PM to address two video conferences on 31st December and 1st January

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 31 ଏବଂ ଜାନୁୟାରୀ ପହିଲାରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ଭିଡିଓ କନଫେରେନ୍ସରେ ଉଦ୍ବୋଧନ ଦେବେ ।

ପ୍ରଧାନମନ୍ତ୍ରୀ ଡିସେମ୍ବର 31 ରେ କେରଳର ୱାରକାଲଠାରେ ଅବସ୍ଥିତ ପ୍ରସିଦ୍ଧ ଶିବଗିରି ମଠରେ ଆୟୋଜିତ ହେଉଥିବା 85ତମ ଶିବଗିରି ତୀର୍ଥାଟନ ମହୋତ୍ସବର ଉଦ୍ଘାଟନୀ ସମାରୋହକୁ ଭିଡିଓ କନଫେରେନ୍ସ ଯୋଗେ ସମ୍ବୋଧିତ କରିବେ । ଭାରତର ମହାନ ସନ୍ଥ ଓ ସମାଜ ସଂସ୍କାରକ ଶ୍ରୀ ନାରାୟଣ ଗୁରୁଙ୍କ ପବିତ୍ର ପୀଠ ଭାବେ ଶିବଗିରି ବେଶ ଜଣାଶୁଣା ।

ଜାନୁୟାରୀ ପହିଲାରେ କୋଲକାତାଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଫେସର ସତ୍ୟେନ୍ଦ୍ର ନାଥ ବୋଷଙ୍କ 125ତମ ଜନ୍ମ ବାର୍ଷିକୀ ଆଦ୍ୟ ସମାରୋହକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫେରେନ୍ସ ମାଧ୍ୟମରେ ଉଦ୍ବୋଧନ ଦେବେ । ପ୍ରଫେସର ସତ୍ୟେନ୍ଦ୍ର ନାଥ ବୋଷ କ୍ଵାଣ୍ଟାମ ପଦାର୍ଥ ବିଜ୍ଞାନରେ ଜଣେ ସୂନାମଧନ୍ୟ ଭାରତୀୟ ବୈଜ୍ଞାନିକ । ବୋଷ-ଆଇନିଷ୍ଟାଇନ ପରିସଂଖ୍ୟାନର ଭିତ୍ତି ପ୍ରତିଷ୍ଠାରେ ତାଙ୍କର କ୍ଵାଣ୍ଟାମ ମେକାନିକ୍ସ ବେଶ ଉପଯୋଗୀ ହୋଇପାରିଛି । ପ୍ରଫେସର ବୋଷଙ୍କ ନାମ ଅନୁସାରେ ବୋଷ-ଆଇନିଷ୍ଟାଇନ ପରିସଂଖ୍ୟାନ ନୀତି ଅନୁସରଣ କରୁଥିବା ସୂକ୍ଷ୍ମାତିସୂକ୍ଷ୍ମ କଣିକାକୁ “ବୋଷୋନ” ବୋଲି ବିଜ୍ଞାନରେ କୁହାଯାଇଥାଏ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Odisha’s Dhenkanal farmers export 3 tonne of mango to London

Media Coverage

Odisha’s Dhenkanal farmers export 3 tonne of mango to London
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India