୁ ସଶକ୍ତିକରଣ ବିଷୟବସ୍ତୁ ଉପରେ ଆଧାର କରି ଏହି ଆପ୍ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ ଭାରତୀୟ କୃଷି ଗବେଷଣା ପରିଷଦରେ ଏକ ଫେନୋମିକ୍ସ ପ୍ଳାଣ୍ଟକୁ ମଧ୍ୟ ଉଦ୍ଘାଟନ କରିବେ ।

ପରିଶେଷରେ ସ୍ଵୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତ ପ୍ରତିନିଧି, ଜଳସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନବସୃଜନକାରୀ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସମେତ ପ୍ରାୟ 10,000 ଲୋକଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways plans four-laning of 11,000-km high-density network to boost train capacity

Media Coverage

Indian Railways plans four-laning of 11,000-km high-density network to boost train capacity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi